ଖୋର୍ଦ୍ଧା ଜିଲ୍ଲାକୁ ଦିନିକିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

thesamikhsya
1 Min Read
ଖୋର୍ଦ୍ଧା ଜିଲ୍ଲାକୁ ଦିନିକିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତାକାଲି ବୁଧବାର ଦିନ ଦିନିକିଆ ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ପାଞ୍ଚଟାରେ ନବୀନ ବିଜୁ ମହାବୀର ଜୟପୁର ଫୁଟ କେନ୍ଦ୍ରରେ ପଦାର୍ପଣ କରିବେ।

ମୁଖ୍ୟମନ୍ତ୍ରୀ ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିବେ। ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ସେଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ କରାଯିବ। ଏଥିସହିତ ରାଜ୍ୟ ସରକାରଙ୍କ ସହଯୋଗରେ ସେଠାରେ ଗବେଷଣା ସହ ତାଲିମ କେନ୍ଦ୍ର ମଧ୍ୟ ପରିଚାଳିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ ସହିତ ଉଦଘାଟନ ମଧ୍ୟ କରିବେ।

ଏହାପରେ ନବୀନ ଏକ ସଭାରେ ଯୋଗ ଦେଇ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ହ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଅଶୋକ ପଣ୍ଡା, ଏହି ସଂସ୍ଥାର ମୁଖ୍ୟ ପଦ୍ମଭୂଷଣ ଡି.ଆର ମେହେଟା ମଧ୍ୟ ସାମିଲ ରହିବେ।

Share this Article