ଆସନ୍ତା ୫ରୁ ଖରାଛୁଟି: ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା

thesamikhsya
1 Min Read

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ଆଉ ଆସନ୍ତାକାଲି ଦୁଇଦିନ ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ବନ୍ଦ ରହିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଛୁଟି ଘୋଷଣା କରାଯାଇଛି।

ତେବେ ଏହା ଭିତରେ ରାଜ୍ୟ ସରକାର ଆଉ ଏକ ଘୋଷଣା କରିଛନ୍ତି। ମଇ ୫ ତାରିଖରୁ ସ୍କୁଲ ଗୁଡିକରେ ଖରା ଛୁଟି ହେବ ବୋଲି ସରକାର ଘୋଷଣା କରିଛନ୍ତି। କିନ୍ତୁ ଏହା ଭିତରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା ଦିଆଯିବ। ଏନେଇ ରୂପରେଖ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ରହିବ। ଏହାଦ୍ବାରା ଛୁଟିରେ ବି ପିଲା ଶିକ୍ଷା ସହ ଜଡ଼ିତ ରହିବେ।

ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ କରାଯାଇଛି। ପ୍ରତି ଗ୍ରୁପର ତଦାରଖ କରିବେ ଜଣେ ଶିକ୍ଷକ। ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଗତବର୍ଷ ଏଲ୍‌ଆରପି କାର୍ଯ୍ୟକ୍ରମ ଭଳି ଏଥର ନୂତନ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୨୧ ତାରିଖରେ ଅଭିଭାବକ- ଶିକ୍ଷକ ବୈଠକ କରାଯିବ। ଏହି ନୂତନ ଶିକ୍ଷା ବ୍ୟବସ୍ଥା ବିଷୟରେ ବୈଠକରେ ଅବଗତ କରାଯିବ। ପ୍ରତି ୧୦ ଜଣ ପିଲାଙ୍କୁ ନେଇ ଜଣେ ଶିକ୍ଷକ ଶିକ୍ଷାଦାନ କରିବେ ବୋଲି ଜଣାପଡ଼ିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଦେଇଛନ୍ତି।

Share this Article