ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ

thesamikhsya
2 Min Read
ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ

ଭୁବନେଶ୍ବର: ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ମାଫିଆ ଅତିକ ଅହମ୍ମଦର ଲିଙ୍କ ଓଡିଶାରେ ରହିଛି। ଏ ନେଇ ଉତ୍ତର ପ୍ରଦେଶ ପୋଲିସକୁ ସୁରାକ ମିଳିଛି। ଫଳରେ ଉତ୍ତର ପ୍ରଦେଶରୁ ଏକ ଟିମ ଓଡିଶା ଆସି ବରଗଡରରେ ଖାନତଲାସ କରିଛନ୍ତି। ଏ ନେଇ ଆଜି ଓଡିଶା ଡିଜିପି ସୁନୀଲ ବଂଶଲ ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଦୁଇଦିନ ତଳେ ଉତ୍ତର ପ୍ରଦେଶ ପୋଲିସର ଏକ ଟିମ ଓଡିଶା ଆସି ବରଗଡ ଯାଇଥିଲେ। ସେମାନେ ଏକ ବଡ ଘଟଣାର ତଦନ୍ତ କରୁଥିବାର କହିଥିଲେ। ହେଲେ ତାହା କଣ ସେମାନେ ଜଣାଇ ନ ଥିଲେ। ହେଲେ ଆନ୍ତଃରାଜ୍ୟ ନିୟମ ଅନୁସାରେ ଆମେ ସେମାନଙ୍କୁ ତଦନ୍ତ କରିବା ପାଇଁ ଅନୁମତି ଦେଇଥିଲୁ। ହେଲେ ସେମାନେ କଣ କଲେ ସେ ନେଇ ଆମକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ତେବେ ବିଶେଷ ସୁତ୍ର ଅନୁସାରେ ଉତ୍ତର ପ୍ରଦେଶର ଜଣେ ଡିଏସପି ରାଙ୍କ ଅଧିକାରୀଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଟିମ ଓଡିଶା ଆସିଥିଲେ। ସେମାନେ ବରଗଡ ଯାଇ ସେଠାରେ ଥିବା ରାଜା ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ପଚାରା ଉଚୁରା କରିଛନ୍ତି। ରାଜା ଖାନ ଅତିକର ପାଖ ଲୋକ ଗୁଡ୍ଡୁ ମୁସୁଲିମର କୁଆଡେ ପରିଚିତ ଲୋକ। ଫୋନ ଟ୍ରାକିଂ କରି ପୋଲିସ ବରଗଡରେ ପହଁଚିଛି।

ତେବେ ରାଜା ଖାନଙ୍କର ବରଗଡ ସୋହେଲାରେ ବ୍ୟବସାୟ ରହିଛି। ସେ ଛତିଶଗଡର ହୋଇଥିବା ବେଳେ ବରଗଡରେ ରହୁଛନ୍ତି। ରାଜା କୁଆଡେ ଗୁଡ୍ଡୁ ମୁସୁଲିମର ଡ୍ରାଇଭର ଥିଲା ବୋଲି କୁହାଯାଉଛି। ବର୍ତ୍ତମାନ ପୋଲିସ ଗୁଡ୍ଡୁକୁ ଖୋଜୁଥିବାରୁ ସେହି ଆଧାରରେ ସେମାନେ ବରଗଡରେ ରାଜା ଖାନଙ୍କୁ ପଚାରାଉଚୁରା କରିଛନ୍ତି।

ତେବେ ଉତ୍ତର ପ୍ରଦେଶ ପୋଲିସ ଆସିବା ପରେ ଓଡିଶା ପୋଲିସର ନିଦ ହଜିଯାଇଛି। ଆଜି ଭୁବନେଶ୍ବରରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ତେବେ ଏହି ବୈଠକରେ କଣ ନିଷ୍ପତି ହେଲା ସେ ନେଇ କେହି କିଛି କହି ନାହାଁନ୍ତି। ହେଲେ ଓଡିଶା ପୋଲିସ ପାଇଁ ବର୍ତ୍ତମାନ ଏହି ଘଟଣା ବେଶ ଗୁରୁତ୍ବ ବହନ କରିଛି ବୋଲି ଜଣାପଡିଛି।

Share this Article