ଟ୍ରାକ୍ଟର ଚକା ତଳୁ ଡ୍ରାଇଭରଙ୍କ ଶବ ଉଦ୍ଧାର

thesamikhsya
1 Min Read

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ବାଲିଘାଇ ଠାରେ ମନରେଗା ପାଣ୍ଠିରେ ଏକ ଉନ୍ନୟନ କାର୍ଯ୍ୟ ଚାଲିଛି। ଉକ୍ତ କାର୍ଯ୍ୟସ୍ଥଳରେ ଏକ ଟ୍ରାକ୍ଟର ଚକା ତଳେ ସେହି ଗାଡ଼ିର ଡ଼୍ରାଇଭରର ଶବ ଦେଖିବାକୁ ମିଳିଛି। ମୃତ ଡ୍ରାଇଭର ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ ହାତୀପାଦପଲୀ ଗ୍ରାମର ସିମାଞ୍ଚଳ ପ୍ରଧାନ ବୋଲି ଜଣାପଡିଛି।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳ ବାସୀ ଓ ବୁଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନେଇଥିଲେ। କିନ୍ତୁ ଡ଼ାକ୍ତର ସିମାଞ୍ଚଳକୁ ମୃତ୍ୟୁ ଘୋଷଣା କରିଥିଲେ।

ଡ଼ାକ୍ତରଖାନାରେ ସ୍ଥାନୀୟ ତହସିଲଦାର ଓ ପୋଲିସ କର୍ମଚାରୀ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ତେବେ ଏନେଇ ମୃତ ସିମାଞ୍ଚଳଙ୍କ ଭାଇ ଗୌତମ ଥାନାରେ ଅଭିଯୋଗ କରିଛନ୍ତି। ଏତଲା ଗ୍ରହଣ କରି ପୋଲିସ ଅନୁସନ୍ଧାନ କରୁଛି।

Share this Article