ଓଡିଶାରେ ଦୁଇଦିନ ପାଇଁ ଜାତୀୟ ପତାକା ରହିବ ଅର୍ଦ୍ଧନମିତ

thesamikhsya
1 Min Read
ଓଡିଶାରେ ଦୁଇଦିନ ପାଇଁ ଜାତୀୟ ପତାକା ରହିବ ଅର୍ଦ୍ଧନମିତ

ଭୁବନେଶ୍ୱର: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରକାଶ ସିଂହ ବାଦଲ ଗତକାଲି ୨୦୨୩ ଅପ୍ରେଲ ୨୫ ତାରିଖରେ ପରଲୋକ ଗମନ କରିଛନ୍ତି। ଦିବଙ୍ଗତ ନେତାଙ୍କ ପ୍ରତି ସମ୍ମାନ ଜଣାଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସାରା ଭାରତରେ ଅପ୍ରେଲ ୨୬ ଓ ୨୭ ତାରିଖ ଦୁଇଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ କରାଯିବ।

ସମସ୍ତ ଅଟ୍ଟାଳିକା ଓ ସରକାରୀ କାର୍ଯ୍ୟାଳୟ ଯେଉଁଠାରେ ସାଧାରଣତଃ ଜାତୀୟ ପତାକା ଉଡ଼ିଥାଏ ଏହି ଦୁଇଦିନ ଅର୍ଦ୍ଧନମିତ ରହିବ। ଏହି ଦୁଇଦିନ କୌଣସି ସରକାରୀ ମନୋରଞ୍ଜନର କାର୍ଯ୍ୟକ୍ରମ ହେବ ନାହିଁ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଶ୍ରୀ ଆର୍‌.କେ.ସିଂହ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଓ ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକମାନଙ୍କୁ ବେତାରବାର୍ତ୍ତା ଯୋଗେ ଜଣାଇଛନ୍ତି।

ଫଳରେ ଓଡିଶାରେ ଯେଉଁ କୋଠାରେ ଜାତୀୟ ପତାକା ଉଡୁଛି ସେଠାରେ ଆଜିଠାରୁ ତାହାକୁ ଅର୍ଦ୍ଧନମିତ କରିବା ପାଇଁ କୁହାଯାଇଛି। ଏଥିସହିତ ଏହି ଦୁଇଦିନରେ କୌଣସି ସରକାରୀ ମନୋରଂଜନ କାର୍ଯ୍ୟକ୍ରମ ଥିଲେ ତାହାକୁ ବାତିଲ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି।

Share this Article