Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଓଡ଼ିଶାରେ ୩୦% ପିସି ସରକାର ଚାଲିଛି, କୁବେର ମୁଖ୍ୟଯନ୍ତ୍ରୀଙ୍କ ପଛରେ କିଏ ବୋଲି ପ୍ରଶ୍ନ କଲା କଂଗ୍ରେସ
    ଜାତୀୟ ଖବର

    ଓଡ଼ିଶାରେ ୩୦% ପିସି ସରକାର ଚାଲିଛି, କୁବେର ମୁଖ୍ୟଯନ୍ତ୍ରୀଙ୍କ ପଛରେ କିଏ ବୋଲି ପ୍ରଶ୍ନ କଲା କଂଗ୍ରେସ

    June 1, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଦୁଇଦିନ ତଳେ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ରାଜ୍ୟ ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିବା ସହିତ ତାଙ୍କ ଘରୁ ଦୁଇକୋଟି ୫୭ ଲକ୍ଷ ୨୯ ହଜାରୁ ଅଧିକ ଟଙ୍କା ଠାବ କରିବା ସହିତ ୧୫ କୋଟି ଟଙ୍କାର ସମୁଦାୟ ସମ୍ପତ୍ତି ଆକଳନ ହୋଇଥିବାର ସୂଚନା ଦେଇଛନ୍ତି ।

    ଏହାକୁ ନେଇ କଂଗ୍ରେସ ଉପସଭାପତି ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏ ସରକାରକୁ ବର୍ଷେ ହେବାକୁ ଆଉ ଅଳ୍ପ ଦିନ ବାକିଅଛି। ସରକାରର ପ୍ରଥମ ବର୍ଷରେ ଉଭୟ ମନ୍ତ୍ରୀ, ଯନ୍ତ୍ରୀ, ସଚିବ ଓ ବାବୁମାନେ ଖୋଲମଖୁଲା ଦୁର୍ନୀତି କରିବାରେ ଲାଗିପଡ଼ିଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛି ଏହି ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗି। ଖାଲି ଏହି ବାବୁ ଜଣଙ୍କ ନୁହଁନ୍ତି । ପ୍ରତିଦିନ ଜନସାଧାରଣ ଯେଉଁ ସରକାରୀ ଅଫିସକୁ ଯିବେ ବଟି ନଦେଲେ କାମନାହିଁ ବୋଲି ସେ କହିଛନ୍ତି।

    ଦେବାଶିଷ ଆହୁରି କହିଛନ୍ତି ଯେ, ସରକାର ଆସିବା ପୂର୍ବରୁ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାରେ ଓଡ଼ିଆ ଲୋକଙ୍କ ସରକାର ହେବ ଏବଂ ଦୁର୍ନୀତିମୁକ୍ତ ସରକାର ହେବ। କିନ୍ତୁ ଏବେ ଓଡିଶାରେ ଦୁର୍ନୀତିଯୁକ୍ତ ଏକ ସରକାର ଚାଲିଛି ଯାହାର ଏକମାତ୍ର କାମ ହେଉଛି ଓଡ଼ିଆ ଲୋକଙ୍କ ଶୋଷଣ କରିବା, ଓଡ଼ିଶାକୁ ଲୁଟ କରିବା । କେନ୍ଦ୍ରୀୟ ସ୍ତରରେ ସରକାରୀ ବାବୁମାନେ କୋଟି କୋଟି ଟଙ୍କା ଲୁଟ କରୁଛନ୍ତି । ନରେନ୍ଦ୍ର ମୋଦି ଯେଉଁ ଇଡିର କାର୍ଯ୍ୟାନୁଷ୍ଠାନ ଧମକ ଦେଉଛନ୍ତି ସେହି ଇଡି କାର୍ଯ୍ୟାଳୟର ଜଣେ ଉପ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀ ୨୦ ଲକ୍ଷ ଟଙ୍କା ଖଣି ଦୁର୍ନୀତି ମାମଲାର ରଫା ଦଫା କରିବା ପାଇଁ ବଟି ନେଉଥିବା ସମୟରେ ସିବିଆଇ ଦ୍ବାରା ଗିରଫ ହୋଇଛି। ଡବଲ ଇଞ୍ଜିନ ସରକାରରେ ଡବଲ ଦୁର୍ନୀତି ବୋଲି ଦେବାଶିଷ କହିଛନ୍ତି।

    ସେହିପରି ପ୍ରଦେଶ କଂଗ୍ରେସର ପୂର୍ବତନ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ ଯେ, ବର୍ଷ ବର୍ଷ ଧରି ଦୁର୍ନୀତି କରୁଥିବା ଅଧୁକାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୂଆ ସରକାର ପ୍ରଥମ ଦିନର ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରଥମ ବର୍ଷ କାର୍ଯ୍ୟକାଳ ସରିବା ଉପରେ ଦୁର୍ନୀତିଗ୍ରସ୍ତଙ୍କ ଚିଠା ଗଲା କୁଆଡ଼େ ? ନା ସେମାନଙ୍କ ପାଖରୁ ମୋଟା ଅଙ୍କର ପାଣ୍ଠି ଦଳ ପାଇଁ ସଂଗ୍ରହ କରିବା ସହିତ ବିଭାଗୀୟ ମନ୍ତ୍ରୀ ଓ ଶାସନମୁଖ୍ୟଙ୍କ ଭିତରେ ବାଂଟ ହୋଇଗଲାକି ବୋଲି ସେ ପ୍ରଶ୍ନ କରିଛନ୍ତି ।

    ଦୁର୍ନୀତି କରି କୋଟି କୋଟି ଟଙ୍କା ଆୟ କରୁଥିବା ବ୍ୟକ୍ତି କେବଳ ଚାକିରୀ କାଳର ଶେଷଦିନରେ ହିଁ ଧରାପଡ଼ୁଛି ବାକିତକ ଦିନ ସରକାର ଓ ଭିଜିଲାନ୍ସ ବିଭାଗ କ’ଣ ଘୁଙ୍ଗୁଡ଼ି ମାରୁଛନ୍ତି ବୋଲି ସେ ପରିହାସ କରି କହିଛନ୍ତି। ଏ ସରକାର ଦୁର୍ନୀତି କରୁଥିବା ବ୍ୟକ୍ତିମାନଙ୍କୁ ନିଜ ବେକରେ ମାଳା କରି ପିନ୍ଧୁଛନ୍ତି । କାରଣ ଏମାନଙ୍କୁ କୋଟି କୋଟି ଟଙ୍କାର ଚାନ୍ଦାର ଆବଶ୍ୟକ‌ତା ଅଛି। ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ଏମାନଙ୍କ ଏଜେଣ୍ଡାରେ ନାହିଁ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ରାଜନୈତିକ ସଚିବ ସୁଧାଂଶୁ ଦେଓ ଉପସ୍ଥିତ ଥିଲେ ।

    Congress କଂଗ୍ରେସ ଦେବାଶିଷ ପଟ୍ଟନାୟକ ଦେବାଶିଷ ପଟ୍ଟନାୟକ କଂଗ୍ରେସ ପିସି ସରକାର ବୈକୁଣ୍ଠ ନାଥ ଷଡ଼ଙ୍ଗୀ ରଜନୀ ମହାନ୍ତି
    Share. Facebook Twitter LinkedIn Email WhatsApp Copy Link
    Previous Articleମୁଣ୍ଡଳୀସ୍ଥିତ ସିଆଇଏସଏଫ କେଆରଟିସିକୁ ସମ୍ମାନଜନକ ସିବିସି ମାନ୍ୟତା
    Next Article ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କ ଚରିତ୍ରରୁ ଶିଖନ୍ତୁ ଏହି ୫ ଟି ଜିନିଷ, ଆପଣଙ୍କୁ ମଧ୍ୟ କୁହାଯିବ ଆଦର୍ଶ ମଣିଷ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.