Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ପୂଣ୍ୟଶ୍ଳୋକା ଅହିଲ୍ୟାବାଈ ହୋଲକାରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
    ଆଜିର ଖବର

    ପୂଣ୍ୟଶ୍ଳୋକା ଅହିଲ୍ୟାବାଈ ହୋଲକାରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

    June 1, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ବର: ଅହିଲ୍ୟାବାଈ କେବଳ ଏକ ଶାସକ ନଥିଲେ, ସେ ଥିଲେ ଜଣେ ସମାଜ ସଂସ୍କାରକ। ତାଙ୍କ ଜୀବନ ଓ କାର୍ଯ୍ୟ ଆମ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ସେ ନାରୀ ଶକ୍ତି, ସୁଶାସନ ଓ ସମାଜ ସେବାର ଏକ ଅନନ୍ୟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ପୂଣ୍ୟଶ୍ଳୋକା ମହାରାଣୀ ଅହିଲ୍ୟାବାଈ ହୋଲକରଙ୍କ ୩୦୦ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ଅବସରରେ କହିଥିଲେ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଅହିଲ୍ୟାବାଈ ହୋଲକାର୍ ଥିଲେ ଜଣେ ଏପରି ନାରୀ, ଯିଏ ନିଜର ନ୍ୟାୟନିଷ୍ଠା, ସାହସ, ଓ ପ୍ରଜା ପ୍ରତି ଅନୁପମ ସମର୍ପଣ ଦ୍ୱାରା ଭାରତୀୟ ଇତିହାସରେ ଅମର ହୋଇ ରହିଛନ୍ତି। ତାଙ୍କ ଜୀବନ ଆମ ପାଇଁ ଏକ ପ୍ରେରଣାର ଉତ୍ସ, ଯାହା ଆଜିର ଓଡ଼ିଶାରେ ମଧ୍ୟ ଆମକୁ ସୁଶାସନ ଓ ସମାଜ କଲ୍ୟାଣର ପଥ ଦେଖାଇଥାଏ। ଅହିଲ୍ୟାବାଈଙ୍କ ଜୀବନ ଆମ ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ପ୍ରେରଣା। ଆମ ରାଜ୍ୟରେ ମଧ୍ୟ ନାରୀ ଶକ୍ତିର ଅନେକ ଉଦାହରଣ ରହିଛି। ଅହିଲ୍ୟାବାଈଙ୍କ ପରି ଆମେ ମଧ୍ୟ ଆମର ସମାଜରେ ନ୍ୟାୟ, ଶିକ୍ଷା, ଓ ସମାନତାକୁ ପ୍ରୋତ୍ସାହନ ଦେବା ଆବଶ୍ୟକ।

    ଆମ ରାଜ୍ୟ ସରକାର ମଧ୍ୟ ମାଆ ମାନଙ୍କ ସଶକ୍ତିକରଣ ପାଇଁ ସୁଭଦ୍ରା ଯୋଜନା ଭଳି ଏକ ଯୁଗାନ୍ତକାରୀ ଯୋଜନାର ରୂପାୟନ କରିଛନ୍ତି । ଯାହା ମହିଳା ମାନଙ୍କୁ, ଆର୍ଥିକ, ସାମାଜିକ ଓ ଆତ୍ମନିର୍ଭରଶୀଳ ହୋଇ ପ୍ରଗତି ପଥରେ ଆଗେଇବା ପାଇଁ ସହଯୋଗ କରୁଛି । ଏବେ ଯଦି ଆମେ ବର୍ତ୍ତମାନର ଶାସନ ବ୍ୟବସ୍ଥା ଦିଗକୁ ଦେଖିବାକୁ ଯାଉ, ତେବେ ଆମେ ଦେଖୁଛୁ ଯେ ଅନେକ ରାଜ୍ୟ ସରକାର ଅହିଲ୍ୟାବାଇଙ୍କ ଆଦର୍ଶରୁ ପ୍ରେରଣା ନେଇଛନ୍ତି। ଆଜିର ସରକାର ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟରେ ଯେଉଁପରି ଗୁରୁତ୍ୱ ଦେଉଛନ୍ତି, ତାହା ଅହଲ୍ୟାବାଇଙ୍କ ଦୃଷ୍ଟିଭଙ୍ଗୀ ସହିତ ସମନ୍ୱୟ ରଖେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ସେ କହିଥିଲେ ଯେ, ଅହିଲ୍ୟାବାଇଙ୍କ ଜୀବନରୁ ପ୍ରେରଣା ନେଇ ଆମେ ଆମର ସମାଜକୁ ଆହୁରି ସୁଦୃଢ଼ ଓ ସମୃଦ୍ଧ କରିବା ପାଇଁ ପ୍ରତିଜ୍ଞାବଦ୍ଧ। ଆଜି ଯେତେବେଳେ ଦେଶ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି, ପୁନର୍ବାର ଦେଶର ନାରୀଶକ୍ତି ଏ ଲଢେଇର ନେତୃତ୍ଵ ନେଇଛନ୍ତି। ଦୁଇ ଦିନ ତଳେ ରକ୍ଷାମନ୍ତ୍ରୀ ମାନନୀୟ ରଜନାଥ ସିଂ ଜୀ ଦେଶବାସୀଙ୍କୁ ଜଣାଇ ଥିଲେ କିପରି ନାରୀଶକ୍ତି ଅପରେସନ ସିନ୍ଦୁରର ଗୁରୁଦାୟିତ୍ଵ ସମ୍ଭାଳି ଥିଲେ।

    ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ ଅପରେସନ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନର ‘ନାମ’ ନୁହେଁ। ଏହା ହେଉଛି ନାରୀଶକ୍ତିର ପ୍ରତୀକ। କିଛି ଦିନ ତଳେ ଓଡିଶାର ଗଣପର୍ବ ‘ସାବିତ୍ରୀ ଓଷା’ ପାଳିତ ହୋଇଥିଲା। ସିନ୍ଦୁର ପାଇଁ ସତୀ ସାବିତ୍ରୀ ମୃତ୍ୟୁର ଦେବତା ଯମରାଜଙ୍କ ସହିତ ଲଢେଇ କରିଥିଲେ। ଆଜି ସେହି ସିନ୍ଦୁରର ମାନ ମର୍ଯ୍ୟାଦା ରଖିବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ବଜ୍ର ଶପଥ ନେଇଛନ୍ତି । ଯେଇ ବି ଏ ଦେଶର ନାରୀଙ୍କ ସିନ୍ଦୁରକୁ ଆଡ ଆଖିରେ ଦେଖିବ, ତାର ଯମରାଜ ସହିତ ନିଶ୍ଚିତ ଭାବେ ଭେଟଘାଟ ହେବ। ଏହା ମାନନୀୟ ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି। ଆଜି ଏ ଦେଶ ସୁରକ୍ଷିତ ହାତରେ ଅଛି, ‘India is in Safe Hands’। ଆଜି ସାରା ଦେଶରେ ଗୁଞ୍ଜରିତ ହେଉଛି, ‘ମୋଦୀ ହୈ ତୋ, ହମ ସୁରକ୍ଷିତ ହୈ।‘

    କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଅହିଲ୍ୟାବାଈ ହୋଲକରଙ୍କୁ ନ୍ୟାୟନିଷ୍ଠା, ସାହସିକତାର ପ୍ରତୀକ ବୋଲି କହିବା ସହିତ, ଅହିଲ୍ୟାବାଈଙ୍କ ଜୀବନ ସମସ୍ତଙ୍କ ପାଇଁ ଏକ ପ୍ରେରଣାର ଉତ୍ସବୋଲି କହିଥିଲେ।

    ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ, ଅହିଲ୍ୟାବାଈଙ୍କ ଆଦର୍ଶକୁ ଅନୁସରଣ କରି ଆମେ ଓଡ଼ିଶାରେ ସୁଶାସନ, ଶିକ୍ଷା, ଓ ମହିଳା ସଶକ୍ତିକରଣରେ ନୂତନ ଦିଗନ୍ତ ସୃଷ୍ଟି କରିପାରିବା।

    ଭାଷା, ସାହିତ୍ୟ, ସଂସ୍କୃତି ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଅହିଲ୍ୟାବାଈଙ୍କୁ ଆଜିର ସମାଜ ପାଇଁ ଆଲୋକ ବର୍ତ୍ତିକା ବୋଲି କହିଥିଲେ ଏବଂ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀମତୀ ସରୋଜ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

    ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ମାନେ ଅହିଲ୍ୟାବାଈଙ୍କ ଜୀବନି ଉପରେ ଆଧାରିତ ଏକ ଓଡ଼ିଆ ପୁସ୍ତକ “କର୍ମଯୋଗିନୀ ପୂଣ୍ୟଶ୍ଳୋକା ଅହିଲ୍ୟାବାଇ ହୋଲକାର” ଉନ୍ମୋଚନ କରିଥିଲେ।

    ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ଡ. କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ଶ୍ରୀମତୀ ପ୍ରଜ୍ଞାପ୍ରିୟଦର୍ଶିନୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

    ଅହିଲ୍ୟାବାଈ ହୋଲକାର ମୋହନ ମାଝୀ
    Share. Facebook Twitter LinkedIn Email WhatsApp Copy Link
    Next Article ଆଜି ଜୁନ ୦୧ ତାରିଖ ରବିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ଯାନବାହନ ପ୍ରତି ରୁହନ୍ତୁ ସାବଧାନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.