Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ରଣପୁର ଏନଏସି ରେ ଦୁର୍ନୀତି ଅଭିଯୋଗ: ଧାରଣାରେ କାଉନସିଲର ଓ ଉପାଧ୍ୟାକ୍ଷ
    ଆଜିର ଖବର

    ରଣପୁର ଏନଏସି ରେ ଦୁର୍ନୀତି ଅଭିଯୋଗ: ଧାରଣାରେ କାଉନସିଲର ଓ ଉପାଧ୍ୟାକ୍ଷ

    June 3, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ରଣପୁର: ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନ୍ୟାୟ ଓ ଦୃନୀତି ଅଭିଯୋଗ କରି କିଛି କାଉନସିଲର ଓ ଉପାଧ୍ୟକ୍ଷ ସମେତ ତାଙ୍କର କିଛି ସମର୍ଥକ କାର୍ଯ୍ୟାଳୟ ସମୁଖରେ ଧାରଣା ଦେଇଥିଲେ। ଧାରଣା ର କିଛି ସମୟ ପରେ ନିର୍ବାହୀ ଅଧିକାରୀ କର୍ମଚାରୀ ମାନଙ୍କ ସହ ଧାରଣା ସ୍ଥଳକୁ ଯାଇ ପଚାରି ବୁଝିବା ସହ ସେମାନଙ୍କୁ ବୁଝାସୁଝା କରିଥିଲେ।

    ପରିଶେଷରେ ଜିଲ୍ଲା ପ୍ରଶାସନ ନିରପେକ୍ଷ ତଦନ୍ତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି। ଆକୁ ନେଇ ରଣପୁର ଏନଏ ସି ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।  ଉଭୟ କାଉନସିଲର ଅଧ୍ୟକ୍ଷା ଓ ଉପାଧ୍ୟାକ୍ଷା ସମସ୍ତେ ବିଜୁ ଜନତା ଦଳର ଅଟନ୍ତି।

    ଆନ୍ଦୋଳନ କାରୀ କାଉନସିଲର ମାନଙ୍କ ଅଭିଯୋଗ ଯେ, ରଣପୁର ଏନଏସି ପନ୍ଦର ଗୋଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ପନ୍ଦର ଜଣ କାଉନସିଲର ନିର୍ବାଚିତ ହୋଇଛନ୍ତି। କିନ୍ତୁ ଏନଏସି ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଚକ୍ରାନ୍ତ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଲୋଭିତ କରାଇ କାଉନସିଲରମାନଙ୍କୁ ଜାଣି ଶୁଣି ଅସହଯୋଗ କରିବା ସହିତ ବିନା ଟେଣ୍ଡରରେ କାର୍ଯ୍ୟ କରିବା ଜାଲ ଦସ୍ତଖତ କରାଇ ସଭା ବହି ପ୍ରସ୍ତୁତ କରିବା ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି କରି ଅନୁଦାନ ରାଶିକୁ ହଡପ କରୁଛନ୍ତି। କୃଷି, ମତ୍ସ୍ୟ ଆଦିରୁ ସବସିଡି ଅର୍ଥ ହଡପ କରୁଥିବା ଅଭିଯୋଗ ଆଣିଥିଲେ। ପରିଷଦର ବିନାନୁମୋଦନ ରେ ଟେଣ୍ଡର ନକରାଇ ସ୍ପିଟପରେ କାର୍ଯ୍ୟଦେଶ ଦେଇ ଟଙ୍କା ହଡପକରୁଥିବା ଅଭିଯୋଗ ଆଣିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦର କୋୖଣସି ଷ୍ଟାଣ୍ଡିଙ୍ଗ କମିଟି ଗଠନ କରାନଯାଇ ମନ ଇଚ୍ଛା ବିଭିନ୍ନ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିଚାଲିଥିବା ଅଭିଯୋଗ ଆଣିଥିଲେ।

    ଏହିସବୁ ଦାବି ଉଲେଖ କରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହିତ ସୋମବାର ସକାଳ ସାତ ଟାରେ ବିଜ୍ଞାପିତ ଅଫିସ ସମ୍ମୁଖରେ ଧାରଣାରେ ବସିବେ ବୋଲି ଜଣାଇଥିଲେ। ଧାରଣା ସମ୍ପର୍କରେ ଖବର ପାଇଁ ଅପରାହ୍ନ ୩ଟାରେ ଜିଲ୍ଲାମୁଖ୍ୟ ପ୍ରଶାସନିକ ଅଧିକାରୀ ପିଡି ଡୁଡ଼ା ଲଗ୍ନଜିତ ରାଉତ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ଧାରଣା ସ୍ଥଳରେ ପହଞ୍ଚି କାଉନସିଲର ଓ ଉପାଧ୍ୟକ୍ଷଙ୍କୁ ବୁଝାସୁଝା କରିବା ସହିତ ଆଗାମୀ ଦୁଇ ଦିନ ମଧ୍ୟରେ ତା ୫. ୦୬. ୨୦୨୫ରିଖରେ କମିଟି ଗଠନ କରି ନିରପେକ୍ଷ ତଦନ୍ତ କରାଯିବା ସହ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

    ରଣପୁର ଏନଏସି ଅଧ୍ୟକ୍ଷାଙ୍କୁ ଏସମ୍ପର୍କରେ ପଚରିବାରେ ଏସବୁ ଦୁର୍ନୀତି ଅଭିଯୋଗକୁ ଅମୂଳକ ଓ ଭିତ୍ତିହୀନ କହିବା ସହିତ ସମସ୍ତ ଅଭିଯୋଗର ନିରପେକ୍ଷ ତଦନ୍ତକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ ବୋଲି ମତ ରଖିଥିଲେ।

    ଦୁର୍ନୀତି ଅଭିଯୋଗ ନିରପେକ୍ଷ ତଦନ୍ତ ଦାବି ରଣପୁର ଏନଏସି
    Share. Facebook Twitter LinkedIn Email WhatsApp Copy Link
    Previous Articleରାଶିଫଳ: ଆଜି ଜୁନ ୩ ତାରିଖ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର
    Next Article ବିଶ୍ୱର ସର୍ବବୃହତ ସମବାୟ ଖାଦ୍ୟଶସ୍ୟ ସଂରକ୍ଷଣ ଯୋଜନାର ସମୀକ୍ଷା କଲେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.