Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସରକାର ରଖିବେ ତୀକ୍ଷ୍ଣ ନଜର
    ଜାତୀୟ ଖବର

    ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସରକାର ରଖିବେ ତୀକ୍ଷ୍ଣ ନଜର

    June 3, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟ ଏବଂ  ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ସରକାର ରଖିବେ ତୀକ୍ଷ୍ଣ ନଜର

    ଭୁବନେଶ୍ୱର: ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ପାଣ୍ଠିର ଉପଯୋଗରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଏବଂ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ  ସମବର୍ତ୍ତୀ ସମୀକ୍ଷା ତଥା ମୂଲ୍ୟାୟନ (କନକରେଣ୍ଟ ଇଭାଲୁଏସନ) ସଂପର୍କିତ ଏକ ପ୍ରାରମ୍ଭିକ କର୍ମଶାଳା ( ଇନସେପ୍ସନ ଓ୍ୱାର୍କସପ୍) ଆଜି ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଛି ।

    ବୈଠକରେ ଆଭାସୀ ମାଧ୍ୟମରେ ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ାର ଜିଲ୍ଲାପାଳମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ଲୋକସେବା ଭବନରେ ଯୋଜନା ଓ ସଂଯୋଜନ, ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଓ ସଂପୃକ୍ତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ତଥା ବରିଷ୍ଠ ପଦାଧିକାରୀଙ୍କ ସମେତ ଆନ୍ତର୍ଜାତୀୟ ସ୍ତରର  ମୂଲ୍ୟାୟନ ଦକ୍ଷତା ରଖୁଥିବା “ଗାଣ୍ଟ ଥର୍ଣ୍ଣଟନ” ସଂସ୍ଥାର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ ।

    ଏହି ମୂଲ୍ୟାୟନ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଏବଂ ‘ଜିଲ୍ଲା ଖଣିଜ ପାଣ୍ଠି’ ଓଡ଼ିଶା ନିୟମରେ ରହିଥିବା ପ୍ରତିବିଧାନକୁ ସମ୍ବନ୍ଧିତ କରି ଖଣିଜ ଉତ୍ତୋଳନ ଦ୍ୱାରା ପ୍ରଭାବିତ ହୋଇଥିବା ଅଂଚଳରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଲ୍ୟାଣକାରୀ ଆଭିମୁଖ୍ୟକୁ ମୂଲ୍ୟାୟନ କରିବ ।

    କର୍ମଶାଳାରେ ଜିଲ୍ଲା ଖଣିଜ ପାଣ୍ଠିର ଉପଯୋଗ ଓ ପରିଚାଳନା ବ୍ୟବସ୍ଥା, ପ୍ରକଳ୍ପ ଲକ୍ଷ୍ୟ ସାଧନରେ ସଫଳତା, ପ୍ରକଳ୍ପ କିପରି ହିତାଧିକାରୀମାନଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଛି, ତାହାକୁ କିପରି ମୂଲ୍ୟାୟନ କରାଯିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ।

    ଏହି ମୂଲ୍ୟାୟନ  ପ୍ରକଳ୍ପ କାର୍ଯ୍ୟକାରିତାରେ  ସମସ୍ତ ଅଂଶୀଦାରୀ ବିଭାଗ ତଥା ସଂସ୍ଥାମାନଙ୍କୁ ଭବିଷ୍ୟତରେ ଯୋଜନା ପ୍ରସ୍ତୁତିରେ ସହାୟକ ହେବ । ପ୍ରକଳ୍ପ କାର୍ଯ୍ୟକାରିତାରେ କି କି ସମସ୍ୟା ରହୁଛି, ସେହିସବୁ ଆହ୍ୱାନକୁ ଚିହ୍ନଟ କରିବାରେ ସହାୟତା କରିବ । ଚୟନ କରାଯାଇଥିବା ପ୍ରକଳ୍ପରେ କାର୍ଯ୍ୟକ୍ରମ ପରିଚାଳନା ବିଶ୍ଲେଷଣ କରାଯିବ । ଖଣିଜ ଉତ୍ତୋଳନ ଦ୍ୱାରା ପ୍ରଭାବିତ ହେଉଥିବା ଗ୍ରାମର ଲୋକମାନଙ୍କର ନିରନ୍ତରତା ଭିତ୍ତିରେ କିପରି ସାମାଜିକ ଅର୍ଥନୈତିକ ବିକାଶ ଘଟିବ,ଏ ସଂପର୍କରେ ସଂପୃକ୍ତ ସଂସ୍ଥା ପ୍ରକଳ୍ପ କାର୍ଯ୍ୟକାରିତାରେ ସରକାରଙ୍କୁ ପରାମର୍ଶ ଓ ମୂଲ୍ୟାୟନରେ ସହାୟତା କରିବ ।

    ବୈଠକରେ  ଏହି ମୂଲ୍ୟାୟନ  ଅଧ୍ୟୟନର ସାମଗ୍ରିକ ଢ଼ାଞ୍ଚା ବା ପଦ୍ଧତି,  ବର୍ତ୍ତମାନ ସୁଦ୍ଧା  ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ପ୍ରଶ୍ନୋତ୍ତର କୌଶଳ ଜରିଆରେ  ସୂଚନା ପ୍ରାପ୍ତି,  ସମୟସୀମା ମଧ୍ୟରେ ପ୍ରକଳ୍ପ ଶେଷ କରାଯିବା ଏବଂ  ଜିଲ୍ଲାପାଳମାନଙ୍କ ଠାରୁ ଏଥି ପାଇଁ କି କି ସହଯୋଗର ଆବଶ୍ୟକତା ରହିଛି, ସେ ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନା କରାଯାଇଥିଲା ଓ ଜିଲ୍ଲାପାଳମାନେ ଏ ସଂପର୍କରେ ମତ ରଖିଥିଲେ ।

    ଏହି ମୂଲ୍ୟାୟନରେ ଅଂଚଳରେ  ଗୁଣାତ୍ମକ  ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା, ଗୁଣାତ୍ମକ ଶିକ୍ଷା, ପିଇବା ପାଣିର ଉପଲବ୍ଧତା, ରାସ୍ତା ଓ ଗମନାଗମନ, ଜଳ ଓ ପରିମଳ ବ୍ୟବସ୍ଥା, ଗୃହ ନିର୍ମାଣ ଓ ଭିତ୍ତିଭୂମି ବ୍ୟବସ୍ଥା, ଜୀବିକା ନିର୍ବାହ, ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ, ପରିବେଶ ପ୍ରଭାବ ଜନିତ କାର୍ଯ୍ୟକ୍ରମରେ ଏହି ସଂସ୍ଥା ଅନୁସନ୍ଧାନ ଓ ସର୍ବେକ୍ଷଣ କରିବ ବୋଲି ବୈଠକରୁ ଜଣାଯାଇଛି । ଆଗାମୀ ସେପ୍ଟେମ୍ବର ମାସ  ସୁଦ୍ଧା ଏହି ମୂଲ୍ୟାୟନ କାର୍ଯ୍ୟ ସାରିବାକୁ ପରାମର୍ଶ ଦିଆଯାଇଛି ।

    ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ  ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶକ୍ତି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ  କରିବାକୁ ପରାମର୍ଶ ଦିଆଯାଇଛି ।

    DMF ଜିଲ୍ଲା ଖଣିଜ ପାଣ୍ଠି ଜିଲ୍ଲା ଖଣିଜ ଫଣ୍ଡ
    Share. Facebook Twitter LinkedIn Email WhatsApp Copy Link
    Previous Articleପୁରୀରୁ ଦେଶର ପ୍ରମୁଖ ଧାର୍ମିକ ସ୍ଥଳକୁ ଗଡିବ ଭଲବୋ ବସ୍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଜାଣନ୍ତୁ ସମୟ ସାରଣୀ
    Next Article ଇଲେକ୍ଟ୍ରିକ୍ ଯାତ୍ରୀବାହୀ କାର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ଲାଗି ସରକାରଙ୍କ ନିର୍ଦ୍ଦେଶାବଳୀ ଜାରି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.