Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ସରକାର ଚଳିତ ବର୍ଷ କରିବେ ୭.୫ କୋଟି ବୃକ୍ଷ ରୋପଣ 
    ଜାତୀୟ ଖବର

    ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ସରକାର ଚଳିତ ବର୍ଷ କରିବେ ୭.୫ କୋଟି ବୃକ୍ଷ ରୋପଣ 

    June 5, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link
    ପରିବେଶ ଦିବସ
    ପରିବେଶ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ସରକାର ଚଳିତ ବର୍ଷ କରିବେ ୭.୫ କୋଟି ବୃକ୍ଷ ରୋପଣ 

    ଭୁବନେଶ୍ବର: ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି ।

    ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ପ୍ରଦୂଷିତ ପୃଥ‌ବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି। ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହେଇପାରିବ ।

    ଆଜି କାଲି ଆମ ଜୀବନରେ ପ୍ଲାଷ୍ଟିକ ଅପରିହାର୍ଯ୍ୟ ହୋଇ ସାରିଛି, ବିଶେଷ ଭାବେ single-use plastic। ଆଜି ପ୍ଲାଷ୍ଟିକର ଅଧିକ ବ୍ୟବହାର ତିନିଗୋଟି ସମସ୍ୟା ଭାବେ ଉଭା ହୋଇଛି, ଜଳବାୟୁ ପରିବର୍ତ୍ତନ, ପ୍ରକୃତିର ଜଳ, ସ୍ଥଳ ଏବଂ ଜୈବ ବିବିଧତାରେ କ୍ଷୟ ଏବଂ ପ୍ରଦୂଷଣ ଓ ଆବର୍ଜନାର ସମସ୍ୟା। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ବର୍ଜନ ଏକ ଗଣ ଆନ୍ଦୋଳନ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

    ଆମ ସରକାର ମଧ୍ୟ State Clean Air Programme ଆରମ୍ଭ କରିଛନ୍ତି । ଏହା ଜନସଂଖ୍ୟା ବହୁଳ ସହରାଞ୍ଚଳ ମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା କମାଇବ ଏବଂ ବାୟୁମଣ୍ଡଳରେ Air Quality ବୃଦ୍ଧି ଘଟିବ। ସେଥିପାଇଁ State Pollution Control Board ମଧ୍ୟ ତତ୍ପର ଅଛି। ଆମ ସରକାର ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି। ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ଏହା ପ୍ରଥମେ ନିଜ ଓ ନିଜ ପରିବାରଠାରୁ ଆରମ୍ଭ ହେବା ଆବଶ୍ୟକ। ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ସାଢେ 6 କୋଟି ରୁ ଉର୍ଦ୍ଧ୍ୱ ଗଛ ଲଗାଇ ଏହି ଅଭିଯାନକୁ ସଫଳ କରିଛନ୍ତି ବୋଲି ସେ କହିଥିଲେ।

    ସେ ପୁଣି କହିଥିଲେଯେ, ଆମ ସରକାର ଆସିବା ପରେ ଜଙ୍ଗଲ ଓ ବୃକ୍ଷ ଆବରଣରେ ପାଖାପାଖି ୫୬୦ ବର୍ଗ କିଲୋମିଟର ନେଟ୍ ବୃଦ୍ଧି ହୋଇଛି, ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ। ଜନସାଧାରଣ ଓ ଅନୁଷ୍ଠାନ ଗୁଡିକ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ୧୦୭ତମ ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି ଶିମିଳିପାଳ। ‘ଆମ ଶିମିଳିପାଳ’ ଯୋଜନା ମାଧ୍ୟମରେ ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂରକ୍ଷଣ ଓ ସୁରକ୍ଷା ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂତନ ପ୍ରୟାସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।

    ପରିଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପରିବେଶ ସୁରକ୍ଷା ତଥା ଏହାର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଭିନ୍ନ ଜିଲ୍ଲାର ୧୮୫ ପ୍ରକୃତି ମିତ୍ର ଏବଂ ୨୧୧ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ତଥା ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଉଛି । ମୋର ଦୃଢ ବିଶ୍ବାସ ସେମାନଙ୍କର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। “Ending Plastic Pollution” ଉପରେ ରାଜ୍ୟସ୍ତରର ଇକୋ-ମଡେଲ ପ୍ରଦର୍ଶନୀର ସମସ୍ତ ଅଂଶଗ୍ରହଣକାରୀ ଓ ବିଜେତା ମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଓଡିଶାରୁ ସର୍ବଶ୍ରେଷ୍ଠ ଇକୋ କ୍ଲବ ପୁରସ୍କାର ବିଜେତା ବିଦ୍ୟାଳୟ ତଥା ଶିକ୍ଷକ ମାନଙ୍କୁ ତାଙ୍କର ନିଷ୍ଠା ଏବଂ ପ୍ରତିବନ୍ଧତା ପାଇଁ ଶୁଭେଚ୍ଛା ଜଣାଉଛି । ସେହିପରି ବିଭିନ୍ନ ଶିଳ୍ପାନୁଷ୍ଠାନ ତଥା ପରିବେଶ ନିୟନ୍ତ୍ରଣ ବିଷୟରେ ସଂଶ୍ଲିଷ୍ଟ ବିଭିନ୍ନ ସଂସ୍ଥା ପ୍ରଦର୍ଶନୀ ମାଧ୍ୟମରେ ସଚେତନତା ସୃଷ୍ଟି କରିବାର ପ୍ରୟାସ କରିଛନ୍ତି, ସେମାନଙ୍କୁ ମୋର ଅଭିନନ୍ଦନ ।

    ପ୍ଲାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତ କରିବା ସହ ଆମ ନାଗରିକଙ୍କ ପାଇଁ ଏକ ସୁସ୍ଥ ଓ ସ୍ବଚ୍ଛ ପରିବେଶ ବଜାୟ ରଖିବା ପାଇଁ ଆଜି ଆମେ ସଂକଳ୍ପ ନେବା । ଏ ଦିଗରେ ଆପଣ ମାନଙ୍କ ଉଦ୍ୟମ, ମନୋବୃତ୍ତି ଓ ନିଷ୍ଠାପରତାକୁ କାମନା କରୁଛି । ଏକ ସୁସ୍ଥ ସମାଜ ପାଇଁ ଏକ ସୁସ୍ଥ ପରିବେଶ ଦରକାର ଏବଂ ପରିବେଶ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

    କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ‘ଏକ ପେଡ ମା କେ ନାମ’ କାର୍ଯ୍ୟକ୍ରମରେ କୃଷି ଶିକ୍ଷା ସଦନ ଠାରେ ପରୀକ୍ଷରୋପଣ କରିଥିଲେ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଶ ଦିବସ ଉପଲକ୍ଷେ ପ୍ରଦର୍ଶନୀ ବୁଲି ଦେଖି ଥିଲେ ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ କାରକମଳରେ State Pollution Control Board FAQs Book , Coastal heath Status Report, Study on Water Efficiency in Thermal Power Plant, Fluoride in Aluminum Smelters risk and Response, State Clean Air Programme-2025 ଉନ୍ମୋଚନ ହୋଇଥିଲା ।

    କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ, State Pollution Control Board ସଦସ୍ୟା ତଥା ସଚିବ ଶ୍ରୀମତୀ ଉମା ନାନ୍ଦୁରୀ ଧନ୍ୟବାଦ ଦେଇଥିଲେ। ଏହି ସମାରୋହରେ, ପି.ସି.ସି.ଏଫ୍ ଏବଂ ଏଚ୍.ଓ. ଏଫ୍.ଏଫ୍ , ଶ୍ରୀ ଏସ୍. ପନ୍ଥ, ବିଭାଗୀୟ ନିର୍ଦ୍ଦେଶକ, ଡ. କେ. ମୁରୁଗେସନ୍ ଙ୍କ ସହ ପରିବେଶବିତ ଓ ବୈଜ୍ଞାନିକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

    World Environment Day ପରିବେଶ ଦିବସ ବିଶ୍ୱ ପରିବେଶ ଦିବସ ମୋହନ ଚରଣ ମାଝୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଖୋଲିଲା ପିଓକେ କୁ ରାସ୍ତା!: ପାକିସ୍ତାନର ଏହି ବଡ଼ ଭୁଲ, ଭାରତ ପାଇଁ ଲାଭ
    Next Article ଇଣ୍ଡିଆ ମେଣ୍ଟର ଚିଠିରେ କାହିଁକି ଦସ୍ତଖତ କଲେ ନାହିଁ ଶରଦ ପାୱାର?: ସୁପ୍ରିୟା ସୁଲେ କଲେ ବଡ଼ ଖୁଲାସା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.