Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଜିପିଡିଆରଆର ୨୦୨୫ରେ ବିଶ୍ୱ ବିପର୍ଯ୍ୟୟ ପ୍ରଶମନ ଏବଂ ଜନସ୍ୱାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇଲା ଭାରତ
    ଅନ୍ତରାଷ୍ଟ୍ରୀୟ

    ଜିପିଡିଆରଆର ୨୦୨୫ରେ ବିଶ୍ୱ ବିପର୍ଯ୍ୟୟ ପ୍ରଶମନ ଏବଂ ଜନସ୍ୱାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇଲା ଭାରତ

    June 6, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଜେନେଭାଠାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବୈଶ୍ୱିକ ମଞ୍ଚ (ଜିପିଡିଆରଆର) ୨୦୨୫ ଅବସରରେ ଜି-20 ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) କାର୍ଯ୍ୟକାରୀ ଗୋଷ୍ଠୀ ଗୋଲଟେବୁଲ ବୈଠକରେ ଅଂଶଗ୍ରହଣ କରିଥିଲେ। ଆଲୋଚନା ସମୟରେ, ସେ ବିକାଶର ଆବଶ୍ୟକତା ସହିତ ଆର୍ଥିକ ସାମର୍ଥ୍ୟର ଲାଭ ଉଠାଇ ବୈଶ୍ୱିକ ବିପର୍ଯ୍ୟୟ ବିପଦ ହ୍ରାସ ପ୍ରୟାସକୁ ଆଗେଇ ନେବାରେ ଜି-20ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଅନ୍ତର୍ଜାତୀୟ ସହଯୋଗକୁ ସୁଦୃଢ଼ କରିବା ଏବଂ ବୈଶ୍ୱିକ ଆହ୍ୱାନଗୁଡ଼ିକ ବିରୋଧରେ ସାମୂହିକ ନମନୀୟତା ସୃଷ୍ଟି କରିବା ଲାଗି ଆହ୍ୱାନ କରିଥିଲେ।

    ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଡ. ମିଶ୍ର ନମନୀୟ ଭବିଷ୍ୟତ ପାଇଁ ଅନ୍ତର୍ଜାତୀୟ ଭାଗିଦାରୀର ସମ୍ପ୍ରସାରଣ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଆଫ୍ରିକୀୟ ସଂଘ (ଏୟୁ) କୁ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ (ସିଡିଆରଆଇ) ର ଏକ ନୂତନ ସଦସ୍ୟ ଭାବେ ଏୟୁ କମିଶନର ଶ୍ରୀ ମୋସେସ ଭିଲାକାଟି ଏବଂ ଫ୍ରାନ୍ସର ଓଏନୟୁ ଜେନେଭାର ସିଡିଆରଆଇ ସହ-ଅଧ୍ୟକ୍ଷ ପ୍ରତିନିଧିଙ୍କ ଉପସ୍ଥିତିରେ ସ୍ୱାଗତ କରିଥିଲେ। ଏହି ମାଇଲଖୁଣ୍ଟ ୨୦୨୩ରେ ଭାରତର ଅଧ୍ୟକ୍ଷତା ସମୟରେ ସ୍ଥାୟୀ ଜି-୨୦ ସଦସ୍ୟ ଭାବରେ ଏୟୁର ଐତିହାସିକ ଅନ୍ତର୍ଭୂକ୍ତିକରଣକୁ ଅନୁସରଣ କରିଥାଏ।

    ଡକ୍ଟର ମିଶ୍ର ଜେନେଭାରେ ଜିପିଡିଆରଆର ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଘେବ୍ରେୟସଙ୍କୁ ମଧ୍ୟ ଭେଟିଥିଲେ। ବୈଶ୍ୱିକ ଜନସ୍ୱାସ୍ଥ୍ୟ ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଭାରତର ସହଯୋଗ ବିଷୟରେ ସେମାନେ ଆଲୋଚନା କରିଥିଲେ। ଶ୍ରୀ ମିଶ୍ର ୨୦୨୫ ଡିସେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ବିଶ୍ୱ ପାରମ୍ପରିକ ଔଷଧ ସମ୍ମିଳନୀ ପାଇଁ ଭାରତର ସମର୍ଥନକୁ ଦୋହରାଇଥିଲେ ଏବଂ ଗୁଜରାଟର ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବିଶ୍ୱ ପାରମ୍ପରିକ ଔଷଧ କେନ୍ଦ୍ର ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

    ଜନସ୍ୱାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଜି 20 ଜିପିଡିଆରଆର ୨୦୨୫ ଡକ୍ଟର ପି.କେ.ମିଶ୍ର ଡବ୍ଲୁଏଚଓ ବିଶ୍ୱ ବିପର୍ଯ୍ୟୟ ପ୍ରଶମନ
    Share. Facebook Twitter LinkedIn Email WhatsApp Copy Link
    Previous Articleରଣପୁର ତାଲୁକ୍ ଲିଗାଲ ସର୍ଭିସ୍ କମିଟିର ବିଶ୍ୱ ପରିବେଶ ଦିବସ ପାଳିତ
    Next Article ମୁକ୍ତିଲାଭ କଲା ଚଳଚ୍ଚିତ୍ର “ଫାଷ୍ଟ ଲଭ୍”, ଏକ ନୂଆ ସ୍ୱାଦର ନିଆରା ପ୍ରେମ କାହାଣୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.