Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»“ବିକଶିତ ଭାରତ ୨୦୨୫ କୁଇଜ୍” ରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ: ୧ ଲକ୍ଷ ପର୍ଯ୍ୟନ୍ତ ନଗଦ ପୁରସ୍କାର
    ଆଜିର ଖବର

    “ବିକଶିତ ଭାରତ ୨୦୨୫ କୁଇଜ୍” ରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ: ୧ ଲକ୍ଷ ପର୍ଯ୍ୟନ୍ତ ନଗଦ ପୁରସ୍କାର

    June 7, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ମାଇଁଗଭ୍ ନାଗରିକମାନଙ୍କ ପାଇଁ ୧୧ ବର୍ଷର ପରିବର୍ତ୍ତନଶୀଳ ଶାସନ ଉତ୍ସବ ଏବଂ ‘ବିକଶିତ ଭାରତ’ ହେବା ଦିଗରେ ଭାରତର ଉଲ୍ଲେଖନୀୟ ଯାତ୍ରାର ଏକ ଅଂଶ ହେବା ପାଇଁ ଅନେକ ରୋମାଞ୍ଚକର ପ୍ରତିଯୋଗିତା ଏବଂ କାର୍ଯ୍ୟକଳାପ ଆରମ୍ଭ କରିଛି।

    ବିକଶିତ ଭାରତ ୨୦୨୫ କୁଇଜ୍

    ମାଇଁଗଭ୍ ଭାରତର ନାଗରିକମାନଙ୍କୁ “ବିକଶିତ ଭାରତ ୨୦୨୫ କୁଇଜ୍” ରେ ଅଂଶଗ୍ରହଣ କରିବାକୁ ଏବଂ ଭାରତର ବିକାଶ ଯାତ୍ରା ବିଷୟରେ ସେମାନଙ୍କର ଜ୍ଞାନ ପରୀକ୍ଷା କରିବାକୁ ଆମନ୍ତ୍ରଣ କରିଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରିବା, ସାମୂହିକ ସଫଳତାକୁ ପାଳନ କରିବା ଏବଂ ରାଷ୍ଟ୍ରର ପ୍ରଗତିରେ ସକ୍ରିୟ ନାଗରିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା।

    ଅଂଶଗ୍ରହଣକାରୀମାନେ ଆକର୍ଷଣୀୟ ନଗଦ ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ : ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ପାଇଁ ୧,୦୦,୦୦୦ଟଙ୍କ, ଦ୍ୱିତୀୟଙ୍କ ପାଇଁ ୭୫,୦୦୦/- ଏବଂ ତୃତୀୟଙ୍କ ପାଇଁ ୫୦,୦୦୦/- । ଏହାବ୍ୟତୀତ, ପ୍ରତ୍ୟେକଙ୍କୁ ୨୦୦୦/- ଟଙ୍କାର ୧୦୦ଟି ସାନ୍ତ୍ବନାମୂଳକ ପୁରସ୍କାର ଏବଂ ୧୦୦୦/- ଟଙ୍କାର ୨୦୦ଟି ସାନ୍ତ୍ବନାମୂଳକ ପୁରସ୍କାର ପ୍ରଦାନ କରାଯିବ, ଏବଂ ସମସ୍ତଙ୍କ ପାଇଁ ଏକ ଡିଜିଟାଲ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ।

    ହର ଘର ସ୍ୱଦେଶୀ-ଏକ ରାଷ୍ଟ୍ର ଏକ ଆବେଗ ଫଟୋ କାହାଣୀ ପ୍ରତିଯୋଗିତା

    ନାଗରିକମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତାର ଭାବନାକୁ ଆହୁରି ସୁଦୃଢ଼ କରିବା ପାଇଁ ମାଇଁଗଭ୍ “ହର ଘର ସ୍ୱଦେଶୀ-ଏକ ରାଷ୍ଟ୍ର ଏକ ଆବେଗ ଫଟୋ କାହାଣୀ ପ୍ରତିଯୋଗିତା” ଆରମ୍ଭ କରିଛି। ନାଗରିକମାନଙ୍କୁ ଏକ ଫଟୋ ଏବଂ ସେମାନେ ପ୍ରତିଦିନ ବ୍ୟବହାର କରୁଥିବା ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦର ଏକ ୧୫୦-୨୦୦-ଶବ୍ଦ ପ୍ରେରଣାଦାୟୀ କାହାଣୀ ସେୟାର କରିବାକୁ ଉତ୍ସାହିତ କରାଯାଏ, ଯାହା ଏହାର ସ୍ୱତନ୍ତ୍ରତା ଏବଂ ସ୍ୱଦେଶୀ ଚୟନ କରିବାକୁ ସେମାନଙ୍କର ପ୍ରେରଣା ଉପରେ ଆଲୋକପାତ କରେ। ଏଗାର ଜଣ ଶ୍ରେଷ୍ଠ ବିଜେତାଙ୍କୁ ପୁରସ୍କାର ଆକାରରେ ପ୍ରତ୍ୟେକଙ୍କୁ ୧୧,୦୦୦ ଟଙ୍କାର ନଗଦ ରାଶି ପ୍ରଦାନ କରାଯିବ।
    ବଦଲତା ଭାରତ ମେରା ଅନୁଭବ-ମିନି ଭ୍ଲଗ୍ ପ୍ରତିଯୋଗିତା

    ଅନ୍ୟ ଏକ ରୋମାଞ୍ଚକର ପ୍ରତିଯୋଗିତା ହେଉଛି “ବଦଲତା ଭାରତ ମେରା ଅନୁଭବ-ମିନି ଭ୍ଲଗ୍ ପ୍ରତିଯୋଗିତା” ଯେଉଁଥିରେ ନାଗରିକମାନଙ୍କୁ ୨୦୧୪ ପରଠାରୁ ସେମାନଙ୍କ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ, ପ୍ରଭାବଶାଳୀ ପରିବର୍ତ୍ତନକୁ ବର୍ଣ୍ଣନା ଏବଂ ଦୃଶ୍ୟମାନ ଭାବରେ ଚିତ୍ରଣ କରୁଥିବା ୨ ମିନିଟର ଭ୍ଲଗ୍ ଦାଖଲ କରିବାକୁ ଆମନ୍ତ୍ରିତ କରାଯାଏ । ଏହି ଭ୍ଲଗଗୁଡ଼ିକ ୧୦୦-୧୫୦-ଶବ୍ଦର ବର୍ଣ୍ଣନା ସହିତ, ଭିତ୍ତିଭୂମି, ସାର୍ବଜନୀନ ସୁବିଧା କିମ୍ବା ଡିଜିଟାଲ୍ ପ୍ରଗତିରେ ଉନ୍ନତି ଉପରେ ଆଲୋକପାତ କରିବ। ଶ୍ରେଷ୍ଠ ୧୧ ଜଣ ବିଜେତାଙ୍କୁ ୧୧,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

    ଭାରତ କେ ବଢତେ କଦମ-ଏକ ଜନଭାଗୀଦାରୀ ଫଟୋ ପ୍ରତିଯୋଗିତା

    “ଭାରତ କେ ବଢତେ କଦମ-ଏକ ଜନଭାଗୀଦାରୀ ଫଟୋ ପ୍ରତିଯୋଗିତା” ଜାତୀୟ ପଦକ୍ଷେପରେ ଲୋକଙ୍କ ଅଂଶଗ୍ରହଣର ଭାବନାକୁ ଧରିବାକୁ ଚେଷ୍ଟା କରେ। ଅଂଶଗ୍ରହଣକାରୀମାନେ ଯେକୌଣସି ‘ଜନଭାଗୀଦାରୀ’ ପଦକ୍ଷେପ (ଉଦାହରଣ ସ୍ୱରୂପ, ସ୍ୱଚ୍ଛ ଭାରତ, ମିଶନ ଲାଇଫ୍) ରେ ସେମାନଙ୍କର ସମ୍ପୃକ୍ତିକୁ ପ୍ରଦର୍ଶିତ କରୁଥିବା ଏକ ଫଟୋ ଦାଖଲ କରିବା ଆବଶ୍ୟକ, ଯେଉଁଥିରେ ସେମାନଙ୍କର ଅଭିଜ୍ଞତାର ଏକ ୫୦-୧୦୦-ଶବ୍ଦ ମଧ୍ୟରେ ବର୍ଣ୍ଣନା ରହିବ। ୧୧ଜଣ ଶ୍ରେଷ୍ଠ ବିଜେତାଙ୍କୁ ପ୍ରତ୍ୟେକଙ୍କୁ ପୁରସ୍କାର ଆକାରରେ ୧୧,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

    “ଏକ ଭାରତ, ପ୍ରଗତିଶୀଳ ଭାରତ-ଭିଡିଓ କାହାଣୀ ପ୍ରତିଯୋଗିତା”

    ଏହି ଶୃଙ୍ଖଳାର ଅନ୍ୟ ଏକ ରୋମାଞ୍ଚକର କାର୍ଯ୍ୟକଳାପ ହେଉଛି “ଏକ ଭାରତ, ପ୍ରଗତିଶୀଳ ଭାରତ-ଭିଡିଓ କାହାଣୀ ପ୍ରତିଯୋଗିତା” ଯେଉଁଠାରେ ନାଗରିକମାନଙ୍କୁ ୧ ମିନିଟର ଏକ ଭିଡିଓ ତିଆରି କରିବାକୁ ନିମନ୍ତ୍ରଣ କରାଯାଇଛି ଯେଉଁଥିରେ ଜଣେ ହିତାଧିକାରୀଙ୍କୁ ବର୍ଣ୍ଣନା କରାଯିବ ଯେ ଏକ ନିର୍ଦ୍ଦିଷ୍ଟ ସରକାରୀ ଯୋଜନା କିପରି ସେମାନଙ୍କ ଜୀବନକୁ ସକରାତ୍ମକ ଭାବରେ ପ୍ରଭାବିତ କରିଛି, ସହଜ ଜୀବନଶୈଳୀ, ମର୍ଯ୍ୟାଦା, କିମ୍ବା ସଶକ୍ତିକରଣ ଆଣିଛି । ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ହେଉଛି ନୀତି ପରିବର୍ତ୍ତନ ପଛରେ ଥିବା ମାନବୀୟ କାହାଣୀ ଉପରେ ଆଲୋକପାତ କରିବା।

    ମାଇଁଗଭ୍ ବିଷୟରେ

    ମାଇଁଗଭ୍ ହେଉଛି ଏକ ନାଗରିକ ଯୋଗଦାନ ପ୍ଲାଟଫର୍ମ, ଯାହାର ଶୁଭାରମ୍ଭ ୨୦୧୪ ଜୁଲାଇ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କରିଥିଲେ। ଏହି ପଦକ୍ଷେପଗୁଡ଼ିକ ଗତ ୧୧ ବର୍ଷ ମଧ୍ୟରେ ଭାରତ ହାସଲ କରିଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ପାଳନ କରିବାରେ ଲୋକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ପାଇଁ ମାଇଁଗଭ୍ ର ପ୍ରତିବଦ୍ଧତାକୁ ଦର୍ଶାଉଛି।

    ମାଇଁଗଭ୍ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିବା ପାଇଁ ସଂକଳ୍ପବଦ୍ଧ, ଯାହା ନାଗରିକମାନଙ୍କୁ ଭାରତର ସାମାଜିକ ଏବଂ ଅର୍ଥନୈତିକ ପରିବର୍ତ୍ତନରେ ଯୋଗଦାନ କରୁଥିବା ବିଚାର ଏବଂ ମତ ବିନିମୟ ପାଇଁ ଏକ ଅନଲାଇନ୍ ଇଣ୍ଟରଫେସ୍ ସୁବିଧା ପ୍ରଦାନ କରିଥାଏ।

    ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ନଗଦ ପୁରସ୍କାର ବିକଶିତ ଭାରତ ୨୦୨୫ କୁଇଜ୍ ମାଇଁଗଭ୍
    Share. Facebook Twitter LinkedIn Email WhatsApp Copy Link
    Previous Articleଦେବସ୍ନାନ ପୂର୍ଣ୍ଣିମା, ରଥ ଯାତ୍ରା, ବାହୁଡା ଓ ସୁନାବେଶ କେବେ?: ସ୍ଥିର ହେଲା ନୀତି ନିର୍ଘଣ୍ଟ
    Next Article ଇଂଲଣ୍ଡ ଗସ୍ତର ପ୍ରଥମ ମ୍ୟାଚ୍‌ରେ ଶତକ ହାସଲ କଲେ କେଏଲ୍ ରାହୁଲ, ମିଳିଗଲା ରୋହିତ ଶର୍ମାଙ୍କ ବଦଳ ଖେଳାଳି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.