Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଉତ୍ତାପ ଜନିତ ବିପଦର ମୁକାବିଲା କରିବା ନିମନ୍ତେ ସୀମାପାର ସହଯୋଗ ପାଇଁ ଆହ୍ୱାନ ଦେଲେ ପି କେ ମିଶ୍ର
    ଅନ୍ତରାଷ୍ଟ୍ରୀୟ

    ଉତ୍ତାପ ଜନିତ ବିପଦର ମୁକାବିଲା କରିବା ନିମନ୍ତେ ସୀମାପାର ସହଯୋଗ ପାଇଁ ଆହ୍ୱାନ ଦେଲେ ପି କେ ମିଶ୍ର

    June 8, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି କେ ମିଶ୍ର, ଜାତିସଂଘ ମହାସଚିବଙ୍କ ଆହ୍ୱାନକୁ ପ୍ରତିଧ୍ୱନିତ କରିବାକୁ ଯାଇ ଅତ୍ୟଧିକ ଉତ୍ତାପକୁ ଏକ ବିଶ୍ୱ ସଙ୍କଟ ଭାବରେ ମୁକାବିଲା କରିବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜେନେଭାରେ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ଉପରେ ଅନୁଷ୍ଠିତ ସ୍ୱତନ୍ତ୍ର ଅଧିବେଶନ କାଳରେ ପ୍ରମୁଖ ଉଦବୋଧନ ଦେବା ଅବସରରେ ସେ ଉଲ୍ଲେଖ କରିଥିଲେ ଯେ, ବର୍ଦ୍ଧିତ ତାପମାତ୍ରା ଜନସ୍ୱାସ୍ଥ୍ୟ, ଅର୍ଥନୈତିକ ସ୍ଥିରତା ଏବଂ ପାରିବେଶିକ ନମନୀୟତା ପାଇଁ ଏକ ପଦ୍ଧତିଗତ ବିପଦ ସୃଷ୍ଟି କରୁଛି, ଏବଂ ଭାରତ ଆବଣ୍ଟିତ ଶିକ୍ଷା, ମାର୍ଗଦର୍ଶନ ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ ଅତ୍ୟଧିକ ଉତ୍ତାପ ଜନିତ ବିପଦ ପରିଚାଳନା ପାଇଁ ସାଧାରଣ ଢାଞ୍ଚାକୁ ଆଗକୁ ବଢ଼ାଇବା ନିମନ୍ତେ ୟୁଏନଡିଆରଆରର ପଦକ୍ଷେପକୁ ସ୍ୱାଗତ କରୁଛି।

    ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଅତ୍ୟଧିକ ଉତ୍ତାପ ଜନିତ ବିପଦର ପରିଚାଳନା ପାଇଁ ଏକ ସକ୍ରିୟ ଏବଂ ଭବିଷ୍ୟଦର୍ଶୀ – ଚିନ୍ତାଧାରା ସମ୍ପନ୍ନ ଆଭିମୁଖ୍ୟ ଗ୍ରହଣ କରିଛି। ସେ ସୂଚାଇଥିଲେ ଯେ , ଭାରତ ବିପର୍ଯ୍ୟୟ ପ୍ରତିକ୍ରିୟାଠାରୁ ଆଗକୁ ବଢ଼ି ସମନ୍ୱିତ ପ୍ରସ୍ତୁତି ଏବଂ ପ୍ରଶମନ ରଣନୀତି ଆଡ଼କୁ ଗତି କରିଛି। ୨୦୧୬ ମସିହାରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ୨୦୧୯ ମସିହାରେ ସଂଶୋଧିତ ଉତ୍ତାପ ଲହରୀ ପରିଚାଳନା ଉପରେ ବ୍ୟାପକ ଜାତୀୟ ନିର୍ଦ୍ଦେଶାବଳୀ ବିକଶିତ କରିଛି, ଯାହା ବିକେନ୍ଦ୍ରୀକୃତ ଉତ୍ତାପ କାର୍ଯ୍ୟ ଯୋଜନା (ଏଚଏପି) ପାଇଁ ମୂଳଦୁଆ ସ୍ଥାପନ କରିଥିଲା।

    ସେ ଏ କ୍ଷେତ୍ରରେ ଅହମ୍ମଦାବାଦ ଉତ୍ତାପ କାର୍ଯ୍ୟ ଯୋଜନାର ଅଗ୍ରଗଣ୍ୟତାକୁ ସ୍ୱୀକାର କରିଥିଲେ, ଯାହା କିପରି ପ୍ରାରମ୍ଭିକ ଚେତାବନୀ, ଆନ୍ତଃ – ଏଜେନ୍ସି ସମନ୍ୱୟ ଏବଂ ଜନଗୋଷ୍ଠୀଙ୍କ ନିକଟରେ ପହଞ୍ଚ ଏହି ବିପଦରୁ ଅନେକ ସଂଖ୍ୟକ ଜୀବନକୁ ରକ୍ଷା କରି ପାରିବ ତାହା ପ୍ରଦର୍ଶନ କରିଥିଲା।

    “୨୩ଟି ଉତ୍ତାପ – ପ୍ରବଣ ରାଜ୍ୟର ୨୫୦ରୁ ଅଧିକ ସହର ଏବଂ ଜିଲ୍ଲାରେ ଏନଡିଏମଏର ପରାମର୍ଶଦାତା, ବୈଷୟିକ ଏବଂ ସଂସ୍ଥାଗତ ବ୍ୟବସ୍ଥା ଦ୍ୱାରା ସମର୍ଥିତ କାର୍ଯ୍ୟକ୍ଷମ ଉତ୍ତାପ କାର୍ଯ୍ୟ ଯୋଜନା ରହିଛି’ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ସୁଦୃଢ଼ ନିରୀକ୍ଷଣ ବ୍ୟବସ୍ଥା, ହସ୍ପିଟାଲ ପ୍ରସ୍ତୁତି ଏବଂ ସଚେତନତା ଅଭିଯାନ ଦ୍ୱାରା ଉତ୍ତାପ ଲହରୀ – ସମ୍ବନ୍ଧିତ ମୃତ୍ୟୁହାର ଉଲ୍ଲେଖନୀୟ ଭାବରେ ହ୍ରାସ ପାଇଛି।

    ଡକ୍ଟର ମିଶ୍ର ଏ ବାବଦରେ ଭାରତର ଆଭିମୁଖ୍ୟ ସମ୍ପର୍କରେ ସମଗ୍ର ସରକାର ଏବଂ ସମଗ୍ର ସମାଜ, ସ୍ୱାସ୍ଥ୍ୟ, କୃଷି, ନଗର ଉନ୍ନୟନ, ଶ୍ରମ, ଶକ୍ତି, ଜଳ, ଶିକ୍ଷା ଏବଂ ଭିତ୍ତିଭୂମି ମନ୍ତ୍ରଣାଳୟଗୁଡ଼ିକୁ ସାମିଲ କରିବା ଉପରେ ଆଲୋକପାତ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଗବେଷଣା ଗୋଷ୍ଠୀ, ନାଗରିକ ସମାଜ ସଂଗଠନ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ସ୍ଥାନୀୟ ସରକାରଙ୍କୁ ଉତ୍ତାପ କାର୍ଯ୍ୟ ଯୋଜନାକୁ ଉନ୍ନତ କରିବା ନିମନ୍ତେ ସହାୟତା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

    “ଅତ୍ୟଧିକ ଉତ୍ତାପ ସମୁଦାୟଗୁଡ଼ିକୁ ଗଭୀର ଭାବରେ ପ୍ରଭାବିତ କରିଥାଏ ଏବଂ ଭାରତ ଏହାର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଏଥିରେ ପାରମ୍ପରିକ ଜ୍ଞାନ ଏବଂ ସ୍ଥାନୀୟ ଅଭିଜ୍ଞତାକୁ ସକ୍ରିୟ ଭାବରେ ସାମିଲ କରିଛି’ ବୋଲି ଡକ୍ଟର ମିଶ୍ର ଗୁରୁତ୍ୱରୋପ କରି କହିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ସ୍କୁଲଗୁଡ଼ିକ ଆଚରଣଗତ ପରିବର୍ତ୍ତନ ପାଇଁ ଉତପ୍ରେରକ ପାଲଟିଛନ୍ତି, ପିଲାମାନଙ୍କୁ ଜଳବାୟୁ ନମନୀୟତା ବିଷୟରେ ଶିକ୍ଷା ଦେଇଛନ୍ତି। ସେ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ତ୍ୱରିତ ଏବଂ ପ୍ରଭାବଶାଳୀ ଜରୁରୀକାଳୀନ ପ୍ରତିକ୍ରିୟାକୁ ସୁନିଶ୍ଚିତ କରିବା ପାଇଁ ହସ୍ପିଟାଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ନିଶ୍ଚତ ରୂପେ ସୁଦୃଢ଼ କରାଯିବା ଆବଶ୍ୟକ।

    ଭାରତର କେବଳ -ପ୍ରସ୍ତୁତି ପଦ୍ଧତିରୁ ଦୀର୍ଘକାଳୀନ ଉତ୍ତାପ ଲହରୀ ପ୍ରଶମନ ବ୍ୟବସ୍ଥାକୁ ପରିବର୍ତ୍ତନ, ଯେପରିକି ଶୀତଳ ଛାତ ପ୍ରଯୁକ୍ତି, ନିଷ୍କ୍ରିୟ ଶୀତଳନ କେନ୍ଦ୍ର, ସହରାଞ୍ଚଳ ସବୁଜୀକରଣ ଏବଂ ପାରମ୍ପରିକ ଜଳାଶୟର ପୁନରୁଦ୍ଧାର ଇତ୍ୟାଦି ସମ୍ପର୍କରେ ବିବରଣୀ ଦେଇ ଶ୍ରୀ ମିଶ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ଭାରତ ସହରାଞ୍ଚଳ ଉତ୍ତପ୍ତ ଦ୍ୱୀପ (ଅର୍ବାନ୍ ହିଟ୍ ଆଇଲ୍ୟାଣ୍ଡ – ୟୁଏଚଆଇ)ର ମୂଲ୍ୟାଙ୍କନକୁ ମଧ୍ୟ ସହରାଞ୍ଚଳ ଯୋଜନାରେ ସାମିଲ କରୁଛି।
    ଡକ୍ଟର ମିଶ୍ର ଏକ ପ୍ରମୁଖ ନୀତିଗତ ପରିବର୍ତ୍ତନ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ, ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ୍‌)ଗୁଡ଼ିକ ଏବେ ଉତ୍ତାପ ଲହରୀ ହ୍ରାସ ପାଇଁ ବ୍ୟବହାର କରାଯାଇ ପାରିବ, ଯାହା ସ୍ଥାନୀୟ ସରକାର, ଘରୋଇ କ୍ଷେତ୍ର ସଂସ୍ଥା, ଏନଜିଓ ଏବଂ ବ୍ୟକ୍ତିବିଶେଷଙ୍କୁ ନିବାରଣ ଏବଂ ପ୍ରଶମନ ପ୍ରକଳ୍ପଗୁଡ଼ିକୁ ସହଯୋଗାତ୍ମକ-ଅର୍ଥ ପ୍ରଦାନ କରିବାକୁ ଅନୁମତି ଦେଇଥାଏ, ଯାହା ଦ୍ୱାରା ମିଳିତ ଦାୟିତ୍ୱ ବହନ କରାଯାଇଥାଏ।

    ଡକ୍ଟର ମିଶ୍ର ଏ କ୍ଷେତ୍ରରେ ସମ୍ପାଦନ କରାଯିବାକୁ ବକେୟା ରହିଥିବା ପ୍ରମୁଖ ଆହ୍ୱାନଗୁଡ଼ିକୁ ସ୍ୱୀକାର କରିଛନ୍ତି ଏବଂ ପ୍ରାରମ୍ଭିକ ସତର୍କତା ପ୍ରଣାଳୀକୁ ଉନ୍ନତ କରିବା ପାଇଁ ବାସ୍ତବ – ସମୟ ତଥ୍ୟ ଉପରେ ଆଧାରିତ ଏକ ସ୍ଥାନୀୟ ଉତ୍ତାପ – ଆର୍ଦ୍ରତା ସୂଚକାଙ୍କ ବିକଶିତ କରିବା ଉପରେ ବିଶ୍ୱବ୍ୟାପୀ ଧ୍ୟାନ ଦେବାକୁ ଆହ୍ୱାନ କରିଛନ୍ତି, ଯେଉଁଗୁଡ଼ିକ ସୁଲଭ ଏବଂ ସଂସ୍କୃତି ଦୃଷ୍ଟିରୁ ଉପଯୁକ୍ତ ନିର୍ମାଣ ପ୍ରଯୁକ୍ତିବିଦ୍ୟା ଏବଂ ନିଷ୍କ୍ରିୟ ଶୀତଳନ ଉଦ୍ଭାବନକୁ ଆଗକୁ ବଢ଼ାଇବା ସହିତ ସମାନ ତାପଜନିତ ଚିନ୍ତାଗୁଡ଼ିକର ସମାଧାନ କରିବା ଭଳି ହୋଇଥିବ, କାରଣ ଅତ୍ୟଧିକ ତାପ ମହିଳା, ବାହାରେ କାମ କରୁଥିବା ଶ୍ରମିକ, ବୃଦ୍ଧ ଏବଂ ପିଲାମାନଙ୍କୁ ଅସମାନୁପାତୀ ଭାବରେ ପ୍ରଭାବିତ କରିଥାଏ।

    “ଉତ୍ତାପ ଲହରୀ ହେଉଛି ସୀମାପାର ଏବଂ ବ୍ୟବସ୍ଥାଗତ ବିପଦ, ବିଶେଷ କରି ଘନ ଜନବହୁଳ ସହରାଞ୍ଚଳଗୁଡ଼ିକ ପାଇଁ’ ବୋଲି ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରିଥିଲେ ଏବଂ ଆନ୍ତର୍ଜାତିକ ସମୁଦାୟକୁ ଉତ୍ତାପର ନମନୀୟତା ଉପରେ ପ୍ରଯୁକ୍ତି ଜନିତ ସହଯୋଗ ପ୍ରଦାନ, ତଥ୍ୟ ବଣ୍ଟନ ଏବଂ ମିଳିତ ଗବେଷଣା ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ। ସେ ସଂସ୍ଥାଗତ ଏବଂ ଆର୍ଥିକ ସହାୟତା ବ୍ୟବସ୍ଥା ସହିତ ସୁଲଭ ଜ୍ଞାନ, ଗବେଷଣା ଏବଂ ବ୍ୟବହାରିକ ସମାଧାନ ପ୍ରଦାନ କରିବା ପାଇଁ ଏକ ସାଧାରଣ ଢାଞ୍ଚା ପ୍ରସ୍ତୁତ କରିବା ଲାଗି ଆହ୍ୱାନ ଦେଇଥିଲେ।

    ଡକ୍ଟର ମିଶ୍ର ବିଶ୍ୱସ୍ତରୀୟ ଅଂଶୀଦାରମାନଙ୍କ ସହ ନିଜର ବିଶେଷଜ୍ଞତା, ବୈଷୟିକ କ୍ଷମତା ଏବଂ ସାଂଗଠନିକ ଶକ୍ତିକୁ ବାଣ୍ଟିବା ପାଇଁ ଭାରତର ପୂର୍ଣ୍ଣ ପ୍ରତିବଦ୍ଧତା ସମ୍ପର୍କରେ ଆଶ୍ୱସ୍ତ କରିଥିଲେ, ଯାହା ଦ୍ୱାରା ପ୍ରଚଣ୍ଡ ଗରମ ପ୍ରତି ଏକ ସ୍ଥିର, ସମନ୍ୱିତ ଏବଂ ସକ୍ରିୟ ବିଶ୍ୱସ୍ତରୀୟ ପ୍ରତିକ୍ରିୟା ସୁନିଶ୍ଚିତ ହୋଇ ପାରିବ।

    ****

    SSP

    ଅତ୍ୟଧିକ ଉତ୍ତାପ ଜନିତ ବିପଦ ଡକ୍ଟର ପି.କେ.ମିଶ୍ର ନରେନ୍ଦ୍ର ମୋଦୀ
    Share. Facebook Twitter LinkedIn Email WhatsApp Copy Link
    Previous Articleସୁନା ହେବ ସୁବର୍ଣ୍ଣପୁର ଜିଲ୍ଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
    Next Article କୃଷକଙ୍କ ଆୟ ବଢ଼ାଉଛି ନୂଆ ଭାରତର ନୂଆ ଯୋଜନା: ପ୍ରଧାନମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.