Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ମୋଦୀ ସରକାରଙ୍କ ଐତିହାସିକ ୧୧ ବର୍ଷ ହେଉଛି ସଂକଳ୍ପ, ସମର୍ପଣ ଏବଂ ଜନସେବା ପ୍ରତି ନିଷ୍ଠାର ଏକ ସୁବର୍ଣ୍ଣ ଯୁଗ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
    ଆଜିର ଖବର

    ମୋଦୀ ସରକାରଙ୍କ ଐତିହାସିକ ୧୧ ବର୍ଷ ହେଉଛି ସଂକଳ୍ପ, ସମର୍ପଣ ଏବଂ ଜନସେବା ପ୍ରତି ନିଷ୍ଠାର ଏକ ସୁବର୍ଣ୍ଣ ଯୁଗ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

    June 10, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ମୋଦୀ ସରକାରଙ୍କ ଐତିହାସିକ ୧୧ ବର୍ଷ ହେଉଛି ସଂକଳ୍ପ, ସମର୍ପଣ ଏବଂ ଜନସେବା ପ୍ରତି ନିଷ୍ଠାର ଏକ ସୁବର୍ଣ୍ଣ ଯୁଗ।

    ଅମିତ ଶାହ ‘ଏକ୍ସ “ରେ ଏକାଧିକ ପୋଷ୍ଟରେ କହିଛନ୍ତି ଯେ ସେବାର ଏହି ୧୧ ବର୍ଷ ମଧ୍ୟରେ ଦେଶ ଆର୍ଥିକ ପୁନରୁଦ୍ଧାର, ସାମାଜିକ ନ୍ୟାୟ, ସାଂସ୍କୃତିକ ଗୌରବ ଏବଂ ଜାତୀୟ ସୁରକ୍ଷାର ଏକ ନୂତନ ଯୁଗର ସାକ୍ଷୀ ହୋଇଛି। ମୋଦୀ ସରକାର ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ନେତୃତ୍ୱ ସ୍ପଷ୍ଟ, ସଂକଳ୍ପବଦ୍ଧ ଏବଂ ଜନସେବା ଉପରେ ଧ୍ୟାନ କେନ୍ଦ୍ରିତ କରିଥାଏ, ସେତେବେଳେ ସେବା, ସୁରକ୍ଷା ଏବଂ ସୁଶାସନ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ହାସଲ କରାଯାଇଥାଏ।

    କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ, ୨୦୧୪ରେ ଯେତେବେଳେ ମୋଦିଜୀ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ, ସେତେବେଳେ ଏକ ନୀତିଗତ ପକ୍ଷାଘାତ ହୋଇଥିଲା। କୌଣସି ସ୍ପଷ୍ଟ ନୀତି କିମ୍ବା ନେତୃତ୍ୱ ନଥିଲା, ଏବଂ ସରକାରରେ ଦୁର୍ନୀତି ଚରମ ସୀମାରେ ଥିଲା। ଅର୍ଥବ୍ୟବସ୍ଥା ଦୁର୍ବଳ ଥିଲା ଏବଂ ଶାସନ ବ୍ୟବସ୍ଥା ଦିଶାହୀନ ଥିଲା। ଏହି ୧୧ ବର୍ଷର ଜନସେବାରେ ‘ମିନିମମ୍‍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍‍ ଗଭର୍ଣ୍ଣାନ୍ସ’ ଦୃଷ୍ଟିକୋଣ ଦେଶର ବିକାଶର ଗତି ଏବଂ ଆକାର ଉଭୟରେ ପରିବର୍ତ୍ତନ ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ, ମହିଳା, ପଛୁଆ ବର୍ଗ, ଦଳିତ ଏବଂ ଅବହେଳିତ ବର୍ଗଙ୍କୁ ଶାସନର କେନ୍ଦ୍ରସ୍ଥଳକୁ ଆଣିଛନ୍ତି, ତୁଷ୍ଟିକରଣ ବଦଳରେ “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ” (ସମସ୍ତଙ୍କ ସହ ମିଶି, ସମସ୍ତଙ୍କ ପାଇଁ ବିକାଶ, ସମସ୍ତଙ୍କ ବିଶ୍ୱାସ ଏବଂ ସମସ୍ତଙ୍କ ପ୍ରୟାସ) ଉପରେ ଆଧାରିତ ଏକ କାର୍ଯ୍ୟ ସଂସ୍କୃତି ସୃଷ୍ଟି କରିଛନ୍ତି।

    ଅମିତ ଶାହ କହିଥିଲେ ଯେ ଏହି ୧୧ ବର୍ଷର ଜନସେବାରେ ଜାତୀୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି। ନକ୍ସଲବାଦ ଶେଷ ନିଶ୍ୱାସ ନେଉଛି, ଜାମ୍ମୁ-କାଶ୍ମୀର ଏବଂ ଉତ୍ତର-ପୂର୍ବରେ ଶାନ୍ତି ପ୍ରତିଷ୍ଠା ହୋଇଛି, ଏବଂ ଭାରତ ଏବେ ଆତଙ୍କବାଦୀ ଆକ୍ରମଣର ଜବାବ ସେମାନଙ୍କ ନିଜ ଅଞ୍ଚଳରେ ଆକ୍ରମଣ କରି ଦେଉଛି। ଏହା ମୋଦୀ ସରକାରଙ୍କ ଅଧୀନରେ ଭାରତ ପରିବର୍ତ୍ତିତ ଭାବମୂର୍ତ୍ତିକୁ ପ୍ରତିଫଳିତ କରୁଛି। ମୋଦୀ ୩.୦. ରେ ନୂତନ ଭାରତ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ଶକ୍ତି ମାଧ୍ୟମରେ ବିକାଶ ଏବଂ ଆତ୍ମନିର୍ଭରଶୀଳତା ଦିଗରେ ଦ୍ରୁତ ଗତିରେ ଆଗକୁ ବଢୁଛି । ନାଗରିକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏବଂ ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ଏକ ନମ୍ବର କରିବା ପାଇଁ ଏହି ଯାତ୍ରା ଜାରି ରହିବ।

    ଅମିତ ଶାହ ନରେନ୍ଦ୍ର ମୋଦୀ ମୋଦୀ ସରକାର
    Share. Facebook Twitter LinkedIn Email WhatsApp Copy Link
    Previous Articleଅନ୍ତ୍ୟୋଦୟ ଏବଂ ସର୍ବସ୍ପର୍ଶୀ ବିକାଶ ଦିଗରେ କାର୍ଯ୍ୟ କରୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର
    Next Article ମୋଦୀ ସରକାରଙ୍କ ଅଧିନରେ ସେବା, ସୁଶାସନ ଏବଂ କଲ୍ୟାଣର ୧୧ ବର୍ଷ ପାଳନ କଲା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.