Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ସ୍ନାନଯାତ୍ରାରେ ମୁକ୍ତିଲାଭ କଲା ନୂଆ ଭଜନ ‘ତୋ ପାଖେ ଯାଉ ଜୀବନ ସରି’
    ଆଜିର ଖବର

    ସ୍ନାନଯାତ୍ରାରେ ମୁକ୍ତିଲାଭ କଲା ନୂଆ ଭଜନ ‘ତୋ ପାଖେ ଯାଉ ଜୀବନ ସରି’

    June 11, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଅବସରରେ ‘ଶୋଭା ମ୍ୟୁଜିକ୍ ଓଡ଼ିଆ’ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ଜଗନ୍ନାଥ ଭଜନ ‘ତୋ ପାଖେ ଯାଉ ଜୀବନ ସରି’। ପୂର୍ବରୁ ସଙ୍ଗୀତପ୍ରେମୀଙ୍କୁ ଅନେକ ହିଟ୍ ଗୀତ ଭେଟି ଦେଇଥିବା ଲୋକପ୍ରିୟ ନିର୍ଦ୍ଦେଶକ ଅଭିଜିତ୍ ତ୍ରିପାଠୀ ଏହି ଭଜନଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। କାହାଣୀ ସହ ମ୍ୟୁଜିକ ଭିଡିଓଟିକୁ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର୍। ଗୀତିକାର କୃପାରାଣୀ ଧଳଙ୍କ ଲିଖିତ ଏହି ଗୀତଟିରେ କଣ୍ଠଦାନ କରିଛନ୍ତି ସୌରଭ ଭରଦ୍ୱାଜ। ମୁଖ୍ୟ ଚରିତ୍ରରେ ସୌଭାଗ୍ୟ ରଞ୍ଜନ ମିଶ୍ର ଅଭିନୟ କରିଥିବା ବେଳେ ସହକଳାକାର ଭାବେ ଅଭିନୟ କରିଛନ୍ତି ଶୁଭଶ୍ରୀ ଏବଂ ମାନସ।

    ଏହି ଭଜନଟିରେ ଏକ ସୁନ୍ଦର କାହାଣୀ ଉପସ୍ଥାପନା କରିଛନ୍ତି ନିର୍ଦ୍ଦେଶକ ସ୍ମୃତି ଆର୍। ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ବାପାର ଶେଷ ଇଚ୍ଛାକୁ ପୁଅ ପୂରଣ କରିବାକୁ ପ୍ରୟାସ କରୁଛି। ପୈତୃକ ଜମିଟିକୁ ଗ୍ରାମର ଜମିଦାର ଛଡାଇ ନେବାକୁ କୁଚକ୍ରାନ୍ତ କରୁଛି କିନ୍ତୁ ପୁଅ ବାପାକୁ ଦେଇଥିବା କଥା ପୂରଣ କରିବାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ମନ୍ଦିରଟିଏ ଗଢି ତୋଳିବାକୁ ପୁଅର ପ୍ରୟାସ ମଧ୍ୟ ଶେଷରେ ସମ୍ପୂର୍ଣ୍ଣ ହୋଇଛି। ପାଖରେ ଅର୍ଥ ଅଭାବ ଥିବା ବେଳେ ମଧ୍ୟ କାଳିଆ ଠାକୁର ସବୁବେଳେ କୃପା ବର୍ଷା କରୁଛନ୍ତି ଏହି ପରିବାର ଉପରେ। ଏପରି ଏକ ସୁନ୍ଦର କଥାବସ୍ତୁକୁ ନେଇ ନିର୍ମାଣ ହୋଇଛି ୮ ମିନିଟର ଏହି ଭକ୍ତିଭରା ଭଜନ ‘ତୋ ପାଖେ ଯାଉ ଜୀବନ ସରି’।

    ପବିତ୍ର ସ୍ନାନ ପୂର୍ଣ୍ଣମୀ ଅବସରରେ ମୁକ୍ତିଲାଭ କରିଥିବା ଏହି ଭଜନଟି ଲକ୍ଷ ଲକ୍ଷ ଜଗନ୍ନାଥପ୍ରେମୀଙ୍କୁ ହୃଦୟକୁ ନିଶ୍ଚେ ଛୁଇଁବ ବୋଲି ଆଶାବାଦୀ ଅଛନ୍ତି ‘ତୋ ପାଖେ ଯାଉ ଜୀବନ ସରି’ର ପ୍ରଯୋଜିକା ସ୍ୱପ୍ନାରାଣୀ। ଆଗକୁ ବାହୁଡାଯାତ୍ରା ଅବସରରେ ଗୀତଟିର ଷ୍ଟୁଡିଓ ଭର୍ସନ ମଧ୍ୟ ‘ଶୋଭା ମ୍ୟୁଜିକ୍ ଓଡ଼ିଆ’ ୟୁଟୁବ୍ ଚ୍ୟାନେଲରେ ଉପଲବ୍ଧ ହେବ। କେବଳ ସେତିକି ନୁହେଁ, ଏହା ପରେ ଆହୁରୀ ଅନେକ ଭିନ୍ନ ସ୍ୱାଦର ଗୀତ ଦର୍ଶକଙ୍କୁ ଉପହାର ଦେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ପୂରା ଟିମ୍।

    ଓଡ଼ିଆ ଭଜନ ତୋ ପାଖେ ଯାଉ ଜୀବନ ସରି ଦେବସ୍ନାନ ପୂର୍ଣ୍ଣମୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଜୁନ୍ ୯ ରେ ୨୪୧ ଗିଗାୱାଟ ସର୍ବାଧିକ ବିଦ୍ୟୁତ୍ ଚାହିଦା ସଫଳତାର ସହ ପୂରଣ କରିଛି ଭାରତ: ମନୋହର ଲାଲ
    Next Article ତନିଷ୍ଠା ଚାଟାର୍ଜୀଙ୍କ ଚତୁର୍ଥ ଷ୍ଟେଜ୍ ସ୍ତନ କର୍କଟ ରୋଗ, ଗତ ବର୍ଷ ବାପାଙ୍କୁ ହରାଇଥିଲେ ଏହି ଅଭିନେତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.