Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଆସନ୍ତାକାଲିଠାରୁ ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେବ ବିକାଶ ମେଳା-୨୦୨୫: ପଢନ୍ତୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମ
    ଆଜିର ଖବର

    ଆସନ୍ତାକାଲିଠାରୁ ଖୋର୍ଦ୍ଧା ଜିଲ୍ଲାରେ ଆୟୋଜିତ ହେବ ବିକାଶ ମେଳା-୨୦୨୫: ପଢନ୍ତୁ ସଂପୂର୍ଣ୍ଣ କାର୍ଯ୍ୟକ୍ରମ

    June 11, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା: ଓଡ଼ିଶା ସରକାରଙ୍କ ଏକବର୍ଷ ଶାସନ ପୂର୍ତ୍ତି ଉପଲକ୍ଷେ ଆସନ୍ତାକାଲି ଜୁନ ୧୨ ତାରିଖରୁ ଜୁନ ୨୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଦର ମହକୁମା ହାବେଳି ପଡ଼ିଆରେ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା-୨୦୨୫ ଅନୁଷ୍ଠିତ ହେବ। ଏହି ଜନଜାଗରଣ ତଥା ସଚେତନତା କାର୍ଯ୍ୟକ୍ରମ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ସହ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ମଧ୍ୟ ଅନୁଷ୍ଠିତ ହେବ। ଜୁନ ୧୨ ତାରିଖ ପୂର୍ବାହ୍ନ ୧୦ ଘଟିକା ମହାତ୍ମାଗାନ୍ଧୀ ମାର୍ଗ, ଖାରବେଳ ନଗର, ଭୁବନେଶ୍ୱର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିକାଶ ବାହନ ଗୁଡ଼ିକର ଶୁଭାରମ୍ଭ ହେବ। ପରୋକାନ୍ତେ ଅପରାହ୍ନ ୫ ଘଟିକା ସମୟରେ ଖୋର୍ଦ୍ଧା ହାବେଲୀ ପଡ଼ିଆରେ ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ମେଳାର ଶୁଭ ଉଦ୍ଘାଟନ, ଯୋଗ୍ୟ ହିତାଧିକାରୀଙ୍କୁ ପେନସନ କାର୍ଡ, ଶ୍ରମ କାର୍ଡ, ରାସନ କାର୍ଡ ବଣ୍ଟନ ହେବ।

    ଜୁନ ୧୩ ତାରିଖରେ ଅପରାହ୍ନ ୪ ଘଟିକା ସମୟରେ ହାବେଳୀ ପଡିଆଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ମହିଳା ପ୍ରତିଯୋଗୀ ଓ ଉତ୍କୃଷ୍ଟ ଗୋଷ୍ଠୀ ମାନଙ୍କୁ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଜୁନ ୧୪,୧୫ ଏବଂ ୧୬ ତାରିଖ ରେ ଓଡ଼ିଶାର ପାରମ୍ପାରିକ ରଜ ପର୍ବ ପଡୁଥିବାରୁ, ଉକ୍ତ ଦିନ ମାନଙ୍କରେ ସକାଳ ୧୧ ଘଟିକା ସମୟରେ ରଜପର୍ବ ପାଳନ ଏବଂ ଅପରାହ୍ନ ୪ ଘଟିକାରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶନ ଓ ସନ୍ଧ୍ୟା ୬ ଘଟିକା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

    ଜୁନ ୧୭ ତାରିଖରେ ୧୧ ଘଟିକା ସମୟରେ ଭୁବନେଶ୍ୱରଠାରେ ବିକଶିତ ଖୋର୍ଦ୍ଧା ବିକଶିତ ଓଡ଼ିଶା ଉପରେ ବୌଦ୍ଧିକ ଆଲୋଚନା, ଅପରାହ୍ନ ୪ଘଟିକା ସମୟରେ ହାବେଳି ପଡିଆ, ଖୋର୍ଦ୍ଧାଠାରେ ଉତ୍କୃଷ୍ଟ କୃଷକ ମାନଙ୍କୁ ସମ୍ବର୍ଦ୍ଧନା, କୃଷିବିଭାଗ ଅଧିନସ୍ଥ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ ଏବଂ ସନ୍ଧ୍ୟା ୬ ଘାଟିକାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୮ ତାରିଖରେ ଅପରାହ୍ନ ୪ଘଟିକା,୫ଘଟିକା, ସଂଧ୍ୟା ୬ଘଟିକା ଓ ସଂଧ୍ୟା ୭ଘାଟିକାରେ ଯଥାକ୍ରମେ ମାଟ୍ରିକ ପରୀକ୍ଷାରେ ଏ-୧ ପ୍ରାପ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା, ଆଦିବାସୀ ଶକ୍ତି ଦିବସ ପାଳନ (ଧରତୀ ଆବା ଜନଯାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ), ଡ୍ରାମା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହାଵେଳି ପଡ଼ିଆରେ ଅନୁଷ୍ଠିତ ହେବ।

    ଜୁନ ୧୯ ତାରିଖରେ ଅପରାହ୍ନ ୪ଘଟିକା ଓ ସନ୍ଧ୍ୟା ୬ ଘାଟିକାରେ ଯଥାକ୍ରମେ ଓଡ଼ିଆ ଗୁଣାତ୍ମକ ଚଳଚ୍ଚିତ୍ର ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ, ୨୦ତାରିଖ ଅପରାହ୍ନ ୪ଘଟିକା, ୫ଘଟିକା, ସଂଧ୍ୟା ୬ଘଟିକା ଓ ୭ଘଟିକା ସମୟରେ ଯଥାକ୍ରମେ ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ, ନାଟକ ପ୍ରଦର୍ଶନ, ପୁରସ୍କାର ବିତରଣ ଓ ବିକାଶ ମେଳାର ଉଦଯାପନୀ ଉତ୍ସଵ ଅନୁଷ୍ଠିତ ହେବ। ଜୁନ ୨୧ତାରିଖରେ ସକାଳ ୬ଘଟିକା ସମୟରେ ଆନ୍ତର୍ଜାତୀୟ ଯୋଗ ଦିବସ ତଥା ଯୁବା ଦିବସ ପାଳନ ଓ ସଫଳ ଛାତ୍ର ଛାତ୍ରୀ ତଥା ଯୁବା ମାନଙ୍କୁ ହାଵେଳୀ ପଡ଼ିଆରେ ସମ୍ବର୍ଦ୍ଧନା ଜ୍ଞାପନ କରାଯି।

    ଏଣୁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଜନ ସାଧାରଣ ଜୁନ ୧୨ ତାରିଖରୁ ଜୁନ ମାସ ୨୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଏହି ବିକଶିତ ମେଳାର ଅଂଶୀଦାର ହୋଇ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଲୋକାଭିମୁଖୀ ଯୋଜନାର ମୁଖ୍ୟ ସ୍ରୋତରେ ନିଜେ ସାମିଲ ହେବାସହ ଅନ୍ୟକୁ ସାମିଲ କରାଇ ସରକାରଙ୍କର ସମସ୍ତ ଯୋଜନାର ସୁଫଳ ନିଜେ ଗ୍ରହଣ କରିବା ସହ ଅନ୍ୟକୁ ସହଯୋଗ କରି ଖୋର୍ଦ୍ଧା ଜିଲ୍ଲାର ପାରମ୍ପାରିକ ସଂସ୍କୃତି ଓ ଇତିହାସ ଉଜ୍ଜୀବିତ ରଖିବା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

    ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଜନ ଜାଗରଣ କାର୍ଯ୍ୟକ୍ରମ ହାବେଳୀ ପଡିଆ
    Share. Facebook Twitter LinkedIn Email WhatsApp Copy Link
    Previous Articleନିଜ ଝିଅକୁ ଯୌନ ନିର୍ଯାତନା: ପୂର୍ବତନ ବିଚାରପତିଙ୍କ ବିରୋଧରେ ଏହି ଅଭିଯୋଗ ଶୁଣି ଆଶ୍ଚର୍ଯ୍ୟ ହେଲେ ସୁପ୍ରିମକୋର୍ଟ
    Next Article କେବଳ ଏହିମାନେ ଜୁଲାଇ ୧ରୁ କରିପାରିବେ ଆଇଆରସିଟିସି ୱେବସାଇଟ୍ ଏବଂ ଆପରେ ତତ୍କାଳ ଟିକେଟ୍ ବୁକିଂ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.