Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଭାରତର ଗରିବ କେନ୍ଦ୍ରିତ କଲ୍ୟାଣ ନୀତିକୁ ଆଇଏଲଓ ମହାନିର୍ଦ୍ଦେଶକଙ୍କ ପ୍ରଶଂସା
    ଆଜିର ଖବର

    ଭାରତର ଗରିବ କେନ୍ଦ୍ରିତ କଲ୍ୟାଣ ନୀତିକୁ ଆଇଏଲଓ ମହାନିର୍ଦ୍ଦେଶକଙ୍କ ପ୍ରଶଂସା

    June 12, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ, ସବକା ବିକାଶ’ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ ହୋଇ, ଭାରତ ସାମାଜିକ ସୁରକ୍ଷା କଭରେଜ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି, ଯାହା ବିଶ୍ୱ ସ୍ତରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସାର ମଧ୍ୟରୁ ଗୋଟିଏ। ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ଆଇଏଲଓଷ୍ଟାଟ୍ ଡାଟାବେସର ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତର ସାମାଜିକ ସୁରକ୍ଷା କଭରେଜ ୨୦୧୫ ରେ ୧୯ ପ୍ରତିଶତରୁ ୨୦୨୫ ରେ ୬୪.୩ ପ୍ରତିଶତକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି, ଯାହାକି ଗତ ଦଶନ୍ଧିରେ ୪୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି।

    ଅନ୍ତର୍ଜାତୀୟ ଶ୍ରମ ସମ୍ମିଳନୀ (ଆଇଏଲସି) ସମୟରେ ଆଇଏଲଓ ମହାନିର୍ଦ୍ଦେଶକ ଗିଲବର୍ଟ ଏଫ୍. ହଙ୍ଗବୋଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସମୟରେ କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଗତ ୧୧ ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦାରିଦ୍ର୍ୟ-କୈନ୍ଦ୍ରିକ ଏବଂ ଶ୍ରମିକ କଲ୍ୟାଣ ଯୋଜନାଗୁଡ଼ିକ ଉପରେ ଆଲୋକପାତ କରିଥିଲେ।

    କେନ୍ଦ୍ର ମନ୍ତ୍ରୀ ଆଇଏଲଓ ମହାନିର୍ଦ୍ଦେଶକଙ୍କୁ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ସହଯୋଗିତାରେ ଭାରତ ସରକାରଙ୍କ ଦ୍ୱାରା ଜାତୀୟ ସ୍ତରରେ କରାଯାଉଥିବା ସାମାଜିକ ସୁରକ୍ଷା ତଥ୍ୟ ସଂଗ୍ରହ ଅଭିଯାନ ବିଷୟରେ ମଧ୍ୟ ସୂଚନା ଦେଇଥିଲେ।

    ଏହି ପ୍ରୟାସଗୁଡ଼ିକୁ ପ୍ରଶଂସା କରି, ଆଇଏଲଓ ଭାରତର ସଫଳତାକୁ ସ୍ୱୀକାର କରିଛି ଏବଂ ଆନୁଷ୍ଠାନିକ ଭାବରେ ଏହାର ଡ୍ୟାସବୋର୍ଡରେ ପ୍ରକାଶ କରିଛି ଯେ ଭାରତର ଜନସଂଖ୍ୟାର ୬୪.୩ ପ୍ରତିଶତ, ଅର୍ଥାତ୍ ୯୪ କୋଟିରୁ ଅଧିକ ଲୋକ, ବର୍ତ୍ତମାନ ଅତି କମରେ ଗୋଟିଏ ସାମାଜିକ ସୁରକ୍ଷା ଲାଭରେ ଅନ୍ତର୍ଭୁକ୍ତ। ୨୦୧୫ରେ, ଏହି ସଂଖ୍ୟା ମାତ୍ର ୧୯ ପ୍ରତିଶତ ଥିଲା।

    ଭାରତ ବର୍ତ୍ତମାନ ପ୍ରାୟ ୯୪ କୋଟି ନାଗରିକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରୁଛି ଓ ହିତାଧିକାରୀଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି। ଆଇଏଲଓ ମହାନିର୍ଦ୍ଦେଶକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗରିବ ଏବଂ ଶ୍ରମିକ ବର୍ଗ ପାଇଁ ଭାରତର କେନ୍ଦ୍ରିତ କଲ୍ୟାଣ ନୀତିକୁ ପ୍ରଶଂସା କରିଥିଲେ।

    ପ୍ରତ୍ୟେକ ଦେଶର ଏକ ଯୋଜନାକୁ ବିଚାରକୁ ନେବା ପାଇଁ ଆଇଏଲଓର ମାନଦଣ୍ଡ ହେଉଛି ଯୋଜନାଟି ଆଇନଗତ ଭାବରେ ସମର୍ଥିତ, ନଗଦ-ଆଧାରିତ ଏବଂ ଗତ ତିନି ବର୍ଷର ସକ୍ରିୟ ଏବଂ ଯାଞ୍ଚ କରାଯାଇଥିବା ସମୟ ଶୃଙ୍ଖଳା ତଥ୍ୟ ଉପଲବ୍ଧ ହେଉଥିବ।

    ଜେନେଭାରୁ ସମ୍ବୋଧିତ କରି ଡକ୍ଟର ମାଣ୍ଡଭୀୟ କହିଛନ୍ତି, “ଏହି ଉଲ୍ଲେଖନୀୟ ସଫଳତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଏକ ଅନ୍ତର୍ଭୁକ୍ତିମୂଳକ ଏବଂ ଅଧିକାର-ଭିତ୍ତିକ ସାମାଜିକ ସୁରକ୍ଷା ଇକୋସିଷ୍ଟମ ଗଠନରେ ସରକାରଙ୍କ ନିରନ୍ତର ପ୍ରୟାସର ପ୍ରମାଣ। ଏହି ଅଭିବୃଦ୍ଧି ବିଶ୍ୱ ସ୍ତରରେ ସାମାଜିକ ସୁରକ୍ଷା କଭରେଜର ଦ୍ରୁତତମ ସଂପ୍ରସାରଣକୁ ପ୍ରତିନିଧିତ୍ୱ କରେ, ଯାହା “ଅନ୍ତ୍ୟୋଦୟ” ଅର୍ଥାତ୍ ସମାଜର ଶେଷ ବ୍ୟକ୍ତିକୁ ସଶକ୍ତ କରିବା ଏବଂ କାହାକୁ ପଛରେ ନ ପକାଇବା ପ୍ରତିଶ୍ରୁତି ପୂରଣ କରିବା ପ୍ରତି ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

    ଉଲ୍ଲେଖନୀୟ ଯେ ବର୍ତ୍ତମାନର ତଥ୍ୟ କେବଳ ପ୍ରଥମ ପର୍ଯ୍ୟାୟ ଡାଟା ପୁଲିଂକୁ ପ୍ରତିଫଳିତ କରେ। ଏହି ପର୍ଯ୍ୟାୟ ଚୟନିତ ୮ ଟି ରାଜ୍ୟରେ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଏବଂ ମହିଳା-କୈନ୍ଦ୍ରିକ ଯୋଜନାର ହିତାଧିକାରୀଙ୍କ ତଥ୍ୟ ଉପରେ କେନ୍ଦ୍ରିତ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ଡାଟା ପୁଲିଂ ଏବଂ ଏକୀକରଣ ଜାରି ରହିଥିବାବେଳେ, ଆଶା କରାଯାଉଛି ଯେ ଆଇଏଲଓ ଦ୍ୱାରା ଅତିରିକ୍ତ ଯୋଜନାର ବୈଧତା ପରେ ଭାରତର ମୋଟ ସାମାଜିକ ସୁରକ୍ଷା କଭରେଜ୍ ଖୁବ୍ ଶୀଘ୍ର ୧୦୦ କୋଟି ସୀମା ଅତିକ୍ରମ କରିବ।

    ଭାରତ ମଧ୍ୟ ବିଶ୍ୱ ସ୍ତରରେ ପ୍ରଥମ ଦେଶ ଯିଏ ଆଇଏଲଓଷ୍ଟାଟ୍ ଡାଟାବେସରେ ଏହାର ୨୦୨୫ ସାମାଜିକ ସୁରକ୍ଷା କଭରେଜ୍ ତଥ୍ୟକୁ ଅପଡେଟ୍ କରିଛି, ଯାହାଦ୍ବାରା ଡିଜିଟାଲ୍ ପ୍ରଶାସନ ଏବଂ କଲ୍ୟାଣ ବ୍ୟବସ୍ଥାର ସ୍ୱଚ୍ଛତାରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି।

    ଏହା ସହିତ, ସାମାଜିକ ସୁରକ୍ଷା କଭରେଜ ବୃଦ୍ଧି ଦ୍ୱାରା, ବିଶେଷକରି ବିକଶିତ ଦେଶଗୁଡ଼ିକ ସହିତ ସାମାଜିକ ସୁରକ୍ଷା ଚୁକ୍ତିନାମା (ଏସଏସଏ) ଚୂଡ଼ାନ୍ତ ହେବା ଦ୍ୱାରା ଭାରତର ବିଶ୍ୱସ୍ତରୀୟ ସମ୍ପର୍କ ଆହୁରି ମଜବୁତ ହେବ। ଏହି ଚୁକ୍ତିନାମାଗୁଡ଼ିକ ବିଦେଶରେ କାର୍ଯ୍ୟରତ ଭାରତୀୟ ପେସାଦାରମାନଙ୍କ ପାଇଁ ସାମାଜିକ ସୁରକ୍ଷା ଲାଭର ପୋର୍ଟେବିଲିଟି ସୁନିଶ୍ଚିତ କରିବ, ଏବଂ ଏକ ପାରସ୍ପରିକ ସ୍ୱୀକୃତି ଢାଞ୍ଚା ପାଇଁ ଅଂଶୀଦାର ଦେଶଗୁଡ଼ିକୁ ଆବଶ୍ୟକ ସ୍ୱଚ୍ଛତା ପ୍ରଦାନ କରିବ। ଏହା ଏକ ବିଶ୍ୱସନୀୟ ଏବଂ ଦୃଢ଼ ସାମାଜିକ ସୁରକ୍ଷା ବ୍ୟବସ୍ଥା ପ୍ରଦର୍ଶନ କରିବା ସହିତ ବାଣିଜ୍ୟ ଏବଂ ଶ୍ରମ ଗତିଶୀଳତା ଆଲୋଚନାରେ ଭାରତର ସ୍ଥିତିକୁ ଆହୁରି ମଜବୁତ କରିବ।

    ଡକ୍ଟର ମାଣ୍ଡଭୀୟ ୧୦ରୁ ୧୨ ଜୁନ୍ ୨୦୨୫ ପର୍ଯ୍ୟନ୍ତ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ଆୟୋଜିତ ଆଇଏଲଓର ଅନ୍ତର୍ଜାତୀୟ ଶ୍ରମ ସମ୍ମିଳନୀ (ଆଇଏଲସି)ର ୧୧୩ତମ ଅଧିବେଶନରେ ଯୋଗଦେବା ପାଇଁ ଏକ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଛନ୍ତି।

    ଅନ୍ତର୍ଜାତୀୟ ଶ୍ରମ ସଂଗଠନ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ମୋଦୀ ମୋଦୀ ସରକାର ସବକା ବିକାଶ ସବକା ସାଥ
    Share. Facebook Twitter LinkedIn Email WhatsApp Copy Link
    Previous Articleଆଜି ଜୁନ ୧୨ ତାରିଖ ଗୁରୁବାରରେ ଆଠଟି ରାଶି ପ୍ରତି ଶ୍ରୀ ଗଣେଷ କରୁଛନ୍ତି ଆର୍ଶିବାଦ
    Next Article ପୁଣି ଥରେ IPL ପାଇଁ ଷଡ଼ଯନ୍ତ୍ର!: ଅପମାନ ପାଇବା ପରେ ମଧ୍ୟ ଦୂର ହୋଇନାହିଁ ପାକିସ୍ତାନର ଅହଂକାର

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.