Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅପରାଧ»ଜୟପାଟଣା ବିସ୍ଫୋରକ ଜବତ ଘଟଣାରେ ବିକ୍ରମ ଗୁପ୍ତା ଗିରଫ, ତଦନ୍ତ ଜାରୀ
    ଅପରାଧ

    ଜୟପାଟଣା ବିସ୍ଫୋରକ ଜବତ ଘଟଣାରେ ବିକ୍ରମ ଗୁପ୍ତା ଗିରଫ, ତଦନ୍ତ ଜାରୀ

    June 13, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସରରେ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜବତ ଘଟଣାରେ ଜୟପାଟଣା ପୋଲିସ ଲିଜଧାରୀ ବ୍ୟବସାୟୀ ବିକ୍ରମ ଗୁପ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

    ସୂଚନାଯୋଗ୍ୟ ଯେ, ଚଳିତ ୨୦୨୫ ମଇ ମାସ ୪ ତାରିଖ ଦିନ ଦୁଇଟି ଗାଡିରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ସାଢେ ଛଅ ଟନ ବିସ୍ଫୋରକ ସାମଗ୍ରୀ ଓ ୧୧୫ ଡିଟୋନେଟର ଜୟପଟଣା ଥାନା ଅଧିନସ୍ଥ ଯମଚୁଆଁ-ଲାଖବାହାଳି ଷ୍ଟୋନ କ୍ରସର ରେ ଥିବାର ଖବର ପାଇ ଜୟପାଟଣା ପୋଲିସ ସେସବୁକୁ ଜବତ କରି OMMC rule ୫୦ (I) ସହିତ ବିସ୍ଫୋରକ ଆଇନ ଧାରା ୪ ଓ ୫ ଅନୁସାରେ ଜୟପାଟଣା ଥାନା କେଶ ନମ୍ବର ୧୩୨/୨୦୨୫ ରେ ଏକ କେଶ ରୁଜ୍ଜୁ କରି ଗତ ୫ ତାରିଖ ଦିନ ଦୁଇ ଗାଡିର ଡ୍ରାଇଭର ଧରମୁ ପୋଢ ଓ ରାଜରାମ କେତକୀ, କ୍ରସର ସୁପରଭାଇଜର ଜଗନ୍ନାଥ ତିୱାରୀ ଏବଂ କଣ୍ଟାବାଞ୍ଜିର ବିସ୍ଫୋରକ ବିଷାରଦ ଅରୁଣ କୁମାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଉକ୍ତ କ୍ରସର ଲିଜ ଧାରୀ ପ୍ରଖ୍ୟାତ ବ୍ୟବସାୟୀ ବିକ୍ରମ ଗୁପ୍ତା ଫରାର ହୋଇଯାଇଥିଲେ।

    ବିକ୍ରମ ଗୁପ୍ତାଙ୍କ ଜୁନାଗଡ ଠାରେ ଥିବା ଦ୍ବିତଳ ପ୍ରାସାଦ ସମେତ ବିକ୍ରମ ଗୁପ୍ତାଙ୍କ ବ୍ୟବସାୟ ସହଯୋଗୀ ଜୁନାଗଡର ଜଣେ ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଏବଂ ଆଉ ଜଣେ ସବୁ ବେପାର କରୁଥିବା ମିଲ ମାଲିକ ଘରେ ପୋଲିସ ଖାନ ତଲାଶ କରି ବିକ୍ରମକୁ ଖୋଜିଥିଲେ ହେଁ ପାଇ ନ ଥିବା ବେଳେ ପୋଲିସର ଏକ ସ୍ବତନ୍ତ୍ର ଦଳ ବିଶାଖାପାଟଣା ଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

    ବିକ୍ରମ ଗୁପ୍ତାର ସହଯୋଗୀ ଜୁନାଗଡର ଏହି ପ୍ରଖ୍ୟାତ କପଡ଼ା ବ୍ୟବସାୟୀ ଗୋଟିଏ ପରେ ଗୋଟିଏ କପଡ଼ା ଦୋକାନ ଏବଂ ହୋଟେଲ କରି ଚାଲିଥିବା ବେଳେ ବିକ୍ରମ ଗୁପ୍ତା ଜୁନାଗଡ ଠାରେ ଦ୍ବିତଳ ପ୍ରାସାଦ ନିର୍ମାଣ କରିଥିବା ବେଳେ ସବୁ ବେପାର କରୁଥିବା ମିଲ ମାଲିକ ମଧ୍ୟ କିଛି ମାସ ତଳେ କ୍ରସର ଓ ପଥର ଖଣି ବେପାର କରୁଥିବା ଚର୍ଚ୍ଚା ହେଉଛି। ଏହା ଯଦିଓ ସତ୍ୟ ହୋଇଥାଏ ତେବେ ଅନୁସନ୍ଧାନ କଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ

    ହା ବ୍ୟତୀତ କିଛି ବର୍ଷ ତଳେ ଜୟପାଟଣା ଥାନା ଅଞ୍ଚଳରେ ଥିବା ଭୁରସିଗୁଡା ଲାଣ୍ଡିମୁଣ୍ଡୀ ପାହାଡ ରେ ପ୍ରଚଣ୍ଡ ବିସ୍ଫୋରଣ ହେବା ଘଟଣା ର କେଶ ରୁଜ୍ଜୁ ହେବା ପରେ ହାଇକୋର୍ଟ ଜାମିନ ରେ ଅଭିଯୁକ୍ତ ମାନେ ବାହାରେ ଥିବା ଜଣାପଡିଛି।

    ଅନ୍ୟ ପକ୍ଷରେ ଜିଲ୍ଲା ର ବହୁ ବଡ ବଡ ପାହାଡ ଗୁଡିକ ମଧ୍ୟରୁ ପଥର କାଟି ବାହାର କରିଦେଇଥିବା ଦେଖା ଯାଉଥିବା ବେଳେ ଏହି ପଥର ଚୋରା ତସ୍କର ମାନେ କିଭଳି ଭାବେ ପାହାଡ ର ପଥର କାଟୁଛନ୍ତି ତାହା ଅଦ୍ୟାବଧି ତଦନ୍ତ ହୋଇପାରି ନାହି। ସେସବୁର ଏକ ଉଚ୍ଚ ସ୍ତରୀୟ ନିରପେକ୍ଷ ତଦନ୍ତ ହେଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

    କଳାହାଣ୍ଡି ଜିଲ୍ଲା ଜୟପଟଣା ଥାନା ତଦନ୍ତ ଜାରୀ ବିକ୍ରମ ଗୁପ୍ତା ଗିରଫ ବିସ୍ଫୋରକ ଜବତ ଘଟଣା
    Share. Facebook Twitter LinkedIn Email WhatsApp Copy Link
    Previous Articleପୁଣି ସଙ୍କଟରେ ଥିଲା ୧୫୬ ଯାତ୍ରୀଙ୍କ ଜୀବନ: ଥାଇଲ୍ୟାଣ୍ଡରେ ଏୟାର ଇଣ୍ଡିଆ ବିମାନର ଜରୁରୀକାଳୀନ ଅବତରଣ
    Next Article ଇଂଲଣ୍ଡ ସିରିଜ ପୂର୍ବରୁ ଆହତ ହେଲେ ଏହି ଖେଳାଳି: ବିସିସିଆଇ ଘୋଷଣା କଲା ବଦଳ ଖେଳାଳି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.