Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»କଟକ ଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
    ଆଜିର ଖବର

    କଟକ ଠାରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

    June 13, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଆଜି ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି। ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା। ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢିତୋଳିବା।

    ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ଏକ ବର୍ଷ ପୂରଣ ପରେ ଦ୍ଵିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ। କାରଣ, ଆମେ ବିଶ୍ବାସ କରୁ ଯେ ଯେତେ ପର୍ଯ୍ୟନ୍ତ ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇ ନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ। ଐତିହାସିକ ସହର କଟକ ଠାରେ ଏହିକାର୍ଯ୍ୟକ୍ରମର ଶୁଭାରମ୍ଭ ଓଡିଶାର ମାଆ ଓ ଭଉଣୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିବ ବୋଲି ମୁଁ ଦୃଢ ନିଶ୍ଚିତ।

    ନାରୀ ମାନଙ୍କ ସଶକ୍ତିକରଣ ପାଇଁ ଆମର ସବୁଠୁ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ହେଉଛି ଓଡିଶାର ଇତିହାସରେ ସବୁଠାରୁ ବଡ ମହିଳା କଲ୍ୟାଣ କାର୍ଯ୍ୟକ୍ରମ। କେବଳ ମହିଳା ନୁହେଁ ଏତେ ବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ପୂର୍ବରୁ କରାଯାଇ ନ ଥିଲା। ଆମ ସରକାର ଓଡିଶାର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପରିବାର ସହିତ ସଂଯୋଗ କରି ତଥ୍ୟ ସଂଗ୍ରହ କରିଛନ୍ତି। ଘରକୁ ଘର ବୁଲି, ଆମେ ଅଧିଂକାଶ ପରିବାର ସହିତ ଯୋଗାଯୋଗ କରିଛୁ। ବିଶେଷ କରି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁଠାରେ ମା ମାନେ ଏତେ ସଚେତନ ନୁହନ୍ତି, ସେଠାରୁ ତଥ୍ୟ ଅଣାଯାଇ ସେମାନଙ୍କୁ ଏହି ଯୋଜନାରେ ଯୋଡାଯାଇଛି। ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ସେ କହିଥିଲେ ଯେ, ଓଡିଶାର ବିଭିନ୍ନ ଅଞ୍ଚଳରେ ଅନେକ ମା’ ମାନେ ସୁଭଦ୍ରା ସହାୟତାକୁ ଏକାଠି କରି ବିଭିନ୍ନ ପ୍ରକାର ଅର୍ଥନୈତିକ କାରବାର, ମିଳିତ କୃଷି କାର୍ଯ୍ୟ କରି ନିଜ ପରିବାରପାଇଁ ଭଲ ରୋଜଗାର କରୁଛନ୍ତି। ଏହି ସୁଭଦ୍ରା ସହାୟତା ହେଉଛି ମାଆ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏକ ଲମ୍ବା ଯାତ୍ରା। ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ ‘“ଲକ୍ଷପତି ଦିଦି” ଯୋଜନାର ପରିକଳ୍ପନା କରିଥିଲେ। ଏହା ଆମ ରାଜ୍ୟ ପାଇଁ, ବିଶେଷ ଭାବେ ଆମ ରାଜ୍ୟର ମା’ ମାନଙ୍କ ପାଇଁ ଖୁସିର ବିଷୟ ଯେ ଓଡ଼ିଶା ବର୍ତ୍ତମାନ “ଲକ୍ଷପତି ଦିଦି” ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି। ଆମେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ।

    ସେ ପୁଣି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ବିଭାଗ ମିଳିତ ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩,୬୯୫ କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ କରିଛନ୍ତି। ଏହା ଆମ ରାଜ୍ୟର ଇତିହାସରେ ସର୍ବକାଳୀନ ରେକର୍ଡ। ୩.୦୭ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଇ ସେମାନଙ୍କର ଆର୍ଥିକ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛୁ। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (MSPY) ମାଧ୍ୟମରେ ଆମେ ମହିଳା ଓ ପିଲାମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରୁଛୁ। ମହିଳା ସଶକ୍ତିକରଣ ଆମପାଇଁ ଏକ ସ୍ଲୋଗାନ ନୁହେଁ। ଚଳିତ ବର୍ଷ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରାବଧାନ ମହିଳାଙ୍କ ପାଇଁ ଆମର ପ୍ରତିବଦ୍ଧତା। ମହିଳା ସଶକ୍ତିକରଣରେ ଓଡିଶା ଦେଶର ଏକ ମଡେଲ ରାଜ୍ୟ ଭାବରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ପ୍ରେରଣା ହେବ।

    ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନାରୀ ଶକ୍ତିର ଅମୃତ ଚେତନାରେ ଉଦ୍ଦୀପିତ ହୋଇ ଏକ ବିକଶିତ, ସମୃଦ୍ଧ ଏବଂ ଗର୍ବିତ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ।

    ଏହି ଅବସରରେ ଅଭିଭାଷଣ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡା କହିଛନ୍ତି ଯେ, ଆଜିର ଏହି ଉତ୍ସବ କେବଳ ସମ୍ମାନର ନୁହେଁ, ବରଂ ଓଡ଼ିଶାକୁ ଏକ ସମାନତା, ସମୃଦ୍ଧି ଓ ପ୍ରଗତିର ରାଜ୍ୟ ଭାବେ ଗଠନ କରିବାର ସଂକଳ୍ପ ଉତ୍ସବ । ମୁଁ ଆପଣ ସମସ୍ତଙ୍କୁ କଥା ଦେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସୁଭଦ୍ରା ସହାୟତା ଓ ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀକୁ ଆହୁରି ତ୍ୱରାନ୍ୱିତ କରି ଆଗାମୀ ବର୍ଷରେ ଆମେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ ପତି ଦିଦି ସୃଷ୍ଟି କରିବୁ।

    ଏହି ଅବସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପୋଷଣ ଅଭିଯାନରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତରର ବିଭିନ୍ନ ଲିଖିତ ଓ ଫଟୋ ଚିତ୍ର ସମ୍ବଳିତ ଏକ କଫି ଟେବୁଲ ବୁକ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା। ଏଥିସହିତ ମହିଳା ସଶକ୍ତିକରଣ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

    ଉକ୍ତ କାର୍ଯ୍ୟକ୍ରମରେ କଟକ ସାଂସଦ, ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡମ୍ବା ବିଧାୟକ ବିଜୟ ଦଳବେହେରା, ନିଆଳି ବିଧାୟକ ଛବି ମଲ୍ଲିକ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ମଂଚାସୀନ ଥିଲେ।

    କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଧନ୍ୟବାଦ ଦେଇଥିଲେ।

    କଟକ ନାରୀ ଶକ୍ତି ନାରୀ ଶକ୍ତି ସମାବେଶ ରାଜନୈତିକ ପ୍ରଶିକ୍ଷଣ ସୁଭଦ୍ରା ଯୋଜନା
    Share. Facebook Twitter LinkedIn Email WhatsApp Copy Link
    Previous Articleଦୁର୍ଘଟଣାସ୍ଥଳ ପରିଦର୍ଶନ ସହ ଅକ୍ଲାନ୍ତ ପରିଶ୍ରମ କରୁଥିବା ଅଧିକାରୀ ଏବଂ ଦଳମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
    Next Article ଭାରତୀୟ କ୍ରିକେଟ୍ ଦଳ ପାଇଁ ବଢିଲା ସମସ୍ୟା: ସ୍ଵଦେଶ ଫେରିଲେ ଗୌତମ ଗମ୍ଭୀର, ଜାଣନ୍ତୁ କାରଣ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.