Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ
    ଆଜିର ଖବର

    ବିମାନ ଦୁର୍ଘଟଣାସ୍ଥଳରେ ଉଦ୍ଧାର ଏବଂ ସହାୟତା କାର୍ଯ୍ୟର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

    June 15, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଆଜି ଅହମ୍ମଦାବାଦ ଗସ୍ତ କରି ନିକଟରେ ଘଟିଥିବା ବିମାନ ଦୁର୍ଘଟଣା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଛନ୍ତି। ତୁରନ୍ତ ସହାୟତା, ପୁଙ୍ଖାନୁପୁଙ୍ଖ ତଦନ୍ତ ଏବଂ ପୀଡିତ ଓ ସେମାନଙ୍କ ପରିବାରକୁ ବ୍ୟାପକ ସହାୟତା ପ୍ରଦାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଉପରେ ସେ ଜୋର ଦେଇଥିଲେ।

    ଶ୍ରୀ ମିଶ୍ର ମେଘାନୀ ନଗରର ବି.ଜେ. ମେଡିକାଲ କଲେଜ ନିକଟରେ ଦୁର୍ଘଟଣା ସ୍ଥଳ ଅନୁଧ୍ୟାନ କରିଥିଲେ। ସେଠାରେ ରାଜ୍ୟ ସରକାର, ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀମାନେ ତାଙ୍କୁ ଘଟଣାକ୍ରମ ଏବଂ ତୁରନ୍ତ ପ୍ରତିକ୍ରିୟା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଅହମ୍ମଦାବାଦର ସିଭିଲ୍ ହସ୍ପିଟାଲ୍ ଗସ୍ତ ସମୟରେ, ଡକ୍ଟର ମିଶ୍ର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଥିଲେ, ଡିଏନଏ ନମୁନା ମେଳ ଖାଉଥିବା ଦେଖିଥିଲେ ଏବଂ ଏକ ସୁଗମ ଓ ସହାନୁଭୂତିପୂର୍ଣ୍ଣ ପ୍ରକ୍ରିୟା ସୁନିଶ୍ଚିତ କରି ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହତମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ହସ୍ପିଟାଲ ଅଧିକାରୀମାନଙ୍କୁ ସେମାନଙ୍କର ଚିକିତ୍ସା ଏବଂ ସୁସ୍ଥତାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ​​

    ଗାନ୍ଧୀନଗରର ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ (ଏଫଏସଏଲ)ରେ, ଡକ୍ଟର ମିଶ୍ର ଡିଏନଏ ନମୁନା ମେଳ ପ୍ରକ୍ରିୟାର ସମୀକ୍ଷା କରିଥିଲେ ଏବଂ ବୈଜ୍ଞାନିକ ସଠିକତା ବଜାୟ ରଖି ଶୀଘ୍ର ଚିହ୍ନଟ ସମାପ୍ତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
    ଅହମ୍ମଦାବାଦର ସର୍କିଟ ହାଉସରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ମିଶ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର, ଏଏଆଇବି ଏବଂ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଜାରି ରହିଥିବା ସହାୟତା, ଉଦ୍ଧାର ଏବଂ ତଦନ୍ତ ପ୍ରୟାସ ବିଷୟରେ ଆଲୋଚନା କରିଥିଲେ। ଏଏଆଇବି ଏକ ସବିଶେଷ ତଦନ୍ତ ଆରମ୍ଭ କରିଛି, ଏବଂ ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ (ଏନଟିଏସବି) ଅନ୍ତର୍ଜାତୀୟ ପ୍ରୋଟୋକଲ ଅନୁଯାୟୀ ଏକ ସମାନ୍ତରାଳ ତଦନ୍ତ କରୁଛି କାରଣ ବିମାନଟି ଆମେରିକାରେ ନିର୍ମିତ। ଫ୍ଲାଇଟ୍ ଡାଟା ରେକର୍ଡର୍ (ଏଫଡିଆର) ଏବଂ କକପିଟ୍ ଭଏସ୍ ରେକର୍ଡର୍ (ସିଭିଆର) ଠାବ ଏବଂ ସୁରକ୍ଷିତ କରାଯାଇଛି ବୋଲି ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

    ଡକ୍ଟର ମିଶ୍ର ପୀଡିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଏବଂ ସମ୍ପୃକ୍ତ ସମସ୍ତ ଏଜେନ୍ସି ମଧ୍ୟରେ ସମନ୍ୱିତ ପ୍ରତିକ୍ରିୟା ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ। ପ୍ରମୁଖ ସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ତରୁଣ କପୁର ଏବଂ ପିଏମଓର ଉପସଚିବ ମଙ୍ଗେଶ ଘିଲଡିୟାଲ ଉପସ୍ଥିତ ଥିଲେ।

    ଡକ୍ଟର ପି.କେ.ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ବିମାନ ଦୁର୍ଘଟଣାସ୍ଥଳ
    Share. Facebook Twitter LinkedIn Email WhatsApp Copy Link
    Previous Articleସ୍ଥଗିତ ହେଲା ଚାରଧାମ ଯାତ୍ରା ପାଇଁ ଆର୍ଯ୍ୟନ ଏଭିଏସନର ଉଡ଼ାଣ
    Next Article ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ସୋମବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.