Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ
    ଆଜିର ଖବର

    ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

    June 16, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କଳା ଓ କଳାକାର ହିତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ”ର ଷଷ୍ଠ ବାର୍ଷିକୋତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହାଲ୍- ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜମ୍ ସଭା କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘ ପ୍ରାକ୍ତନ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା, ବରିଷ୍ଠ ଶିକ୍ଷାବିତ୍ ତଥା ଅଭିନେତା ଶଙ୍କର୍ଷଣ ସାବତ, କଳାପ୍ରାଣ କୈଳାସ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସ୍ୱାଗତ ଭାଷଣ ପରେ ସଂଘର ବକ୍ସିପଲ୍ଲୀ ସ୍ଥିତ ଜନୈକ ସକ୍ରିୟ ସଦସ୍ୟ ଏସ. ପି. ଶେଖର ସ୍ୱାମୀଙ୍କ ଅକାଳ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାଥନା କରାଯାଇଥିଲା।

    ସଂଘର ବାର୍ଷିକୋତ୍ସବ ଜୁଲାଇ ଦୁଇ ଓ ତିନି, ଦୁଇ ଦିନ ଧରି ପ୍ରକାଶମ୍ ହାଲ୍ ପରିସରରେ ଅନୁଷ୍ଠିତ ନିମନ୍ତେ ସ୍ଥିର କରାଗଲା। ଉତ୍ସବର ପ୍ରଥମ ଦିବସରେ ରାଜ୍ୟସ୍ତରୀୟ ଦାସକାଠିଆ ସମାବେଶ ଓ ଦ୍ଵିତୀୟ ଦିବସରେ ଗାନ୍ଧୀ ନଗର ଛକ ସ୍ଥିତ ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳରୁ ବର୍ଣ୍ଣାଢ୍ୟ କଳାକାର ଶୋଭାଯାତ୍ରା, ବିଭିନ୍ନ ଦଳର ଦାସକାଠିଆ ନୃତ୍ୟ ପରିବେଷଣ, ସାଂସ୍କୃତିକ ସଭା ଓ ସମ୍ବର୍ଦ୍ଧନା ପ୍ରଦାନ ସମ୍ପର୍କରେ ସର୍ବ ସମ୍ମତ କ୍ରମେ ଚୂଡାନ୍ତ ନିଃସ୍ପତି ନିଆଯାଇଥିଲା।

    ଆଲୋଚନାରେ ସର୍ବଶ୍ରୀ ମୃତ୍ୟୁଞ୍ଜୟ ତ୍ରିପାଠୀ, ପ୍ରଫୁଲ୍ଲ ବେହେରା, ସନ୍ତୋଷ କୁମାର ସ୍ୱାଇଁ, ସୁଦାମ ପଟ୍ଟନାୟକ, ଅଳୟ ଜେନା, ବି. ଶିବ ପ୍ରସାଦ ରାଓ, ଗୀତା ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ପ୍ରଦୀପ କୁମାର ସାହୁ, ସରୋଜ ପଣ୍ଡା, କୁନୁ ବେହେରା, ବଳରାମ ପ୍ରଧାନ, ମହେନ୍ଦ୍ର କୁମାର ସାହୁ, ଚିତ୍ତ ରଞ୍ଜନ ଦଳାଇ, କେଶବ ସିଅ, ଟି. ତାରିଣୀ ରାଓ, ବନ୍ଦନା ମହାପାତ୍ର, ଛବିରାଣୀ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଅଭିରାମ ରାଉଳ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

    ଗଞ୍ଜାମ ଜିଲ୍ଲା ଦାସକାଠିଆ ସମାବେଶ ପ୍ରସ୍ତୁତି ବୈଠକ ରାଜ୍ୟସ୍ତରୀୟ
    Share. Facebook Twitter LinkedIn Email WhatsApp Copy Link
    Previous Articleବେଆଇନ ଭାବରେ ଲୋକଙ୍କୁ ବିଦେଶ ପଠାଉଥିବା ଏଜେଣ୍ଟଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ
    Next Article ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଯୁକ୍ତ ଦୁଇ ନୂତନ ଶ୍ରେଣୀ ଗୃହ ଉଦଘାଟନ କଲେ ଆଇନ ମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.