Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଇଣ୍ଡିଆନ କାଉନସିଲ୍ ଅଫ୍ ଫିଲୋସୋଫିକାଲ ରିସର୍ଚ୍ଚର ନୂଆ ଲୋଗୋ ଉନ୍ମୋଚିତ
    ଆଜିର ଖବର

    ଇଣ୍ଡିଆନ କାଉନସିଲ୍ ଅଫ୍ ଫିଲୋସୋଫିକାଲ ରିସର୍ଚ୍ଚର ନୂଆ ଲୋଗୋ ଉନ୍ମୋଚିତ

    June 17, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜ୍ଞାନ ପରମ୍ପରାର ଐତିହ୍ୟ ବହୁତ ପୁରୁଣା। ଆମେ ଏହାକୁ କେବଳ ପୂଜା ଏବଂ ଗର୍ବ ରୂପରେ ଦେଖିବା ଉଚିତ୍ ନୁହେଁ, ବରଂ ଆମକୁ ବର୍ତ୍ତମାନର ଚ୍ୟାଲେଞ୍ଜ ଏବଂ ଭବିଷ୍ୟତର ପ୍ରବାହ ଅନୁସାରେ ବିଶ୍ଳେଷଣ ସହ ଏଆଇ ମଡେଲିଂ କରିବାକୁ ପଡିବ ବୋଲି ସୋମବାର  ନୂଆଦିଲ୍ଲୀ ଠାରେ ଇଣ୍ଡିଆନ କାଉନସିଲ୍ ଅଫ୍ ଫିଲୋସୋଫିକାଲ ରିସର୍ଚ୍ଚ (ଆଇସିପିଆର) ର ନୂଆ ଲୋଗୋ ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ଶ୍ରୀ ପ୍ରଧାନ ଆଇସିପିଆରର ଗବେଷଣା ପୁସ୍ତକର ଉନ୍ମୋଚନ କରିବା ସହ ଆଇସିପିଆର ଦ୍ୱାରା ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରିଥିଲେ। ଶ୍ରୀ ପ୍ରଧାନ ଆଇସିପିଆର ସହକର୍ମୀମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଆଇସିପିଆର ବିଗତ ୫ ଦଶକ ଧରି ଭାରତୀୟ ଜ୍ଞାନ ପ୍ରବାହକୁ ସମୃଦ୍ଧ କରିବା ଦିଗରେ ଲେଖନୀ ଚାଳନା ମାଧ୍ୟମରେ ବହୁତ ଯୋଗଦାନ ଦେଇଛି। ଆଜି ଯେତେବେଳେ ବିଶ୍ୱର ପୁରାତନ ସଭ୍ୟତାଗୁଡ଼ିକ ଧ୍ୱଂସାବଶେଷ କିମ୍ବା ପର୍ଯ୍ୟଟନ ସ୍ଥଳୀ ହୋଇସାରିଛି, ଭାରତରେ ଆଜି ବି ଅନେକ ଏପରି ଅନେକ ସ୍ଥାନ ଅଛି, ଯାହା ୩ରୁ ୪ ହଜାର ବର୍ଷ ଧରି ବାସସ୍ଥାନ ଭାବରେ ରହିଆସିଛି। ଆମ ଦେଶରେ ମାନବ ସଭ୍ୟତାର ଇତିହାସ ରକ୍ ଆର୍ଟ୍ ରୂପରେ ମଧ୍ୟ ଦେଖାଯାଉଛି, ଯାହା ପ୍ରତ୍ନତତ୍ତ୍ୱ ବିଭାଗ ଅନୁସାରେ ୨୦ରୁ ୨୫ ହଜାର ବର୍ଷ ପୁରୁଣା ଇତିହାସକୁ ଦର୍ଶାଉଛି । ସେହି ଆଦିମାନବ କାଳରୁ ଏଆଇ ଯୁଗ ପର୍ଯ୍ୟନ୍ତ, ଆମର ଚିନ୍ତାଧାରା, ସାମାଜିକ ବ୍ୟବସ୍ଥା ଏବଂ ପଦ୍ଧତିଗୁଡ଼ିକର କେନ୍ଦ୍ରରେ ମନୁଷ୍ୟ ରହିଛି । ଏହି ସମସ୍ତ ବ୍ୟବସ୍ଥାର ମୂଳରେ ବିଜ୍ଞାନ ଏବଂ ଦର୍ଶନ ରହିଛି।

    ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆମ ସାମ୍ନାରେ ଆଗାମୀ ଦଶନ୍ଧି ପାଇଁ ଏଜେଣ୍ଡା ପ୍ରସ୍ତୁତ ଅଛି। ଆଜି ଭାରତ ବିଶ୍ୱର ଚତୁର୍ଥ ଅର୍ଥନୀତି ଏବଂ ସବୁଠାରୁ ଯୁବସଂଖ୍ୟକ ଦେଶ। ଆମ ଦର୍ଶନରେ, ଆମେ ବସୁଧୈବ କୁଟୁମ୍ବକମକୁ ମୂଳମନ୍ତ୍ର କରିଛୁ। ଆଚାର୍ଯ୍ୟ ଆର୍ଯ୍ୟଭଟ୍ଟ ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପରି ଆମର ମହାପୁରୁଷମାନେ ବିଶ୍ୱକୁ କେବଳ ବୈଜ୍ଞାନିକ ମୂଲ୍ୟବୋଧ ନୁହେଁ ବରଂ ସେମାନଙ୍କର ଜ୍ଞାନ ସହିତ ଏକ ସମାବେଶୀ ଜୀବନଶୈଳୀ ମଧ୍ୟ ଦେଇଛନ୍ତି। ଏହା ଭାରତୀୟ ଦର୍ଶନ। ଏହି ଦର୍ଶନକୁ ଆଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯୁଦ୍ଧ ଏକ ସମାଧାନ ନୁହେଁ। ଜାତୀୟ ଶିକ୍ଷା ନୀତିର କାର୍ଯ୍ୟାନ୍ୱୟନରେ ଏହି ମୌଳିକ ଦର୍ଶନକୁ ଆଧାର କରି ଆମର ମହାପୁରୁଷଙ୍କ ଜ୍ଞାନ ଭଣ୍ଡାରକୁ ଆଜିର ସମୟ ସହିତ ସମନ୍ୱୟ କରି ଭବିଷ୍ୟତର ପ୍ରବାହରେ ଯୁବପିଢ଼ି ଏବଂ ସମାଜକୁ ପ୍ରଭାବିତ କରିବା ଦାର୍ଶନିକମାନଙ୍କର କାମ ।ଯେତେବେଳେ ଆମର ଆଜିର ଦାର୍ଶନିକ ସମୂହ ଏକବିଂଶ ଶତାବ୍ଦୀରେ ଭାରତୀୟ ଜ୍ଞାନ ପରମ୍ପରା ଉପରେ ଆଧାରିତ ବସୁଧୈବ କୁଟୁମ୍ବକମର ଭାବନାକୁ ଆଜିର ପ୍ରସଙ୍ଗ କରିବ,  ସେତେବେଳେ ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଗୁରୁତ୍ୱ ପ୍ରମାଣିତ ହେବ। ଆଇସିପିଆର ଭାରତୀୟ ଦର୍ଶନକୁ ଆଜିର ଆଧାରରେ ସମୟ ଅନୁସାରେ ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିବା ସହ ଏହି ଜ୍ଞାନ ମନ୍ଥନର ଅମୃତ ଦ୍ୱାରା ଦେଶକୁ ସମୃଦ୍ଧ କରିବା ପାଇଁ ପରାମର୍ଶ ଦେଇଛନ୍ତି।

    ଏଆଇ ମଡେଲିଂ ଗବେଷଣା ପୁସ୍ତକ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ଜ୍ଞାନ ପରମ୍ପରା
    Share. Facebook Twitter LinkedIn Email WhatsApp Copy Link
    Previous Articleବଞ୍ଚିତ ବର୍ଗରୁ ମୁଖ୍ୟଧାରା ପର୍ଯ୍ୟନ୍ତ: ଭାରତୀୟ ଜନଜାତି ସମ୍ପ୍ରଦାୟ ପାଇଁ ଏକ ନୂତନ ସକାଳ
    Next Article ଅର୍ନ୍ତଜାତୀୟ ଯୋଗ ଦିବସ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.