Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବଲାଙ୍ଗୀରରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି, ଜିଲ୍ଲାର ବିକାଶର ବେଗ ବି ତିନିଗୁଣ: ମୁଖ୍ୟମନ୍ତ୍ରୀ
    ଆଜିର ଖବର

    ବଲାଙ୍ଗୀରରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି, ଜିଲ୍ଲାର ବିକାଶର ବେଗ ବି ତିନିଗୁଣ: ମୁଖ୍ୟମନ୍ତ୍ରୀ

    June 17, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ଆଉ ଆଜି ଆମେ ସେହି ଲକ୍ଷ୍ୟ ପୁରାଣ କରିଛୁ। ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ଏଠାରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ଏବଂ ଜିଲ୍ଲାର ବିକାଶ ବି ତିନିଗୁଣ ବେଗରେ ଚାଲୁଛି ଓ ଏହି ପ୍ରକ୍ରିୟା ଆଗାମୀ ଦିନରେ ଜାରି ରହିବ।

    ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆମ ଦେଶ ତା’ର ଅନନ୍ୟ କୃଷି ପ୍ରଣାଳୀ ପାଇଁ ସାରା ବିଶ୍ଵରେ ପ୍ରଶଂସିତ। ଆମ ରାଜ୍ୟର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଏବଂ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ । ମେ ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଣ କରାଯାଇ ସେ ବାବଦକୁ ଡ଼ିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି l ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆମ ଦେଶର କୃଷକ ସମାଜକୁ ବହୁ ସମ୍ମାନ ଦିଅନ୍ତି। ସେମାନଙ୍କୁ ଅନ୍ନଦାତା ଭାବେ ସମ୍ବୋଧନ କରନ୍ତି। ସମସ୍ତଙ୍କୁ କୃଷି କ୍ଷେତ୍ରରେ ନିଜ ନିଜର ଅବଦାନ ଦେଇ କୃଷିକୁ ଦେଶର ମୁଖ୍ୟ ଆଧାର କରିବାକୁ ସେ ଆହ୍ଵାନ ଦେଇଛନ୍ତି । ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରତିବଦ୍ଧତାର ସହ କାମ କରୁଛୁ । ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଆମେ ଜଳସେଚନ ଯୋଗାଇ ଦେବାର ଲକ୍ଷ୍ୟ ରଖିଛୁ ।

    ସେ କହିଥିଲେଯେ, ଆମ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଚାଷୀ କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ କେବଳ କୃଷକଙ୍କର ଆୟବୃଦ୍ଧି କରିନାହିଁ ବରଂ ରାଜ୍ୟରେ କୃଷି ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ଏବଂ ସରକାର ଏହି କ୍ଷେତ୍ରର ଏକ ସ୍ଥାୟୀ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି । ନିକଟରେ ମେ ମାସ ୨୯ ତାରିଖରୁ ଜୁନ ମାସ ୧୨ ତାରିଖ ପର୍ଯ୍ୟନ୍ତ ପୁରୀର ସଖି ଗୋପାଳ ଠାରୁ ଆରମ୍ଭ ହୋଇଥିବା “ବିକଶିତ କୃଷି ସଂକଳ୍ପ ଅଭିଯାନ” ଦେଶବ୍ୟାପୀ ଚାଲୁ ରହିଥିଲା ଯାହା ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ କୃଷି ସଂକଳ୍ପ ଅଭିଯାନ କୃଷକମାନଙ୍କର ସାମୂହିକ କଲ୍ୟାଣ ସାଧନ ସହ କୃଷି କ୍ଷେତ୍ରରୁ ରୋଜଗାର ବୃଦ୍ଧି ପାଇଁ ବାସ୍ତବିକ ଏକ ଯୁଗାନ୍ତକାରୀ ପଦକ୍ଷେପ ।

    ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟପ୍ରଣାଳୀର ବିବରଣୀ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ବିସ୍ମୃତ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଅଣାଯାଇଛି l ବର୍ତ୍ତମାନ ଆମ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି l ସିଏମ୍ କିଷାନ୍ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି l ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି l ଗତ ଅକ୍ଷୟ ତୃତୀୟା ଅବସରରେ ୨,୩୮୧ ଜଣ ବିଶେଷ ଭାବେ ଅନୁନ୍ନତ (PVTG) ଚାଷୀ ଏବଂ ୨୫,୫୩୨ ସହରାଞ୍ଚଳ ଚାଷୀଙ୍କ ସମେତ ମୋଟ୍ ୫୦ ଲକ୍ଷ ୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୧,୦୨୫ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛିl ସିଏମ୍ କିଷାନ୍ ସହିତ ‘ପିଏମ-ସମ୍ମାନ ନିଧି’ ସଂଯୁକ୍ତ ହୋଇ ଚାଷୀ ଭାଇମାନଙ୍କୁ ଆର୍ଥିକ ସହଯୋଗ ପ୍ରଦାନ କରୁଛି। ଆହୁରି ମଧ୍ୟ ଚାଷୀଙ୍କ ପରିବାରକୁ ସମ୍ପୂର୍ଣ୍ଣ ରୂପେ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସ୍ଵରୂପ କୃଷି ବିଦ୍ୟାନିଧି ଯୋଜନାରେ ଚାଷୀଙ୍କ ସନ୍ତାନ-ସନ୍ତତିମାନଙ୍କ ଉଚ୍ଚଶିକ୍ଷା ପାଇଁ ଛାତ୍ରବୃତ୍ତି ସହାୟତା ଯୋଗାଇ ଦିଆଯାଉଛି l ଏହା ସହିତ ବଳଭଦ୍ର ଜୈବିକ ଚାଷ ମିଶନ ଯୋଗେ ରସାୟନମୁକ୍ତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି l ଅମୃତ ଅନ୍ନ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ଉତ୍ପାଦିତ ରସାୟନମୁକ୍ତ ଦେଶୀ ବାସ୍ନାଯୁକ୍ତ ଚାଉଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋଠଭୋଗରେ ବ୍ୟବହାର ହେଉଛି ଏବଂ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯିବ।

    ପରିଶେଷରେ ସେ କହିଥିଲେ, ଆମ କୃଷକ ଭାଇଭଉଣୀମାନଙ୍କ ସଶକ୍ତିକରଣକୁ ଆମ ସରକାର ସର୍ବାଧିକ ଗୁରୁତ୍ୱ ଦେଇଛି ଏବଂ ଏକ ବର୍ଷ ଭିତରେ ସଫଳତା ମଧ୍ୟ ପାଇଛି। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରଖିଛୁ। ମାନନୀୟ ପ୍ରଧାନମନ୍ତ୍ରୀ ମଧ୍ୟ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି। ଉଭୟ ରାଜ୍ୟ ଓ ଦେଶର ଏହି ଲକ୍ଷ୍ୟ ପୂରଣ ପାଇଁ କୃଷି ଓ କୃଷକମାନଙ୍କ ବିକାଶ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ।

    କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଥିଲେଯେ, କୃଷି ଓ କୃଷକର ବିକାଶ ପାଇଁ ଆମ ସରକାର ରାଜ୍ୟ ବଜେଟରେ ଚଳିତ ବର୍ଷ ଅଧିକ ଆର୍ଥିକ ପ୍ରସ୍ତାବ ଦେଇଛନ୍ତି ଏବଂ ଆଗାମୀ ଥର ବଜେଟରେ ମଧ୍ୟ ଅଧିକ ଆର୍ଥିକ ବଜେଟର ପ୍ରାବଧାନ ରଖିଛୁ । ଆଜି ଓଡ଼ିଶା ଭାରତ ବାହାରକୁ ମଧ୍ୟ ଫଳ ରପ୍ତାନି କରି ପାରୁଛି। ଏହା ହୋଇ ପାରୁଛି , ଆମର ଦୃଢ଼ ପ୍ରତିବଦ୍ଧତାର ପରିଚୟ। କିଛି ବର୍ଷ ମଧ୍ୟରେ ବଲାଙ୍ଗୀର ଠାରେ ଆଗ୍ରିକଲଚର କଲେଜ ପ୍ରତିଷ୍ଠା ହେବ ଏବଂ ସୋନପୁର ଠାରେ ମାଛ ଚାଷୀଙ୍କୁ ଉନ୍ନତ ଜ୍ଞାନ କୌଶଳର ଶିକ୍ଷା ଦେବା ପାଇଁ ଫିସରୀ କଲେଜ ମଧ୍ୟ ପ୍ରତିଷ୍ଠା କରିବାର ଯୋଜନା ଅଛି ବୋଲି ଘୋଷଣା କରିଛନ୍ତି।

    ଏହି ଅବସରରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଛନ୍ତିଯେ, ବଲାଙ୍ଗୀରର ଚାଷ ଓ ବଲାଙ୍ଗୀର ଚାଷୀ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରିବା ଆମ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏଣୁ ଚାଷୀ ଭାଇ ଭଉଣୀଙ୍କ ସମସ୍ତ ଆବଶ୍ୟକତାକୁ ପୁରାଣ କରିବା ପାଇଁ ଆମେ ପ୍ରତିଶୃତି ବଦ୍ଧ।

    ପ୍ରତ୍ୟେକ ଗାଁ ହେବ କୃଷି ସଶକ୍ତ ଗାଁ କାରଣ ଆମ ରାଜ୍ୟକୁ ବିକଶିତ କରିବାକୁ ହେଲେ ପ୍ରଥମେ ଆମ ମେରୁଦଣ୍ଡ, ଆମ ଚାଷକୁ ସମୃଦ୍ଧ କରିବାକୁ ପଡିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଥିଲେ।

    ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସଫଳ ଚାଷୀଙ୍କୁ ପୁରସ୍କୃତ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ନିଜ ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଟିଟିଲାଗଡ ବିଧାୟକ, ନବୀନ କୁମାର ଜୈନ୍ , କଣ୍ଟାବାଞ୍ଜି ବିଧାୟକ, ଲକ୍ଷ୍ମଣ ବାଗ୍, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ।

    ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲ୍ୱର ଧନ୍ୟବାଦ ଦେଇଥିଲେ।

    କୃଷକ ଶକ୍ତି ସମାବେଶ ବଲାଙ୍ଗୀର ବିକଶିତ ଓଡିଶା ମୋହନ ଚରଣ ମାଝୀ
    Share. Facebook Twitter LinkedIn Email WhatsApp Copy Link
    Previous ArticleICC କରିବାକୁ ଯାଉଛି ବଡ ପରିବର୍ତ୍ତନ, ଏବେ ୫ ନୁହେଁ ୪ ଦିନିଆ ହେବ ଟେଷ୍ଟ: କିନ୍ତୁ ଏହି ୩ ଦେଶଙ୍କୁ ମିଳିବ ଛାଡ
    Next Article ବିଦ୍ୟୁତ ଖୁଣ୍ଟକୁ ପିଟିଲା ବାଇକ, ଦୁଇ ମୃତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.