Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ରାଜ୍ୟରେ ଡାଇରିଆ ସ୍ଥିତି ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା, ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ
    ଜାତୀୟ ଖବର

    ରାଜ୍ୟରେ ଡାଇରିଆ ସ୍ଥିତି ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା, ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

    June 18, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link
    ରାଜ୍ୟରେ ଡାଇରିଆ ସ୍ଥିତି ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା, ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ

    ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ସମେତ କେନ୍ଦୁଝର, ଭଦ୍ରକ, କଟକ, ଢେଙ୍କାନାଳ  ଜିଲ୍ଲାରେ ଦେଖାଦେଇଥିବା ଡାଇରିଆ ସ୍ଥିତି ଓ ଏହାର ପ୍ରତିକାରାତ୍ମକ  ପଦକ୍ଷେପ ସଂପର୍କରେ ସମୀକ୍ଷା କରିଥିଲେ । ଲୋକସେବା ଭବନରେ  ଅନୁଷ୍ଠିତ  ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ବିଭାଗ  କମିଶନର  ତଥା ଶାସନ ସଚିବ  ଶ୍ରୀ ଅଶ୍ୱତୀ ଏସ୍‌ ସ୍ଥିତି ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଉପରୋକ୍ତ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇ ନିଜ ନିଜ ଜିଲ୍ଲାର କ୍ଷେତ୍ରସ୍ତରୀୟ ସ୍ଥିତି ଜଣାଇଥିଲେ ।

    ସ୍ୱାସ୍ଥ୍ୟ ସଚିବ ଜଣାଇଥିଲେ ଯେ, ଡାଇରିଆ ସ୍ଥିତିର ପୂର୍ଣ୍ଣ ନିୟନ୍ତ୍ରଣ ପାଇଁ  ପ୍ରତିରୋଧ, ପରୀକ୍ଷଣ ଓ  ପ୍ରତିଷେଧକ ବ୍ୟବସ୍ଥା ସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ  କରାଯାଇଛି । ବେସରକାରୀ ଓ ସରକାରୀ କୂପ ଆଦିକୁ ନିୟମିତ ଭାବେ  ବିଶୋଧନ  କରାଯାଉଛି ।  ରୋଗୀମାନଙ୍କ ସଂଖ୍ୟାରେ  ହ୍ରାସ ଘଟିଛି । ଏବେ ଯେଉଁ ରୋଗୀମାନେ  ଆସୁଛନ୍ତି,  ସେମାନଙ୍କର  ରୋଗର  ଲକ୍ଷଣ ସାମାନ୍ୟ ରହୁଛି । ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ସଂକ୍ରମିତ ଲୋକମାନେ ପ୍ରାରମ୍ଭିକ ଅବସ୍ଥାରୁ ହିଁ ଡାକ୍ତରଖାନା ଆସୁଛନ୍ତି, ଯାହା ଡାଇରିଆ ନିୟନ୍ତ୍ରଣ ଦିଗରେ ଏକ ଭଲ ଲକ୍ଷଣ ।

    ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ, ବିଭିନ୍ନ ଡାକ୍ତରଖାନାରେ ନୂଆ ଆଡମିଶନ ହାରରେ କ୍ରମାଗତ ହ୍ରାସ ଘଟିଛି । ଅଦ୍ୟତନ ତଥ୍ୟ ଅନୁସାରେ  ପ୍ରଭାବିତ ୫ ଟି ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆଜି ୪୨୯ ଜଣ ରୋଗୀ ଆଡମିଶନ ହୋଇଥିବା ବେଳେ ୨୮୪ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ତେବେ ବିଗତ ଦିନ ମାନଙ୍କୁ ମିଶାଇ ଆଜିସୁଦ୍ଧା ସମୁଦାୟ ୩୭୦ ଜଣ  ଚିକିତ୍ସାଧିନ ଅଛନ୍ତି । ଯେଉଁମାନେ ସୁସ୍ଥ ହେଉଛନ୍ତି,  ସେମାନଙ୍କୁ  ଡାକ୍ତରଙ୍କ ବିନା ପରାମର୍ଶରେ ଘରକୁ ଛଡାଯାଉନାହିଁ । ପୂର୍ଣ୍ଣ ଆରୋଗ୍ୟ ପରେ ସେମାନଙ୍କୁ ହସ୍ପିଟାଲରୁ ଡିସଚାର୍ଯ୍ୟ କରାଯାଉଛି ।

    ପରିମଳ ଓ  ବିଶୋଧନ କାର୍ଯ୍ୟକୁ ବ୍ୟାପକ ଭାବେ ଜାରି ରଖିବାକୁ  ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ମାଇକ୍‌ ଯୋଗେ  ପ୍ରଚାର ପ୍ରସାରକୁ  ବ୍ୟାପକ  କରାଯାଇଛି ।  ଆଗାମୀ ୭ ରୁ ୧୦ ଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରି ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ରାଜ୍ୟସ୍ତରୀୟ କମିଟି  ସ୍ଥିତିର ସମୀକ୍ଷା କରୁଛନ୍ତି । ପ୍ରଭାବିତ ଜିଲ୍ଲାମାନଙ୍କରେ ୨୪ ଘଣ୍ଟିଆ ନିୟନ୍ତ୍ରଣ ଓ ପରିଚାଳନା କକ୍ଷ କାର୍ଯ୍ୟ କରୁଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ବିଭିନ୍ନ ଜିଲ୍ଲା ଗସ୍ତ କରି  ଏହା ମହାମାରୀ ନୁହେଁ ବୋଲି କରିଛନ୍ତି। ଦେଖା ଦେଇଥିବା ଡାଇରିଆ  ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ସଂକ୍ରମିତ ହୋଇନାହିଁ । ଏହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ ଦେଖାଦେଇଛି। ବର୍ଷା ଦିନେ ଜଳବାହିତ ରୋଗ ହୋଇଥାଏ । ତେଣୁ  ପ୍ରଭାବିତ  ୫ଟି ଜିଲ୍ଲା ସମେତ ଅନ୍ୟ ସମସ୍ତ ଜିଲ୍ଲାକୁ ସ୍ୱାସ୍ଥ୍ୟ ସତର୍କତା ଓ ସଚେତନତା ଅବଲମ୍ବନ  କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

    ସ୍ୱାସ୍ଥ୍ୟ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ, ହସ୍ପିଟାଲକୁ ଆସୁଥିବା ପ୍ରତ୍ୟେକ  ରୋଗୀଙ୍କ ଯେପରି ଉପଯୁକ୍ତ ଧ୍ୟାନ ଓ ଚିକିତ୍ସା ଦିଆଯିବ, ସେଥିପାଇଁ  ନିର୍ଦ୍ଦେଶ  ଦିଆଯାଇଛି । ବିଶେଷ କରି ନଦୀ, ନାଳ ଅଂଚଳର ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ  ପରାମର୍ଶ ଦିଆଯାଇଛି । ଜଳ ବିଶୋଧନ କରାଯାଉଥିବା  କ୍ଲୋରିନ୍‌ରେ ଏହାର ଗୁଣାତ୍ମକ ମାନ ଅଛି କି ନାହିଁ, ତାହା ବିଶୋଧନ ବେଳେ  ଦେଖିବା, ଅଧିକ ଦିନ ହୋଇଥିଲେ ନୂଆ କ୍ରୟ କରିବା ବା ସଂଗ୍ରହ କରିବା ଏବଂ ଯଥେଷ୍ଟ ସଂଖ୍ୟାରେ ଏହା  ରଖିବାକୁ ପରାମର୍ଶ ଦିଆଯାଇଛି ।

    ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଜିଲ୍ଲାଓ୍ୱାରୀ ସ୍ଥିତି ସମୀକ୍ଷା କହିଥିଲେ ଯେ, ବିଭିନ୍ନ ଜିଲ୍ଲାରେ ସଂକ୍ରମଣ  ମାତ୍ରା କମୁଥିଲେ ମଧ୍ୟ ଆମକୁ ସତର୍କତା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରହିବାକୁ ପଡ଼ିବ  ।  ଆଗକୁ ମୌସୁମୀ ବର୍ଷାରେ  ଜଳ ସଂକ୍ରମଣର ସମ୍ଭାବନା ରହିଛି । ଏଥି ପାଇଁ ନିୟମିତ  ବ୍ୟବଧାନରେ ଜଳ ଉତ୍ସକୁ ବିଶୋଧନକରିବା, ସଚେତନତା କାର୍ଯ୍ୟକ୍ରମକୁ  ବ୍ୟାପକ କରିବାକୁ  ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସଂକ୍ରାମକ ରୋଗ କାରଣରୁ  ଯେପରି ଜୀବନ ହାନି ନ ଘଟେ, ସେଥିପ୍ରତି ଏହାର ନିରାକରଣ ପାଇଁ ସବୁ ସତର୍କତା, ସଚେତନତା ଓ ପରୀକ୍ଷା ଓ ଚିକିତ୍ସାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି ।  କ୍ଷେତ୍ରସ୍ତରରେ  ସ୍ଥିତି ଅନୁଧ୍ୟାନ କରି ଯାହା ଯାହା  ଆବଶ୍ୟକତା ରହୁଛି,  ସେଥିପ୍ରତି ଦୃଷ୍ଟି ଦେଇ ପଦ​‌କ୍ଷେପ  ନେବାକୁ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲାପାଳମାନଙ୍କୁ   ପରାମର୍ଶ ଦେଇଛନ୍ତି ।

    ଯାଜପୁର ଜିଲ୍ଲାପାଳ,  ଜିଲ୍ଲାରେ ବିଶୋଧନ କାର୍ଯ୍ୟକ୍ରମ, ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଜାରି ରହିଥିବା,  ଗ୍ରାମ ପଞ୍ଚାୟତ ସ୍ତରରେ  ଏବଂ ଗାଁ କୁ ଗାଁ  ଓ ପଡା ଗ୍ରାମରେ  ଡାକବାଜି ଯନ୍ତ୍ର  ଯୋଗେ ପ୍ରଚାର ପ୍ରସାରକୁ ବ୍ୟାପକ କରାଯାଇଥିବା  ପ୍ରକାଶ କରିଥିଲେ ।  ଆଶା, ଅଙ୍ଗନବାଡି,ସ୍ୱାସ୍ଥ୍ୟକର୍ମୀମାନେ ନିରବଚ୍ଛିନ୍ନଭାବେ କାର୍ଯ୍ୟ କରୁଛନ୍ତି ।  କେବଳ ଯାଜପୁର ଜିଲ୍ଲାରେ ନୂଆ ଆଡମିଶନ ସଂଖ୍ୟା ୬୪ ଥିବା ବେଳେ ସେଥିରୁ ୪୫ ଜଣ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ଏହି ଜିଲ୍ଲାରେ ୨୧୦ ଜଣ ଚିକିତ୍ସାଧିନ ଅଛନ୍ତି ।  ଜିଲ୍ଲାରେ ୪୦ ଲକ୍ଷ ହାଲୋଜେନ ବଟିକା  ଏବଂ  ୬ ଲକ୍ଷ ଓଆରଏସ୍‌ ପ୍ୟାକେଟ ବଣ୍ଟନ କରାଯାଇଛି । ୪୦୦ ପ୍ୟାକେଟ୍‌ ବ୍ଲିଚିଂ ପାଉଡର ଏବଂ ୩ ଲକ୍ଷ ୪୦ ହଜାର ସଂକ୍ରାମକ ରୋଗ ନିରୋଧକ ଔଷଧ-ଡକ୍ସିସାଇକ୍ଲିନ୍‌ ବଣ୍ଟନ କରାଯାଇଛି ।

    ସେହିପରି କଟକ, ଭଦ୍ରକ, କେନ୍ଦୁଝର ଓ  ଢ଼େଙ୍କାନାଳ ଜିଲ୍ଲାରେ ଡାଇରିଆ ସ୍ଥିତି  ସଂପର୍କରେ ଜିଲ୍ଲାପାଳମାନେ  ଅବଗତ କରାଇଥିଲେ ।  ଜଳ ଉତ୍ସ ବିଶୋଧନ କାର୍ଯ୍ୟ, ପ୍ରଚାର ପ୍ରସାର, ପରୀକ୍ଷଣ ଓ ଚିକିତ୍ସା କାର୍ଯ୍ୟକ୍ରମ ବ୍ୟାପକ କରାଯାଇଥିବା ସୂଚନା ଦେଇଥିଲେ । ସମସ୍ତ ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କର୍ମଚାରୀମାନେ କୂପ, ନଳକୂପ ବିଶୋଧନ କାର୍ଯ୍ୟ ଆଦି ଜାରି ରଖିଛନ୍ତି । ସମସ୍ତ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବୈଠକରୁ ଜଣାଯାଇଛି।

    ପ୍ରକାଶ ଥାଉକି, ଜୁନ୍‌ ୧୦ ତାରିଖରେ ସମନ୍ୱିତ ରୋଗ ସର୍ବେକ୍ଷଣ କାର୍ଯ୍ୟକ୍ରମ (ଆଇଡିସିଏସ୍‌ପି) ସେଲ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ଦେଖାଦେଇଥିବା ଏବଂ ଏହାର ସଂଖ୍ୟା ଜାଣିବାକୁ ପାଇଥିଲେ, ଯାହାକି ବିଭିନ୍ନ ସ୍ଥାନୀୟ ଭୋଜି ଭାତ ଯୋଗୁଁ ହୋଇଥାଏ ପାରେ ବୋଲି ସନ୍ଦେହ କରାଯାଇଥିଲା  । ଏହା ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ ଅନୁଭବ କରି ସଙ୍ଗେ ସଙ୍ଗେ ରାଜ୍ୟ ସର୍ଭେଲାନ୍ସ ୟୁନିଟ ତରଫରୁ ସତର୍କତା ଅବଲମ୍ବନ କରିବାକୁ ସୂଚନା ଦିଆଯାଇଥିଲା । ଏହା ଯେପରି ଅଧିକ ନବ୍ୟାପେ, ଠିକ୍ ସମୟରେ ରୋଗୀଙ୍କୁ ଚିକିତ୍ସା ଓ ଜୀବନ ହାନୀ ରୋକିବା ପାଇଁ ସବୁ  ପ୍ରକାର ପ୍ରତିକାର ଓ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ନୂଆ ଆଡମିଶନ ମଧ୍ୟରେ ଆଦି ସକାଳ ସୁଦ୍ଧା, କେନ୍ଦୁଝର ଜିଲ୍ଲାରେ ୮୨ ଜଣ, ଯାଜପୁର ଜିଲ୍ଲାରେ ୬୪ ଜଣ, କଟକ ଜିଲ୍ଲାରେ ୧୪୫ ଜଣ, ଢ଼େଙ୍କାନାଳ ଜିଲ୍ଲାରେ ୬୫, ଭଦ୍ରକ ଜିଲ୍ଲାରେ ୭୩ ଏହିପରି ମୋଟ ୪୨୯ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଅନୁସାରେ ଆଜି ସୁଦ୍ଧା ବିଭିନ୍ନ ଜିଲ୍ଲାରେ ମୋଟ  ୧୧ ଜଣଙ୍କ ମୃତ୍ୟୁ ଘଟିଛି ।

    ସଂକ୍ରମିତ ଜଳଉତ୍ସ କିମ୍ବା ସଂକ୍ରମିତ ଖାଦ୍ୟ, ପରିମଳ ବ୍ୟବସ୍ଥାରେ ତ୍ରୁଟି, ଅଧିକ ରୋଗୀ ଦେଖାଦେଇଥିବା ଅଂଚଳରୁ କିମ୍ବା ଏବଂ ଡେରିରେ ପରୀକ୍ଷା ପାଇଁ ରୋଗୀ ଆସୁଥିବା କାରଣରୁ ଏହା  ହୋଇଥାଇପାରେ ବୋଲି କୁହାଯାଇଛି । ଡାଇରିଆ ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ସଚେତନତା, ପ୍ରତିଷେଧକ ବ୍ୟବସ୍ଥା, ଜଳ ଉତ୍ସର ବିଶୋଧନ  ଆଦି ଯୋଗୁଁ ବିଭିନ୍ନ ଜିଲ୍ଲାରେ ଡାଇରିଆ ସଂଖ୍ୟା କମୁଥିବା ପରିଲକ୍ଷିତ ହୋଇଛି ।

    ଡାଇରିଆ ମୁଖ୍ୟ ଶାସନ ସଚିବ
    Share. Facebook Twitter LinkedIn Email WhatsApp Copy Link
    Previous Articleଯୋଗର କାଳଜୟୀ ଯାତ୍ରା
    Next Article ଜାଣନ୍ତୁ ମୁକେଶ ଆମ୍ବାନୀଙ୍କ ସମୁଦି କିଏ? ଯାହାର ରହିଛି ୨,୪୫,୨୬,୯୨,୦୦,୦୦୦ ଟଙ୍କାର ବ୍ୟବସାୟ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.