Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଜାଣନ୍ତୁ ମୁକେଶ ଆମ୍ବାନୀଙ୍କ ସମୁଦି କିଏ? ଯାହାର ରହିଛି ୨,୪୫,୨୬,୯୨,୦୦,୦୦୦ ଟଙ୍କାର ବ୍ୟବସାୟ
    ଅନ୍ତରାଷ୍ଟ୍ରୀୟ

    ଜାଣନ୍ତୁ ମୁକେଶ ଆମ୍ବାନୀଙ୍କ ସମୁଦି କିଏ? ଯାହାର ରହିଛି ୨,୪୫,୨୬,୯୨,୦୦,୦୦୦ ଟଙ୍କାର ବ୍ୟବସାୟ

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    Ajaya
    ତାଙ୍କର ଅଛି 29373 କୋଟି ଟଙ୍କାର ବ୍ୟବସାୟ, 450 କୋଟି ଟଙ୍କାର ଘର, ସେ ମୁକେଶ ଆମ୍ବାନୀଙ୍କ ସମୁଦି..

    The Samikhsya Desk: ସେ ହେଉଛନ୍ତି ବିଶ୍ବର ପ୍ରତିଷ୍ଠିତ ଧନୀ ମୁକେଶ ଆମ୍ବାନୀଙ୍କ ସମୁଦି। ଅର୍ଥାତ ତାଙ୍କର ପୁଅ ମୁକେଶ ଆମ୍ବାନୀଙ୍କ ଝିଅ ଇଶାଙ୍କୁ ବିବାହ କରିଛନ୍ତି। ହେଲେ ସେ କେବେ ମୁକେଶ ଆମ୍ବାନୀଙ୍କ ସଂପର୍କିୟ ବୋଲି ପରିଚୟ ଦିଅନ୍ତି ନାହିଁ। କାରଣ ଭାରତ ଶିଳ୍ପ ଜଗତରେ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ରହିଛି। ସେ ହେଉଛନ୍ତି ଅଜୟ ଗୋପୀକିସନ ପିରାମଲ। ଭାରତର ପ୍ରତିଷ୍ଠିତ ଫାର୍ମା କଂପାନୀ ପିରାମଲର ସେ ହେଉଛନ୍ତି ଅଧ୍ୟକ୍ଷ।

    ଅଜୟଙ୍କ ପୁତ୍ର ଆନନ୍ଦ ପିରାମଲ ମୁକେଶ ଆମ୍ବାନୀଙ୍କ ଝିଅ ଇଷା ଆମ୍ବାନୀଙ୍କୁ ବିବାହ କରିଛନ୍ତି। ଅର୍ଥାତ ଆନନ୍ଦ ହେଉଛନ୍ତି ମୁକେଶ ଆମ୍ବାନୀଙ୍କ ଜୁଆଁଇ। ସେହି ହିସାବରେ ଅଜୟ ହେଲେ ଆମ୍ବାନୀଙ୍କ ସମୁଦି। ମୁକେଶଙ୍କ ପରି ଅଜୟ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ତାଙ୍କର ଫାର୍ମା କଂପାନୀ ପିରାମଲ ଦେଶବିଦେଶରେ ବେଶ ନାମ କମାଇଛି। ଯାହା ପଛରେ ଅଜୟଙ୍କ ଝାଳବୁହା ପରିଶ୍ରମ ଜଡିତ ରହିଛି।

    ମିଡିଆ ରିପୋର୍ଟ ଅନୁସାରେ ବର୍ତ୍ତମାନ ପିରାମଲ ଫାର୍ମା କଂପାନୀର ବ୍ୟବସାୟ ସାମ୍ରାଜ୍ୟ ପ୍ରାୟ ୨,୪୫,୨୬,୯୨,୦୦,୦୦୦ ଟଙ୍କା ବୋଲି ଜଣାପଡିଛି। ଅଜୟ ପିରାମଲ ବିଶ୍ବର ଧନି ତାଲିକାରେ ୧୦୩୨ ନମ୍ବରରେ ରହିଛନ୍ତି। ତାଙ୍କର ଦକ୍ଷିଣ ମୁମ୍ବାଇରେ ଏକ ଘର ଅଛି ଯାହା ୫୦୦୦୦ ସ୍କୋୟାରଫୁଟ ପରିମିତ ଅଞ୍ଚଳରେ ରହିଛି। ଏହାର ମୂଲ୍ୟ ୪୫୦ କୋଟି ଟଙ୍କା। ସମୁଦ୍ର ଆଡକୁ ମୁହଁ କରି ରହିଥିବା ଏହି କୋଠାର ନାମ ଗୁଲିତା ଦିଆଯାଇଛି।

    ଅଜୟ ଏହି କୋଠାଟି ୨୦୧୨ ମସିହାରେ ଭାରତର ପ୍ରତିଷ୍ଠିତ ଏଫଏମସିଜି କଂପାନୀ ଇୟୁନି ଲିଭରଠାରୁ ୪୫୦ କୋଟି ଟଙ୍କାରେ କ୍ରୟ କରିଥିଲେ। ଏହି ଘରକୁ ରିମଡେଲିଂ କରିବା ପାଇଁ ଅଜୟ ଲଣ୍ଡନରୁ ଜଣେ ଇଂଜିନିୟରଙ୍କୁ ଆଣିଥିଲେ। ବର୍ତ୍ତମାନ ଏହି ଘର ମୁମ୍ବାଇର ଏକ ପ୍ରତିଷ୍ଠିତ ଘର ଭାବେ ପରିଚିତ ହୋଇ ରହିଛି। ବର୍ତ୍ତମାନ ଏହି ଘରର ମୂଲ୍ୟ କେତେ ହେବ ତାହା କହିବା ମୁସ୍କିଲ। କାରଣ ସମୁଦ୍ର ଫେସିଂ ଘରର ମୂଲ୍ୟ ମୁମ୍ବାଇରେ ଅପର‌୍ୟ୍ୟାପ୍ତ। ସେହି ହିସାବରେ ଅଜୟଙ୍କ ଏହି କୋଠାର ମୂଲ୍ୟ ତିନିଗୁଣ ହେବ ବୋଲି ଆଶା କରାଯାଉଛି।

    ଅଜୟ ପିରାମଲ ୧୯୭୭ ମସିହାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହୋଇଥିଲା। ତେବେ ସେ ଫାର୍ମା ବ୍ୟବସାୟ ନୁହେଁ ତାଙ୍କ ପରିବାରର ଟେକ୍ସଟାଇଲ ବ୍ୟବସାୟରେ ପ୍ରବେଶ କରିଥିଲେ। ହେଲେ ପରବର୍ତ୍ତି ସମୟରେ ସେ ସେଥିରୁ ଓହରି ଆସି ଫର୍ମା ବ୍ୟବସାୟ ଆରମ୍ଭ କଲେ ଯାହାର ନାମ ଦେଲେ ପିରାମଲ ଫାର୍ମା।

    ୨୦୧୦ ମସିହାରେ ଅଜୟ ତାଙ୍କ କଂପାନୀର ଏକ ଫର୍ମୁଲେସନକୁ ଆବୋଟ ଲ୍ୟାବକୁ ୩.୮ ବିଲୟନ ଡଲାରରେ ବିକ୍ରି କରିଥିଲେ। ତାହା ହିଁ ଥିଲା ତାଙ୍କ କଂପାନୀର ବଡ ଉତଥାନ। ଏହାପରେ ସେ ୨୦୨୦ ମସିହାରେ ପିରାମଲ ଗ୍ଲାସକୁ ବ୍ଲାକଷ୍ଟୋନ କଂପାନୀକୁ ୧ ବିଲିୟନ ଡଲାରରେ ବିକ୍ରି କରିଛନ୍ତି। ଫଳରେ ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ବୃଦ୍ଧି ପାଇବାରେ ଲାଗିଛି। ପିରାମଲଙ୍କ ବଡ ଭାଇ ଦିଲ୍ଲୀପ ହେଉଛନ୍ତି ଭାରତର ପ୍ରତିଷ୍ଠିତ ଭିଆଇପି ସୁଟକେସ କଂପାନୀର ମାଲିକ। ଅଜୟଙ୍କ ଧର୍ମପତ୍ନୀ କଂପାନୀର ଉପାଧ୍ୟକ୍ଷ ଥିବା ବେଳେ ତାଙ୍କର ପୁଅ ଆନନ୍ଦ ଓ ଝିଅ ନନ୍ଦିନୀ ବୋର୍ଡ ଅଫ ଡାଇରେକ୍ଟରସ ରେ ଅଛନ୍ତି।

    Ajaya Piramal ଅଜୟ ପିରାମଲ ଆନନ୍ଦ ପିରାମଲ ଆମ୍ବାନୀଙ୍କ ଜୁଆଁଇ ପିରାମଲ ଫାର୍ମା ମୁକେଶ ଆମ୍ବାନୀଙ୍କ ସମୁଦି
    Share. Facebook Twitter LinkedIn Email WhatsApp Copy Link
    Previous Articleରାଜ୍ୟରେ ଡାଇରିଆ ସ୍ଥିତି ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା, ମୁଖ୍ୟ ଶାସନ ସଚିବ ଦେଲେ ଏହି ନିର୍ଦ୍ଦେଶ
    Next Article ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.