Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ପାକିସ୍ତାନ ସେନା ମୁଖ୍ୟ ଆମେରିକା ପହଞ୍ଚିବା ମାତ୍ରେ ଫୋନ କଲେ ମୋଦୀ, ଜାଣନ୍ତୁ ଟ୍ରମ୍ଫଙ୍କ ସହ କ’ଣ ହେଲା ଆଲୋଚନା?
    ଅନ୍ତରାଷ୍ଟ୍ରୀୟ

    ପାକିସ୍ତାନ ସେନା ମୁଖ୍ୟ ଆମେରିକା ପହଞ୍ଚିବା ମାତ୍ରେ ଫୋନ କଲେ ମୋଦୀ, ଜାଣନ୍ତୁ ଟ୍ରମ୍ଫଙ୍କ ସହ କ’ଣ ହେଲା ଆଲୋଚନା?

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ କଥା ହୋଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ସହ ଅପରେସନ ସିନ୍ଦୂର ଏବଂ ପାକିସ୍ତାନ ପ୍ରସଙ୍ଗ ବିଷୟରେ କଥା ହୋଇଥିଲେ। ମୋଦି କହିଛନ୍ତି ଯେ, ଅପରେସନ ସିନ୍ଦୂର ଏବେ ବି ଜାରି ରହିଛି। କାନାଡାରେ ଜି-୭ ଶିଖର ସମ୍ମିଳନୀ ସମୟରେ ତାଙ୍କର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବାର ଥିଲା, କିନ୍ତୁ ଟ୍ରମ୍ପ ପୂର୍ବରୁ ଚାଲିଯାଇଥିଲେ। ସେଥିପାଇଁ ଦୁହେଁ ଫୋନରେ କଥା ହୋଇଥିଲେ।

    କଥାବାର୍ତ୍ତା ସମୟରେ ମୋଦି ଟ୍ରମ୍ପଙ୍କୁ ଭାରତ ଆସିବାକୁ ଅନୁରୋଧ କରିଥିଲେ ଏବଂ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, ସେ ଭାରତ ଆସିବାକୁ ଆଗ୍ରହୀ। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ୩୫ ମିନିଟ୍ କଥା ହୋଇଥିଲେ।

    ଉଲ୍ଲେଖ ଯୋଗ୍ୟ ଯେ, ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ ମାଧ୍ୟମରେ ସମବେଦନା ଜଣାଇଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ସମର୍ଥନ ଜଣାଇଥିଲେ। ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ କଥାବାର୍ତ୍ତା ଥିଲା। ତେଣୁ ଅପରେସନ ସିନ୍ଦୂର ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

    ବିଦେଶ ସଚିବ ବିକ୍ରମ ମିଶରୀ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ଏହି ସମ୍ପୂର୍ଣ୍ଣ ଘଟଣା ସମୟରେ କେବେ ବି, କୌଣସି ସ୍ତରରେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆମେରିକା ଦ୍ୱାରା ମଧ୍ୟସ୍ଥତା ଭଳି ବିଷୟ ଉପରେ କୌଣସି ଆଲୋଚନା ହୋଇନାହିଁ। ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉପରେ ଆଲୋଚନା ଉଭୟ ସେନାର ପୂର୍ବ ଚ୍ୟାନେଲ ମାଧ୍ୟମରେ ସିଧାସଳଖ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା ଏବଂ ଏହା ପାକିସ୍ତାନର ଅନୁରୋଧରେ ହୋଇଥିଲା।”

    ପ୍ରଧାନମନ୍ତ୍ରୀ ମୋଦି ଜୋର ଦେଇ କହିଥିଲେ ଯେ, ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ, ନା ଏହାକୁ ଗ୍ରହଣ କରେ ଏବଂ କେବେ ଗ୍ରହଣ କରିବ ନାହିଁ। ଏହି ପ୍ରସଙ୍ଗରେ ଭାରତରେ ସମ୍ପୂର୍ଣ୍ଣ ରାଜନୈତିକ ଏକମତ ଅଛି। ବିସ୍ତୃତ ଭାବେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁହାଯାଇଥିବା କଥାଗୁଡ଼ିକୁ ରାଷ୍ଟ୍ରପତି ଟ୍ରମ୍ପ ବୁଝିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଭାରତର ଲଢ଼େଇକୁ ସମର୍ଥନ ଜଣାଇଥିଲେ।

    ମୋଦୀ ଟ୍ରମ୍ପଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ, ୨୨ ଏପ୍ରିଲ ପରେ ଭାରତ ସମଗ୍ର ବିଶ୍ୱକୁ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସଂକଳ୍ପ ବିଷୟରେ କହିଥିଲା। ମଇ ୬-୭ ତାରିଖ ରାତିରେ ଭାରତ କେବଳ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଥିଲା। ଭାରତ ଏହା ମଧ୍ୟ ସ୍ପଷ୍ଟ କରିଦେଇଥିଲା ଯେ, ଭାରତ ପାକିସ୍ତାନର ଗୁଳିର ଜବାବ ଗୋଳାରେ ଦେବ।

    ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରିଥିଲେ ଜେଡି ଭେନ୍ସ:

    ଆମେରିକାର ଉପାଧ୍ୟକ୍ଷ ଜେଡି ଭେନ୍ସ ୯ ମଇ ରାତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରିଥିଲେ। ସେ କହିଥିଲେ ଯେ, ପାକିସ୍ତାନ ଭାରତ ଉପରେ ଏକ ବଡ଼ ଆକ୍ରମଣ କରିପାରେ। ମୋଦି ତାଙ୍କୁ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, ଯଦି ଏହା ହୁଏ ତେବେ ଭାରତ ପାକିସ୍ତାନକୁ ଆହୁରି କଡ଼ା ଜବାବ ଦେବ। ୯-୧୦ ମଇ ରାତିରେ ପାକିସ୍ତାନର ଆକ୍ରମଣର ଭାରତ ବହୁତ କଡ଼ା ଜବାବ ଦେଇଥିଲା ଏବଂ ପାକିସ୍ତାନୀ ସେନାକୁ ବହୁତ କ୍ଷତି ପହଞ୍ଚାଇଥିଲା।

    Breaking News donald trump india narendra modi pakistan
    Share. Facebook Twitter LinkedIn Email WhatsApp Copy Link
    Previous Articleରାଜ୍ୟ ପୋଲିସ ଏକାଡେ଼ମୀ ତରଫରୁ ଆୟୋଜିତ “ନୂତନ ଅପରାଧିକ ଆଇନ” ସମ୍ପର୍କିତ କର୍ମଶାଳା
    Next Article ଆମେରିକା ପହଞ୍ଚିବା ମାତ୍ରେ ନିଜର ସ୍ଵଭାବ ଦେଖାଇଲେ ପାକିସ୍ତାନୀ ସେନା ମୁଖ୍ୟ: ଭାରତ ବିରୋଧରେ ଓଗାଳିଲେ ବିଷ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.