Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ଘଟଣାରେ ପୁନରୁଦ୍ଧାର ପାଇଁ ହିମାଚଳ ପ୍ରଦେଶକୁ ୨୦୦୬ କୋଟି ମଞ୍ଜୁର
    ଆଜିର ଖବର

    ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ଘଟଣାରେ ପୁନରୁଦ୍ଧାର ପାଇଁ ହିମାଚଳ ପ୍ରଦେଶକୁ ୨୦୦୬ କୋଟି ମଞ୍ଜୁର

    June 18, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ୨୦୨୩ର ବନ୍ୟା, ଭୂସ୍ଖଳନ, ବାଦଲଫଟା ବର୍ଷା ଘଟଣାରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଯୋଜନା ପାଇଁ ହିମାଚଳ ପ୍ରଦେଶକୁ ୨୦୦୬.୪୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ମଂଜୁର କରିଛନ୍ତି। ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଏହି କମିଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ୍) ଅଧୀନରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଣ୍ଠିରୁ ରାଜ୍ୟକୁ ଆର୍ଥିକ ସହାୟତା ପାଇଁ ପ୍ରସ୍ତାବ ଉପରେ ବିଚାର କରିଥିଲେ।

    ଉଚ୍ଚସ୍ତରୀୟ କମିଟି ହିମାଚଳ ପ୍ରଦେଶ ପାଇଁ ୨୦୦୬.୪୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ ଅନୁମୋଦନ କରିଛି, ଯାହା ବନ୍ୟା, ବାଦଲଫଟା ବର୍ଷା ଏବଂ ଭୂସ୍ଖଳନ କାରଣରୁ ୨୦୨୩ ମୌସୁମୀ ଋତୁରେ ହୋଇଥିବା କ୍ଷୟକ୍ଷତି ଏବଂ ବିନାଶ କାରଣରୁ ସୃଷ୍ଟି ହୋଇଥିବା ପୁନରୁଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟକଳାପକୁ କାର୍ଯ୍ୟକାରୀ କରିବାରେ ରାଜ୍ୟକୁ ସାହାଯ୍ୟ କରିବ। ଏଥିରୁ ୧୫୦୪.୮୦ କୋଟି ଟଙ୍କା ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧୀନରେ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ପାଣ୍ଠିରୁ କେନ୍ଦ୍ରୀୟ ଅଂଶ ହେବ। ଏହାପୂର୍ବରୁ, ଡିସେମ୍ବର ୧୨ ,୨୦୨୩ ରେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହିମାଚଳ ପ୍ରଦେଶ ପାଇଁ ଏନଡିଆରଏଫରୁ ୬୩୩.୭୩ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଅନୁମୋଦନ କରିଥିଲା।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ପ୍ରାକୃତିକ ବିପର୍ଯ୍ୟୟ ଏବଂ ଦୁର୍ବିପାକ ସମୟରେ ରାଜ୍ୟ ସରକାରଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିପର୍ଯ୍ୟୟ ପ୍ରଶମନକ୍ଷମ ଭାରତର ପରିକଳ୍ପନାକୁ ପୂରଣ କରିବା ଉଦ୍ଦେଶ୍ୟରେ, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ବିପର୍ଯ୍ୟୟଗୁଡ଼ିକର ପ୍ରଭାବୀ ପରିଚାଳନା ସୁନିଶ୍ଚିତ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛି। ବିପର୍ଯ୍ୟୟ ସମୟରେ ଜୀବନ ଏବଂ ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ରୋକିବା ପାଇଁ ଭାରତରେ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥାକୁ ସୁଦୃଢ଼ କରି ଅନେକ ପଦକ୍ଷେପ ନିଆଯାଇଛି।

    କେନ୍ଦ୍ର ସରକାର ଯୋଶୀମଠ ଘଟଣା ପରେ ଉତ୍ତରାଖଣ୍ଡ ରାଜ୍ୟ ପାଇଁ ୧୬୫୮.୧୭ କୋଟି ଟଙ୍କାର ପୁନଃରୁଦ୍ଧାର ଯୋଜନା ୨୦୨୩ର ଜିଏଲଓଏଫ୍‍ ଘଟଣା ପରେ ସିକିମ ପାଇଁ ୫୫୫.୨୭ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ ମଞ୍ଜୁରି ଦେଇଥିଲେ।

    ଆହୁରି ମଧ୍ୟ କେନ୍ଦ୍ର ସରକାର ଏକାଧିକ ବିପର୍ଯ୍ୟୟ ପ୍ରଶମନ ପକଳ୍ପ ଲାଗି ୭୨୫୩.୫୧ କୋଟି ଟଙ୍କାର ବ୍ୟୟବରାଦକୁ ମଞ୍ଜୁର କରିଛନ୍ତି, ଏଥରେ ସହରାଞ୍ଚଳ ବନ୍ୟା ବିପଦକୁ ହ୍ରାସ କରିବା ପାଇଁ ୩୦୭୫.୬୫ କୋଟି ଟଙ୍କା, ଭୂସ୍ଖଳନ (୧୦୦୦ କୋଟି ଟଙ୍କା), ଜିଏଲ୍ଓଏଫ୍. (୧୫୦ କୋଟି ଟଙ୍କା), ଜଙ୍ଗଲ ନିଆଁ (୮୧୮.୯୨ କୋଟି ଟଙ୍କା), ବଜ୍ରପାତ (୧୮୬.୭୮ କୋଟି ଟଙ୍କା) ଏବଂ ମରୁଡ଼ି (୨୦୨୨.୧୬ କୋଟି ଟଙ୍କା) ରହିଛି ।

    ଏହି ଅତିରିକ୍ତ ସହାୟତା ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ୍) ରେ କେନ୍ଦ୍ର ଦ୍ୱାରା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିବା ପାଣ୍ଠିର ଅତିରିକ୍ତ ଅଟେ, ଯାହା ପୂର୍ବରୁ ରାଜ୍ୟମାନଙ୍କ ପାଖରେ ଉପଲବ୍ଧ ରହିଛି। ଆର୍ଥିକ ବର୍ଷ ୨୦୨୪-୨୫ ରେ, କେନ୍ଦ୍ର ସରକାର ଏସଡିଆରଏଫ୍ ଅଧୀନରେ ୨୮ଟି ରାଜ୍ୟକୁ ୨୦,୨୬୪.୪୦ କୋଟି ଟଙ୍କା ଏବଂ ୧୯ଟି ରାଜ୍ୟକୁ ଏନଡିଆରଏଫ୍ ଅଧୀନରେ ୫୧୬୦.୭୬  କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହା ବ୍ୟତୀତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଏମଏଫ୍) ରୁ ୧୯ଟି ରାଜ୍ୟକୁ ୪୯୮୪.୨୫ କୋଟି ଟଙ୍କା ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମ୍ଏଫ୍) ରୁ ୮ଟି ରାଜ୍ୟକୁ ୭୧୯.୭୨ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।

    ଅମିତ ଶାହ ପୁନରୁଦ୍ଧାର ଏବଂ ପୁନଃନିର୍ମାଣ ଭୂସ୍ଖଳନ ଘଟଣା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ହିମାଚଳ ପ୍ରଦେଶ
    Share. Facebook Twitter LinkedIn Email WhatsApp Copy Link
    Previous Articleମହିଳାଙ୍କୁ ଡିଜିଟାଲ ଗିରଫ କରି ୫୦ ଲକ୍ଷ ଠକେଇ, ଦିଲ୍ଲୀରୁ ଗିରଫ ହେଲା ଅଭିଯୁକ୍ତ
    Next Article ବାରିପଦା ଠାରେ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.