Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଅନ୍ତର୍ଜାତୀୟ ଯୋଗ ଦିବସରେ ଜନ ସହଭାଗିତାର ନେତୃତ୍ବ ନେବାକୁ ସରପଞ୍ଚମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ
    ଆଜିର ଖବର

    ଅନ୍ତର୍ଜାତୀୟ ଯୋଗ ଦିବସରେ ଜନ ସହଭାଗିତାର ନେତୃତ୍ବ ନେବାକୁ ସରପଞ୍ଚମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ

    June 19, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଦେଶବ୍ୟାପୀ ଗ୍ରାମପଞ୍ଚାୟତଗୁଡ଼ିକ ଆଗାମୀ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିଓ୍ବାଇ)କୁ ଏକ ଐତିହାସିକ ଗଣ ଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠି ଦ୍ବାରା ଅନୁପ୍ରାଣିତ ହୋଇ ଏପରି କରାଯାଉଛି, ଯେଉଁଥିରେ ସେ ଗ୍ରାମ ପ୍ରଧାନମାନଙ୍କୁ ସେମାନଙ୍କ ପଞ୍ଚାୟତ ଅଞ୍ଚଳର ନାଗରିକମାନଙ୍କୁ ଅନ୍ତର୍ଜାତୀୟ ଯୋଗ ଦିବସରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ ଏବଂ ଅନୁପ୍ରାଣିତ କରିବାକୁ ଅନୁରୋଧ କରିଥିଲେ।

    ପ୍ରଧାନମନ୍ତ୍ରୀ ଚିଠି ମାଧ୍ୟମରେ ଯୋଗକୁ ସାମୁଦାୟିକ ଜୀବନର ଏକ ଅଂଶ କରିବା ନିମନ୍ତେ ନେତୃତ୍ୱ ନେବାକୁ ସରପଞ୍ଚମାନଙ୍କୁ ଅନୁରୋଧ କରିଥିଲେ। ଉତ୍ସାହର ସହିତ ଏହି ଚିଠିର ପ୍ରତିକ୍ରିୟା ଦେଇ, ଗ୍ରାମ ପଞ୍ଚାୟତଗୁଡ଼ିକ ସ୍କୁଲ, ଅଙ୍ଗନୱାଡି, ପଞ୍ଚାୟତ ଭବନ ଏବଂ ସାର୍ବଜନୀନ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଅଧିବେଶନ, ସାମୁଦାୟିକ ପ୍ରସାର କାର୍ଯ୍ୟ ଏବଂ ସାଧାରଣ ଯୋଗାଭ୍ୟାସ ପ୍ରଦର୍ଶନ ଆୟୋଜନ କରୁଛନ୍ତି, ଯାହା ଦ୍ୱାରା ଗ୍ରାମ ସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫କୁ ଏକ ପ୍ରକୃତ ଜନ ଆନ୍ଦୋଳନରେ ପରିଣତ କରାଯାଉଛି।

    ଅନ୍ତର୍ଜାତୀୟ ଯୋଗ ଦିବସର ଆଗାମୀ ସଂସ୍କରଣର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା କେବଳ ବିଶ୍ୱ ସ୍ତରରେ ପାଳନ କରାଯାଉଛି ତା’ନୁହେଁ ବରଂ ବିଶ୍ୱ ସ୍ତରରେ ଯୋଗର ପୁନରୁତଥାନ ଯାତ୍ରାର ଏକ ଦଶନ୍ଧି ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, “ଏହା ଗର୍ବର ବିଷୟ ଯେ ଯୋଗ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ଲୋକଙ୍କ ଜୀବନରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଛି।”

    ଏହି ବର୍ଷର ବିଷୟବସ୍ତୁ – “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” – କେବଳ ବ୍ୟକ୍ତିଗତ କଲ୍ୟାଣ ଉପରେ ନୁହେଁ ବରଂ ମାନବଜାତି ମଧ୍ୟରେ ଏକତା, ପରିବେଶଗତ ସମନ୍ୱୟ ଏବଂ ବିଶ୍ୱ କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରୁଛି। ପ୍ରଧାନମନ୍ତ୍ରୀ ଯୋଗକୁ “ଆମର ସାଂସ୍କୃତିକ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଂଶ” ଭାବରେ ବର୍ଣ୍ଣନା କରିଛନ୍ତି ଯାହା ଶରୀର ଏବଂ ମନକୁ ସନ୍ତୁଳିତ କରେ ଏବଂ ବ୍ୟକ୍ତିବିଶେଷଙ୍କୁ ଏକ ପରିପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଆଡକୁ ନେଇଯାଏ।

    ସେ କହିଛନ୍ତି ଯେ ଯୋଗ ଶାରୀରିକ ଏବଂ ମାନସିକ ଭାବରେ ସଶକ୍ତ ନାଗରିକମାନଙ୍କୁ ଗଠନ କରି ଏକ ବିକଶିତ ଭାରତର ସାମୂହିକ ସ୍ବପ୍ନ ପୂରଣ ଦିଗରେ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରେ।

    ପ୍ରଧାନମନ୍ତ୍ରୀ ତାଙ୍କ ପତ୍ରରେ ସରପଞ୍ଚମାନଙ୍କୁ ପଞ୍ଚାୟତ ଭବନ, ଅଙ୍ଗନୱାଡି, ସ୍କୁଲ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭଳି ସାମୁହିକ ସ୍ଥାନରେ ଯୋଗ ଅଧିବେଶନ ଆୟୋଜନ କରି ଗ୍ରାମବାସୀଙ୍କ ସର୍ବାଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେ ସମସ୍ତ ବର୍ଗ – ଶିଶୁ, ଯୁବକ, ମହିଳା ଏବଂ ବରିଷ୍ଠ ନାଗରିକଙ୍କ ଅଂଶଗ୍ରହଣ ନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି – ଯାହା ଦ୍ୱାରା ପ୍ରତ୍ୟେକ ନାଗରିକ ଯୋଗର ଲାଭ ପାଇପାରିବେ। ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଏହି ପଦକ୍ଷେପ ପ୍ରତି ଘରେ ପହଞ୍ଚିବ ଓ ଯୋଗକୁ ନିତିଦିନିଆ ଜୀବନର ଏକ ଅଂଶ କରିବା ପ୍ରତି ବ୍ୟକ୍ତିକୁ ଅନୁପ୍ରାଣିତ କରିବ।

    ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଏହି ପଦକ୍ଷେପ ପ୍ରତ୍ୟେକ ଘରେ ପହଞ୍ଚିବ ଏବଂ ଯୋଗକୁ ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ କରିବାକୁ ଲୋକଙ୍କୁ ଉତ୍ସାହିତ କରିବ।

    କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଜାଧବ ଦେଶବ୍ୟାପୀ ଗ୍ରାମ ପଞ୍ଚାୟତଗୁଡ଼ିକର ପ୍ରୟାସକୁ ପ୍ରଶଂସା କରି କହିଛନ୍ତି: “ଗ୍ରାମ ପଞ୍ଚାୟତଗୁଡ଼ିକରୁ ମିଳିଥିବା ବିପୁଳ ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟକ ନେତୃତ୍ୱର ପ୍ରମାଣ। ତାଙ୍କର ହୃଦୟସ୍ପର୍ଶୀ ଆହ୍ୱାନ ଆନ୍ତର୍ଜାତୀୟ ଯୋଗ ଦିବସକୁ ଏକ ପ୍ରକୃତ ଜନ ଆନ୍ଦୋଳନରେ ପରିଣତ କରିଛି, ସାରା ଭାରତର ଗ୍ରାମଗୁଡ଼ିକ ଯୋଗକୁ ଏକ ଜୀବନଧାରା ଭାବରେ ଗ୍ରହଣ କରିଛନ୍ତି। ଏହି ତୃଣମୂଳ ସ୍ତରର ପ୍ରୟାସଗୁଡ଼ିକ ଯୋଗ ମାଧ୍ୟମରେ ଏକ ଗଭୀର ସାଂସ୍କୃତିକ ସଂଯୋଗ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପ୍ରତି ବଢ଼ୁଥିବା ଜନସାଧାରଣଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

    ଜୌନପୁର (ଉତ୍ତର ପ୍ରଦେଶ)ର କେରାକଟର ପ୍ରିୟାରୀ ଗ୍ରାମର ସରପଞ୍ଚ ଓମ୍ ପ୍ରକାଶ ଯାଦବ ବର୍ଣ୍ଣନା କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଚିଠି ସମାଜ ପାଇଁ ଏକ ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ ବାର୍ତ୍ତା ଭାବରେ କାର୍ଯ୍ୟ କରିଛି। ସେ କହିଛନ୍ତି ଯେ ଚିଠିଟି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାର୍ତ୍ତା ପରି ମନେ ହେଉଥିଲା ଏବଂ ଏହା ଆମ ସମଗ୍ର ଗ୍ରାମକୁ ଯୋଗ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲା। ଏହି ଆହ୍ୱାନ ପରେ, ଗ୍ରାମ ପଞ୍ଚାୟତ ଭବନରେ ସାପ୍ତାହିକ ଯୋଗ ଅଧିବେଶନ ଆୟୋଜନ କରିବା ଆରମ୍ଭ କରିଥିଲା ଏବଂ ସ୍କୁଲ ପିଲାମାନଙ୍କ ପାଇଁ ସେମାନଙ୍କର ଆତ୍ମବିଶ୍ୱାସ ଏବଂ ଶୃଙ୍ଖଳା ବୃଦ୍ଧି କରିବା ପାଇଁ ଯୋଗ ପ୍ରତିଯୋଗିତା ଆରମ୍ଭ କରିଥିଲା। ସମସ୍ତ ବର୍ଗର ଉତ୍ସାହୀ ଅଂଶଗ୍ରହଣ ସହିତ ଏକ ସ୍ୱତନ୍ତ୍ର ‘ଯୋଗ ଯାତ୍ରା’ ମଧ୍ୟ ଆୟୋଜନ କରାଯାଇଥିଲା, ଯେଉଁଥିରେ ଗ୍ରାମର ସବୁବର୍ଗରେ ଲୋକ ସାମିଲ ହୋଇଥିଲେ ଓ ତାହା ଯୋଗ ମାଧ୍ୟମରେ ବ୍ୟାପକ ସଚେତନତା ଓ ଏକତାର ଭାବନା ସୃଷ୍ଟି କରିଥିଲା ।

    ମଧ୍ୟପ୍ରଦେଶ ଦାମୋହ ଅନ୍ତର୍ଗତ ବନ୍ଦକପୁର ଗ୍ରାମର ଗ୍ରାମ ପ୍ରଧାନ ସୁନୀଲ କୁମାର ଡବ୍ଲୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆନ୍ତରିକ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ପଦକ୍ଷେପ ଯୋଗକୁ ପ୍ରକୃତରେ ଏକ ଜନ ଆନ୍ଦୋଳନରେ ପରିଣତ କରିଛି, ଯାହା ଦେଶର ପ୍ରତ୍ୟେକ ଗ୍ରାମରେ ପହଞ୍ଚିଛି,” । ଯୋଗ ଦିବସ ପାଇଁ ତାଙ୍କ ଗାଁର ପ୍ରସ୍ତୁତି ସଂପର୍କରେ ସେ କହିଛନ୍ତି, “ଆମେ ଆମ ପଞ୍ଚାୟତ କ୍ଷେତ୍ରରେ ସର୍ବାଧିକ ଜନଅଂଶଗ୍ରହଣ ସୁନିଶ୍ଚିତ କରୁଛୁ ଏବଂ  ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ଅବସରରେ ସାଧାରଣ ଯୋଗ ପ୍ରୋଟୋକଲ ଅଧୀନରେ ଏକ ବିଶେଷ ଯୋଗ ଅଧିବେଶନ ଆୟୋଜନ କରିବୁ। ଆମର ଗ୍ରାମବାସୀ ଏହି ସାମୂହିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।” ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରତ୍ୟେକ ପରିବାରକୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ସୂଚନା ଏବଂ ପ୍ରେରଣା ଦେବା ପାଇଁ ପଞ୍ଚାୟତ ସ୍ତରରେ ଏକ ବ୍ୟାପକ ସଚେତନତା ଅଭିଯାନ ଚାଲିଛି।

    ଉତ୍ତର ପ୍ରଦେଶର କାନପୁର ଦେହାତରେ ଖେରା କୁର୍ସି ଗ୍ରାମ ପଞ୍ଚାୟତର ସରପଞ୍ଚ, ପାୱାନି ମିଶ୍ରା ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇବା ପରେ ଗର୍ବ ଏବଂ ପ୍ରେରଣା ପ୍ରକାଶ କରିଛନ୍ତି। “ଏହା ଆମ ପାଇଁ ଏକ ବଡ଼ ସମ୍ମାନ,” ବୋଲି ସେ କହିଛନ୍ତି । “ଏହି ଚିଠି ଆମକୁ କେବଳ ଯୋଗ ଅଭ୍ୟାସ କରିବାକୁ ନୁହେଁ ବରଂ ଏହାକୁ ଜୀବନଶୈଳୀ ଭାବରେ ଗ୍ରହଣ କରିବାକୁ ମଧ୍ୟ ପ୍ରେରଣା ଦେଇଛି।” ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ପ୍ରସ୍ତୁତି ନିମନ୍ତେ ତାଙ୍କ ପଞ୍ଚାୟତ ସମସ୍ତ ବୟସ ଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ଯୋଗ ଶିବିର ଆରମ୍ଭ କରିଛି। ପାହାଡ଼ିଆ ଅଂଚଳ ସତ୍ତ୍ୱେ, ସ୍ଥାନୀୟ ଯୁବକମାନେ ଏକ ଖୋଲାସ୍ଥାନର ବନ୍ଦବୋସ୍ତ କକରିଛନ୍ତି, ଯେଉଁଠାରେ ପ୍ରତି ଦିନ ସକାଳେ ଯୋଗ ଶିବିର ଆୟୋଜନ କରାଯାଉଛି । ମହିଳା ଗୋଷ୍ଠୀଗୁଡ଼ିକ ‘ସ୍ୱାସ୍ଥ୍ୟ ହିଁ ସଂପଦ’ ଶୀର୍ଷକ ଅଧୀନରେ ଏକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି, ଯେଉଁଥିରେ ଯୋଗ ଏବଂ ପୁଷ୍ଟିସାଧନ ଉପରେ ଆଲୋଚନା କରାଯାଇଛି। ଏହା ବ୍ୟତୀତ, ‘ଯୋଗ ମାଧ୍ୟମରେ ସମୃଦ୍ଧି’ ବିଷୟବସ୍ତୁ ଉପରେ ଗ୍ରାମସ୍ତରୀୟ ଚିତ୍ରାଙ୍କନ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ପିଲାମାନଙ୍କର ଉତ୍ସାହୀ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ସେ ଆହୁରି ମଧ୍ୟ କହିଛନ୍ତି, “ଏହି ସାମୂହିକ ପ୍ରୟାସ ମାଧ୍ୟମରେ, ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ତୃଣମୂଳ ସ୍ତରରେ ଏକ ଐତିହାସିକ ଏବଂ ପ୍ରକୃତ ଜନଉତ୍ସବରେ ପରିଣତ ହେବ ବୋଲି ଆମର ବିଶ୍ବାସ ।“

    ଅନ୍ତର୍ଜାତୀୟ ଯୋଗ ଦିବସ ଜନ ସହଭାଗିତା ପ୍ରଧାନମନ୍ତ୍ରୀଙ୍କ ନିବେଦନ
    Share. Facebook Twitter LinkedIn Email WhatsApp Copy Link
    Previous Articleଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିକାଶ ମେଳା ୨୦୨୫: ସମ୍ବର୍ଦ୍ଧିତ ହେଲେ ୧୭୫ ଏ-୧ ଗ୍ରେଡ ହାଇସ୍କୁଲ ସାର୍ଟିଫିକେଟ ଧାରୀ
    Next Article ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କ୍ୟାସ୍‌ଲେସ୍ ହେଲଥ୍ କାର୍ଡ ଲାଗୁ ଦାବିରେ ଆଲୋଚନା ଲାଗି ସମୟ ମାଗିଲା ମହାସଂଘ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.