Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଟ୍ରାଇ ଡ୍ରାଇଭ୍ ଟେଷ୍ଟରେ କଟକ ସହରରେ ଜିଓର ସର୍ବାଧିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ
    ଆଜିର ଖବର

    ଟ୍ରାଇ ଡ୍ରାଇଭ୍ ଟେଷ୍ଟରେ କଟକ ସହରରେ ଜିଓର ସର୍ବାଧିକ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ

    June 19, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ଏପ୍ରିଲ ୨୦୨୫ ପାଇଁ ପ୍ରକାଶିତ ସଦ୍ୟତମ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ (ଆଇଡ଼ିଟି) ଫଳାଫଳ ଅନୁଯାୟୀ, ରିଲାଏନ୍ସ ଜିଓ କଟକ ସହରରେ ବେଶ ପ୍ରଭାବଶାଳୀ ନେଟୱାର୍କ ପ୍ରଦର୍ଶନ କରିଛି। ଟ୍ରାଇର ନିୟମିତ ସେବା ଗୁଣବତ୍ତା ଅଡିଟ୍ ର ଏକ ଅଂଶ ଭାବରେ ଏହି ଡ୍ରାଇଭ୍ ପରୀକ୍ଷଣ ୧୫ ଏପ୍ରିଲରୁ ୧୮ ଏପ୍ରିଲ ୨୦୨୫ ଯାଏଁ ଓଡ଼ିଶା ସେବା କ୍ଷେତ୍ରର କଟକ ସହରରେ କରାଯାଇଥିଲା, ଯେଉଁଥିରେ ମୋଟ ୩୩୧.୪ କିଲୋମିଟର ଡ୍ରାଇଭ୍ ସହିତ ରିଅଲ୍-ଟାଇମ୍ ନେଟୱାର୍କ ପ୍ରଦର୍ଶନ ମୂଲ୍ୟାଙ୍କନ କରାଯାଇଥିଲା।

    କଟକ ସହରରେ ଡାଟା ସେବା ପାଇଁ କରାଯାଇଥିବା ପରୀକ୍ଷଣରେ, ଜିଓ ଏହାର ନେଟୱାର୍କର ପ୍ରାଧାନ୍ୟ ପ୍ରମାଣିତ କରି ସର୍ବାଧିକ ୨୩୩.୪୬ ଏମବିପିଏସ ହାରାହାରି ଡାଉନଲୋଡ୍ ସ୍ପିଡ୍ ହାସଲ କରିବା ସହିତ ୨୪.୦୪ ଏମବିପିଏସର ଦୃଢ଼ ଅପଲୋଡ୍ ସ୍ପିଡ୍ ପ୍ରଦର୍ଶନ କରିଥିବା ଏହି ରିପୋର୍ଟରୁ ଜଣାପଡିଛି। ଜିଓର ହାରାହାରି ଡାଉନଲୋଡ୍ ସ୍ପିଡ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀ ତୁଳନାରେ ପ୍ରାୟ ଦୁଇଗୁଣ ରହିଥିଲା। ବ୍ୟସ୍ତବହୁଳ ହଟସ୍ପଟ୍‌ଗୁଡ଼ିକରେ ମଧ୍ୟ, ଜିଓର ୫ଜି ଡାଉନଲୋଡ୍ ସ୍ପିଡ୍ ୧୦୨.୦୯ ଏମବିପିଏସ ରହିଥିଲା, ଯାହା ଷ୍ଟ୍ରିମିଂ, ଭିଡିଓ କନଫରେନ୍ସିଂ ଏବଂ ରିଅଲ୍-ଟାଇମ୍ ଆପ୍ଲିକେସନ୍ ପାଇଁ ନିରବଛିନ୍ନ ଯୋଗାଯୋଗ ସଂଯୋଗ ସୁନିଶ୍ଚିତ କରିଥିଲା।

    ଏକ ସମ୍ପୂର୍ଣ୍ଣ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର) ରେ ଜିଓ ୧୦୦ ପ୍ରତିଶତ ସଫଳତା ହାସଲ କରିବା ସହିତ ମାତ୍ର ୦.୭୩ ସେକେଣ୍ଡର କଲ୍ ସେଟଅପ୍ ସମୟ ହାସଲ କରିଥିଲା। ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଜିଓ ଶୂନ ପ୍ରତିଶତ କଲ୍ ଡ୍ରପ୍ ହାର ଏବଂ ଶୂନ ପ୍ରତିଶତ କଲ୍ ମ୍ୟୁଟ୍ ହାର ରେକର୍ଡ କରିଛି, ଯାହା ଅତୁଳନୀୟ ନିର୍ଭରଯୋଗ୍ୟତାର ଏକ ଚିହ୍ନ ହେବା ସହିତ ସମସ୍ତ ଅପରେଟରଙ୍କ ମଧ୍ୟରେ ସର୍ବୋତ୍ତମ ରହିଛି।

    କଟକରେ ଜିଓର ଅଗ୍ରଣୀ ପ୍ରଦର୍ଶନ ଏହାର ବ୍ୟାପକ ଜାତୀୟ ପ୍ରଦର୍ଶନକୁ ପ୍ରତିଫଳିତ କରିଛି। ଭାରତର ସାତଟି ପ୍ରମୁଖ ସହର ଏବଂ ଜାତୀୟ ରାଜପଥ କରିଡରରେ ଏପ୍ରିଲ ୨୦୨୫ରେ ହୋଇଥିବା ପରୀକ୍ଷଣର ଟ୍ରାଇର ରିପୋର୍ଟରେ, ସାତଟି କ୍ଷେତ୍ର ମଧ୍ୟରୁ ପାଞ୍ଚଟିରେ ଜିଓ ଶୀର୍ଷ ମାନ୍ୟତାପ୍ରାପ୍ତ ଅପରେଟର ଭାବରେ ଉଭା ହୋଇଛି। ଏହା ପରୀକ୍ଷଣ କରାଯାଇଥିବା ସମସ୍ତ ସ୍ଥାନରେ କଲ୍ ସେଟଅପ୍ ସଫଳତା ହାର (ସିଏସଏସଆର), କଲ୍ ସେଟଅପ୍ ସମୟ, ମ୍ୟୁଟ୍ କଲ୍ ରେଟ୍ ଏବଂ ଡାଉନଲୋଡ୍ ସ୍ପିଡ଼ ଭଳି ଗୁରୁତ୍ୱପୂର୍ଣ୍ଣ ମାପଦଣ୍ଡରେ ଶୀର୍ଷ ପ୍ରଦର୍ଶନ କରିଥିଲା।

    ବିବିଧ କ୍ଷେତ୍ର ଏବଂ ପ୍ରଯୁକ୍ତି ବର୍ଗରେ ଏହାର ସ୍ଥିର ପ୍ରଦର୍ଶନ ସହିତ, ରିଲାଏନ୍ସ ଜିଓ ସ୍ୱର (ଭଏସ) ସ୍ପଷ୍ଟତା, କମ ଲାଟେନ୍ସୀ ଏବଂ ଅଲ୍ଟ୍ରା-ଫାଷ୍ଟ ମୋବାଇଲ୍ ଡାଟା ପାଇଁ ମାନଦଣ୍ଡ ସୃଷ୍ଟି କରିଚାଲିଛି, ଯାହା ଡିଜିଟାଲ୍ ଇଣ୍ଡିଆର ପ୍ରତିଶ୍ରୁତିକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣର ନିକଟତର କରିଛି।

    ଉଲ୍ଲେଖଯୋଗ୍ୟ ଯେ ଜିଓ ରାଜ୍ୟରେ ଏହାର ବ୍ୟାପକ ୪ଜି ଏବଂ ୫ଜି ନେଟୱାର୍କ ଉପସ୍ଥିତି ସହିତ ଓଡ଼ିଶାର ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାୟ ୪୬ ପ୍ରତିଶତ ମୋବାଇଲ୍ ଉପଭୋକ୍ତା ବଜାର ଅଂଶ ଏବଂ ୮୪ ପ୍ରତିଶତରୁ ଅଧିକ ୫ଜି ଏଫଡବ୍ଲୁଏ ଉପଭୋକ୍ତା ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ସବସ୍କ୍ରାଇବର ତଥ୍ୟ ଅନୁଯାୟୀ, ରାଜ୍ୟରେ ଏପ୍ରିଲ ଶେଷ ସୁଦ୍ଧା ଜିଓ ନେଟୱାର୍କରେ ୧.୬୧ କୋଟିରୁ ଅଧିକ ମୋବାଇଲ୍ ଉପଭୋକ୍ତା, ୩ ଲକ୍ଷରୁ ଅଧିକ ଜିଓଫାଇବର ଉପଭୋକ୍ତା ଏବଂ ୧.୬୭ ଲକ୍ଷରୁ ଅଧିକ ଜିଓଏୟାରଫାଇବର ଉପଭୋକ୍ତା ରହିଥିବା ବେଳେ ଏହା ସମସ୍ତ ତିନୋଟି କ୍ଷେତ୍ରରେ ସର୍ବାଗ୍ରେ ରହିଛି।

    କଟକ ଜିଓ ଟ୍ରାଇ ଡ୍ରାଇଭ୍ ଟେଷ୍ଟ ଡାଉନଲୋଡ୍ ସ୍ପିଡ୍
    Share. Facebook Twitter LinkedIn Email WhatsApp Copy Link
    Previous Articleପ୍ରେମିକଙ୍କ ଘରେ ଧରାପଡ଼ିଲେ ସ୍ତ୍ରୀ, ନାକ କାଟିଦେଲେ ସ୍ୱାମୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
    Next Article ଇରାନ ଉପରେ ଆକ୍ରମଣ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଆମେରିକା, ଟ୍ରମ୍ପ୍ ଙ୍କ ଚୂଡ଼ାନ୍ତ ନିର୍ଦ୍ଦେଶକୁ ଅପେକ୍ଷା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.