Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»#BadaltaBharatMeraAnubhav ଅଭିଯାନରେ ଅଂଶଗ୍ରହଣ କରି ପୁରସ୍କାର ଜିତିବାକୁ ଆମନ୍ତ୍ରଣ
    ଆଜିର ଖବର

    #BadaltaBharatMeraAnubhav ଅଭିଯାନରେ ଅଂଶଗ୍ରହଣ କରି ପୁରସ୍କାର ଜିତିବାକୁ ଆମନ୍ତ୍ରଣ

    June 21, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ମାଇ ଗଭ୍‍ (MyGov) ସହିତ ମିଳିତ ଭାବରେ ‘ବଦଳତା ଭାରତ ମେରା ଅନୁଭବ’ ଅଭିଯାନରେ ଦେଶବ୍ୟାପୀ ସୃଜନଶୀଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ, ଅଭୂତପୂର୍ବ ବିକାଶ ଏବଂ ପରିବର୍ତ୍ତନକାରୀ ଶାସନର ୧୧ ବର୍ଷର ଉତ୍ସବ ପାଳନ ଅବସରରେ ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ସମସ୍ତ ନାଗରିକ ଅଂଶଗ୍ରହଣ କରିପାରିବେ।

    ବିକଶିତ ଭାରତ@୨୦୪୭’ ଦୃଷ୍ଟିକୋଣକୁ ଆଧାର କରିଥିବା ଏହି ଅଭିଯାନ, ଭାରତର ଦ୍ରୁତ ଅଭିବୃଦ୍ଧି ଏବଂ ପରିବର୍ତ୍ତନ ଉପରେ ସେମାନଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ସୃଜନଶୀଳ ପ୍ରତିଫଳନକୁ ଉଜ୍ଜ୍ୱଳ କରିବା ପାଇଁ ସମସ୍ତ ବର୍ଗର ନାଗରିକଙ୍କୁ ଆମନ୍ତ୍ରଣ କରୁଛି। ତୃଣମୂଳ ସ୍ତରରେ ଅଂଶଗ୍ରହଣ ଠାରୁ ଆରମ୍ଭ କରି ସୃଜନଶୀଳତା ପ୍ରଦର୍ଶନ ପର୍ଯ୍ୟନ୍ତ, ଏହି ପଦକ୍ଷେପ ପ୍ରତ୍ୟେକ ଭାରତୀୟଙ୍କ ସ୍ୱରକୁ ଯୋଡ଼ିବା, ପ୍ରେରଣା ଦେବା ଏବଂ ସମ୍ପ୍ରସାରିତ କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ରତିଯୋଗିତାସବୁ ମାଇଗଭ୍‍ ପୋର୍ଟାଲରେ ସକ୍ରିୟ ରହିଛି ଏବଂ ୯ ଜୁଲାଇ, ୨୦୨୫ ରେ ବନ୍ଦ ହେବ।

    ଏହି ପ୍ରତିଯୋଗିତାର ଲକ୍ଷ୍ୟ ହେଉଛି ଗତ ୧୧ ବର୍ଷ ମଧ୍ୟରେ ଦେଶର ଉଲ୍ଲେଖନୀୟ ରୂପାନ୍ତରଣ ଏବଂ ଏକ ବିକଶିତ ରାଷ୍ଟ୍ର କିମ୍ବା ‘ବିକଶିତ ଭାରତ’  ନିର୍ମାଣ ପାଇଁ ନିଆଯାଇଥିବା ଦ୍ରୁତ ପଦକ୍ଷେପକୁ ସ୍ମରଣ କରିବା ଏବଂ  ତାହାର ଡକ୍ୟୁମେଣ୍ଟେସନ୍ କରିବା। ଏହି ପ୍ରତିଯୋଗିତାଗୁଡ଼ିକର ବିଷୟବସ୍ତୁ କୃଷକ କଲ୍ୟାଣ ଠାରୁ ଆରମ୍ଭ କରି ନାରୀ ଶକ୍ତି, ସହଜ ଜୀବନଯାପନ ଠାରୁ ବ୍ୟବସାୟ କରିବାର ସହଜତା ଏବଂ ରାଷ୍ଟ୍ର ପ୍ରଥମ – ଜାତୀୟ ସୁରକ୍ଷା ଏବଂ ବୈଦେଶିକ ନୀତିଠାରୁ ଭାରତ ଏକ ବିଶ୍ୱ ଅର୍ଥନୈତିକ ଶକ୍ତି କେନ୍ଦ୍ର ହେବା ପର୍ଯ୍ୟନ୍ତ, ସମସ୍ତ ବିଷୟକୁ ସାମିଲ କରିଛି। ତେଣୁ, ଗବେଷକ, ଭ୍ଲଗର୍, ଲେଖକ, ବ୍ଲଗର, ପ୍ରଭାବଶାଳୀ ଏବଂ ଉତ୍ସାହୀ କାହାଣୀ ଲେଖକଙ୍କ ସମେତ ଭାରତର ସମସ୍ତ ନାଗରିକଙ୍କୁ #BadaltaBharatMeraAnubhav ହାଶଟ୍ୟାଗ୍ ବ୍ୟବହାର କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ରୂପାନ୍ତରଣ ଯାତ୍ରାକୁ ଅନନ୍ୟ ଉପାୟରେ ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରାଯାଇଛି।

    ଆୟୋଜନ ହେବାକୁ ଥିବା ପାଞ୍ଚ ସୃଜନଶୀଳ ପ୍ରତିଯୋଗିତା ନିମ୍ନ ଭଳି ହେବ।

    ୧. ଇନଷ୍ଟାଗ୍ରାମ ରିଲ୍ ତିଆରି ପ୍ରତିଯୋଗିତା #BadaltaBharatMeraAnubhav

    ଡିଜିଟାଲ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ସ୍କିଲ୍ ଇଣ୍ଡିଆ ଭଳି ବିଷୟବସ୍ତୁକୁ ଆଧାର କରି ଆକର୍ଷଣୀୟ ୩୦ରୁ ୬୦ ସେକେଣ୍ଡ ଅବଧିର ରିଲ୍ ତିଆରି କରିବାକୁ ଦେଶର କଣ୍ଟେଣ୍ଟ ନିର୍ମାତା ମାନଙ୍କୁ ଆହ୍ୱାନ।

    ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

    ୨.  ୟୁଟ୍ୟୁବ୍‍ ସର୍ଟସ୍‍ ପ୍ରତିଯୋଗିତା  #BadaltaBharatMeraAnubhav

    ରୂପାନ୍ତରୀତ ଭାରତର ମନ୍ତ୍ରକୁ ପ୍ରତିଫଳିତ କରୁଥିବା ସେମାନଙ୍କ ଜୀବନର ହୃଦୟସ୍ପର୍ଶୀ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତଗୁଡ଼ିକୁ ସେୟାର କରିବାକୁ ନାଗରିକମାନଙ୍କୁ ଆହ୍ୱାନ କରାଯାଇଛି। ଏହା ଏକ ପରିବର୍ତ୍ତିତ ରେଳ ଷ୍ଟେସନ ପରିଦର୍ଶନ ହେଉ, ସ୍ଥାନୀୟ ପଦକ୍ଷେପ ହେଉ, କିମ୍ବା ଏକ ସାଂସ୍କୃତିକ ଉତ୍ସବ ହେଉ – ପ୍ରତ୍ୟେକ କାହାଣୀ ଗୁରୁତ୍ୱପୂର୍ଣ୍ଣ।

    ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

    ୩. ବ୍ଲଗଭାରତ ପ୍ରତିଯୋଗିତା: ରୂପାନ୍ତରଣଟି ଲେଖନ୍ତୁ: ଭାରତର ଲେଖକ, ସାମ୍ବାଦିକ, ଛାତ୍ର ଏବଂ ଚିନ୍ତାନାୟକଙ୍କ ପାଇଁ, ଏହି ଚ୍ୟାଲେଞ୍ଜ ଭାରତର ପରିବର୍ତ୍ତନ ଯାତ୍ରା ଉପରେ ବ୍ଲଗ୍ ଆକାରରେ (୮୦୦-୧୨୦୦ ଶବ୍ଦ) ସେମାନଙ୍କର ପର୍ଯ୍ୟବେକ୍ଷଣ ଏବଂ ବିଶ୍ଳେଷଣ ଲେଖିବାର ଏକ ସୁଯୋଗ।

    ପୁରସ୍କାର: ବିଜେତା ପାଇଁ ୫୦୦୦୦ ଟଙ୍କା; ରନର୍ସ-ଅପ୍ ପାଇଁ ୨୫ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କା; ୭ ଜଣ ସାନ୍ତ୍ୱନାମୂଳକ ବିଜେତାଙ୍କୁ ୫୦୦୦ ଟଙ୍କା ଲେଖାଏଁ।

    ୪. ବିକଶିତ ଭାରତ କୁଇଜ୍– ୨୦୨୫: ଭାରତର ନୀତିଗତ ସଂସ୍କାର, ଭିତ୍ତିଭୂମି ବିକାଶ ଏବଂ ବିକାଶ ମାଇଲଖୁଣ୍ଟ ସମ୍ପର୍କରେ ନାଗରିକମାନଙ୍କ ସଚେତନତା ପରୀକ୍ଷା କରିବା ପାଇଁ ଏକ ଜ୍ଞାନ-ଭିତ୍ତିକ ପ୍ରତିଯୋଗିତା।

    ପୁରସ୍କାର: ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ପାଇଁ ୧ ଲକ୍ଷ ଟଙ୍କା; ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୭୫ ହଜାର ଏବଂ ୫୦ ହଜାର; ଆଉ ୩୦୦ ଜଣ ବିଜେତାକୁ ୨ ହଜାର ଟଙ୍କା ଏବଂ ୧ ହଜାର ଟଙ୍କା ପୁରସ୍କାର। ପ୍ରତ୍ୟେକ ଅଂଶଗ୍ରହଣକାରୀ ଏକ ଡିଜିଟାଲ୍ ପ୍ରମାଣପତ୍ର ପ୍ରଦାନ କରାଯିବ।

    ୫. କ୍ଷୁଦ୍ର ଏଭି ପ୍ରତିଯୋଗିତା – ନୂତନ ଭାରତର କାହାଣୀ #BadaltaBharatMeraAnubhav

    ଉଦୀୟମାନ ଚଳଚ୍ଚିତ୍ର ନିର୍ମାତା, ଭିଡିଓ ସମ୍ପାଦକ ଏବଂ ଛାତ୍ରମାନଙ୍କୁ ଭାରତର ପରିବର୍ତ୍ତନ କାହାଣୀକୁ ଜୀବନ୍ତ କରୁଥିବା କ୍ଷୁଦ୍ର ଏଭି ଫିଲ୍ମ (୧୦ ମିନିଟ୍ ପର୍ଯ୍ୟନ୍ତ) ଦାଖଲ କରିବାକୁ ଉତ୍ସାହିତ କରାଯାଉଛି – ତାହା କାହାଣୀ କହୁଥିବା ଦରକାର- ଡକ୍ୟୁମେଣ୍ଟାରୀ କିମ୍ବା ସିନେମାଟିକ୍ ଭିଜୁଆଲ୍ ମାଧ୍ୟମରେ।

    ପୁରସ୍କାର: ବିଜେତା ପାଇଁ ୩ଲକ୍ଷ; ଉପବିଜେତା ପାଇଁ ୩ ଲକ୍ଷ ଏବଂ ୧ଲକ୍ଷ; ୨ ସାନ୍ତ୍ୱନାମୂଳକ ବିଜେତାଙ୍କ ପାଇଁ ୨୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

    BadaltaBharatMeraAnubhav କେନ୍ଦ୍ର ସରକାର ବିକଶିତ ଭାରତ@୨୦୪୭ ଭାରତ ସରକାର ମାଇ ଗଭ୍‍ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
    Share. Facebook Twitter LinkedIn Email WhatsApp Copy Link
    Previous Articleମୁମ୍ବାଇରେ ଏମଏସିସିଆଇଏ ର ନବନିର୍ମିତ ମୁଖ୍ୟାଳୟକୁ ଉଦଘାଟନ କଲେ ଅମିତ ଶାହ
    Next Article ଯଦି ଶନିବାର ଦିନ ଏହି ୫ ଟି ଜିନିଷ ଦେଖନ୍ତି, ତେବେ ଆପଣଙ୍କ ପ୍ରତି ସନ୍ତୁଷ୍ଟ ଅଛନ୍ତି ଶନି ଦେବ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.