Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଓଏଏସ ଚାକିରୀରୁ ସେ ନେଇସାରିଲେଣି ଅବସର, ହେଲେ ଏବେ ମିଳିବ ପଦନ୍ନୋତି, ହେବେ ଆଇଏଏସ ଅଫିସର
    ଆଜିର ଖବର

    ଓଏଏସ ଚାକିରୀରୁ ସେ ନେଇସାରିଲେଣି ଅବସର, ହେଲେ ଏବେ ମିଳିବ ପଦନ୍ନୋତି, ହେବେ ଆଇଏଏସ ଅଫିସର

    June 24, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    ODISHA-HIGH-COURT
    ଓଏଏସ ଚାକିରୀରୁ ସେ ନେଇସାରିଲେଣି ଅବସର, ହେଲେ ଏବେ ମିଳିବ ପଦନ୍ନୋତି, ହେବେ ଆଇଏଏସ ଅଫିସର

    ଭୁବନେଶ୍ବର: ସେ ଓଏଏସ ବା ଓଡିଶା ପ୍ରଶାସନିକ ସେବା ଚାକିରୀରୁ ଅବସର ନେଇ ସାରିଲେଣି। ହେଲେ ଅବସର ପରେ ତାଙ୍କୁ ଦିଆଯିବ ଆଇଏଏସ ପଦନ୍ନୋତି। ଏହିପରି ଏକ ଭିନ୍ନ ଘଟଣା ଓଡିଶାରେ ଘଟିଛି। ଓଡିଶା ହାଇକୋର୍ଟଙ୍କ ଶୁଣାଣି ପରେ ତାଙ୍କୁ ଆଇଏଏସ ଚାକିରୀ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

    ଘଟଣାଟି ହେଲା ବରିଷ୍ଠ ଓଏଏସ ଅଧିକାରୀ ସଂଜିତା ଦାସ ସ୍ବତନ୍ତ୍ର ସଚିବ ଭାବେ ବୋର୍ଡ ଅଫ ରେଭିନ୍ୟୁରୁ ଗତ ମେ 31 ତାରିଖ 2025 ରେ ଅବସର ନେଇଛନ୍ତି। ସେ 1995 ମସିହାରେ କଟକ ମ୍ୟୁନିସପାଲ କରର୍ପୋରେସନରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ସେତେବେଳେ ସେ କେତେକ ନିଯୁକ୍ତିରେ ଅନିୟମତା କାର୍ଯ୍ୟ କରିଥିବା ଅଭିଯୋଗ ନେଇ ତାଙ୍କୁ ଦଣ୍ଡ ସ୍ବରୂପ ତାଙ୍କର ଗୋଟିଏ ଇନକ୍ରିମେଣ୍ଟ ବନ୍ଦ କରିବା ପାଇଁ ନିଷ୍ପତି ହୋଇଥିଲା।

    ହେଲେ ଦୁଃଖର କଥା ତାହା ସରକାରୀ ଅବହେଳା ପାଇଁ ଲାଗୁ ହୋଇପାରିଲା ନାହିଁ। ଅର୍ଥାତ ତାଙ୍କର ଇନକ୍ରିମେଣ୍ଟ ବନ୍ଦ ନ ହୋଇ ଯେପରି ପଦନ୍ନୋତି ପାଇବା କଥା ତାହା ପାଇଚାଲିଲେ। ସେ ସେଠାରୁ ବଦଳି ହୋଇ ଏସସିବି ମେଡିକାଲ କଲେଜର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ଦିଆସରିଛି। ଏହି ସମୟରେ ଅର୍ଥାତ ପ୍ରାୟ 20 ବର୍ଷ ପରେ ତାଙ୍କର ଦଣ୍ଡ କଥା ସରକାରଙ୍କ ମନେ ପଡିଲା ଏବଂ ତାହାକୁ ଲାଗୁ କରିବା ପାଇଁ ନିଷ୍ପତି ହେଲା। ସଂଜିତାଙ୍କ ବହୁ ଅନୁରୋଧ ପରେ ମଧ୍ୟ ତାଙ୍କ ରେକର୍ଡରେ ତାହା ଉଲ୍ଲେଖ କରାଗଲା। ଏହି ସମୟରେ ତାଙ୍କର ଆଇଏଏସ ପଦନ୍ନୋତି ହେବାର ଥିଲା ଯାହା ସ୍ଥଗିତ ହୋଇଗଲା।

    ଆହୁରି ପଢନ୍ତୁ- ଶ୍ରୀମନ୍ଦିର ଭିତରୁ ଚୋରୀ ହୋଇଗଲା ଶ୍ରୀଜିୟୁଙ୍କ ମୋଦକ

    ଏହାପରେ ସେ ହାଇକୋର୍ଟରେ ମାମଲା ଦାୟର କଲେ। ସେତେବେଳେ ସିଙ୍ଗଲ ବେଞ୍ଚ ତାଙ୍କ ଆବେଦନକୁ ଆଗ୍ରହ୍ୟ କରିଦେଲେ। ଫଳରେ ସଂଜିତା ପୁଣି ରିଭ୍ୟୁ ପିଟିସନ ଦାଖଲ କଲେ। କୋର୍ଟ ଏହାକୁ ଗ୍ରହଣ କଲେ ଏହି ମୁଖ୍ୟ ବିଚାରପତିଙ୍କ ବେଞ୍ଚରେ ଏହାର ବିଚାର କରାଗଲା। ଦୁଇଜଣିଆ ବେଞ୍ଚ ତାଙ୍କର ଆବେଦନକୁ ଶୁଣିବା ପରେ ସଂଜିତା ଆଇଏଏସ ପାଇବା ପାଇଁ ଯୋଗ୍ୟା ବୋଲି ରାୟ ପ୍ରକାଶ କଲେ। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ପାଇଁ ସେ କାହିଁକି ଆଇଏଏସରୁ ବଞ୍ଚିତ ହେବେ ବୋଲି କୋର୍ଟ ବିରକ୍ତି ପ୍ରକାଶ କଲେ।

    କୋର୍ଟ ପୁଣି କହିଛନ୍ତି ଯେ, ଆବେଦନକାରୀ ଚାକିରୀରୁ ଅବସର ନେଇଯାଇଥିଲେ ମଧ୍ୟ ତାଙ୍କୁ ଆଇଏଏସ ପଦନ୍ନୋତି ଦିଆଯାଉ। ଏଥିସହିତ ସେ ଯେବେଠାରୁ ଆଇଏଏସ ପାଇବା ପାଇଁ ଯୋଗ୍ୟା ହୋଇଥିଲେ ସେହି ଦିନଠାରୁ ତାଙ୍କର ସମସ୍ତ ପ୍ରାପ୍ୟ ପ୍ରଦାନ କରାଯାଉ। ତିନିମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସଂପର୍ଣ୍ଣ କରାଯାଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପ୍ରକାଶ ପାଇବା ପରେ ବର୍ତ୍ତମାନ ପ୍ରଶାସନିକ ମହଲରେ ବେଶ ଚର୍ଚ୍ଚା ଚାଲିଛି। କେଉଁ ଅଧିକାରୀ ତାଙ୍କର ଇନକ୍ରିମେଣ୍ଟକୁ ବନ୍ଦ ନ କରି ପଦନ୍ନୋତି ଦେଲେ ତାହାର ଖୋଳତାଡ କରାଯାଉ ବୋଲି ଆଲୋଚନା ଚାଲିଛି।

    ଆହୁରି ପଢନ୍ତୁ- ମହାକାଶକୁ ଯିବେ ଆନ୍ଧ୍ରର ଝିଅ ଜାହ୍ନବୀ

    Odisha High Court ଓଏଏସ ମାମଲା ଓଡିଶା ହାଇକୋର୍ଚ ସଂଜିତା ଦାସ ହାଇକୋର୍ଟ
    Share. Facebook Twitter LinkedIn Email WhatsApp Copy Link
    Previous Articleତୁର୍କୀରେ ଏକାଠି ହୋଲେ ୫୭ ମୁସଲିମ ଦେଶ: ପାକିସ୍ତାନର ସହ ମିଶାଇଲେ ସ୍ୱର, ଭାରତ ବିଷୟରେ କହିଲେ ବଡ଼ କଥା
    Next Article ‘କାଶ୍ମୀର ପ୍ରସଙ୍ଗ ଉଠାଇବାକୁ ତୁମେ କିଏ?’: ପାକିସ୍ତାନକୁ ସମର୍ଥନ କରୁଥିବା ୫୭ ଦେଶଙ୍କୁ ଭର୍ତ୍ସନା କଲା ଭାରତ 

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.