Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅପରାଧ»ସାବଧାନ! ନକଲି ୱେବ ସାଇଟ୍ ମାଧ୍ୟମରେ ଠକେଇ, ଓଡିଶା ପୋଲିସ ଜାରି କଲା ତାଲିକା
    ଅପରାଧ

    ସାବଧାନ! ନକଲି ୱେବ ସାଇଟ୍ ମାଧ୍ୟମରେ ଠକେଇ, ଓଡିଶା ପୋଲିସ ଜାରି କଲା ତାଲିକା

    June 25, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ଵର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। କମ୍ ମୂଲ୍ୟରେ ଆକର୍ଷଣୀୟ ରୁମ, ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

    ଉଲ୍ଲେଖଯୋଗ୍ୟ ଯେ, ସାଇବର କ୍ରାଇମ୍ ହେଲ୍ପଲାଇନ୍ 1930 ମାଧ୍ୟମରେ ଅଦ୍ୟାବଧି 317ଟି ଅଭିଯୋଗ ଦାଖଲ ହୋଇଛି। ଏହା ସହ ଠକମାନେ ବ୍ୟବହାର କରୁଥିବା ବେଆଇନ ହୋଟେଲ ବୁକିଂ ୱେବ ସାଇଟ୍ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

    କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ଏହି ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୁଗୁଲ୍ ଓ ଅନ୍ୟାନ୍ୟ ପ୍ଲାଟଫର୍ମ ସହିତ ଯୋଗାଯୋଗ କରି ଉକ୍ତ ନକଲି ୱେବ ସାଇଟଗୁଡିକୁ ହଟାଇବା ପାଇଁ ଉଦ୍ୟମ ଜାରି ରଖିଛି।

    ଏହି ନକଲି ୱେବସାଇଟ୍ ଗୁଡ଼ିକର ଉଦାହରଣ ତାଲିକା ତଳେ ଦିଆଯାଇଛି।

    Sl. No. Fake Website URLs

    1- https://www.hoteldeepganga.com/
    2- https://www.mayfairheritagepuri.org/
    3- https://www.hoteltamilnadu.com/
    4- https://otdcpanthanivaspuri.in
    5- https://www.hotelspuri.net
    6- https://hotel-panthanivas-puri-otdc.hotelsgds.com
    7- https://www.hotelpathanivaspuri.site
    8- https://otdcpanthanivaspuri.co.in
    9- www.otdcpanthanivas.in
    10- https://panthanivaspuri.co.in
    11- http://thehanscocopalms.in

    ନାଗରିକଙ୍କ ପାଇଁ ସଚେତନତା ବାର୍ତ୍ତା:

    MakeMyTrip, Goibibo, Booking.com, Trivago, ଇତ୍ୟାଦି ସ୍ୱୀକୃତି ପ୍ରାପ୍ତ ୱେବସାଇଟ୍ ମାଧ୍ୟମରେ ବୁକିଂ କରନ୍ତୁ।

    Google Maps ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ୍‌ଚେକ୍ କରନ୍ତୁ।

    ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ କରନ୍ତୁ ନାହିଁ। ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରନ୍ତୁ।

    ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ।

    ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ କରନ୍ତୁ ନାହିଁ।

    ବୁକିଂ ବେଳେ ଆପଣ ଠକାମିର ଶିକାର ହୋଇଛନ୍ତି ଜାଣିଲେ ତୁରନ୍ତ 1930 ରେ ରିପୋର୍ଟ କରନ୍ତୁ।

    ଓଡିଶା ପୋଲିସ ନକଲି ୱେବ ସାଇଟ୍
    Share. Facebook Twitter LinkedIn Email WhatsApp Copy Link
    Previous Articleବଡହନ୍ତୁଆଡ ସେବା ସମବାୟ ସମିତି ପାଳନକଲା ଆନ୍ତର୍ଜାତୀୟ ସମବାୟ ବର୍ଷ
    Next Article ଜାତୀୟ ରାଜପଥ ବଡପଦରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ସମ୍ପୂର୍ଣ୍ଣ ଭାବେ ଜଳିଗଲା ଦୁଇଟି କାର

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.