Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଖଣି, ରେଳପଥ, ଜଳସମ୍ପଦ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ସମୟ ସୀମାରେ ସାରିବାକୁ ଗୁରୁତ୍ୱ
    ଆଜିର ଖବର

    ଖଣି, ରେଳପଥ, ଜଳସମ୍ପଦ ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ; ସମୟ ସୀମାରେ ସାରିବାକୁ ଗୁରୁତ୍ୱ

    June 26, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସାଉଥ ବ୍ଲକରେ ପ୍ରଗତିର ୪୮ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ। ପ୍ରଗତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାମିଲ କରୁଥିବା ସକ୍ରିୟ ଶାସନ ଏବଂ ସମୟଭିତ୍ତକ କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆଇସିଟି ଆଧାରିତ ବହୁସ୍ତରୀୟ ପ୍ଲାଟଫର୍ମ।

    ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ଖଣି, ରେଳପଥ, ଜଳସମ୍ପଦ କ୍ଷେତ୍ରର କେତେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଆର୍ଥିକ ଅଭିବୃଦ୍ଧି ଓ ଜନ କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟରେ ଶେଷ କରିବା, ଆନ୍ତଃସଂସ୍ଥାଗତ ସମନ୍ୱୟ ଏବଂ ସମସ୍ୟାର ସମାଧାନ ଆଦି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା।

    ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ ଯେ, ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ଯୋଗୁ ବ୍ୟୟ ଅଟକଳ ଦୁଇଗୁଣା ହୋଇଥାଏ ଏବଂ ଅତ୍ୟାବଶ୍ୟକ ସେବା ଓ ଭିତ୍ତିଭୂମି ସୁବିଧାରୁ ନାଗରିକଙ୍କୁ ବଂଚିତ କରିଥାଏ। ଉଭୟ କେନ୍ଦ୍ର ଓ ରାଜ୍ୟ ଅଧିକାରୀମାନଙ୍କୁ ସେ ପରିଣାମ ସଞ୍ଚାଳିତ ଦୃଷ୍ଟିକୋଣ ଆଦରିବା ସହ ସୁଯୋଗର ସଦବ୍ୟବହାର କରି ଜୀବନକୁ ସମୃଦ୍ଧ କରିବାକୁ ପରାମର୍ଶ ଦେଇଥିଲେ।

    ପ୍ରଧାନମନ୍ତ୍ରୀ- ଆୟୁଷ୍ମାନ ଭାରତ ହେଲଥ ଇନଫ୍ରାଷ୍ଟ୍ରକଚର ମିସନ (ପିଏମ୍-ଏବିଏଚଆଇଏମ୍) ର ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ଏ କ୍ଷେତ୍ରରେ ଆକାଂକ୍ଷୀ ଜିଲ୍ଲା, ଦୁର୍ଗମ, ଆଦିବାସୀ ଓ ସୀମାବର୍ତ୍ତୀ ଅଞ୍ଚଳକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବାକୁ କହିଥିଲେ। ଗରିବ, ବଞ୍ଚିତ ବର୍ଗ ଏବଂ ଅବହେଳିତ ଜନସାଧାରଣଙ୍କ ପାଖରେ ଯେପରି ନ୍ୟାୟସଙ୍ଗତ ଭାବେ ସ୍ୱାସ୍ଥ୍ୟସେବା ପହଞ୍ଚି ପାରିବ ତାହା ନିଶ୍ଚିତ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ଏସବୁ ଅଞ୍ଚଳରେ ମହତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଥିବା ସମସ୍ୟାକୁ ଦୂର କରିବା ଦିଗରେ ତତ୍କାଳ ଓ ନିରନ୍ତର ପ୍ରୟାସ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ।

    ପ୍ରଧାନମନ୍ତ୍ରୀ ଉଲ୍ଳେଖ କରିଥିଲେ, ପିଏମ୍-ଏବିଏଚଆଇଏମ ରାଜ୍ୟଗୁଡ଼ିକ ପାଇଁ ବ୍ଲକ, ଜିଲ୍ଲା ଏବଂ ରାଜ୍ୟସ୍ତରରେ ପ୍ରାଥମିକ, ତୃତୀୟକ ଏବଂ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଦୃଢ଼ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛି ।

    ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତାକୁ ବୃଦ୍ଧ କରିବା ପାଇଁ ଗ୍ରହଣ କରାଯାଇଥିବା ଅନୁକରଣୀୟ ଅଭ୍ୟାସର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ପଦକ୍ଷେପ ଗୁଡ଼ିକର ରଣନୀତିକ ଗୁରୁତ୍ୱତା ଏବଂ ଡିଫେନ୍ସ ଇକୋସିଷ୍ଟମରେ ନବପ୍ରବର୍ତ୍ତନକୁ ବଢ଼ାଇବାର କ୍ଷମତା ପାଇଁ ପ୍ରଶଂସା କରିଥିଲେ । ଏଗୁଡ଼ିକର ବ୍ୟାପକ ପ୍ରାସଙ୍ଗିକତାକୁ ରେଖାଙ୍କିତ କରି ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ଉଦାହରଣ ଦେଇଥିଲେ, ଯାହାକି ସ୍ୱଦେଶୀ ଜ୍ଞାନକୌଶଳ କ୍ଷମତାର ପ୍ରଦର୍ଶନ ଥିଲା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବିକଶିତ ଆତ୍ମନିର୍ଭରତାର ଦୃଢ଼ ଉଦାହରଣ ଥିଲା ।

    ପ୍ରଧାନମନ୍ତ୍ରୀ ମଧ୍ୟ ଉଲ୍ଲେଖ କରିଥିଲେ, କିପରି ରାଜ୍ୟଗୁଡ଼ିକ କିପରି ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଅବଦାନ ଦେବାର ସୁଯୋଗ ଦେଇପାରିବେ ।

    ନରେନ୍ଦ୍ର ମୋଦୀ ପ୍ରଗତି ବୈଠକ ସ୍ୱାସ୍ଥ୍ୟ ଭିତ୍ତିଭୂମି ସ୍ୱାସ୍ଥ୍ୟ ସମାନତା
    Share. Facebook Twitter LinkedIn Email WhatsApp Copy Link
    Previous Articleଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ କେବେ, କେଉଁଠି ଏବଂ କେଉଁ ସମୟରେ ଖେଳାଯିବ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ
    Next Article ସ୍ୱତନ୍ତ୍ର ରାତ୍ରୀଭୋଜନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପଠାଇଲା ବ୍ରାଜିଲ: ଚୀନ୍ କ୍ଷୁବ୍ଧ!

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.