Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଭୁବନେଶ୍ୱରରେ ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତ୍ତିର ଆଲୋଚନାଚକ୍ର ଅନୁଷ୍ଠିତ
    ଆଜିର ଖବର

    ଭୁବନେଶ୍ୱରରେ ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତ୍ତିର ଆଲୋଚନାଚକ୍ର ଅନୁଷ୍ଠିତ

    June 26, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଏମର୍ଜେନ୍ସିର ଗୋଟିଏ ମୂଳ କାରଣ ଥିଲା – ଇନ୍ଦିରା ଗାନ୍ଧୀଙ୍କ ପରିବାର ପ୍ରତି ମୋହ। ମୁଁ ଓ ମୋର ପୁତ୍ର ସଞ୍ଜୟ ଗାନ୍ଧୀ ଏବଂ ପରିବାର ଦେଶକୁ ଚଲାଇବାର ମାନସିକତା। ଆଜି ମଧ୍ୟ କଂଗ୍ରେସ ପାଖରେ ସେହି ସାମନ୍ତବାଦୀ, ଏକଛତ୍ରବାଦୀ ଓ ଆହଙ୍କାର ମାନସିକତା ରହିଛି ବୋଲି ଗୁରୁବାର ଭୁବନେଶ୍ୱର ଠାରେ ବିଜେପି ପକ୍ଷରୁ  “କଂଗ୍ରେସ ଦ୍ୱାରା ଗଣତନ୍ତ୍ରକୁ କୁଠାରଘାତ ଇତିହାସର ୫୦ ବର୍ଷର କାହାଣୀ” ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    କଂଗ୍ରେସ ଦ୍ୱାରା ଜାରି କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର କଳା ଅଧ୍ୟାୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି ସେମିନାରରେ ଶ୍ରୀ ପ୍ରଧାନ କହିଛନ୍ତି, ୧୯୭୫ ଜୁନ୍ ୨୫ ତାରିଖରେ ‘ଜରୁରୀକାଳୀନ ପରିସ୍ଥିତି’ ଭାରତୀୟ ଗଣତନ୍ତ୍ର ଉପରେ କଂଗ୍ରେସ ଦ୍ୱାରା ଲଗାଯାଇଥିବା ଏକ କଳା ଫର୍ଦ୍ଦ, ଯାହାକୁ ଦେଶ କେବେ ଭୁଲିପାରିବ ନାହିଁ। ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସେହି ଅନ୍ଧାର ସମୟରେ ଲକ୍ଷ ଲକ୍ଷ ଦେଶପ୍ରେମୀ ଯେଉଁ ଯନ୍ତ୍ରଣା ଏବଂ ନିର୍ଯାତନା ସହିଥିଲେ ତାହା ଇତିହାସର ଏକ ଅଲିଭା ଅଧ୍ୟାୟ। “ଏମର୍ଜେନ୍ସି” ଲାଗୁ ହେଲା ପରେ ସାଧାରଣ ଭାରତୀୟ ନାଗରିକର ବାକ୍ ସ୍ୱାଧୀନତାକୁ ଦମନ କରାଯିବା ସହ ଚତୁର୍ଥ ସ୍ତମ୍ଭ ସ୍ୱାଧୀନତା ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଥିଲା। ସାଧାରଣ ଭାରତୀୟ ନାଗରିକଙ୍କୁ ବାଧ୍ୟତାମୂଳକ ଭାବରେ ବନ୍ଧ୍ୟାକରଣ କରିବା ସହ ବାକ୍ ସ୍ୱାଧୀନତା ଛଡେଇ ନିଆଯାଇଥିଲା। ସମସ୍ତ ବିରୋଧୀ ନେତାଙ୍କୁ ଆକ୍ରୋଶମୂଳକ ଭାବେ ଗିରଫ କରାଯାଇ ଜେଲରେ ପୁରାଇ ନିର୍ଯ୍ୟାତନା ଦିଆଯାଇଥିଲା। ଓଡ଼ିଶା ମାଟିର ଶୀର୍ଷ ନେତା ଡ. ହରେକୃଷ୍ଣ ମହତାବ, ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀ, ମାଳତୀ ଚୌଧୁରୀ, ପବିତ୍ର ମୋହନ ପ୍ରଧାନ, ସାମ୍ବାଦିକ ରାଧାନାଥ ରଥ ତଥା ବିଶ୍ୱଭୂଷଣ ହରିଚନ୍ଦନ, ହରିଶ୍ଚନ୍ଦ୍ର ବକ୍ସିପାତ୍ର ପ୍ରମୁଖ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ, ଅସହିଷ୍ଣୁ ତଥା ଆକ୍ରୋଶମୂଳକ ପଦକ୍ଷେପର ଶିକାର ହୋଇଥିଲେ  କିଶୋର କୁମାରଙ୍କ ଭଳି ଗୀତକୁ ଅଲ୍ ଇଣ୍ଡିଆ ରେଡିଓରେ ପ୍ରସାରଣ କରିବା ପାଇଁ ବିରୋଧ ହୋଇଥିଲା। ସେତେବେଳେ ଏତେ ଅସହିଷ୍ଣୁ ଥିଲା ପରିବାର ସର୍ବୋପରି। ସାମନ୍ତବାଦୀ ମାନସିକତା। ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦୀ ନୀତି ଯୋଗୁଁ ଏହା ଭାରତୀୟ ଗଣତନ୍ତ୍ରରେ ଚିର ଦିନ ପାଇଁ କଳାଦାଗ ହୋଇ ରହିଛି। ‘ଜରୁରୀକାଳୀନ’ର ୫୦ ବର୍ଷ ପୂରଣ ଅବସରରେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ସଂଘର୍ଷ ଏବଂ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଆଜିର ଦିନରେ ମୋର ପ୍ରଣାମ ଜଣାଉଛି।

    ଶ୍ରୀ ପ୍ରଧାନ କହିଛନ୍ତି, ଆଜି କଂଗ୍ରେସର ଚେହେରା ବଦଳି ଯାଇଛି । କିନ୍ତୁ ସ୍ୱେଚ୍ଛାଚାରି ମାନସିକତାରେ କୌଣସି ପରିବର୍ତନ ଆସିନାହିଁ । ନିର୍ବାଚନରେ ପରାଜୟ ହେଲେ କଂଗ୍ରେସ ଦେଶର ନିର୍ବାଚନ ବ୍ୟବସ୍ଥାକୁ ବିରୋଧ କରୁଛି ।  ୨୦୦୪ରେ କଂଗ୍ରେସ ସରକାର ଥିଲା । ୨୦୧୩ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ କଂଗ୍ରେସ ସରକାର ଦ୍ୱାରା ହୋଇଥିବା କ୍ୟାବିନେଟ୍ ନିଷ୍ପତିକୁ ନନସେନ୍ସ କହି ଚିରିଥିବା ଲୋକ ହେଉଛନ୍ତି କଂଗ୍ରେସ ବା ରାହୁଲ ଗାନ୍ଧୀ । ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ରିମୋର୍ଟ ରାହୁଲ ଗାନ୍ଧୀଙ୍କ ପାଖରେ ଥିଲା ।  ସୋନିଆ ଗାନ୍ଧୀ ଛାୟା ପିଏମ ଥିଲେ । ଏହି ହୀନ ମାନସିକତା କଂଗ୍ରେସ ଦଳର । ୫୦ ବର୍ଷ ପରେ ଆଜି ବି ଜରୁରିକାଳୀନ ପରିସ୍ଥିତି ବିଷୟରେ ମନେପକାଇବା ଏଥିପାଇଁ ଆବଶ୍ୟକ ।

    ଶ୍ରୀ ପ୍ରଧାନ କହିଛନ୍ତି ଯେ “ଏମର୍ଜେନ୍ସି” ଆମ ଇତିହାସର କେବଳ ଏକ ଘଟଣା ନୁହେଁ ବରଂ କଂଗ୍ରେସ ମାନସିକତାର ଜ୍ୱଳନ୍ତ ପ୍ରମାଣ ଅଟେ । ଇନ୍ଦିରାଙ୍କ ସ୍ୱେଚ୍ଛାଚାରୀ ମାନସିକତାର ପ୍ରତିଫଳନ ଆଜି ବି କଂଗ୍ରେସ ନେତୃତ୍ୱରେ ଦେଖିବାକୁ ମିଳେ । ଏବେ ବି କଂଗ୍ରେସ ଶାସିତ ରାଜ୍ୟରେ ସାମ୍ବାଦିକଙ୍କ ଉପରେ ମାମଲା ରୁଜୁ କରାଯାଉଛି, ସାମାଜିକ ଗଣମାଧ୍ୟମରେ ପୋଷ୍ଟିକୁ ନେଇ ଗିରଫଦାରୀ କରାଯାଉଛି । ବର୍ତ୍ତମାନ ସମୟରେ ଦେଶର ସୁରକ୍ଷା, ସେନାର କାର୍ଯ୍ୟାନୁଷ୍ଠାନ, ବୈଦେଶିକ ନୀତିକୁ ନେଇ କଂଗ୍ରେସ ଯେଉଁଭଳି ଭାବେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି, ତାହା କେବଳ ରାଜନୈତିକ ଫାଇଦା ପାଇଁ ନୁହେଁ ବରଂ ରାଷ୍ଟ୍ରହିତର ବିରୋଧ ଅଟେ । ଜରୁରୀକାଳୀନ ପରସ୍ଥିତିର କଳାଫର୍ଦ୍ଦରୁ ଶିକ୍ଷା ନେବାର ଅଛି ଯେ ଭାରତବର୍ଷର ସାଧାରଣ ମଣିଷର ଅଧିକାରର ସୁରକ୍ଷା ହେଉଛି ଗଣତାନ୍ତ୍ରିକ ଓ ସାମ୍ବିଧାନିକ ମୂଲ୍ୟବୋଧର ଆଧାର । ଏଥିରେ କେବେ ହେଲେ ସାଲିସ ହେବା କଥା ନୁହେଁ । ଏହି ଦିନକୁ ଆମେମାନେ କେହି ଭୁଲିବା ଅନୁଚିତ୍ । ଆମେ ସମସ୍ତେ ଗଣତନ୍ତ୍ରର ସୁରକ୍ଷା ପାଇଁ ଦାୟିତ୍ୱ ନେବା ଦରକାର । ଗଣତନ୍ତ୍ରର ଉଦାହରଣ ଦେବାକୁ ଯାଇଁ ଶ୍ରୀ ପ୍ରଧାନ କଳିଙ୍ଗ ଯୁଦ୍ଧ ଏବଂ ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଉପରେ ଆଲୋକପାତ କରିଥିଲେ ।

    ଆମର ବିଚାର ରାଷ୍ଟ୍ର ସର୍ବୋପରି। ଆମର ରାଷ୍ଟ୍ର ପ୍ରଥମ। ନିଜ ଓ ଦଳର ହିତ ଅପେକ୍ଷା ଦେଶ ହିତକୁ ମହତ୍ୱ ଦେଉ। ଏଥିପାଇଁ ଭାରତୀୟ ଜନସଂଘ ୫୦ ଦଶକରୁ ଆରମ୍ଭ ହୋଇ ଲୋକସେବା ଓ ଲୋକକଲ୍ୟାଣର ଏକ ବଡ ରାଜନୈତିକ ଦଳରେ ଆଜି ପରିଣତ ହୋଇଛି। ବିଜେପି ଶାସିତ ଭାରତର ୬୫ ଭାଗ ଲୋକମାନେ ଜନକଲ୍ୟାଣକାରୀ ସରକାରୀ ଯୋଜନାର ଲାଭ ପାଉଛନ୍ତି।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳର ଜଣେ ଯୁବ ଆରଏସଏସ ପ୍ରଚାରକ ଭାବେ ଜରୁରୀକାଳୀନ ପରିସ୍ଥିତିକୁ ଅନୁଭବ କରିଥିଲେ। ଏମର୍ଜେନ୍ସି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସେ ସମୟରେ ଓଡ଼ିଶା ମଧ୍ୟ ଆସିଥିଲେ। ଏହାକୁ ନେଇ ବ୍ଲୁ କ୍ରାଫ୍ଟ ଫାଉଣ୍ଡେସନ ଦ୍ୱାରା ଲିଖିତ ପୁସ୍ତକ  ‘ଦି ଏମର୍ଜେନ୍ସି ଡାଏରିଜ୍-ଇୟର୍ସ ଦ୍ୟାଟ୍ ଫର୍ଜଡ୍ ଏ ଲିଡର’କୁ ଗତକାଲି ‘ସମ୍ବିଧାନ ହତ୍ୟା ଦିବସ” ଉପଲକ୍ଷେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କରକମଳରେ ଉନ୍ମୋଚିତ ହୋଇଛି। ଏହି ପୁସ୍ତକ ଜରୁରୀକାଳୀନ ପରିସ୍ଥିତି ବିରୋଧୀ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଜ୍ଞତାର ଏକ ସଂକଳନ। ସେ ସମୟରେ ସେ କିପରି ମିଶା ଅଧିନିୟମ ଅନୁଯାୟୀ ଜେଲରେ ଥିବା ଲୋକଙ୍କ ଘରକୁ ଯାଇଥିଲେ ଏବଂ ସେମାନଙ୍କ ପରିବାର ସହିତ କଥା ହୋଇଥିଲେ ଏବଂ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ, ତାହା ପୁସ୍ତକରେ ବର୍ଣ୍ଣିତ। ଏହି ପୁସ୍ତକକୁ ସବୁ ଯୁବ ବନ୍ଧୁମାନେ ପଢିବା ଦରକାର। ଏହି ପୁସ୍ତକକୁ ଓଡ଼ିଆ ଭାଷାରେ ଲୋକାର୍ପଣ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

    ଏହି ଅବସରରେ ଶ୍ରୀ ପ୍ରଧାନ ଜରୁରୀକାଳୀନ ପରିସ୍ଥିତିର କଳା ସ୍ମୃତିର ୫୦ ତମ ବର୍ଷ ଉପଲକ୍ଷେ ଭୁବନେଶ୍ୱର ଓୟୁଏଟି ପରିସରରେ ଆୟୋଜିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଲୋକତନ୍ତ୍ର ସେନାନୀମାନଙ୍କୁ ସମ୍ମାନିତ କରିଥିଲେ। ଆଲୋଚନା ଚକ୍ର ଶେଷ ହେବା ପରେ ଏ ସମ୍ପର୍କରେ ଗଣମାଧ୍ୟମକୁ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ଭୁବନେଶ୍ୱର ଓୟୁଏଟି କ୍ୟାମ୍ପସ ପରିସରରେ “ଏକ ପେଡ୍ ମା’ କେ ନାମ ୨.୦” ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ।

    ଆଲୋଚନାଚକ୍ର ଇନ୍ଦିରା ଗାନ୍ଧୀ ଏକଛତ୍ରବାଦୀ ଏମର୍ଜେନ୍ସି କଂଗ୍ରେସ ଜରୁରୀକାଳୀନ ପରିସ୍ଥିତି ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ସାମନ୍ତବାଦୀ
    Share. Facebook Twitter LinkedIn Email WhatsApp Copy Link
    Previous Articleଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ ସହିତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ପୁରୀକୁ ରଥ ଯାତ୍ରା ସ୍ପେଶାଲ୍ ଟ୍ରେନ୍‌
    Next Article ଓଡିଶା ସାମୟିକ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଖୁସି ଖବର, ବୃଦ୍ଧି ପାଇଲା ନିବୃତ୍ତି ଭତ୍ତା

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.