Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ପୁରୀ ବୀରଗୋବିନ୍ଦପୁରରେ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପ ଲୋକାର୍ପିତ
    ଆଜିର ଖବର

    ପୁରୀ ବୀରଗୋବିନ୍ଦପୁରରେ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପ ଲୋକାର୍ପିତ

    June 26, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ବୀରଗୋବିନ୍ଦପୁର/ପୁରୀ:  ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ସ୍ଥିତ ମାଆ ଦକ୍ଷିଣକାଳୀ ମନ୍ଦିର ପରିସରରେ ଇଣ୍ଡିଆନ ଅଏଲର ସାମାଜିକ ଦାୟିତ୍ୱ (ସିଏସଆର) ଅନ୍ତର୍ଗତ ପ୍ରାୟ ୪.୭୫ କୋଟି ବ୍ୟୟରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଗୁଡ଼ିକ ଲୋକାର୍ପଣ କରିଛନ୍ତି।

    ଲୋକାର୍ପିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ହେଲା କମ୍ୟୁନିଟି ହଲ, ବହୁମୁଖୀ ଦକ୍ଷତା ତାଲିମ କେନ୍ଦ୍ର, ଯୋଗକେନ୍ଦ୍ର, ଆଲୋକୀକରଣ ସହ ଶୌଚାଳୟ, ପାନୀୟ ଜଳର ସୁବିଧା, ପୋଖରୀ ସୌନ୍ଦର୍ଯ୍ୟକରଣ ଓ ପାର୍କ କାର୍ଯ୍ୟ। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଜି ଲୋକାର୍ପିତ ପ୍ରକଳ୍ପଗୁଡ଼ିକ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାରେ ସହାୟକ ହେବ।

    ସେ ଆହୁରି କହିଛନ୍ତି ଯେ ବୀରଗୋବିନ୍ଦପୁର ଗ୍ରାମର ପୁଞ୍ଜି ହେଉଛି କଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷପତି ଦିଦିର କଳ୍ପନା କରିଛନ୍ତି। ବହୁମୁଖୀ ଦକ୍ଷତା ତାଲିମ୍ କେନ୍ଦ୍ରରେ ଆମର ମାଆ ଭଉଣୀମାନେ ସିଲେଇ ମେସିନ୍, ହସ୍ତଶିଳ୍ପ, ପଟ୍ଟଚିତ୍ର ଆଦିର ପ୍ରଶିକ୍ଷଣ ପାଇପାରିବେ। ଆମର ଗାଁ ଝିଅମାନେ କମ୍ପୁଟର ଶିକ୍ଷା ଗ୍ରହଣ କରି ଦେଶ ଦୁନିଆର ଖବର ଜାଣିପାରିବେ। ଏହା ଦ୍ୱାରା ଏଠାରେ ଆମର ଐତିହ୍ୟ ଓ ପରମ୍ପରାକୁ ଆଗକୁ ନେବାର ବ୍ୟବସ୍ଥା କରାଯିବା ସହ ବର୍ତ୍ତମାନର ଆବଶ୍ୟକତା ଅନୁସାରେ ପ୍ରଶିକ୍ଷଣର ବ୍ୟବସ୍ଥା ହୋଇଛି। ଆଜିର ଏହି ପଦକ୍ଷେପ ଦ୍ୱାରା ଏହି ଗ୍ରାମ କଳା, ଦକ୍ଷତା ବିକାଶ ଓ ଜ୍ଞାନ ପରିପ୍ରକାଶର କେନ୍ଦ୍ର ହେବ। ଏଥିପାଇଁ ଶ୍ରୀ ପ୍ରଧାନ ଇଣ୍ଡିଆନ ଅଏଲକୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖନୀୟ ଯେ, Ø୩ ଜୁନ୍ ୨୦୨୨ ମସିହାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଗ୍ରାମକୁ ଆସି ପ୍ରକଳ୍ପ ଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

    ବୀରଗୋବିନ୍ଦପୁର ହେଉଛି ଐତିହାସିକ ଗ୍ରାମ, ଯେଉଁ ସ୍ଥାନଟି ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଏହି ଗ୍ରାମ ୫୦୦ ବର୍ଷରୁ ଅଧିକ ପୁରୁଣା । ଆମ ଓଡ଼ିଆ ଜାତିର, ଓଡ଼ିଆ ପରମ୍ପରାର ତଥା ମହାପ୍ରଭୁଙ୍କ ସଂସ୍କୃତିର ଅନ୍ୟତମ କେନ୍ଦ୍ର । ଗ୍ରାମରେ ଜନ୍ମ ନେଇଥିବା ଅନେକ ମହାନୁଭବ ଓ ପ୍ରତିଭାବାନ ବ୍ୟକ୍ତିବିଶେଷମାନେ ପଦ୍ମ ପୁରସ୍କାର ପାଇବା ସହ ପୋଲିସ ସେବା, ଡାକ୍ତରସେବା ଓ ରାଜନୀତି ସମେତ ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି । ଏହି ଗ୍ରାମ ସହ ମୋର ଦୀର୍ଘ ବର୍ଷର ସମ୍ପର୍କ ରହିଛି । ମୋର ପିଲାବେଳର ବନ୍ଧୁଙ୍କ ଆମନ୍ତ୍ରଣରେ ମୁଁ ଏଠାକୁ କାଳିପୂଜା ଦେଖିବାକୁ ଆସିଥିଲି । ବୀରଗୋବନ୍ଦପୁର ସବୁ ଦିନ ପାଇଁ ମୋର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବ ।

    ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଭାରତର ଅମୂଲ୍ୟ ଜ୍ଞାନ ଭଣ୍ଡାରକୁ ଏକାଠି କରିବାକୁ ପଡିବ । ଏଆଇ ଟୁଲର ଉପଯୋଗ କରି ଆମର ପ୍ରାଚୀନ ଜ୍ଞାନ ଆମକୁ କଣ ସହାୟତା କରିପାରେ, ଭବିଷ୍ୟତ ପାଇଁ କଣ ସହାୟକ ହୋଇପାରେ, ସେ ଦିଗରେ ଯୋଜନା କରିବା ଦରକାର । ଏହି ଅବସରରେ ଶ୍ରୀ ପ୍ରଧାନ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ ବକୁଳ ବନ ବିଦ୍ୟାଳୟ ମାଧ୍ୟମରେ ସେ ଆରମ୍ଭ କରିଥିବା ଶିକ୍ଷା ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ମତପ୍ରକାଶ କରିଥିଲେ । ବକୁଳ ବନବିଦ୍ୟାଳୟର ପୁର୍ନବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବିତ୍ତୀୟ ପ୍ରବନ୍ଧନ କରିଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ ।

    ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲାର ବିଭିନ୍ନ ବିଧାୟକ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷମାନେ ସାମିଲ ହୋଇଥିଲେ ।

    thesamikhsya ଧର୍ମେନ୍ଦ୍ର ପ୍ରଧାନ ପୁରୀ ବୀରଗୋବିନ୍ଦପୁର ଗ୍ରାମ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପ
    Share. Facebook Twitter LinkedIn Email WhatsApp Copy Link
    Previous Articleରଥଯାତ୍ରା ପାଇଁ ଓଏସ୍ଆରଟିସି ତରଫରୁ ସ୍ବତନ୍ତ୍ର ବସ ସେବା, ଜାଣନ୍ତୁ କେଉଁଠୁ କେତେବେଳେ ବାହାରିବ
    Next Article ଶ୍ରୀମନ୍ଦିରରୁ ଆସିଲା ଆଜ୍ଞା, ତିନି ରଥକୁ ଟଣାଯାଇ ସିଂହଦ୍ବାରରେ କରାଗଲା ଅବସ୍ଥାନ, ଅପେକ୍ଷା….

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.