Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ରଥଯାତ୍ରା ଅନୁଭୂତିକୁ ସମୃଦ୍ଧ କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ବହୁବିଧ ପ୍ରୟାସ
    ଆଜିର ଖବର

    ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନଙ୍କ ପାଇଁ ରଥଯାତ୍ରା ଅନୁଭୂତିକୁ ସମୃଦ୍ଧ କରିବା ନିମନ୍ତେ ରିଲାଏନ୍ସ ପକ୍ଷରୁ ବହୁବିଧ ପ୍ରୟାସ

    June 26, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଓଡ଼ିଶା ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଜିଲ୍ଲା ପ୍ରଶାସନ ସହିତ ସହଭାଗିତାରେ ଦର୍ଶନାର୍ଥୀମାନଙ୍କୁ ସୁଗମ, ସୁରକ୍ଷିତ ଏବଂ ପରିପୂର୍ଣ୍ଣ ଯାତ୍ରାର ଅନୁଭୂତି ସୁନିଶ୍ଚିତ କରିବା ପାଇଁ ବିବିଧ ପଦକ୍ଷେପ ମାଧ୍ୟମରେ ବ୍ୟାପକ ପ୍ରୟାସ ଆରମ୍ଭ କରିଛି।

    ପୁରୀରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ ଯେଉଁମାନେ ଶ୍ରୀଜଗନ୍ନାଥ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଏହି ଅନନ୍ୟ ଯାତ୍ରା ଦେଖିବା ପାଇଁ ଏକାଠି ହୁଅନ୍ତି।

    ସେବାର ଭାବନାକୁ ସମ୍ମାନ ଜଣାଇ, ରିଲାଏନ୍ସ ଫାଉଣ୍ଡେସନ୍, ଏହାର ୱି କେୟାର ଭାବନା ସହିତ ବିବିଧ ଅର୍ଥପୂର୍ଣ୍ଣ ଯୋଗଦାନ ଜରିଆରେ ଏହି ୧୩ ଦିନ ବ୍ୟାପୀ ପବିତ୍ର ଯାତ୍ରାରେ ସହଯୋଗ କରୁଥିବାରୁ ଗୌରବାନ୍ୱିତ ମନେକରୁଛି।

    “ରିଲାଏନ୍ସର ୱି କେୟାର ଦର୍ଶନରେ ସେବା ଗଭୀର ଭାବରେ ଅନ୍ତଃର୍ନିହିତ ହୋଇରହିଛି ଏବଂ ପୁରୀରେ ଭକ୍ତଗଣଙ୍କର ସେବା କରିବାର ଏହି ସୁଯୋଗ ବାସ୍ତବରେ ଏକ ଆଶୀର୍ବାଦ। ଆମେ ବିଶ୍ୱାସ କରୁଛୁ ଯେ ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଏବଂ କର୍ତ୍ତବ୍ୟରତ ସମସ୍ତ କର୍ମଚାରୀଙ୍କ ସେବା କରି ଆମେ ଈଶ୍ୱରଙ୍କ ସେବା କରୁଛୁ। ଭୋଜନ ଠାରୁ ସୁରକ୍ଷା ଯାଏଁ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ଅନୁଭୂତିକୁ ସୁଗମ, ନିରାପଦ ଓ ଆରାମଦାୟକ କରି ସମୃଦ୍ଧ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ” ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଅନନ୍ତ ଏମ୍ ଅମ୍ବାନୀ କହିଛନ୍ତି।

    ରିଲାଏନ୍ସର ସେବା ପ୍ରୟାସର ପ୍ରମୁଖ ଅଂଶ:

    ଅନ୍ନ ସେବା: ରିଲାଏନ୍ସ ଫାଉଣ୍ଡେସନ୍ ଯାତ୍ରା ମାର୍ଗରେ ଛଅଟି ପ୍ରମୁଖ ସ୍ଥାନରେ ଲକ୍ଷ ଲକ୍ଷ ଭକ୍ତ ଏବଂ ପୋଲିସ କର୍ମଚାରୀଙ୍କୁ ପୁଷ୍ଟିକର ଗରମ ଭୋଜନ ପରିବେଷଣ କରୁଛି ଏବଂ କୌଣସି ବ୍ୟକ୍ତି ଭୋକରେ ନଯିବା ସୁନିଶ୍ଚିତ କରୁଛି।

    ପରିଚ୍ଛନ୍ନତା: ଖାଦ୍ୟ ଷ୍ଟଲଗୁଡିକରେ କଣ୍ଟାକ୍ଟଲେସ୍ ସାନିଟାଇଜର ସହ ପୌରପାଳିକା ସହିତ ସହଭାଗିତାରେ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟାଗ ଯୋଗାଇ ଦିଆଯାଇଛି ଏବଂ ପୋଲିସ ଶିବିରଗୁଡ଼ିକୁ ପରିଚ୍ଛନ୍ନତା ଓ ପରିମଳ ସୁବିଧା ଉପଲବ୍ଧ କରାଯାଇଛି।

    ଭିଡ଼ ପରିଚାଳନା: ପୌରପାଳିକା ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ସହିତ ମିଳିତ ସହଭାଗିତାରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀମାନଙ୍କ ମାର୍ଗଦର୍ଶନ ଏବଂ ସୁଗମ ଯାତ୍ରା ପାଇଁ ଦୂରରୁ ସ୍ପଷ୍ଟ ଦେଖାଯାଉଥିବା ମାର୍ଗଦର୍ଶକ ବୋର୍ଡ ଏବଂ ଦିଗସୂଚକ ସ୍ଥାପନ କରାଯାଇଛି ।

    ସ୍ବେଚ୍ଛାସେବୀ ସହାୟତା: ଚିହ୍ନିତ ୟୁନିଫର୍ମ ବା ପୋଷାକ ମାଧ୍ୟମରେ ସହଜରେ ସୂଚିତ ହୋଇପାରୁଥିବା ୪,୦୦୦ରୁ ଅଧିକ ସ୍ଵେଚ୍ଛାସେବୀ ଭିଡ଼ ପରିଚାଳନା ସହାୟତା ଏବଂ ଗ୍ରୀଷ୍ମ ପ୍ରବାହରେ ଭକ୍ତମାନଙ୍କୁ ଆବଶ୍ୟକ ପାନୀୟ ଜଳ ଉପଲବ୍ଧ କରାଇବା ପାଇଁ ରହିଥିବା ଜଳ ପଏଣ୍ଟଗୁଡ଼ିକର ତଦାରଖ କରିବେ।

    ଗରମରୁ ଆଶ୍ଵସ୍ତି: ଶ୍ରଦ୍ଧାଳୁ ଏବଂ ଦର୍ଶନାର୍ଥୀମାନଙ୍କୁ ଗରମରୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ, ପରିବେଶ ଅନୁକୂଳ ସାମଗ୍ରୀରେ ତିଆରି ଦେଢ଼ ଲକ୍ଷରୁ ଅଧିକ ହାତପଙ୍ଖା ବିତରଣ କରାଯିବ।

    ପୋଲିସ ସହାୟତା: କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ୧୦୦ ଟି ପୋଲିସ ସହାୟତା ପୋଷ୍ଟ ଏବଂ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି ଯାହା ସହାୟତା ଆବଶ୍ୟକ କରୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ସହଜ ଓ ସୁଗମ ସହାୟତା ସ୍ଥାନ ପ୍ରଦାନ କରୁଛି।

    ପାଣିପାଗ ପ୍ରସ୍ତୁତି: ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୋଲିସ କର୍ମଚାରୀମାନଙ୍କୁ ୩,୫୦୦ ରେନକୋଟ୍ ବିତରଣ କରାଯାଇଛି। ଏଥି ସହିତ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ସେବା ଯୋଗାଉଥିବା ସ୍ୱେଚ୍ଛାସେଵୀ, ପୌର କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କୁ ରିଫ୍ରେସମେଣ୍ଟ କିଟ୍ ମଧ୍ୟ ପ୍ରଦାନ କରାଯିବ।

    ଚଳିତ ବର୍ଷ ପ୍ରାରମ୍ଭରେ ମହାକୁମ୍ଭ ୨୦୨୫ ରେ ପ୍ରୟାଗରାଜ ଠାରେ ରିଲାଏନ୍ସ ଲକ୍ଷ ଲକ୍ଷ ଦର୍ଶନାର୍ଥୀଙ୍କୁ ଭୋଜନଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପରିବହନ ସେବା ସମେତ ବିବିଧ ପଦକ୍ଷେପ ଜରିଆରେ ସେବା ପ୍ରଦାନ କରିଥିଲା। ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଜନ ସମୁଦାୟକୁ ସହାୟତା କରି ସମସ୍ତଙ୍କୁ ଏକ ସୁରକ୍ଷିତ, ସୁସ୍ଥ ଅନୁଭୂତି ପ୍ରଦାନ କରିବାନେଇ ରିଲାଏନ୍ସ ଦୃଢ ପ୍ରତିବଦ୍ଧତା ପ୍ରଦର୍ଶିତ କରିଆସିଛି। ଚଳିତବର୍ଷ ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ କାର୍ଯ୍ୟକାରୀ କରାଯାଉଥିବା ବିବିଧ ପ୍ରୟାସ ମାନବତା ଓ ଈଶ୍ୱରଙ୍କ ସେବା କରିବାର ଆଉ ଏକ ସୁଯୋଗ ଆଣିଦେଇଛି।

    ପବିତ୍ର ରଥଯାତ୍ରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌
    Share. Facebook Twitter LinkedIn Email WhatsApp Copy Link
    Previous Articleତିରୁପତି ମନ୍ଦିରକୁ ଗୁଗୁଲର ଉପାଧ୍ୟକ୍ଷଙ୍କ ବଡ଼ ଦାନ, ପ୍ରାଣଦାନ ଟ୍ରଷ୍ଟକୁ ଦେଲେ ଏକ କୋଟିର ଚେକ୍
    Next Article ଆଜି ଜୁନ୍ ୨୭ ତାରିଖ ଶୁକ୍ରବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.