Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଲୀଳାକ୍ଷେତ୍ର କାଙ୍କଣଶିଖରୀରେ ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା
    ଆଜିର ଖବର

    ଲୀଳାକ୍ଷେତ୍ର କାଙ୍କଣଶିଖରୀରେ ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା

    June 27, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ବାଲୁଗାଁ: ଚିଲିକା ବ୍ଳକ ଅନ୍ତର୍ଗତ ନଇରୀ ନିକଟ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଠାରେ ମହାସମାରୋହରେ ବିଶ୍ୱନିୟନ୍ତାଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚିଲିକାର ଅଥଳ ଜଳରାଶିରେ ସୁସଜ୍ଜିତ ନୌକା ରଥରେ ଚତୁର୍ଦ୍ଧାମୂର୍ତ୍ତି ଯାତ୍ରା କରିଥିଲେ। ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ବଡ଼ଦାଣ୍ଡ ଶରଧାବାଲିରେ ଯାଉଥିବା ବେଳେ କାଙ୍କଣଶିଖରୀରେ ତିନିଠାକୁର ନୀଳ ଜଳ ରାଶିରେ ନୌକା ରଥରେ ବିରାଜମାନ ହୋଇ ନୌବିହାର କରି ପୁଣି ପୀଠକୁ ଫେରି ଆସିଥିଲେ।

    ଆଜି ପ୍ରତ୍ୟୁଷରୁ ସକାଳ ଧୂପ ସରିବା ପରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହାପରେ ଚିଲିକା କୂଳରେ ସୁସଜ୍ଜିତ ତିନୋଟି ଡଙ୍ଗାକୁ ଯୋଡ଼ି ରଥରୂପରେ ନନ୍ଦିଘୋଷ ଡଙ୍ଗାର ପ୍ରତିଷ୍ଠା ପୂଜା ହୋଇଥିଲା। ଲୀଳାକ୍ଷେତ୍ର କାଙ୍କଣଶିଖରୀ ପୀଠର ଆବାହକ ଡ଼.ସୁଶାନ୍ତ କୁମାର ସାହୁ ଓ ପତ୍ନୀ ରୀତାରାଣୀ ସାହୁ ପୁରୋଧା ହୋଇଥିବା ବେଳେ ପୀଠର ବୟୋଜ୍ୟେଷ୍ଠ ସଭ୍ୟ ହାଡ଼ୁବନ୍ଧୁ ପଟ୍ଟନାୟକ ଛେରାପହଁରା କରିଥିଲେ। ମନ୍ଦିରର ସେବାୟତ ଓ ଭକ୍ତଙ୍କ ଗହଣରେ ଶ୍ରୀଜିଉମାନଙ୍କୁ ଘଣ୍ଟ, କାହାଳି, ମୃଦଙ୍ଗ ବାଦନ ସହ କରତାଳି, ହରିବୋଲ, ହୁଳହୁଳି ଧ୍ବନି ମଧ୍ୟରେ ନନ୍ଦିଘୋଷ ନୌକା ରଥରେ ବିରାଜମାନ କରାଯାଇଥିଲା। ଚିଲିକା ଜଳରାଶିରେ ଠାକୁର ମାନଙ୍କୁ ବିଧିବଦ୍ଧ ଭାବେ ସାତ ଥର ପରିକ୍ରମା କରାଯାଇ ସ୍ୱସ୍ଥାନକୁ ନିଆଯାଇଥିଲା।

    ଏହି ଅବସରରେ ପୀଠ ପରିସରରେ ଭଜନ,କୀର୍ତନ ଅନୁଷ୍ଠିତ ହୋଇ ଏଜ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଲୀଳା କ୍ଷେତ୍ର କାଙ୍କଣଶିଖରୀ ପୀଠର ସମ୍ପାଦକ ପ୍ରଦୋଷ କୁମାର ଦାସଙ୍କ ସହ ସମସ୍ତ ସଭ୍ୟ,ସଭ୍ୟା,ଜଗନ୍ନାଥ ପ୍ରେମୀ,ନାଚୁଣୀ କଲେଜର ସ୍କାଉଟ୍ସ ଆଣ୍ଡ ଗାଇଡ଼,ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ,ନଇରୀ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।ଶ୍ରଦ୍ଧାଳୁଙ୍କ ନିମିତ୍ତ ପ୍ରସାଦ ସେବନ ଓ ଯାତାୟତ ପାଇଁ ଦେୟମୁକ୍ତ ଡ଼ଙ୍ଗା ବ୍ୟବସ୍ଥା କରାଯାଇଥିଲା।ଶାନ୍ତିଶୃଙ୍ଖଳା ରକ୍ଷା ସକାଶେ ବାଲୁଗାଁ ଏସ୍‌ଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ନାଚୁଣୀ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ଜେନା ସଦଳବଳେ ପୀଠରେ ଉପସ୍ଥିତ ଥିଲେ।ନଈରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଓ ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ମଧ୍ୟ ସହ‌ଯୋଗ ପାଇଁ ଏଠାରେ ଉପ‌ସ୍ଥିତ ରହିଥିଲେ।

    ଉଲ୍ଲେଖଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ଚିଲିକା ବୃକ ସାନନ‌ଈରୀ ଗ୍ରାମ ନିକଟ ଟିଲିକା ହ୍ରଦର ଜଳରାଶି ମଧ୍ୟରେ ଏକ ଟାପୁ ରହିଛି, ଯାହାର ନାମ କାଙ୍କଣ ଶିଖରୀ। ଏହା ଆଜି ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରରେ ପରିଗଣିତ ହେଉଛି।ଗତ ୧୭୩୧ ଓ ୧୭୩୨ ଖ୍ରୀଷ୍ଟାବ୍ଦରେ ତତ୍କାଳୀନ ମୁସଲିମ ଶାସକ ତଜି ଖାଁ ଶ୍ରୀମନ୍ଦିର ଆକ୍ରମଣରୁ ଏଡ଼ାଇବା ପାଇଁ ପଣ୍ଡା ପଢିଆରୀମାନେ ବ୍ରହ୍ମଗିରି ପଟ ଦୋବନ୍ଧା ଘାଟରୁ ନୌରେଳାରେ ଚତୁର୍ଦ୍ଧାମୂର୍ତିଙ୍କୁ ଚିଲିକା ମଧ୍ୟ ଦେଇ ଏହି କାଙ୍କଣ ଶିଖରୀରେ ଗୋପନ ରହଣିରେ ଦୀର୍ଘକାଳ ରଖି ପୂଜାର୍ଚ୍ଚନା କରାଇଥିଲେ।କାଙ୍କଣ ଶିଖରୀ ସମେତ ନଇରୀ ଗ୍ରାମ ସ୍ଥିତ ଶ୍ରୀ ହରିହରେଶ୍ଵର ମହାଦେବଙ୍କ ମନ୍ଦିରରେ ମଧ୍ୟ ଶ୍ରୀ ଜୀଉମାନେ ଗୋପନରେ ଦୀର୍ଘକାଳ ପୂଜା ପାଇଥିବା ଶ୍ରୀମନ୍ଦିର ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। ସେହି ଦିନଠାରୁ କାଙ୍କଣ ଏହି ସ୍ଥାନରୁ ପୁରୀ ଶ୍ରୀମନ୍ଦିରକୁ ନିଆଯାଏ ଓ ଭୋଗ କରାଯାଇଥାଏ।

    ପରମ୍ପରା ରକ୍ଷା ପାଇଁ ପୂର୍ବରୁ ଶଗଡ଼ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଦୀର୍ଘ ବର୍ଷ ଧରି ନୌକା ରଥରେ ଚିଲିକାରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି।ଉକ୍ତ ପୀଠରେ ଘୋଷଯାତ୍ରା ଏକ ନିଆରା ଢଙ୍ଗରେ ପାଳିତ ହେଉଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ସମଗ୍ର ଅଞ୍ଚଳରେ ଏକ ଭାବମୟ ପରିବେଶ ଦେଖିବାକୁ ମିଳିଛି।

    କାଙ୍କଣଶିଖରୀ ଚିଲିକା ଚିଲିକା ବ୍ଳକ ବିଶ୍ୱନିୟନ୍ତାଙ୍କ ଘୋଷଯାତ୍ରା ଲୀଳାକ୍ଷେତ୍ର
    Share. Facebook Twitter LinkedIn Email WhatsApp Copy Link
    Previous Articleନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପାଳନ
    Next Article ଜାଗୁଳେଇ ପାଟଣା ଓ ଗଡ଼ ଖୋର୍ଦ୍ଧାରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଅନୁଷ୍ଠିତ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.