Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଜୁଲାଇ ୦୨ ରୁ ପ୍ରଧାନମନ୍ତ୍ରୀଙ୍କ ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତ
    ଅନ୍ତରାଷ୍ଟ୍ରୀୟ

    ଜୁଲାଇ ୦୨ ରୁ ପ୍ରଧାନମନ୍ତ୍ରୀଙ୍କ ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିୟା ଗସ୍ତ

    June 28, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୦୨- ୦୩, ୨୦୨୫ରେ ଘାନା ଗସ୍ତରେ ଯିବେ। ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପକ୍ଷୀୟ ଘାନା ଗସ୍ତ। ତିନି ଦଶନ୍ଧି ପରେ ଭାରତର କୌଣସି ପ୍ରଧାନମନ୍ତ୍ରୀ ଘାନା ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଘାନାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ଦୃଢ଼ ଦ୍ୱିପାକ୍ଷିକ ସହଯୋଗର ସେ ସମୀକ୍ଷା କରିବା ସହ ଆର୍ଥିକ, ଶକ୍ତି, ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ଏବଂ ସହଭାଗିତା ସହଯୋଗ ବୃଦ୍ଧିର ସୁଯୋଗ ବାବଦରେ ଆଲୋଚନା କରିବେ। ଏହି ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ବୃଦ୍ଧି କରିବା ଦିଗରେ ଦୁଇ ଦେଶର ପ୍ରତିବଦ୍ଧତାକୁ ନିଶ୍ଚିତ କରିବା ସହ ଇକୋୱାସ (ଇକୋନୋମିକ କମୁ୍ୟନିଟି ଅଫ ୱେଷ୍ଟ ଆଫ୍ରିକା ଷ୍ଟେଟସ ) ଏବଂ ଆଫ୍ରିକାନ ୟୁନିଅନରେ ଭାରତର ସହଭାଗିତାକୁ ଦୃଢ଼ କରିବ।

    ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିନିଦାଦ ଓ ଟୋବାଗୋ ରିପବ୍ଲିକର ପ୍ରଧାନମନ୍ତ୍ରୀ ମହାମହିମ କମଲା ପରସାଦ ବିସେସାରଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୩-୦୪, ୨୦୨୫ରେ ତ୍ରିନିଦାଦ ଓ ଟୋବାଗୋକୁ ସରକାରୀ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଭାବେ ଏହା ତାଙ୍କର ତ୍ରିନିଦାଦ ଓ ଟୋବାଗୋକୁ ପ୍ରଥମ ଗସ୍ତ ହେବ। ୧୯୯୯ ମସିହା ପରେ ପ୍ରଥମ ଦ୍ୱିପକ୍ଷୀୟ ପ୍ରଧାନମନ୍ତ୍ରୀ ସ୍ତରୀୟ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହାମହିମ ଖ୍ରୀଷ୍ଟିନେ କାର୍ଲା କଙ୍ଗାଲୋଙ୍କ ସହ ଭାରତ ଓ ତ୍ରିନିଦାଦ-ଟୋବାଗୋ ସମ୍ପର୍କକୁ ସୁଦୃଢ଼ କରିବାକୁ ଆଲୋଚନା କରିବେ। ତ୍ରିନିଦାଦ ଓ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଆଶା କରାଯାଏ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ଗଭୀର ଓ ଐତିହାସିକ ସମ୍ପର୍କକୁ ତାଜା ପ୍ରେରଣା ଦେବ।

    ଗସ୍ତର ତୃତୀୟ ପର୍ଯ୍ୟାୟରେ ରିପବ୍ଲିକ ଅଫ ଆର୍ଜେଣ୍ଟିନାର ରାଷ୍ଟ୍ରପତି ମହାମହିମ ଜାଭିଏର ମିଲେଇଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୪-୦୫, ୨୦୨୫ରେ ସରକାରୀ ଗସ୍ତରେ ଆର୍ଜେଣ୍ଟିନା ଯିବେ। ରାଷ୍ଟ୍ରପତି ମିଲେଇଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରତିରକ୍ଷା, କୃଷି, ଖଣି, ତୈଳ ଏବଂ ଗ୍ୟାସ୍, ନବୀକରଣୀୟ ଶକ୍ତି, ବାଣିଜ୍ୟ ଏବଂ ନିବେଶ ଏବଂ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ସହଯୋଗ ଓ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱିପକ୍ଷୀୟ ଗସ୍ତ ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବହୁମୁଖୀ ରଣନୀତିକ ସହଯୋଗିତାକୁ ଅଧିକ ଗଭୀର କରିବ।

    ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ଫେଡେରେଟିଭ ରିପବ୍ଲିକ ଅଫ ବ୍ରାଜିଲର ରାଷ୍ଟ୍ରପତି ମହାମହିମ ଲୁଇଜ ଇନାସିଡ ଲୁଲା ଦା ସିଲଭାଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୫,୦୮, ୨୦୨୫ରେ ବ୍ରାଜିଲ ଗସ୍ତରେ ଯିବେ। ଏହି ସରକାରୀ ଗସ୍ତ ଅବସରରେ ସେ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହା ହେବ ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ବ୍ରାଜିଲ ଗସ୍ତ। ସପ୍ତଦଶ ବ୍ରିକ୍ସ ନେତାଙ୍କ ଶିଖର ସମ୍ମିଳନୀ ରିଓ ଡି ଜେନେରୋରେ ଅନୁଷ୍ଠିତ ହେବ। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବୈଶ୍ୱିକ ପ୍ରଶାସନରେ ସଂସ୍କାର, ଶାନ୍ତି ଓ ନିରାପତ୍ତା, ବହୁପକ୍ଷବାଦକୁ ସୁଦୃଢ଼ କରିବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସଦବ୍ୟବହାର, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ବୈଶ୍ୱିକ ସ୍ୱାସ୍ଥ୍ୟ, ଆର୍ଥିକ ଏବଂ ବିତ୍ତୀୟ ବ୍ୟବସ୍ଥା ଆଦି ସମେତ ଅନେକ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିବେ। ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଯୋଗଦେବେ। ବ୍ରାଜିଲକୁ ସରକାରୀ ଗସ୍ତ ଭାବେ ପ୍ରଧାନମନ୍ତ୍ରୀ ବ୍ରାସିଲିଆ ଯିବେ, ଯେଉଁଠି କି ସେ ରାଷ୍ଟ୍ରପତି ଲୁଲାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଦୁଇ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,ମହାକାଶ, ପ୍ରଯୁକ୍ତି ବିଦ୍ୟା, କୃଷି, ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଆଦି କ୍ଷେତ୍ରରେ ରଣନୀତିକ ସହଭାଗିତାକୁ ବିସ୍ତାର କରିବା ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ।

    ଗସ୍ତର ଶେଷ ପର୍ଯ୍ୟାୟରେ ନାମିବିୟା ରିପବ୍ଲିକର ରାଷ୍ଟ୍ରପତି ମହାମହିମ ଡ. ନେତୁମ୍ବୋ ନନ୍ଦି-ଦାୟିତ୍ୱାହଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ ୦୫, ୨୦୨୫ରେ ନାମିବିୟାକୁ ସରକାରୀ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ନାବିମିୟା ଗସ୍ତ ଏବଂ ଭାରତର ପ୍ରଧାନମନ୍ତ୍ରୀସ୍ତରୀୟ ତୃତୀୟ ଗସ୍ତ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନାମିବିୟା ରାଷ୍ଟ୍ରପତି ନନ୍ଦି- ଦାୟିତ୍ୱାହଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମଧ୍ୟ ନାମିବିୟାର ପ୍ରତିଷ୍ଠାତା ଜନକ ତଥା ପ୍ରଥମ ରାଷ୍ଟ୍ରପତି ସ୍ୱର୍ଗତ ଡ. ସାମ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ନାମିବିୟା ସଂସଦକୁ ମଧ୍ୟ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନାମିବିୟା ସହ ଭାରତର ଥିବା ଗଭୀର ଓ ଐତିହାସିକ ସମ୍ପର୍କକୁ ଦୋହରାଇବ।

    ଆର୍ଜେଣ୍ଟିନା ଘାନା ତ୍ରିନିଦାଦ ଏବଂ ଟୋବାଗୋ ନରେନ୍ଦ୍ର ମୋଦୀ ନାମିବିୟା ବ୍ରାଜିଲ
    Share. Facebook Twitter LinkedIn Email WhatsApp Copy Link
    Previous Articleପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିବେ ଗୌତମ ଆଦାନୀ: ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଆରମ୍ଭ କଲେ ଯାତ୍ରା
    Next Article ବୁମରାହଙ୍କ ବିନା ଭାରତର ବୋଲିଂ ଆକ୍ରମଣ କିପରି ହେବ?: କେଉଁ ନାମକୁ ଅନୁମୋଦନ କରିବେ କୋଚ୍ ଗମ୍ଭୀର?

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.