Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ବିଶେଷ ଖବର»ନବୀନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ସଂପୂର୍ଣ୍ଣ ବୁଝୁଛନ୍ତି ପାଣ୍ଡିଆନ, ହେଲେ ଆଗକୁ ଆସୁ ନାହାଁନ୍ତି କାହିଁକି?
    ବିଶେଷ ଖବର

    ନବୀନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ସଂପୂର୍ଣ୍ଣ ବୁଝୁଛନ୍ତି ପାଣ୍ଡିଆନ, ହେଲେ ଆଗକୁ ଆସୁ ନାହାଁନ୍ତି କାହିଁକି?

    June 29, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    NaveenPandian
    ନବୀନଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା କଥା ସଂପୂର୍ଣ୍ଣ ବୁଝୁଛନ୍ତି ଭି କେ ପାଣ୍ଡିଆନ, ହେଲେ ଆଗକୁ ଆସୁ ନାହାଁନ୍ତି କାହିଁକି?

    ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅସୁସ୍ଥ୍ୟ। ବର୍ତ୍ତମାନ ସେ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ କିଛିଦିନ ପରେ ସେ ସେଠାରୁ ଡିସଚାର୍ଯ୍ୟ ହେବେ। ତେବେ ନବୀନ ପଟ୍ଟନାୟକଙ୍କ ସଂପୂର୍ଣ୍ଣ ସ୍ବାସ୍ଥ୍ୟ କଥା ବୁଝୁଛନ୍ତି ଭି କେ ପାଣ୍ଡିଆନ। ହେଲେ ସେ ବର୍ତ୍ତମାନ ସୁଦ୍ଧା ଆଗକୁ ଆସୁ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି।

    ନବୀନଙ୍କ ସ୍ବାସ୍ଥ୍ୟ କଥା ବୁଝିବାକୁ ନିକଟରେ ମୁମ୍ବାଇ ଯାଇଥିଲେ ବିଜେଡିର ବରିଷ୍ଠ ନେତା ତଥା ବିଧାୟକଗଣ। ସେମାନେ ସମସ୍ତେ ନବୀନଙ୍କ ବଡଭାଇ ପ୍ରେମ ପଟ୍ଟନାୟକ ଏବଂ ସେଠାରେ ନିୟୋଜିତ ସଂତୃପ୍ତ ମିଶ୍ରଙ୍କ ସହିତ କଥା ହେଲେ। ବାହାରକୁ ଆସି ଫଟୋ ଉଠାଇଲେ। ପାଣ୍ଡିଆନଙ୍କ ସହିତ କେତେକ ନେତା କଥା ହୋଇଥିଲେ ମଧ୍ୟ କେହି ତାଙ୍କର ନାମ ଉଚ୍ଚାରଣ କଲେ ନାହିଁ କି ତାଙ୍କ ସହିତ ଦେଖା ହେବା କଥା କହିଲେ ନାହିଁ।

    ହେଲେ ପରବର୍ତ୍ତି ସମୟରେ ଏହି ନେତାଙ୍କ ମଧ୍ୟରୁ ଅନେକ ପାଣ୍ଡିଆନଙ୍କ ଦେଖାରଖା କଥାକୁ ସ୍ବୀକାର କରିଛନ୍ତି। ଏପରିକି କେତେକ ତାଙ୍କ କାମକୁ ପ୍ରଶଂସା ମଧ୍ୟ କରିଛନ୍ତି। ହେଲେ କଣ ପାଇଁ ଏତେ ଭଲ କାମ କରୁଥିବା ପାଣ୍ଡିଆନ ଆଗକୁ ଆସୁ ନାହାଁନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ସେ ରାଜନୀତି କରିବେ ନାହିଁ ବୋଲି କହିଥିଲେ ହେଲେ ନବୀନଙ୍କ ସ୍ବାସ୍ଥ୍ୟ କଥା ବୁଝିବେ ନାହିଁ ବୋଲି କହି ନାହାଁନ୍ତି। ତଥାପି ପାଣ୍ଡିଆନ ଆଉ କାହାକୁ ଭୟ କରି ପରଦା ପଛରେ ରହୁଛନ୍ତି ତାହା ବୁଝି ହେଉ ନାହିଁ।

    ସୁତ୍ର ଅନୁସାରେ ଜଣାପଡିଛି ଯେ, ପାଣ୍ଡିଆନ ନବୀନଙ୍କ ଅପରେସନ ପାଇଁ ପ୍ରାୟ ମାସେ ଆଗରୁ ସମସ୍ତଙ୍କ ସହିତ କଥା ହୋଇଛନ୍ତି। ଡାକ୍ତର ରମାକାନ୍ତ ପଣ୍ଡାଙ୍କୁ ଡାକିଆଣିବା ତାଙ୍କ ସହିତ ପରାମର୍ଶ କରିବା ଏବଂ ନବୀନଙ୍କୁ ଚିକିତ୍ସା ପାଇଁ କୋଇମ୍ବାଟୁର ନେବା କାମ ମଧ୍ୟ ପାଣ୍ଡିଆନ କରିଛନ୍ତି। ସେଠାରେ ସେ ଗଂଗା ହସପିଟାଲର ପ୍ରଖ୍ୟାତ ଅର୍ଥୋପେଡିକ୍ ଡାକ୍ତରଙ୍କୁ ମଧ୍ୟ ଦେଖାଇଛନ୍ତି।

    ସେହି ହସପିଟାଲର ଡାକ୍ତରମାନେ ଆସି ମୁମ୍ବାଇର କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଅପରେସନ ମଧ୍ୟ କରିଛନ୍ତି। ଏସବୁ କାର୍ଯ୍ୟ ଖୋଦ ଭି କେ ପାଣ୍ଡିଆନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ କରାଯାଇଛି। ଏପରିକି ବର୍ତ୍ତମାନ ସୁଦ୍ଧା ପାଣ୍ଡିଆନ ମୁମ୍ବାଇରେ ନବୀନଙ୍କ ପାଖେ ପାଖେ ରହି ତାଙ୍କର ସେବା କରିଆସୁଛନ୍ତି। ହେଲେ ମଧ୍ୟ ସେ କଣ ପାଇଁ ଆଗକୁ ଆସିବାକୁ ଭୟ କରୁଛନ୍ତି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

    NaveenPandian ନବୀନ ପଟ୍ଟନାୟକ ନବୀନଙ୍କ ସ୍ବାସ୍ଥ୍ୟ ନବୀନଙ୍କ ସ୍ବାସ୍ଥ୍ୟ ଖରାପ ଭି.କେ ପାଣ୍ଡିଆନ
    Share. Facebook Twitter LinkedIn Email WhatsApp Copy Link
    Previous Articleଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା ଗ୍ରୁପ୍‍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ମତ ବିନିୟମ କଲେ ପ୍ରଧାନମନ୍ତ୍ରୀ
    Next Article ଜୀବନରେ କେବେ ହେବେ ନାହିଁ ବିଫଳ, ଯଦି ଗଧଠାରୁ ଶିଖିବେ ଏହି ୩ ଟି ଜିନିଷ

    Related Posts

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    କୋରାପୁଟ-କିରାଣ୍ଡୁଲ ରେଳ ଲାଇନରେ ଭୂସ୍ଖଳନ ଯୋଗୁଁ ଟ୍ରେନ ସେବା ପ୍ରଭାବିତ

    ଗଛ ପ୍ରତି ଆଦର, ପୃଥିବୀ ପ୍ରତି ଦାୟିତ୍ୱ: ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.