Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ରଥଯାତ୍ରା ୨୦୨୫ରେ ସନ୍‍ଫିଷ୍ଟ ମାରୀ ଲାଇଟ୍‍ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’
    ଆଜିର ଖବର

    ରଥଯାତ୍ରା ୨୦୨୫ରେ ସନ୍‍ଫିଷ୍ଟ ମାରୀ ଲାଇଟ୍‍ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    June 29, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟାତ୍ମିକ ଉତ୍ସବ ହୋଇଛି- ଏହା ଏହିଭଳି ଏକ ମୁହୂର୍ତ୍ତ ଯେତେବେଳେ ଲକ୍ଷ ଲକ୍ଷ ଲୋକ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥ ପଛେ ପଛେ ଏକାନ୍ତ ବିଶ୍ୱାସର ସହିତ ଏକତ୍ର ଚାଲିଥାନ୍ତି। ସନ୍‍ଫିଷ୍ଟ ମାରୀ ଲାଇଟ୍‍ ଚଳିତ ବର୍ଷ ଏହି ଚିରନ୍ତନ ପରମ୍ପରାକୁ ଏକ ଚିନ୍ତନଶୀଳ ଢଙ୍ଗରେ ସମର୍ଥନ କରୁଛି।

    ଋଥଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ ପ୍ରଖର ସୂର୍ଯ୍ୟକିରଣକୁ ଦୀର୍ଘ ସମୟ ସହ୍ୟ କରୁଥିବାବେଳେ, ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଏକ ଆଶ୍ୱସ୍ତି ଏବଂ ଶ୍ରଦ୍ଧାର ପ୍ରତୀକ ଭାବରେ ଉଭା ହୋଇଛି। ବ୍ରାଣ୍ଡ୍‍ ଏକ ଶୀତଳ ଅନୁଭୂତି ପ୍ରଦାନକାରୀ- ସୂର୍ଯ୍ୟ ବରଦାନ ଟୋପି ଉନ୍ମୋଚନ କରିଛି ଯେଉଁଥିରେ ବିଶ୍ୱାସଭାବ ଏବଂ ସୂର୍ଯ୍ୟଙ୍କର ଆଶୀର୍ବାଦ ଅନ୍ତର୍ନିବେଶ ହୋଇଛି। ଏହି ଟୋପି ଚନ୍ଦନ କାଠରେ ଏକ ସ୍ୱତନ୍ତ୍ର ମେନ୍ଥୋଲ ଆସ୍ତରଣ ସହିତ ପ୍ରସ୍ତୁତ କରାଯାଇଛି। ସୂର୍ଯ୍ୟ କିରଣ ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଉପରେ ପଡିଲେ ତାହା ଟୋପିରେ ମେନ୍ଥୋଲର ଶୀତଳିକରଣ ପ୍ରକ୍ରିୟାକୁ ସକ୍ରିୟ କରିଥାଏ। ସେଥିପାଇଁ ଗରମ ଅନୁଭବ କରିବା ପରିବର୍ତ୍ତେ ସୂର୍ଯ୍ୟ କିରଣ ଆପଣଙ୍କୁ ଶୀତଳ ଅନୁଭବ ପ୍ରଦାନ କରିବ ଏବଂ ସେହି ସମୟରେ ଆପଣ ଚନ୍ଦନକାଠର ଶାନ୍ତି ପ୍ରଦାନକାରୀ ସୁଗନ୍ଧର ଅନୁଭୂତି ପାଇପାରିବେ ଏବଂ ଏହା ଭକ୍ତମାନଙ୍କୁ ଭକ୍ତିରସରେ ପରିପୂର୍ଣ୍ଣ ଏକ ଥଣ୍ଡା ମସ୍ତିଷ୍କ ସହିତ ନୈସର୍ଗିକ ଯାତ୍ରାରେ ଆଗେଇନେବ।

    ଅଲି ହାରିସ୍‍ ଶେରେ, ଚିଫ୍‍ ଅପରେଟିଂ ଅଫିସର, ବିସ୍କୁଟ୍‍ସ୍‍ ଆଣ୍ଡ କେକ୍‍ସ୍‍ କ୍ଲଷ୍ଟର, ଫୁଡ୍‍ସ୍‍ ଡିଭିଜନ, ଆଇଟିସି ଲିମିଟେଡ ମତଦେଇ କହିଥିଲେ, “ଶକ୍ତି, ସାମର୍ଥ୍ୟ ଓ ଜୀବନର ପ୍ରତୀକ ହୋଇଥିବା ସୂର୍ଯ୍ୟ ଆମ ବ୍ରାଣ୍ଡ୍‍ର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି। ସନ୍‍ଫିଷ୍ଟ ମାରୀ ଲାଇଟ୍‍ରେ ଆମର ବିସ୍କୁଟଗୁଡିକ ସୂର୍ଯ୍ୟସ୍ନାତ ଗହମରୁ ପ୍ରସ୍ତୁତ ହେଉଛି ଏବଂ ସେହି ଆତ୍ମୀୟତାର ଭାବ ଏବଂ ଯତ୍ନକୁ ଆମେ କରୁଥିବା ପ୍ରତ୍ୟେକ କାର୍ଯ୍ୟରେ ବ୍ୟବହାର କରୁଛୁ। ସୂର୍ଯ୍ୟ ବରଦାନ ଟୋପି ପରମ୍ପରାକୁ ସମ୍ମାନ ଜଣାଇବା ନିମନ୍ତେ ଆମର ପ୍ରୟାସ ଏବଂ ସେହି ସମୟରେ ଆମେ ପୁରୀ ରଥଯାତ୍ରା ଭକ୍ତମାନଙ୍କ ନିମନ୍ତେ ଚିନ୍ତନଶୀଳ ଆରାମ ଯୋଗାଇ ଦେଉଛୁ।”
    କ୍ଷେତ୍ରସ୍ତରରେ ସ୍ଥାପନ କରାଯାଇଥିବା ଏକ୍ସପେରିଏନ୍ସ ଜୋନ୍‍ଗୁଡିକରୁ ରଥ ଯାତ୍ରା ଦିନ ହଜାର ହଜାର ସଂଖ୍ୟାରେ ଟୋପି ବଣ୍ଟନ କରାଯାଇଥିଲା। ଟୋପିର ବ୍ୟବହାରିତା ଦୃଷ୍ଟିରୁ କେବଳ ନୁହେଁ, ତାହାସହିତ ସେମାନେ ଯେଉଁ ଶକ୍ତି ତଳେ ଚାଲୁଛନ୍ତି ତାହାଦ୍ୱାରା ପରିପୋଷଣ ହେବାର ପ୍ରତୀକାତ୍ମକ ବାର୍ତ୍ତା ପାଇଁ ତୀର୍ଥଯାତ୍ରୀମାନେ ଏହାକୁ ଅତ୍ୟନ୍ତ ଆଗ୍ରହର ସହିତ ଗ୍ରହଣ କରିଥିଲେ।

    ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ ଅର୍ଚିତା ସାହୁ ମଧ୍ୟ ଏହି ଯାତ୍ରାରେ ସନ୍‍ଫିଷ୍ଟ ମେରୀ ଲାଇଟ୍‍ ସହିତ ସାମିଲ ହୋଇ ଏହି ପ୍ରୟାସ ପ୍ରତି ନିଜର ସମର୍ଥନ ଯୋଗାଇ ଦେଇଥିଲେ। ସେ କ୍ଷେତ୍ରସ୍ତରରେ ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ସହିତ ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ବଣ୍ଟନରେ ସହାୟତା କରିଥିଲେ।

    ପୁରୀ ରାସ୍ତାଗୁଡିକୁ ସୂର୍ଯ୍ୟ ନିଜ ଆଲୋକରେ ଉଦ୍‍ଭାସିତ କରିବା ସମୟରେ ସନ୍‍ଫିଷ୍ଟ ସୂର୍ଯ୍ୟ ବରଦାନ ଏକ ପ୍ରଶାନ୍ତି ଏବଂ ଚିନ୍ତନଶୀଳ ଉପସ୍ଥିତି ପାଲଟିଥିଲା- ଯାହା ଭକ୍ତମାନଙ୍କ ସହିତ ଚାଲିବା ସାଙ୍ଗକୁ ବଡଦାଣ୍ଡରେ ପ୍ରତ୍ୟେକଟି ପାଦରେ ସେମାନଙ୍କୁ ସମର୍ଥନ ପ୍ରଦାନ କରୁଥିଲା ଏବଂ ସେମାନଙ୍କୁ ସ୍ମରଣ କରାଇ ଦେଉଥିଲା ଯେ ଭଗବାନଙ୍କୁ କେବଳ ପୂଜା କରାଯାଏନାହିଁ, ତାହାସହିତ ଯତ୍ନର ପ୍ରତ୍ୟେକ ଭାବରେ ମଧ୍ୟ ତାଙ୍କୁ ଅନୁଭବ କରିହୁଏ।

    ରଥଯାତ୍ରା 2025 ଶୀତଳ ‘ସୂର୍ଯ୍ୟ ବରଦାନ’ ସନ୍‍ଫିଷ୍ଟ ମାରୀ ଲାଇଟ୍‍
    Share. Facebook Twitter LinkedIn Email WhatsApp Copy Link
    Previous Articleଏକ ନିରବ ବିପ୍ଳବ: ୯୪ କୋଟି ଲୋକଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେଉଛି ଭାରତ
    Next Article ଝିଅମାନଙ୍କ ପାଇଁ ଏହି ଚାରୋଟି ଟିକା ଜରୁରୀ, ତୁରନ୍ତ ଦିଅନ୍ତୁ ଧ୍ୟାନ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.