Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଶରଧାବାଲି ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ
    ଆଜିର ଖବର

    ଶରଧାବାଲି ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ

    June 29, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    congress
    ଶରଧାବାଲି ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ଥଫା ଦାବି କଲା କଂଗ୍ରେସ

    ଭୁବନେଶ୍ୱର: ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଦ୍ଵାରା ଗଠିତ ପିସିସି ଟିମ୍ ଆଜି ପୁରୀ ଗସ୍ତ କରିଥିଲେ।ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ,ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ପୂର୍ବତନ ମନ୍ତ୍ରୀ ନଗେନ୍ଦ୍ର ପ୍ରଧାନ ପ୍ରଥମେ ଘଟଣାସ୍ଥଳ ରେ ପହଞ୍ଚି ଜୀଉ ମାନଙ୍କ ଦର୍ଶନ କରିବା ସହିତ ଅଭାବନୀୟ ଦଳା ଚକଟା ସଂକ୍ରାନ୍ତରେ ସବିଶେଷ ଅନୁଧ୍ୟାନ କରିଥିଲେ।ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯାଇ ଦଳା ଚକଟାରେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କର ସ୍ବାସ୍ଥ୍ୟ ଏବଂ ଚିକିତ୍ସା କଥା ବୁଝିଥିଲେ।

    ଗୁରୁତର ଭାବେ ଆହତ ହୋଇଥିବା ଓ ସମ୍ପୂର୍ଣ ରୂପେ ଗୋଡ଼ ହାଡ ଦିଖଣ୍ଡ ହୋଇଥିବା ଦୁଇଜଣ ରୋଗୀଙ୍କୁ ମଧ୍ୟ ବିନା ଚିକିତ୍ସାରେ ଦିସଚାର୍ଜ ହୋଇଥିବା କଥା ଶୁଣି ଟିମ୍ ବ୍ୟଥିତ ଓ ଚକିତ ହୋଇଥିଲେ। ଘଟଣାକୁ ଫାଙ୍କି ଦେବା ପାଇଁ ଯେତିକି ସରକାରୀ ଉଦ୍ୟମ ହେଉଛି ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ପାଇଁ ସେତିକି ଦୃଷ୍ଟି ଦିଆଯାଉନାହିଁ। କଂଗ୍ରେସ ଟିମ୍ ମଧ୍ୟ ଗୁଣ୍ଡିଚା ଘର ସାମ୍ନାରେ ଥିବା ଜିଲ୍ଲା କଂଗ୍ରେସ ସେବା ଶିବିର ରେ ପହଞ୍ଚିଥିଲେ।

    ମୃତକ ମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସ୍ଵତନ୍ତ୍ର ସହାୟତା ଏବଂ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ୨୫ ଲକ୍ଷ ଟଙ୍କା ସ୍ଵତନ୍ତ୍ର ସହାୟତା ଦାବିକୁ ଟିମ୍ ଦୋହରାଇଥିଲା। ସରକାର ସମୁଦାୟ ଘଟଣା ପାଇଁ ସଂପୂର୍ଣ୍ଣ ଦାୟୀ ହୋଇଥିବା ବେଳେ ଧର୍ମକୁ ଆଖିଠାର ମାରିବା ନ୍ୟାୟରେ ମାତ୍ର କେତେକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଙ୍କ ମୁଣ୍ଡରେ ପରିଚାଳନା ଦାଇତ୍ୱ ନ୍ୟସ୍ତ ଥିବା ଦୃଷ୍ଟିରୁ ନୈତିକତା ଦୃଷ୍ଟିରୁ ସେମାନେ ଇସ୍ଥଫା ଦିଅନ୍ତୁ ବୋଲି ଟିମ୍ ଦାବି କରିଛି। ମାସକ ଭିତରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଜି ଅପରାହ୍ନରେ ଆଇନ ମନ୍ତ୍ରୀ ଘୋଷଣା କରିଛନ୍ତି।କିଏ ତଦନ୍ତ କରିବେ ଏବଂ କିଭଳି ତଦନ୍ତ କରାଯିବ ସେ ସମ୍ପର୍କରେ କିଛି ନ କହି ସରକାର କି କାର୍ଯ୍ୟାନୁଷ୍ଠାନ ନେବେ – ଟିମ୍ ଏହା ପ୍ରଶ୍ନ କରିଛି।

    ନୀଳାଦ୍ରି ବିଜେ ପରେ ୧୦ ଦିନ ମଧ୍ୟରେ ଘଟଣାର କାର୍ଯ୍ୟରତ ଜିଲ୍ଲା ଜଜଙ୍କ ଦ୍ଵାରା ତଦନ୍ତ କରାଯାଇ ସୁପାରିଶ ଭିତରେ କାର୍ଯ୍ୟାନୁଷ୍ଠନ ହେଉ ବୋଲି ଦାବି କରିଛନ୍ତି। ପିସିସି ଟିମ୍ ପ୍ରଦେଶ କଂଗେସ ସଭାପତି ଭକ୍ତ ଚରଣ ଦାସଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି।ବାହୁଡ଼ା,ସୁନାବେଶ ଓ ନୀଳାଦ୍ରି ବିଜେ ପର୍ବ ସୁରୁଖୁରୁରେ ସମାପନ ହେଉ ବୋଲି କାମନା କରିବା ସହ ସମସ୍ତ ସାଢେ଼ ଚାରି କୋଟି ଓଡ଼ିଶା ବାସି ଓ ବିଶ୍ୱବାସୀଙ୍କ କଲ୍ୟାଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରିଛନ୍ତି।

    ପୁରୀ ଜିଲ୍ଲା ସଂଯୋଜକ ରାଜେଶ ମିଶ୍ର,ଗୋପ ବ୍ଲକର ପୂର୍ବତନ ଅଧ୍ୟକ୍ଷ ନୀଳମଣି ପ୍ରଧାନ,ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ନଗର କଂଗ୍ରେସ ଦୁଇ ସଭାପତି ଅମରେନ୍ଦ୍ର ପାଇକରାୟ,ବିଶ୍ଵନାଥ ଦାସ,ସ୍ଵାଧୀନ ପଣ୍ଡା,ସିତାଂଶୁ ଦାସ ,ବିଶ୍ଵ କେଶନ ହରିଚନ୍ଦନ ମହାପାତ୍ର,ନିରଞ୍ଜନ ବିଶ୍ୱାଳ,ସୁଜିତ୍ ମହାପାତ୍ର,ଚେତନ ମିଶ୍ର,ସୁକାନ୍ତ ପ୍ରଧାନ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ପିସିସି ଟିମ୍ ସହିତ ଉପସ୍ଥିତ ଥିଲେ।

    Congress ପୁରୀ ଦଳାଚକଟା ପ୍ରସାଦ ହରିଚନ୍ଦନ ରଥଯାତ୍ରା ଦଳାଚକଟା
    Share. Facebook Twitter LinkedIn Email WhatsApp Copy Link
    Previous Articleଆଉ ଦିନକ ପରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି, ଘୋଷଣା ହେବ ନାମ, ଜାଣନ୍ତୁ କିଏ ?
    Next Article ପୁରୀରେ ଦଳଚକଟା ନେଇ ତାତିଲା ଯୁବ କଂଗ୍ରେସ, ମୁଖ୍ୟମନ୍ତ୍ରୀ ବାସଭବନ ଘେରାଉ ବେଳେ ଧସ୍ତାଧସ୍ତି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.