Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଓଡିଶା ସରକାର ପ୍ରଥମ ବର୍ଷ ପୂରଣ: ମୁଖ୍ୟମନ୍ତ୍ରୀ କହିଲେ ଜନସେବାର ‘ବର୍ଷ ଏକ, ସଫଳତା ଅନେକ’
    ଜାତୀୟ ଖବର

    ଓଡିଶା ସରକାର ପ୍ରଥମ ବର୍ଷ ପୂରଣ: ମୁଖ୍ୟମନ୍ତ୍ରୀ କହିଲେ ଜନସେବାର ‘ବର୍ଷ ଏକ, ସଫଳତା ଅନେକ’

    June 10, 2025No Comments5 Mins Read
    Facebook Twitter LinkedIn Email WhatsApp Copy Link
    CMPressConfrence
    ଓଡିଶା ସରକାର ପ୍ରଥମ ବର୍ଷ ପୂରଣ: ମୁଖ୍ୟମନ୍ତ୍ରୀ କହିଲେ ଜନସେବାର ‘ବର୍ଷ ଏକ, ସଫଳତା ଅନେକ’

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ସରକାର ଏକ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଏ ନେଇ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ଏଥିରେ ସେ ରାଜ୍ୟ ସରକାରଙ୍କ ବର୍ଷ ମଧ୍ୟରେ କଣ ସଫଳତା ହାସଲ କରାଯାଇଛି ତାହାର ଏକ ରୂପରେଖ ପ୍ରଦାନ କରିଥିଲେ।

    ସେ ସାମ୍ବାଦିକଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜୁନ ୯, ୨୦୨୪ ସ୍ଵାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ଏହି ଦିନ, ଦେଶର ସବୁଠାରୁ ଲୋକପ୍ରିୟ ଜନନାୟକ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ଏବଂ ଗତକାଲି ମୋଦୀ ଜୀଙ୍କ ଦ୍ଵାରା ନେତୃତ୍ଵାଧୀନ ସରକାର ସଫଳତାର ସହିତ ୧୧ ବର୍ଷ ପୁରା କରିବା ସହିତ ତୃତୀୟ ପାଳିର ପ୍ରଥମ ବାର୍ଷିକୀ ପୂରଣ କରିଥିଲା।

    ୨୬, ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଶପଥ ନେଇଥିବା ମୋଦୀ ସରକାରଙ୍କ ସଫଳତା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ରଚିତ ହୋଇ ରହିବ। ଏକ ଦୁର୍ନୀତିଗ୍ରସ୍ତ, ଅପାରଗ ଏବଂ ସାରା ଦେଶରେ ଖେଳିଯାଇଥିବା ନକରାତ୍ମକ ଭାବନା ବଦଳରେ ଆଶାର ଆଲୋକ ଖେଳିଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ସେ କହିଥିଲେ ଯେ, ଏହି ୧୧ ବର୍ଷର ସଫଳତାର ତାଲିକା ଅନେକ। କିନ୍ତୁ, ସଂକ୍ଷେପରେ କହିଲେ ଦେଶର ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାରେ ଅଭୁତପୂର୍ବ ପରିବର୍ତ୍ତନ ଆସିଥିଲା, ଦେଶ ପାଇଁ ତଥା ବ୍ୟକ୍ତିଗତ ସ୍ତରରେ। ଆମ ପାଇଁ ଦେଶ ହେଉଛି ସର୍ବୋପରି। ତେଣୁ, ଦେଶ କଥା କହିଲେ ମୋଦୀ-ସରକାରଙ୍କ ସବୁଠାରୁ ବଡ ଉଲ୍ଲେଖନୀୟ ସଫଳତା ହେଉଛି, ସମ୍ବିଧାନର ଅନୁଚ୍ଛେଦ ୩୭୦ର ଉଚ୍ଛେଦ କରି ଜାମ୍ମୁ ଓ କାଶ୍ମୀରକୁ ଦେଶ ସହିତ ସଂପୂର୍ଣ୍ଣ ଭାବେର integrate କରିବା, ଦେଶର ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ନାରୀ ଶକ୍ତି ବନ୍ଦନ ଅଧିନିୟମ, ଟ୍ରିପଲ ତଲାକ ଉଚ୍ଛେଦ, ଦେଶରେ ଏକକ GST ର ପ୍ରଚଳନ, କୋଭିଡ ବିରୁଦ୍ଧରେ ଲୋକଙ୍କୁ ସୁରକ୍ଷିତ ରଖିବା ମହତ୍ତ୍ୱପୂର୍ଣ୍ଣ।

    ତୃତୀୟ ପାଳିର ପ୍ରଥମ ବର୍ଷର ଶେଷ ଆଡକୁ, ଦେଶର ଇତିହାସରେ ଏକ ‘ନୂଆ ଅଧ୍ୟାୟ’ ଯୋଡା ହେଲା। ଦେଶରେ ଆତଙ୍କବାଦର କଡା ଜବାବ ଦେବା ପାଇଁ ଗତ ପଚାଶ ବର୍ଷରେ ଇତିହାସ ସୃଷ୍ଟି କରି ପଡୋଶୀ ଦେଶ ଭିତରେ ପଶି ଆତଙ୍କବାଦକୁ ସଫା କରିବା ପାଇଁ ‘ଅପରେଶନ ସିନ୍ଦୁର’ ପାଇଁ ମାନନୀୟ ମୋଦୀ ଜୀ ନିର୍ଣ୍ଣୟ ନେଇଥିଲେ। ଆଜି ସାରା ବିଶ୍ବରେ ଭାରତ ଆତଙ୍କବାଦ ବିରୁଦ୍ଧରେ ଲଢେଇ ପାଇଁ ସବୁଠାରୁ ଆଗରେ। ‘ଅପରେଶନ ସିନ୍ଦୁର’ କେବଳ ଏକ ନାଁ ନୁହେଁ, ଏହା ଦେଶର ସୁରକ୍ଷା ତଥା ଭାରତର କୋଟିକୋଟି ମାତା ଏବଂ ଭଉଣୀଙ୍କ ପାଇଁ ସମ୍ମାନର ଗ୍ୟାରେଣ୍ଟି। ତେଣୁ, ଆଜି ସାରା ଦେଶରେ ଗୁଞ୍ଜରିତ ହେଉଛି ‘ମୋଦୀ ହୈ, ତୋ ମୁମକିନ ହୈ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ସେହିପରି ଓଡିଶା ସରକାରଙ୍କୁ ନେଇ ସେ କହିଥିଲେ ଯେ, ଏହା ମଧ୍ୟରେ ଆମ ସରକାର ଗଠନ ହେବାର ଏକ ବର୍ଷ ପୂରଣ ହେବାକୁ ଯାଉଛି। ଆଉ ମାତ୍ର ୨ ଦିନ ପରେ ସମ୍ପୂର୍ଣ୍ଣ ଏକ ବର୍ଷ ପୂରଣ ହେବ।

    ସର୍ବ ପ୍ରଥମେ ମୁଁ ଗଣମାଧ୍ୟମ, ବିଶେଷଭାବେ ଓଡିଶାର ଗଣ ମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିବି। ଗତ ଏକ ବର୍ଷ ମଧ୍ୟରେ ଆପଣମାନେ ସରକାରଙ୍କ କାର୍ଯ୍ୟକ୍ରମର ରୂପରେଖ, ସଫଳତା ଏବଂ ବିଭିନ୍ନ ସମସ୍ୟା ଇତ୍ୟାଦି ଲୋକଙ୍କୁ ଜଣାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଗଠନମୂଳକ ସମାଲୋଚନା ମାଧ୍ୟମରେ ବି ହେଉ, ସକାରାତ୍ମକ ମତାମତ ଦ୍ଵାରା ଆମ ସରକାରଙ୍କୁ ଚଳ ଚଞ୍ଚଳ କରି ରଖିବାରେ ଆପଣମାନଙ୍କର ଭୂମିକା ଉଲ୍ଲେଖଯୋଗ୍ୟ।

    ଏହି ସ୍ୱଳ୍ପ ସମୟ ଭିତରେ ଆମେ ରାଜ୍ୟର ସାଢେ ଚାରିକୋଟି ଜନତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ସମର୍ଥ ଓ ସଫଳ ହୋଇଛୁ। ଏହାର ସବୁଠାରୁ ବଡ ପ୍ରମାଣ ହେଉଛି ମାତ୍ର କିଛି ଦିନ ଭିତରେ ସାଧାରଣ ଜନତା ନୂତନ ସରକାରକୁ ‘ଲୋକଙ୍କ ସରକାର’ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଭାବେ ଅଭିହିତ କରିଛନ୍ତି।

    ଏକ ବର୍ଷର ଏହି ସଫଳ ଯାତ୍ରାରେ ସବୁ ସ୍ତରରୁ ଆମକୁ ସହଯୋଗ ମିଳିଛି। ଶୁଭକାମନା ମିଳିଛି। ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ।

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମର ସବୁ ପ୍ରମୁଖ ପ୍ରତିଶ୍ରୁତିକୁ ଆମେ ପୂରଣ କରି ପାରିଛୁ। ଆମର ପ୍ରତ୍ୟେକ କାର୍ଯ୍ୟକ୍ରମ ପଛରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନ ରହିଛି। ଆମର ସବୁ ଉଦ୍ୟମରେ ସେ ଆମ ପାଖକୁ ଆସିଛନ୍ତି ଏବଂ ତାଙ୍କ ପ୍ରେରଣାରେ ଆମର ସବୁ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ ପହଞ୍ଚିଛି। ଆଗାମୀ ୨୦ ତାରିଖରେ ମଧ୍ୟ ସେ ଷଷ୍ଠ ଥର ପାଇଁ ଓଡିଶା ଆସିବେ ଏବଂ ଓଡିଶାବାସୀଙ୍କ ସେବା କରିବା ପାଇଁ ଆମକୁ ପ୍ରେରଣା ଦେବେ। ତାଙ୍କର ଏହି ଅକୁଣ୍ଠ ସମର୍ଥନ ଏବଂ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ମୁଁ ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରୁଛି।

    ଗତ ବର୍ଷ ଜୁନ ୧୨, ୨୦୨୪ ସନ୍ଧ୍ୟାରେ ପ୍ରଥମ କ୍ୟାବିନେଟରେ ନିଆ ଯାଇଥିବା ଚାରିଗୋଟି ଗୁରତ୍ଵପୂର୍ଣ୍ଣ ନିଷ୍ପତ୍ତି ଯେପରିକି ସୁଭଦ୍ରା ଯୋଜନା, ଧାନକିଣା ବାବଦକୁ ଅଧିକ ୮୦୦ ଟଙ୍କା ପ୍ରଦାନ, ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲିବା ଏବଂ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିବାରୁ ଆରମ୍ଭ ହୋଇଥିଲା।

    ଏହି ଉଦ୍ୟମ ଗତ ୧୨ ମାସରେ ନିରନ୍ତର ଭାବେ ଜାରି ରହିଛି ଏବଂ ଆମେ ପ୍ରାୟ ସବୁ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇଛୁ। ମହିଳା ସଶକ୍ତିକରଣ ଦିଗରେ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟିକରି ଭାରତ ବର୍ଷରେ ପ୍ରଥମ ହେବା, କୃଷି କ୍ଷେତ୍ରରେ ସମୃଦ୍ଧ କୃଷି ଯୋଜନା ସହିତ ରେକର୍ଡ ୩୭ ହଜାର ୮୩୮ କୋଟି ଟଙ୍କାର ପ୍ରାବଧାନ, ଶିକ୍ଷା କ୍ଷେତ୍ରରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ତଥା ନୂତନ ଶିକ୍ଷା ନୀତିକୁ ଲାଗୁ କରିବା ଏବଂ ଏଥିରେ ଶିଶୁ ବାଟିକାକୁ ଲାଗୁ କରିବା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା, ଭିତ୍ତିଭୂମି ପାଇଁ ରେକର୍ଡ ୬୫,୧୦୨ କୋଟି ଟଙ୍କାର ପ୍ରାବଧାନ, ଜନଜାତି ଏବଂ ଅନୁସୂଚିତ ଜାତି କଲ୍ୟାଣ ପାଇଁ ୬୮ ହଜାର ୮୮୧ କୋଟି ଟଙ୍କା ପ୍ରାବଧାନ ଆମ ସରକାରଙ୍କ ନୀତି ଓ ନିୟତକୁ ଦର୍ଶାଉଛି।

    ସବୁଠାରୁ ଉଲ୍ଲେଖନୀୟ ହେଉଛି, ଲୋକଙ୍କୁ ସୁଶାସନ ଦେବା ଏବଂ ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା। ଆଜି ପିଅନ ଠାରୁ ଆରମ୍ଭ କରି IAS ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ସୁରକ୍ଷିତ ନୁହନ୍ତି। ଯଦି ଦୁର୍ନୀତି କରିବ, ଜେଲ ଯିବାକୁ ପଡିବ, ଦ୍ଵିତୀୟ ବିକଳ୍ପ ନାହିଁ।

    ସାଧାରଣ ଜନତା ଏବଂ ଲୋକଙ୍କ ମଧ୍ୟରେ ଥିବା କୃତ୍ରିମ ପ୍ରାଚୀରକୁ ଆମ ସରକାର ଧୂଳିସାତ କରି ଦେଇଛି। ଆଜି ଯେ କୌଣସି ଲୋକ ସେମାନଙ୍କ ମୁଖ୍ୟମନ୍ତ୍ରୀ ତଥା ମନ୍ତ୍ରୀମାନଙ୍କୁ ଅବାଧରେ ଭେଟି ପାରୁଛନ୍ତି। ଗତ ଏକ ବର୍ଷ ମଧ୍ୟରେ ମୁଁ ଓଡିଶାର ପ୍ରତି ଜିଲ୍ଲାକୁ ଗସ୍ତ କରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରତ୍ୟେକ୍ଷ ଭାବେ ଭେଟି ସେମାନଙ୍କ ସମସ୍ୟା ଶୁଣିଛି, ସୁଖଦୁଃଖରେ ସାମିଲ ହୋଇଛି। ଆଜି ‘ତୃତୀୟ ମହଲା’ ଲୋକଙ୍କ ଦୁଆର ମୁହଁକୁ ଯାଉଛି, ଏହା ହେଉଛି ଆମ ସୁଶାସନର ଏକ ନୂତନ ଦିଗ।

    ଆମେ ପ୍ରଥମ କ୍ୟାବିନେଟରେ ପ୍ରମାଣିତ କରିଛୁ ଯେ ଜନସେବା ପାଇଁ ୨୪ ବର୍ଷ ଶାସନର ଆବଶ୍ୟକ ନାହିଁ, ୨୪ ମିନିଟରେ ବି ଅନେକ କିଛି କରିହେବ। ଇଚ୍ଛା ଶକ୍ତି ଥିବା ଦରକାର। ମାନନୀୟ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ର, “ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ଓ ସବକା ପ୍ରୟାସ’କୁ ପାଥେୟ କରି ଚାରିଗୋଟି ଜାତି ଯେପରିକି, ‘ଗରିବ, ଅନ୍ନଦାତା, ଯୁବା ଏବଂ ମହିଳା’ ପାଇଁ ଆମେ ନିରନ୍ତର କାର୍ଯ୍ୟ କରିବୁ।

    ୨୦୨୬ ସୁଦ୍ଧା ଆମେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ଉଦ୍ୟମ ଆରମ୍ଭ କରିଛୁ। ଏଥି ସହିତ ୫ ଲକ୍ଷ ଲୋକଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇଦେବୁ। ଏକ ବର୍ଷ ମଧ୍ୟରେ ସରକାରୀ ସ୍ତରରେ ପ୍ରାୟ ୨୮ ହଜାର ନିଯୁକ୍ତି ଦେଇଛୁ। ଚଳିତ ବର୍ଷ ଆହୁରି ୪୦ ହଜାର ନିଯୁକ୍ତି ଦେବୁ। ଭିତ୍ତିଭୂମି କ୍ଷେତ୍ରରେ ରେଳ, ଜାତୀୟ ରାଜପଥ ଏବଂ ବିମାନ ସେବା ସବୁଥିରେ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ୨୦୩୬ ସୁଦ୍ଧା ନିଶ୍ଚିତ ଭାବେ ଓଡିଶା ଦେଶର ସର୍ବଶ୍ରେଷ୍ଠ ପାଞ୍ଚଗୋଟି ରାଜ୍ୟରେ ସ୍ଥାନ ପାଇବ ଏବଂ ଆମେ ଓଡିଶାକୁ ଏକ ୫୦୦ ନିୟତ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ କରିବୁ। ୨୦୩୬ ସୁଦ୍ଧା ଓଡିଶା ହେବ ସମୃଦ୍ଧ ଓଡିଶା ଏବଂ ୨୦୪୭ ସୁଦ୍ଧା ମାନନୀୟ ମୋଦୀଜୀଙ୍କ ପରିକଳ୍ପିତ ବିକଶିତ ଭାରତ ଗଢିବାରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

    ଓଡିଶା ଯେପରି ସବୁ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ହେବ ସେଥିପାଇଁ ଆମେ ପରିଶ୍ରମ କରିଚାଲିଛୁ। ସେ ପରିଶ୍ରମର ସୁଫଳ ମିଳିବା ଆରମ୍ଭ କରିଛି। ଓଡିଶା ଧିରେ ଧିରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଆଦର୍ଶ ସୃଷ୍ଟି କରି ଚାଲିଛି। ଗୁଡ୍ ଗଭର୍ଣ୍ଣାସ୍ ରେ ଓଡିଶା ଏବେ ସାରା ଦେଶରେ ଏକ ମଡେଲ୍। ଗୋଟିଏ ବର୍ଷରେ ଆମେ ଅନେକ ସଫଳତା ପାଇଛୁ। ‘ବର୍ଷ ଏକ, ସଫଳତା ଅନେକ’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

    ବିଜେପି ସରକାରର ପ୍ରଥମ ବର୍ଷ ମୋହନ ମାଝୀ ମୋହନ ସରକାରର ପ୍ରଥମ ବର୍ଷ
    Share. Facebook Twitter LinkedIn Email WhatsApp Copy Link
    Previous Articleଆହୁରି ଆଗେଇଲା ଜାତୀୟ ସୁସ୍ଥତା ଆନ୍ଦୋଳନ: ୫୦,୦୦୦ ପଞ୍ଜୀକରଣ ଅତିକ୍ରମ କଲା ଯୋଗ ପୋର୍ଟାଲ
    Next Article ଶେଷରେ ଚାକିରୀରୁ ନିଳମ୍ବନ ହେଲେ ଆଇଏଏସ ଶ୍ରୀ ଧିମାନ ଚକମା, ଲାଞ୍ଚ ନେଇ ହୋଇଛନ୍ତି ଗିରଫ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.