Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଆହୁରି ଆଗେଇଲା ଜାତୀୟ ସୁସ୍ଥତା ଆନ୍ଦୋଳନ: ୫୦,୦୦୦ ପଞ୍ଜୀକରଣ ଅତିକ୍ରମ କଲା ଯୋଗ ପୋର୍ଟାଲ
    ଆଜିର ଖବର

    ଆହୁରି ଆଗେଇଲା ଜାତୀୟ ସୁସ୍ଥତା ଆନ୍ଦୋଳନ: ୫୦,୦୦୦ ପଞ୍ଜୀକରଣ ଅତିକ୍ରମ କଲା ଯୋଗ ପୋର୍ଟାଲ

    June 10, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ୨୧ ଜୁନ୍ ୨୦୨୫ ରେ ଅନୁଷ୍ଠିତ ହେବାକୁ ଥିବା ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ (ଯୋଗ ସଙ୍ଗମ) କାର୍ଯ୍ୟକ୍ରମ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ୨୧ ଜୁନ୍ ୨୦୨୫ ରେ ସକାଳ ୬.୩୦ ରୁ ୭.୪୫ ପର୍ଯ୍ୟନ୍ତ ଯୋଗ ସଙ୍ଗମ ଆୟୋଜନ କରିବା ପାଇଁ ଦେଶବ୍ୟାପୀ ୫୦,୦୦୦ ରୁ ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି, ଯାହା ଗଣ ଅଂଶଗ୍ରହଣ ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି। ସାର୍ବଜନୀନ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ ଭାରତର ନେତୃତ୍ୱର ଏହା ଏକ ବଡ଼ ପ୍ରମାଣ।

    ଯୋଗ ସଙ୍ଗମ ୨୦୨୫ ପାଇଁ ପଞ୍ଜୀକରଣ କ୍ଷେତ୍ରରେ ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ ଆଗୁଆ ରହିଛି, ଯେଉଁଠାରେ ୧୧୦୦୦ରୁ ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ସେହିପରି ପ୍ରାୟ ୭୦୦୦ ପଞ୍ଜୀକରଣ ସହ ତେଲେଙ୍ଗାନା ଦ୍ବିତୀୟ ଓ ୫,୦୦୦ ପଞ୍ଜୀକରଣ ସହିତ ମଧ୍ୟପ୍ରଦେଶ ତୃତୀୟ ସ୍ଥାନରେ ଅଛି।

    ଏହି ବର୍ଷର ଥିମ୍ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ବିଶ୍ବ ଏକତା ଏବଂ କଲ୍ୟାଣ ପାଇଁ ସାର୍ବଜନୀନ ଆହ୍ୱାନକୁ ପ୍ରତିଫଳିତ କରେ। ଏଥିପାଇଁ ଆଇଆଇଟି, ଆଇଆଇଏମ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ପ୍ରମୁଖ ପ୍ରତିଷ୍ଠାନ, ଅନେକ କର୍ପୋରେଟ୍ ଏବଂ ଘରୋଇ ସଂସ୍ଥାମାନେ ସକ୍ରିୟ ଭାବରେ ପଞ୍ଜୀକରଣ କରୁଛନ୍ତି ଏବଂ ବିଶ୍ୱ ସୁସ୍ଥତା ପ୍ରତି ସେମାନଙ୍କର ଅଙ୍ଗୀକାର ପ୍ରଦର୍ଶନ କରୁଛନ୍ତି।

    ଚଳିତ ବର୍ଷର ସମାରୋହ ପୂର୍ବ ସଂସ୍କରଣଗୁଡ଼ିକର ସଫଳ ବିକେନ୍ଦ୍ରୀକରଣ ମଡେଲ ଉପରେ ଆୟୋଜନ କରାଯାଉଛି ଓ ଆୟୁଷ ମନ୍ତ୍ରଣାଳୟ ଯୋଗ ସଙ୍ଗମ ପୋର୍ଟାଲ୍ Yoga.ayush.gov.in/yoga-sangam ମାଧ୍ୟମରେ ଜନସାଧାରଣଙ୍କ ଅଂଶଗ୍ରହଣ ବୃଦ୍ଧି କରୁଛି ।

    ଯୋଗ ସଙ୍ଗମରେ କିପରି ଅଂଶଗ୍ରହଣ କରିବେ:

    ୧. https://yoga.ayush.gov.in/yoga-sangam ସାଇଟ ପରିଦର୍ଶନ କରନ୍ତୁ

    ୨. ଆପଣଙ୍କର ଗ୍ରୁପ କିମ୍ବା ସଂଗଠନର ପଞ୍ଜୀକରଣ କରନ୍ତୁ

    ୩. ୨୧ ଜୁନ୍ ୨୦୨୫ ସକାଳ ୬:୩୦ ରୁ ସକାଳ ୭:୪୫ ପର୍ଯ୍ୟନ୍ତ ଏକ ଯୋଗ ଶିବିର ଆୟୋଜନ କରନ୍ତୁ

    ୪. ପ୍ରଶଂସାପତ୍ର ପାଇବା ପାଇଁ କାର୍ଯ୍ୟକ୍ରମ ପରେ ଅଂଶଗ୍ରହଣ ବିବରଣୀ ଅପଲୋଡ୍ କରନ୍ତୁ

    ପ୍ରାୟ ୧ ଲକ୍ଷ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାର ସମ୍ଭାବନା ଥିବାବେଳେ ଭାରତର ଏହି କାଳଜୟୀ ପ୍ରଜ୍ଞାର ଏହି ବିଶ୍ୱବ୍ୟାପୀ ଉତ୍ସବରେ ଏକାଠି ହେବାକୁ ଆୟୁଷ ମନ୍ତ୍ରଣାଳୟ ନାଗରିକମାନଙ୍କୁ ନିମନ୍ତ୍ରଣ କରୁଛି। ଏକ ସ୍ବାସ୍ଥ୍ୟକର ଓ ସୁନ୍ଦର ବିଶ୍ବ ଗଠନ ପାଇଁ ଆସନ୍ତୁ ଏକାଠି ଆଗକୁ ବଢିବା ଓ ସମୃଦ୍ଧ ହେବା।

    ଅନ୍ତର୍ଜାତୀୟ ଯୋଗ ଦିବସ ଆୟୁଷ ଜାତୀୟ ସୁସ୍ଥତା ଆନ୍ଦୋଳନ
    Share. Facebook Twitter LinkedIn Email WhatsApp Copy Link
    Previous Articleକେଦାରନାଥରେ ପ୍ରତିଦିନ ଭାଙ୍ଗିବାରେ ଲାଗିଛି ପୂର୍ବ ରେକର୍ଡ, ୩୯ ଦିନରେ ଦର୍ଶନ କଲେ ଏତେ ଲକ୍ଷ ଭକ୍ତ
    Next Article ଓଡିଶା ସରକାର ପ୍ରଥମ ବର୍ଷ ପୂରଣ: ମୁଖ୍ୟମନ୍ତ୍ରୀ କହିଲେ ଜନସେବାର ‘ବର୍ଷ ଏକ, ସଫଳତା ଅନେକ’

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.