Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ତିନି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଜାଣନ୍ତୁ ଏଥିରେ ସେ କଣ ଲେଖିଛନ୍ତି
    ଜାତୀୟ ଖବର

    ତିନି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଜାଣନ୍ତୁ ଏଥିରେ ସେ କଣ ଲେଖିଛନ୍ତି

    June 16, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link
    Harichandan
    ତିନି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଜାଣନ୍ତୁ ଏଥିରେ ସେ କଣ ଲେଖିଛନ୍ତି

    ଭୁବନେଶ୍ବର: ସରକାରର ଏକ ବର୍ଷ ପୂର୍ତ୍ତି ଅବସରରେ ତିନୋଟି ବିଭାଗର ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଦାନ କରିଛନ୍ତି ଆଇନ,ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ତେବେ ଏହି ତିନି ବିଭାଗର ସଫଳତା ଉପରେ କଣ ଲେଖିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆସନ୍ତୁ ଜାଣିବା।

    ଆଇନ ବିଭାଗ-

    ଆଇନ୍ ବିଭାଗ ପକ୍ଷରୁ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନକୁ ଗୁରୁତ୍ୱ ଦେଇ ତଥା ରାଜ୍ୟରେ ନ୍ୟାୟିକ ପ୍ରକ୍ରିୟାକୁ ଆହୁରି କ୍ରିୟାଶୀଳ କରିବା ଲକ୍ଷ୍ୟ ନେଇ ୬୮ଟି ନୂଆ କୋର୍ଟ ନିର୍ମାଣ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ତତ୍ ସହିତ ରାଜ୍ୟର ଆଉ ୫୫ ଟି ନୂତନ କୋର୍ଟ ଖୋଲାଯିବା ନେଇ ନୀତିଗତ ନିଷ୍ପତି ନିଆଯାଇଛି।

    ଶ୍ରୀ ମନ୍ଦିରର ଚ଼ାରିଦ୍ବାର ଖୋଲିବା ଏବଂ ପ୍ରଥମ କ୍ୟାବିନେଟରେ ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ ପାଇଁ ନିଷ୍ପତ୍ତି ଗ୍ରହଣ,ଜଗନ୍ନାଥ ସଂସ୍କୃତିର ସୁରକ୍ଷା, ସମଗ୍ର ଓଡ଼ିଶା ବାସୀଙ୍କ ଆସ୍ଥାକୁ ସମ୍ମାନ ଜଣାଇ ବହୁ ପ୍ରତିକ୍ଷୀତ ‘ରତ୍ନ ଭଣ୍ଡାର ଖୋଲିବା’ ଓ ‘ରତ୍ନ ଭଣ୍ଡାର ମରାମତି’ ଆଦି ନିଷ୍ପତ୍ତି ନିଆଯାଇଛି। ତତ୍ ସହିତ ଓଡ଼ିଶା “ରାଜ୍ୟ ଲ’ କମିଶନ” ର ପୁନର୍ଗଠନ ହୋଇଅଛି ।

    ପୁର୍ତ୍ତ ବିଭାଗ

    ପୁର୍ତ୍ତ ବିଭାଗ ଦ୍ବାରା ଚଳିତ ବର୍ଷର ବଜେଟ ଅଧିବେଶନରେ ‘ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ‘ ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରିବା, ଯଦ୍ବାରା ବୃହତ୍ ସଡ଼କ ପ୍ରକଳ୍ପ ଗୁଡିକର ସାମଗ୍ରିକ ବିକାଶ ସାଧିତ ହେବ,ରାସ୍ତା ନେଟୱାର୍କକୁ ସୁଦୃଢ଼ କରିବା, ସିଟି ରୋଡ଼ ଡ଼ିକଞ୍ଜେସନ ଯୋଜନା ପରିକଳ୍ପନା, ତତ୍ ସହିତ ଆଗାମୀ ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୯ ମସିହା ସୁଦ୍ଧା ୧୫,୦୦୦ କିଲୋମିଟର ଦୈର୍ଘ୍ୟର ବିଶ୍ବସ୍ତରୀୟ ସଡ଼କ ନେଟୱାର୍କ ବିକାଶ କରିବାକୁ ଯୋଜନା କରିଅଛି । ନିର୍ମାଣ ବିଭାଗ ମୋଟ ୩୫୫୧୯ କି.ମି. ଦୈର୍ଘ୍ୟର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଏବଂ ଜିଲ୍ଲା ସଡ଼କର ପରିଚାଳନା କରୁଅଛି । ଆଗମୀ ଦିନରେ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ରାଜ୍ୟର ସଡ଼କ ପଥର ବିକାଶ ପାଇଁ ନିରନ୍ତର ପଦକ୍ଷେପ ଜାରି ରହିଛି ।

    ଅବକାରୀ ବିଭାଗ

    ଅବକାରୀ ବିଭାଗ ପକ୍ଷରୁ ନୂଆ ଅବକାରୀ ନୀତିରେ ରାଜ୍ୟରେ କୈାଣସି ମଦଦୋକାନ ଖୋଲିବାକୁ ଅନୁମତି ଦିଆଯାଉନାହିଁ ଏବଂ ବେଆଇନ ମଦ କାରବାର ରୋକିବା ଲାଗି ସମ୍ପୂର୍ଣ୍ଣ ପ୍ରୟାସ କରାଯାଉଅଛି ଏବଂ ବିଶ୍ବ ତମ୍ବାଖୁ ବର୍ଜନ ଦିବସ (ମଇ ୩୧) ଠାରୁ ଆରମ୍ଭ ହୋଇ ଆନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ (ଜୁନ୍- ୨୬) ତାରିଖ ପର୍ଯ୍ୟନ୍ତ ସଚେତନତା ଅଭିଯାନ ଚାଲୁରହିବ। ଓଡ଼ିଶା ଅବକାରୀ ନିୟମାବଳୀ ୨୦୧୭ର ଧାରା-୪୪(୪) ଏବଂ (୫) କୁ ସଂଶୋଧନ କରି ଡ୍ୟାନ୍ସ ବାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୋର୍ଟ ମାମଲା ପରିଚାଳନା ପ୍ରକ୍ରିୟାକୁ ସୁଦୃଢ଼ କରିବା ପାଇଁ, ପ୍ରତ୍ୟେକ ଅବକାରୀ ଜିଲ୍ଲାରେ “ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟରଙ୍କୁ ନିଯୁକ୍ତି” କରିବାକୁ ଯୋଜନା କରଯାଉଛି ।

    “ସେଣ୍ଟ୍ରାଲ ସିସିଟିଭି ମନିଟରିଙ୍ଗ ସିଷ୍ଟମ ଯୋଜନା” ମାଧ୍ୟମରେ ରାଜ୍ୟର ଚାରୋଟି ପାନୀୟ ପଣ୍ୟାଗାରର କାର୍ଯ୍ୟଧାରା ସିସିଟିଭି ମାଧ୍ୟମରେ ସିଧାସଳଖ ମୁଖ୍ୟ କାର୍ଯ୍ୟାଳୟରେ ତଦାରଖ କରଯାଉଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ପାଇଁ ଲୋକଙ୍କ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ସଫଳ କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ।

    pruthiraj harichandan Report Card ପୃଥୀରାଜ ହରିଚନ୍ଦନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରିପୋର୍ଟ କାର୍ଡ
    Share. Facebook Twitter LinkedIn Email WhatsApp Copy Link
    Previous Articleରାଜ୍ୟ ଡିଜିପିଙ୍କ ଅଧ୍ୟକ୍ଷତାରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ
    Next Article ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.