Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଅନ୍ତରାଷ୍ଟ୍ରୀୟ»ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି
    ଅନ୍ତରାଷ୍ଟ୍ରୀୟ

    ଭାରତ ସାଇପ୍ରସର ବ୍ୟବସାୟୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଏବଂ ସାଇପ୍ରସ ରାଷ୍ଟ୍ରପତି

    June 16, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଇପ୍ରସର ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋଲିଡେସଙ୍କ ସହ ଆଜି ଲିମାସୋଲଠାରେ ଆୟୋଜିତ ଏକ ଗୋଲ ଟେବଲ ବୈଠକରେ ଉଭୟ ଦେଶର ବ୍ୟବସାୟିକ ନେତାମାନଙ୍କ ସହିତ ଆଲୋଚନା କରିଛନ୍ତି। ମୁଖ୍ୟତଃ ବ୍ୟାଙ୍କିଙ୍ଗ, ଆର୍ଥିକ ପ୍ରତିଷ୍ଠାନ, ଉତ୍ପାଦନ, ପ୍ରତିରକ୍ଷା, ଲଜିଷ୍ଟିକ୍ସ, ସାମୁଦ୍ରିକ, ଜାହାଜ ଚଳାଚଳ, ପ୍ରଯୁକ୍ତିବିଦ୍ୟା, ନବସୃଜନ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଏଆଇ, ଆଇଟି ସେବା, ପର୍ଯ୍ୟଟନ ଏବଂ ଯାନବହାନ ଚଳାଚଳ ପ୍ରଭୃତି କ୍ଷେତ୍ରର ପ୍ରତିନିଧିମାନେ ଏହି ଅଂଶଗ୍ରହଣକାରୀଙ୍କ ଭିତରେ ସାମିଲ ଥିଲେ।

    ଗତ ୧୧ ବର୍ଷ ମଧ୍ୟରେ ଭାରତର ଦ୍ରୁତ ଅର୍ଥନୈତିକ ପରିବର୍ତ୍ତନ ବିଷୟକୁ  ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ପରବର୍ତ୍ତୀ ପିଢ଼ିର ସଂସ୍କାର, ନୀତି ପୂର୍ବାନୁମାନ, ସ୍ଥିର ରାଜନୀତି ଏବଂ ବ୍ୟବସାୟ କରିବାର ସୁଗମତା ଦ୍ୱାରା ପରିଚାଳିତ ଭାରତ, ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତିରେ ପରିଣତ ହୋଇଛି। ନବସୃଜନ, ଡିଜିଟାଲ ବିପ୍ଳବ, ଷ୍ଟାର୍ଟ-ଅପ୍ ଏବଂ ଭବିଷ୍ୟତ ଭିତ୍ତିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରି ସେ କହିଛନ୍ତି, ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି ଭାରତ କିଛି ବର୍ଷ ମଧ୍ୟରେ ତୃତୀୟ ବୃହତ ଅର୍ଥନୀତି ହେବା ଦିଗରେ ଅଗ୍ରସର ହେଉଛି। ଏଥିଲାଗି ଦେଶ ଭଲ ସ୍ଥିତିରେ ରହିଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ବେସାମରିକ ବିମାନ ଚଳାଚଳ, ବନ୍ଦର, ଜାହାଜ ନିର୍ମାଣ, ଡିଜିଟାଲ ପେମେଣ୍ଟ ଏବଂ ସବୁଜ ବିକାଶ କ୍ଷେତ୍ରରେ ସ୍ଥିର ଅଭିବୃଦ୍ଧି ସାଇପ୍ରସର କମ୍ପାନୀଗୁଡ଼ିକ ପାଇଁ ଭାରତର ସହଭାଗୀ ହେବା ଲାଗି ଅପାର ସୁଯୋଗ ଉନ୍ମୋଚନ କରିଛି। ସେ ଭାରତର କୁଶଳୀ ପ୍ରତିଭା ଏବଂ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମର ଶକ୍ତି ଉପରେ ଗୁରୁତ୍ୱାରୋପ କରିବା ସହ ଭାରତର ଅଭିବୃଦ୍ଧି କାହାଣୀରେ ଅବଦାନ ରଖୁଥିବା ନୂତନ ଏବଂ ଉଦୀୟମାନ ଉତ୍ପାଦନ, ଏଆଇ, କ୍ୱାଣ୍ଟମ୍, ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ୍ ମିନେରାଲ୍ସ ପରି କ୍ଷେତ୍ର ବିଷୟରେ ଆଲୋକପାତ କରିଥିଲେ।

    ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସାଇପ୍ରସ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଅଂଶୀଦାର ଥିଲା, ବିଶେଷକରି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ରରେ । ବର୍ତ୍ତମାନ ଭାରତୀୟ ଅର୍ଥନୀତିରେ ନୂତନ ନିବେଶ ପାଇଁ ସାଇପ୍ରସର ଆଗ୍ରହକୁ ସେ ସ୍ୱାଗତ କରିଥିଲେ। ଆର୍ଥିକ ସେବା କ୍ଷେତ୍ରରେ ବ୍ୟବସାୟିକ ସମ୍ପୃକ୍ତିର ସମ୍ଭାବନା ଉପରେ ଆଲୋକପାତ କରି, ଦୁଇ ନେତା ଏନ୍‍ଏସ୍‍ଇ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ ଗିଫ୍ଟ ସିଟି, ଗୁଜରାଟ ଏବଂ ସାଇପ୍ରସ ଷ୍ଟକ୍ ଏକ୍ସଚେଞ୍ଜ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରକୁ ସ୍ୱାଗତ କରିଥିଲେ। ଏନ୍‍ଆଇପିଏଲ୍‍  (ଏନ୍‍ସିପିଆଇ ଇଣ୍ଟରନ୍ୟାସନାଲ ପେମେଣ୍ଟସ୍ ଲିମିଟେଡ୍) ଏବଂ ସାଇପ୍ରସର ୟୁରୋବ୍ୟାଙ୍କ, ଦୁଇ ଦେଶ ମଧ୍ୟରେ ସୀମାପାର ପେମେଣ୍ଟ ପାଇଁ ୟୁପିଆଇ ପ୍ରଚଳନ କରିବା ପାଇଁ ଏକ ବୁଝାମଣାରେ ପହଞ୍ଚିଥିଲେ ଯାହା ପର୍ଯ୍ୟଟକ ଏବଂ ବ୍ୟବସାୟକୁ ଲାଭଦାୟକ ହେବ। ପ୍ରଧାନମନ୍ତ୍ରୀ ଭାରତ-ଗ୍ରୀସ୍-ସାଇପ୍ରସ୍ (ଆଇଜିସି) ବ୍ୟବସାୟ ଏବଂ ନିବେଶ ପରିଷଦର ଶୁଭାରମ୍ଭକୁ ସ୍ୱାଗତ କରିଛନ୍ତି, ଯାହା ଜାହାଜ ଚଳାଚଳ, ଲଜିଷ୍ଟିକ୍ସ, ନବୀକରଣୀୟ ଶକ୍ତି, ବେସାମରିକ ବିମାନ ଚଳାଚଳ ଏବଂ ଡିଜିଟାଲ୍ ସେବା ଭଳି କ୍ଷେତ୍ରରେ ତ୍ରିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅନେକ ଭାରତୀୟ କମ୍ପାନୀ ସାଇପ୍ରସକୁ ୟୁରୋପର ପ୍ରବେଶ ଦ୍ୱାର ଏବଂ ଆଇଟି ସେବା, ଆର୍ଥିକ ପରିଚାଳନା ଏବଂ ପର୍ଯ୍ୟଟନର କେନ୍ଦ୍ର ଭାବରେ ଦେଖନ୍ତି।

    ସାଇପ୍ରସ୍ ଆସନ୍ତା ବର୍ଷ ଇୟୁ ପରିଷଦର ସଭାପତିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବାରୁ, ଦୁଇ ନେତା ଭାରତ-ଇୟୁ  ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଛନ୍ତି। ସେମାନେ ବର୍ଷ ଶେଷ ସୁଦ୍ଧା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସମାପ୍ତ କରିବା ବିଷୟରେ ଆଶାବାଦୀ ପ୍ରକାଶ କରିଛନ୍ତି, ଯାହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହନ ଦେବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ବ୍ୟବସାୟ ଗୋଲଟେବୁଲ ବୈଠକରେ ଯେଉଁ ବ୍ୟବହାରିକ ପରାମର୍ଶ ଦିଆଯାଇଛି ତାହା ଏକ ସଂରଚିତ ଅର୍ଥନୈତିକ ରୋଡମ୍ୟାପ୍ ପାଇଁ ଭିତ୍ତିଭୂମି ନିର୍ମାଣ କରିବ। ବାଣିଜ୍ୟ, ନବସୃଜନ ଏବଂ ରଣନୈତିକ କ୍ଷେତ୍ରରେ ଦୀର୍ଘକାଳୀନ ସହଯୋଗ ସୁନିଶ୍ଚିତ କରିବ।

    ସମାନ ଆକାଂକ୍ଷା ଏବଂ ଭବିଷ୍ୟତ-କୈନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା, ଉଭୟ ଦେଶ ଭାରତ ଏବଂ ସାଇପ୍ରସ  ଏବେ ଏକ ଗତିଶୀଳ ଓ ପାରସ୍ପରିକ ଲାଭଦାୟକ ଆର୍ଥିକ ସହଯୋଗର ନୂତନ ଯୁଗ ପାଇଁ ପ୍ରସ୍ତୁତ।

    ନରେନ୍ଦ୍ର ମୋଦୀ ନିକୋସ୍ କ୍ରିଷ୍ଟୋଡୋଲିଡେସ ସାଇପ୍ରସ
    Share. Facebook Twitter LinkedIn Email WhatsApp Copy Link
    Previous Articleତିନି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ଜାଣନ୍ତୁ ଏଥିରେ ସେ କଣ ଲେଖିଛନ୍ତି
    Next Article Ahmedabad Plane Crash: ମେଳ ଖାଇଲା ୮୦ ଜଣଙ୍କ ଡିଏନଏ, ୩୩ ଜଣଙ୍କ ମୃତଦେହ ହସ୍ତାନ୍ତର

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.