Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ପ୍ରକାଶିତ ଖବରର ପ୍ରତିବାଦ: ଓମଫେଡ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଦୁଗ୍ଧ ଚାଷୀ ଖୁସି
    ଆଜିର ଖବର

    ପ୍ରକାଶିତ ଖବରର ପ୍ରତିବାଦ: ଓମଫେଡ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଦୁଗ୍ଧ ଚାଷୀ ଖୁସି

    June 26, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଭୁବନେଶ୍ୱର: ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୩ ଟଙ୍କା ଦେବାକୁ ଦାବି ଶୀର୍ଷକ ଖବର କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଆମ ନଜରକୁ ଆସିଛି। ଯେଉଁ ଖବର ପ୍ରକାଶ ପାଇଛି, ତାହା ଭିତ୍ତି ହୀନ, କପୋଳକଳ୍ପିତ ଏବଂ କେତେକ ନ୍ୱେଷସ୍ୱାର୍ଥ ବ୍ୟକ୍ତି ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ବିଭ୍ରାନ୍ତି କରିବା ସହ ସରକାର ଏବଂ ଓମଫେଡକୁ ବଦନାମ କରିବା ପାଇଁ ହୀନ ଉଦ୍ୟମ ଚଳାଇଛନ୍ତି।

    ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ କି ଯେଉଁମାନେ ଏହି ବୈଠକରେ ଯୋଗଦେଇଥିଲେ, ସେମାନେ କେହି ଓମଫେଡ୍ ଦୁଗ୍ଧ ଚାଷୀ ନୁହଁନ୍ତି କିମ୍ବା ଓମଫେଡକୁ ଦୁଗ୍ଧ ଦେଉ ନାହାଁନ୍ତ। ଓଡିଶା ଦୁଗ୍ଧଚାଷୀ ମହାସଂଘ ଓମଫେଡର ସ୍ୱୀକୃତି ପ୍ରାପ୍ତ ସମବାୟ ସମିତି କିମ୍ବା ସଂଗଠନ ମଧ୍ୟ ନୁହେଁ।

    ବିଶ୍ୱ ଦୁଗ୍ଧ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଲିଟର ପିଛା ୩ ଟଙ୍କା ଲେଖାଏଁ ଦେବା ପାଇଁ ଯେଉଁ ଘୋଷଣା କରିଥିଲେ, ତାହା ଅବିଳମ୍ବେ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ ପ୍ରଦାନ କରାଯାଉଛି। ଅର୍ଥାତ୍ ଜୁନ୍ ୧ ତାରିଖରୁ ଏହି ବର୍ଦ୍ଧିତ ମୂଲ୍ୟ ଚାଷୀମାନଙ୍କୁ ଡିବିଡି ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯାଉଛି। ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ କିଛି ଭୁଲ ରହିଛି କିମ୍ବା ଲିଙ୍କ ନାହିଁ ସେମାନଙ୍କୁ, ଆକାଉଣ୍ଟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ପ୍ରତି ୧୦ ଦିନରେ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିଆସୁଛି। ଏଥିରେ କୌଣସି ବ୍ୟତିକ୍ରମ ହୋଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଓମଫେଡ୍ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରୁଛି।

    ଅନ୍ୟ ଏକ କଥା ହେଲା ୧ ଟଙ୍କା ଲିଟର ପିଛା ବୃଦ୍ଧି କରାଯାଇଛି ଯାହା କୁହାଯାଇଛି, ତାହା ମଧ୍ୟ ମିଥ୍ୟା। ଚାଷୀମାନଙ୍କୁ ଲିଟର ପିଛା ୩ ଟଙ୍କା ପ୍ରଦାନ କରାଯାଉଛି। ସେଥିରୁ ରାଜ୍ୟ ସରକାର ୨ ଟଙ୍କା ଏବଂ ଓମଫେଡ୍ ୧ ଟଙ୍କା ଏପରି ତିନିଟଙ୍କା ପ୍ରଦାନ କରୁଛନ୍ତି। ରାଜ୍ୟ ସରକାର ଖାଉଟିଙ୍କ ଉପରେ ଦୁଗ୍ଧର ବର୍ଦ୍ଧିତ ଦର ଲିଟର ପିଛା ୪ ଟଙ୍କା ଲେଖାଏଁ ଲଦିଦେବାକୁ ଚାହୁଁ ନାହାଁନ୍ତି। ତେଣୁ ସେ ରାଜକୋଷରୁ ଲିଟର ପିଛା ୨ ଟଙ୍କା ଲେଖାଏଁ ଚାଷୀଙ୍କୁ ଦେଉଛନ୍ତି।

    ଅନ୍ୟପକ୍ଷରେ ଓମଫେଡ୍ ଯେଉଁ ୨ ଟଙ୍କା ବୃଦ୍ଧି କରିଛି, ସେଥିରୁ ଚାଷୀଙ୍କୁ ୧ ଟଙ୍କା ଏବଂ ପରିଚାଳନା ଖର୍ଚ୍ଚ ବାବଦରେ ଏକ ଟଙ୍କା ବ୍ୟୟ କରୁଛି। ଏହାକୁ ସଠିକ ଭାବେ ନ ବୁଝି ତଥାକଥିତ ଓଡିଶା ଦୁଗ୍ଧଚାଷୀ ମହାସଂଘର ସଭାପତି ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାର ଆମେ ତୀବ୍ର ବିରୋଧ କରୁଛୁ। ଚାଷୀଙ୍କ ଖାତାକୁ ସିଧାସଳଖ ଲିଟର ପିଛା ୩ ଟଙ୍କା ଲେଖାଏଁ ଯାଉଛି। ଏଥିପାଇଁ ଓମଫେଡ୍ ଦୁଗ୍ଧଚାଷୀମାନେ ବେଶ ଖୁସି ଅଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଲକ୍ଷ ଲକ୍ଷ ଚାଷୀ ଓ ହଜାର ହଜାର ୟୁନିୟନର କର୍ମକର୍ତ୍ତା ଧନ୍ୟବାଦ ଜଣାଇଛନ୍ତି।

    ଓମଫେଡ୍ ଏକ ସମବାୟ ସଂସ୍ଥା। ରାଜ୍ୟରେ ୧୧ ହଜାରରୁ ଅଧିକ ସମବାୟ ସମିତି ରହିଛି। ସମବାୟ ସମିତି ମାଧ୍ୟମରେ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ହେଉଛି। ସେମାନଙ୍କର ଜିଲ୍ଲାସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ମଧ୍ୟ ରହିଛି। ଚାଷୀଙ୍କ ଉନ୍ନତି ପାଇଁ ତଥା ସେମାନଙ୍କର ଆର୍ଥିକ ବିକାଶ ପାଇଁ ରାଜ୍ୟ ସରକାର କାମଧେନୁ ଯୋଜନା, ମାଈ ବାଛୁରୀ ପାଳନ ଯୋଜନା, ଘାସ ଚାଷ ପାଇଁ ପ୍ରୋତ୍ସାହନ ଆଦି ବହୁ ଯୋଜନା ଓ ପ୍ରୋତ୍ସାହନ ବା ସବସିଡ୍ ଦେଉଥିବାରୁ ରାଜ୍ୟର ଚାଷୀମାନେ ବେଶ ଉତ୍ସାହିତ ହୋଇ ଗୋପାଳନ ଓ ଦୁଗ୍ଧ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

    ଏପରିକି ହଜାର ହଜାର ଶିକ୍ଷିତ ବେକାର ଯୁବକ ଯୁବତୀ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରି ଗୋପାଳନକୁ ଏକ ଶିଳ୍ପରେ ପରିଣତ କରିବା ପାଇଁ ଯୋଜନା କରୁଛନ୍ତି। ଏପରିସ୍ଥିତିରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ତଥା ରାଜନୈତିକ ଉଦ୍ଦେଶ୍ୟ ରଖି ରାଜ୍ୟ ସରକାର ଓ ଓମଫେଡକୁ ବଦନାମ କରିବା ପାଇଁ ହେଉଥିବା ହୀନ ଉଦ୍ୟମକୁ ଓମଫେଡ୍ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। ସୂଚନା ଯୋଗ୍ୟକି, ରାଜ୍ୟ ସରକାର ଦେଉଥିବା ଦୁଇଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରଦାନ କରାଯାଉଛି।

    ସାତ ଦିନ ଭିତରେ ଆନ୍ଦୋଳନ ପାଇଁ ଯେଉଁ ସଂଗଠନ ଧମକ ଦେଇଛି, ସେ ସଂଗଠନରେ ଓମଫେଡର କୌଣସି ଦୁଗ୍ଧଚାଷୀ ନାହାନ୍ତି। ଓମଫେଡ୍ ଓ ରାଜ୍ୟ ସରକାରଙ୍କ ନାମରେ ଏପରି ଅପପ୍ରଚାର କରି ଖବରର ଶିରୋନାମାରେ ରହିବା ସହ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ଘରୋଇ କଂପାନୀଗୁଡିକୁ ଦୁଗ୍ଧ ଦେବାକୁ ଚାଷୀମାନଙ୍କୁ ବିଭ୍ରାନ୍ତି ତଥା ପ୍ରଲୋଭିତ କରାଯାଉଛି। ଦୁଗ୍ଧ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟର ଲକ୍ଷ ଲକ୍ଷ ଓମଫେଡ୍ ଦୁଗ୍ଧ ଚାଷୀ ରାଜ୍ୟ ସରକାର ଓ ଓମଫେଡକୁ ବଧେଇ ଜଣାଇଛନ୍ତି।

    omfed
    Share. Facebook Twitter LinkedIn Email WhatsApp Copy Link
    Previous Articleଦ୍ୱିତୀୟ ଟେଷ୍ଟ ପାଇଁ ଘୋଷଣା ହେଲା ଇଂଲଣ୍ଡ ଦଳ, ଫେରିଲେ ଜୋଫ୍ରା ଆର୍ଚର; ଏହି ୧୫ ଖେଳାଳିଙ୍କୁ ମିଳିଲା ସୁଯୋଗ
    Next Article ଜୁଲାଇ ୧୫ ରୁ ଦୁଇ ଚକିଆ ଯାନବାହାନ ଉପରେ ଲାଗିବ କି ଟୋଲ୍ ଟିକସ?: ସ୍ପଷ୍ଟ କଲେ ନୀତିନ ଗଡକରୀ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.