Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଜୁଲାଇ ୧୫ ରୁ ଦୁଇ ଚକିଆ ଯାନବାହାନ ଉପରେ ଲାଗିବ କି ଟୋଲ୍ ଟିକସ?: ସ୍ପଷ୍ଟ କଲେ ନୀତିନ ଗଡକରୀ
    ଆଜିର ଖବର

    ଜୁଲାଇ ୧୫ ରୁ ଦୁଇ ଚକିଆ ଯାନବାହାନ ଉପରେ ଲାଗିବ କି ଟୋଲ୍ ଟିକସ?: ସ୍ପଷ୍ଟ କଲେ ନୀତିନ ଗଡକରୀ

    June 26, 2025No Comments1 Min Read
    Facebook Twitter LinkedIn Email WhatsApp Copy Link

    ନୂଆଦିଲ୍ଲୀ: କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ, ଆଗାମୀ ଦିନରେ ମୋଦି ସରକାର ଜାତୀୟ ରାଜପଥ ବ୍ୟବହାର କରୁଥିବା ଦୁଇ ଚକିଆ ଯାନରୁ ମଧ୍ୟ ଟୋଲ୍ ଟିକସ ଆଦାୟ କରିବେ। ଏବେ ନୀତିନ ଗଡକରୀ ଏହା ଉପରେ ସ୍ପଷ୍ଟ କରିଛନ୍ତି।

    କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, କିଛି ଗଣମାଧ୍ୟମ ସଂସ୍ଥା ଦୁଇ ଚକିଆ ଯାନ ଉପରେ ଟୋଲ୍ ଟିକସ ଲାଗୁ କରିବା ବିଷୟରେ ଭ୍ରାମକ ଖବର ପ୍ରସାରଣ କରୁଛନ୍ତି। ଏପରି କୌଣସି ନିଷ୍ପତ୍ତି ପ୍ରସ୍ତାବିତ ନୁହେଁ। ଦୁଇ ଚକିଆ ଯାନ ପାଇଁ ଟୋଲ୍ ଉପରେ ସମ୍ପୂର୍ଣ୍ଣ ଛାଡ଼ ଜାରି ରହିବ।

    କ’ଣ ଦାବି କରାଯାଉଥିଲା?:

    ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ, କେନ୍ଦ୍ର ସରକାର ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯାହା ଅନୁଯାୟୀ ସେମାନଙ୍କୁ ୧୫ ଜୁଲାଇ, ୨୦୨୫ ଠାରୁ ଜାତୀୟ ରାଜପଥ ବ୍ୟବହାର କରିବା ପାଇଁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ନୂତନ ନିୟମ ଅନୁଯାୟୀ, ଦୁଇଚକିଆ ଯାନଗୁଡ଼ିକୁ FASTag ମାଧ୍ୟମରେ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିବ ଏବଂ ନିୟମ ଉଲ୍ଲଂଘନ କଲେ ଦୁଇ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯିବ। ତଥାପି ଏବେ କେନ୍ଦ୍ର ମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ରିପୋର୍ଟଗୁଡ଼ିକୁ ଅସ୍ୱୀକାର କରାଯାଇଛି।

    ଅଗଷ୍ଟ ୧୫ ରୁ ମାସିକ ପାସ୍:

    ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସରକାର ନିକଟରେ ଚାଳକମାନଙ୍କୁ ଆଶ୍ୱସ୍ତି ଦେଇ ଏକ ବଡ଼ ଘୋଷଣା କରିଥିଲେ। ସରକାର ବାର୍ଷିକ ପାସ୍ ବିଷୟରେ ଘୋଷଣା କରିଥିଲେ। ଏହା ଅଧୀନରେ ଚାଳକମାନେ ୩୦୦୦ ଟଙ୍କା ମୂଲ୍ୟର ଏକ ଫାଷ୍ଟାଗ୍ ପାଇପାରିବେ, ଯାହା ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଟ୍ରିପ୍ ପାଇଁ ବୈଧ ହେବ। ଏହି ପାସ୍ ଅଗଷ୍ଟ ୧୫ ତାରିଖ ୨୦୦୫ ରୁ କାର୍ଯ୍ୟକାରୀ ହେବ।

    national highway Nitin Gadkari Toll Tax Toll Tax On Two-wheeler
    Share. Facebook Twitter LinkedIn Email WhatsApp Copy Link
    Previous Articleପ୍ରକାଶିତ ଖବରର ପ୍ରତିବାଦ: ଓମଫେଡ୍ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଦୁଗ୍ଧ ଚାଷୀ ଖୁସି
    Next Article ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳ ସହିତ ପଡ଼ୋଶୀ ରାଜ୍ୟଗୁଡ଼ିକରୁ ପୁରୀକୁ ରଥ ଯାତ୍ରା ସ୍ପେଶାଲ୍ ଟ୍ରେନ୍‌

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.