Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ପ୍ରତୀକ ପଦ୍ରଶ୍ମୀ ହଳଧର ନାଗ: ଧର୍ମେନ୍ଦ୍ର ପ୍ରଧାନ
    ଆଜିର ଖବର

    ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ପ୍ରତୀକ ପଦ୍ରଶ୍ମୀ ହଳଧର ନାଗ: ଧର୍ମେନ୍ଦ୍ର ପ୍ରଧାନ

    June 28, 2025No Comments2 Mins Read
    Facebook Twitter LinkedIn Email WhatsApp Copy Link

    ପୋତାପାଲି/ସମ୍ବଲପୁର: ଲୋକ କବିରତ୍ନ, ଯାଦବ ରତ୍ନ ଆଦି ଅନେକ ସମ୍ମାନରେ ଭୂଷିତ ପଦ୍ରଶ୍ମୀ ହଳଧର ନାଗ ହେଉଛି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ । ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ଅନ୍ୟତମ ପ୍ରତୀକ। ସମ୍ବଲପୁରୀ ଭାଷାକୁ ସୁସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶନିବାର ବରଗଡ଼ ବରହାଗୁଡ଼ା ଠାରେ ସମ୍ବଲପୁରୀ ଭାଷାର ପ୍ରଥିତଯଶା ଲୋକକବି ପଦ୍ମଶ୍ରୀ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଆୟୋଜିତ ଦ୍ୱି-ଦିବସୀୟ ଜାତୀୟ ଆଲୋଚନା ଚକ୍ର “ହଲଧର – ସଜନ ଆର୍ ଦର୍ସନ” କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

    ସାହିତ୍ୟ ଅନୁଷ୍ଠାନ ଅଭିମନ୍ୟୁ ସାହିତ୍ୟ ସଂସଦ, ଘେଁସ ଏବଂ କ୍ରିଷ୍ଣା ବିକାଶ ଶିକ୍ଷାନୁଷ୍ଠାନ, ବରଗଡ଼ର ମିଳିତ ଉଦ୍ୟମରେ ଆୟୋଜିତ ଏହି ସେମିନାରକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ବରଗଡ଼ ଭଳି ସାରସ୍ୱତ କେନ୍ଦ୍ରସ୍ଥଳୀରେ ଏହି ସେମିନାର ସ୍ୱାଗତଯୋଗ୍ୟ। ଲୋକକବି ହଳଧର ନାଗଙ୍କ ସାହିତ୍ୟକୁ ନେଇ ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ବହୁଭାଷୀ ଜାତୀୟ ସେମିନାରରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ଗବେଷକ ଯୋଗ ଦେବା ପ୍ରଶଂସନୀୟ। ଏହା ସମ୍ବଲପୁରୀ ଭାଷାକୁ ସର୍ବଭାରତୀୟ ସ୍ତରରେ ପରିଚିତ କରିବାରେ ବିଶେଷ ସହାୟକ ହେବ।

    କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଜନୈକ ବ୍ୟକ୍ତିକୁ ଲେଖାରେ ସକ୍ରିୟ କରିବାର ମାଧ୍ୟମ ହେଉଛି ସାହିତ୍ୟ। ବୌଦ୍ଧିକ ତରଙ୍ଗକୁ ନିରନ୍ତର ସଞ୍ଚାଳିତ କରି ନୂଆ ଆବେଗ ତିଆରି କରିବାର ନାଁ ହେଲା ସାହିତ୍ୟ। ସାହିତ୍ୟ ଅମର। ସମସ୍ତେ ସାହିତ୍ୟିକ ହୋଇପାରନ୍ତିନି। କିନ୍ତୁ ସମସ୍ତଙ୍କ ମଧ୍ୟରେ ସାହିତ୍ୟ ଥାଏ ତଥା ସାହିତ୍ୟର ଆବଶ୍ୟକତା ରହିଥାଏ। କ୍ୱଚିତ୍ ଲୋକମାନେ ସେହି ବିଚାର ଓ ଆବେଗକୁ ଲୋକଭାଷା ବା ମାତୃଭାଷାରେ ପରିପ୍ରକାଶ କରିବାର କ୍ଷମତା ରଖିଥାନ୍ତି। ସେହିଭଳି ଜଣେ ବ୍ୟକ୍ତିବିଶେଷ ହେଉଛନ୍ତି ହଳଧର ନାଗ। ତାଙ୍କର ସାହିତ୍ୟ ରଚନାରେ ଥିବା ଦର୍ଶନ, ତତ୍ତ୍ୱର ପଟାନ୍ତର ନାହିଁ। ତାଙ୍କର ଲେଖନୀ ଚାଳନା ଆହୁରି ପ୍ରଶଂସିତ ହେବା ନେଇ ସବୁ ସ୍ତରରେ ଉଦ୍ୟମ ହେବା ଦରକାର।

    ସେ ଆହୁରି କହିଛନ୍ତି ଯେ ମାତୃଭାଷାରେ ମୌଳିକ ଚିନ୍ତନର ସଠିକ୍ ପରିପ୍ରକାଶ ହୋଇଥାଏ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ପ୍ରଣୀତ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସବୁ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି ଅଭିହିତ କରିଛନ୍ତି। ଓଡ଼ିଆ ଭାଷା ଓ ସମ୍ବଲପୁରୀ ଭାଷା, ଉଭୟ ରାଷ୍ଟ୍ରୀୟ ଭାଷା। ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ବିକଶିତ କରିବାକୁ ହେଲେ ମାତୃଭାଷାରେ ଶିକ୍ଷା ଦେବା ଜରୁରୀ। ଭାରତକୁ ପୁଣି ଥରେ ବିଶ୍ଵର ଶିଖରରେ ପହଞ୍ଚାଇବାକୁ ହେଲେ ଆମକୁ ଭାରତୀୟ ଭାଷାକୁ ଅଗ୍ରାଧିକାର ଦେବାକୁ ହେବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।

    ଏହି ଅବସରରେ ଶ୍ରୀ ପ୍ରଧାନ ହଳଧର ନାଗଙ୍କ ଉପରେ ଲିଖିତ କିଛି ପୁସ୍ତକ, ଗ୍ରନ୍ଥାବଳୀ ଏବଂ ସଂକଳନକୁ ଉନ୍ମୋଚନ କରିଥିଲେ। ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ ବରଗଡ଼ ସାଂସଦ, ବିଧାୟକଗଣ ଏବଂ ଜନପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ।

    କବିରତ୍ନ ହଳଧର ନାଗ ଜାତୀୟ ଆଲୋଚନା ଚକ୍ର ବରଗଡ
    Share. Facebook Twitter LinkedIn Email WhatsApp Copy Link
    Previous Articleବିହାରର ଜ୍ଞାନେନ୍ଦ୍ର କୁମାର ଗୁପ୍ତାଙ୍କୁ ନୂଆ ଜୀବନ ଦେଲା ଆୟୁଷ୍ମାନ ଭାରତ ଯୋଜନା
    Next Article ଆଦାନୀଙ୍କ ପୁରୀ ଗସ୍ତ ଓ ରଥଯାତ୍ରା ବିଭ୍ରାଟ ନେଇ ବିସ୍ପୋରଣ କଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, କହିଲେ….

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.