Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଜାତୀୟ ଖବର»ଆଦାନୀଙ୍କ ପୁରୀ ଗସ୍ତ ଓ ରଥଯାତ୍ରା ବିଭ୍ରାଟ ନେଇ ବିସ୍ପୋରଣ କଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, କହିଲେ….
    ଜାତୀୟ ଖବର

    ଆଦାନୀଙ୍କ ପୁରୀ ଗସ୍ତ ଓ ରଥଯାତ୍ରା ବିଭ୍ରାଟ ନେଇ ବିସ୍ପୋରଣ କଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, କହିଲେ….

    June 28, 2025No Comments4 Mins Read
    Facebook Twitter LinkedIn Email WhatsApp Copy Link
    CongOnRath
    ଆଦାନୀଙ୍କ ପୁରୀ ଗସ୍ତକୁ ନେଇ ବିସ୍ପୋରଣ କଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ, କହିଲେ....

    ଭୁବନେଶ୍ୱର : ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା । ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀ ଗୁଣ୍ଡିଚା ଯାତ୍ରା ପଡ଼ିଥିଲା । ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା । ପ୍ରଶାସନ ପକ୍ଷରୁ ସବୁ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା । ସମସ୍ତେ ଆଶ୍ୱସ୍ତ ଥିଲେ । କିନ୍ତୁ ଅଭାବନୀୟ ଅଘଟଣ ଓ ବିଘଟଣ ଆମ ସମସ୍ତଙ୍କୁ ଗଭୀର ମର୍ମାହିତ କରିଛି । ରଥଯାତ୍ରା ଆପାତତଃ ୧୨ ଶହ ବର୍ଷ ଧରି ଚାଲୁଆସୁଛି । ଅନେକ ବର୍ଷ ଗୋଟିଏ ଦିନରେ ରଥଟଣା ଓ ଗୁଣ୍ଡିଚା ମନ୍ଦିର ପହଣ୍ଡି ଗୋଟିଏ ଦିନରେ ସରିଛି । ହେଲେ ଚଳିତ ବର୍ଷ ତାଳଧ୍ୱଜ ଓ ଦର୍ପଦଳନ ପହଞ୍ôଚତ ପାରିଲେନି ନନ୍ଦିଘୋଷ ବିଧି ରକ୍ଷା ପାଇଁ ନା କୁ ମାତ୍ର ଗଡ଼ିଲା । ତେବେ କେଉଁ କାରଣରୁ ଏବଂ କାହାପାଇଁ ରଥ ଟଣା ଅଟକିଲା?

    ଗୌତମ ଆଦାନୀ ଓଡ଼ିଶା ଆସି ପୁରୀ ଯିବେ, ରଥ ଟାଣିବେ ଓ ପ୍ରସାଦ ସେବନ କରିବେ ରଥଯାତ୍ରା ପୂର୍ବଦିନ ଗଣମାଧ୍ୟମରେ ସମ୍ବାଦ ପ୍ରସାରଣ ହୋଇଥିଲା । କିନ୍ତୁ ଗୌତମ ଆଦାନୀ ରଥଯାତ୍ରା ଦିନ ପୂରୀ ଯାଇପାରିଲେ ନାହିଁ । ତାଙ୍କରି ପାଇଁ ରଥଟଣାକୁ ପରଦିନକୁ ଘୁଞ୍ଚାଯାଇଥିଲା ବୋଲି କି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

    ଗତକାଲିର ମହାବିଭ୍ରାଟ ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ଦକ୍ଷ ଅଭିଜ୍ଞ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତି ଆମ ସସସ୍ତଙ୍କୁ ବିବ୍ରତ ଓ ବ୍ୟଥିତ କରିଛି । “ବୋଧହୁଏ କିଛି ଭକ୍ତ ଆସିପାରି ନାହାନ୍ତି । ସେଥିପାଇଁ ନନ୍ଦିଘୋଷ ଗଡ଼ିଲା ନାହିଁ” । ନନ୍ଦିଘୋଷ ଟଣା ପରଦିନ ସକାଳକୁ ଘୁଞ୍ôଚଗଲା । କାହାଆଡ଼କୁ ଏ ଇଙ୍ଗିତ? ଗୌତମ ଆଦାନୀ ଆଡ଼କୁ ନୁହେଁ ତ ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି। “କିଛି ଅଘଟଣ-ବିଘଟଣ ହୋଇନାହିଁ” । ବୋଲି କହି ଆଇନମନ୍ତ୍ରୀ ଘଟଣାକୁୂ ଫାଙ୍କିଦେଇଛନ୍ତି ।

    ଏଥରର ରଥଯାତ୍ରା ପରିଚାଳନା ସରକାର ଶତାଧିନ ଦଳ ହାତରେ ଟେକିଦେଇଛନ୍ତି । ସରକାରୀ ପଦାଧିକାରୀମାନଙ୍କୁ ଦୂରେଇ ରଖି ଦଳୀୟ ପଲିଟିକାଲ ଇଭେଣ୍ଟ ମ୍ୟାନେଜମେଣ୍ଟ କରିଛନ୍ତି । ସବୁ ନିର୍ଦ୍ଧାରିତ ସମୟ ବଦଳିଯାଇଛି ।

    ପହଣ୍ଡି ଠାରୁ ଛେରା ପହରା ମଧ୍ୟରେ କ’ଣ ପାଇଁ ଦୁଇଘଣ୍ଟା ବ୍ୟବଧାନ ରହିଲା । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା ସମିତି ଗଠନ ନେଇ ଗଜପତି ମହାରାଜ ଏବଂ ଆଇନ ମନ୍ତ୍ରୀଙ୍କ ମଧ୍ୟରେ ଅମେଳ ଓ ମତଭେଦ ଥିଲା । ଏବେ ରାଜାଙ୍କର ଓ ମନ୍ତ୍ରୀଙ୍କର ଛେରା ପହରା ଉଛୂର ହେବା ଘଟଣା ଭିନ୍ନଆଡ଼କୁ ସୂଚାଉଛି ।

    ଗତ ବର୍ଷ ମହାପ୍ରଭୁ ବଳଭଦ୍ର ଚାରମାଳରେ ବିଜେପହଣ୍ଡିରେ ଓହ୍ଲାଇବା ବେଳେ ଦୁର୍ଘଟଣା ଘଟିଥିଲା । କାରଣ ଖୋଜାଗଲା ନାହିଁ କି ନିରାକରଣ ହେଲା ନାହିଁ । ଏବର୍ଷ ମଧ୍ୟ ତାଳଧ୍ୱଜ ଦକ୍ଷିଣମୋଡ ନେବାରେ ବିଭ୍ରାଟ ଓ ବିଳମ୍ବ ହେଲା । ଗତକାଲି ଦଳାଚକଟାରେ ୭୫୦ ଆହତ ହୋଇଛନ୍ତି । ଶ୍ରଦ୍ଧାଳଙ୍କୁ ମୃତ୍ୟୁ ହୋଇଥିବା ଘଟଣା ଶୁଣାଯାଉଛି ସରକାର ଏ ସମ୍ପର୍କରେ ପାଟି ଖୋଲୁ ନାହାନ୍ତି ।

    ଗତବର୍ଷ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୫୦ ରୁ ଅଧିକ ଆହତ ହୋଇଥିଲେ । ଏଥର ଦଳା ଚକଟାରେ ନୁହେଁ, ପୋଲିସ ମାଡ଼ରେ ବହୁ ପତ୍ରକାର ଆହତ ହୋଇଛନ୍ତି । ମହିଳା ସାମ୍ବାଦିକା ବିଜୟୀତା ତ୍ରିପାଠୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଇଏ କି ପ୍ରକାର ପରିଚାଳନା । “ଆଇ.ଜି.ଡ୍ରୋନ” ନାମକ ଏକ ଘରୋଇ ସଂସ୍ଥାକୁ କ୍ଲୋଜ ସର୍କିଟ ଇଣ୍ଟିଗ୍ରେଟେଡ କମାଣ୍ଡ ସିଷ୍ଟମର ଦାୟିତ୍ୱ ଆରକ୍ଷୀ ଅଧିକ୍ଷକଙ୍କ ବାରଣ ସତ୍ୱେ ଏଥର ଦିଆଯାଇଥିଲା ।

    ଆଇଏସ୍‌ଆଇ ଲିଙ୍କ ଥିବା ଜ୍ୟୋତି ମାଲହୋତ୍ରାଙ୍କ ମହିଳା ବାନ୍ଧବୀ ପ୍ରିୟଙ୍କା ମଧ୍ୟ କର୍ଡନ ପରିସର ମଧ୍ୟରେ ବୁଲିବାର ଦେଖାଯାଇଥିଲା । ୫୦୦୦ ରୁ ଅଧିକ ପାସ ବଣ୍ଟାଯାଇଥିଲା । ପାତର ଅନ୍ତର ଓ ଅନିୟମିତତାର ଅଭିଯୋଗଥିବା ପୁରୀ ଜିଲ୍ଲାପାଳଙ୍କ ଆଖିଆଗରେ କିଭଳି ସେ କର୍ଡନ ପରିସରକୁ ପସିଥିଲେ ଓ ବୁଲୁଥିଲେ ।

    ବିନା ଶ୍ରୀମନ୍ଦିର ପରିଚାଳନା କମିଟିରେ ଏଥର ରଥଯାତ୍ରା ହେଉଛି । ରାଜା ବର୍ଷେ ହେଲା ଏକଥା କହି ଆସୁଛନ୍ତି । ସରକାରଙ୍କୁ ଚଠି ଲେଖୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କିନ୍ତୁ କିଛି ହେଲା ନାହିଁ । ଶେଷରେ ଆଇନମନ୍ତ୍ରୀ ମାମଲା ଉଚ୍ଚ ନ୍ୟାୟଳରେ ବିଚାରଧିନ ଅଛି ବୋଲି କହିଲେ । ଅନ୍ଧକୁ ଗୋହିରୀ ବାଟ ଦେଖାଇବା କଥା । ସରକାରୀ ପ୍ରଶାସନ, ମନ୍ଦିର ପରିଚାଳନା ସମିତି ଓ ସେବାୟତ ମାନଙ୍କ ମଧ୍ୟରେ ସମନ୍ୱୟ ନାହିଁ । ନା କୁ ମାତ୍ର ସମନ୍ୱୟ କମିଟି ବସିଲା ।

    ଗତକାଲି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ରଥଖଳା କଡ଼ରେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟମନ୍ତ୍ରୀ ମାନଙ୍କ ସହ ପ୍ରାୟ ସବୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ହେଲେ ସରକାରଟା ଯେମିତି ସ୍ଥିର ଓ ଅଚଳ ହୋଇପଡ଼ିଥିଲା । କିମ୍ କର୍ତ୍ତବ୍ୟ ବିମୁଡ଼ ଅବସ୍ଥା । ଶ୍ରୀ ହରିଚନ୍ଦନ କେଉଁ କାରଣ ବା ଗୃଢ଼ କାରଣରୁ ଏହି ମହା ବିଭ୍ରାଟ ଘଟିଲା ବୋଲି ପଚାରିଛନ୍ତି । ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ କାର୍ଯ୍ୟରତ ପୁରୀ ଜିଲ୍ଲା ଦୌରାଜଜ୍‌ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ଏବଂ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ପିସିସି ପକ୍ଷରୁ ସେ ଦାବି କରିଛନ୍ତି । ଏଥି ସହିତ ମହାପ୍ରଭୁଙ୍କ ପାଖରେ ମହାଦୋଷ ମାର୍ଜ୍ଜନା ପାଇଁ ଆମେ ସମସ୍ତେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି ।

    ସେହିପରି ପିସିସି ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ରଥଯାତ୍ରାରେ ହଜାର, ହଜାର କର୍ଡନ ପାସ କାହାକୁ ଓ କାହିଁକି ଦିଆଗଲା? କାହିଁକି ବଡ଼ ଠାକୁରଙ୍କ ରଥ ଇଞ୍ଚେ ବି ଘୁଂଚିଲା ନାହିଁ । ସାମ୍ବାଦିକଙ୍କୁ ଆକ୍ରମଣ ହେଲା । ହେଲେ ପୂର୍ବରୁ ଆଇନମନ୍ତ୍ରୀ କହିଥିଲେ ଏ ବର୍ଷ ରଥ ଯାତ୍ରା ସୂଚାରୁ ରୂପେ ହେବ । ହେଲେ ଏବେ ଅସୁବିଧା ହେବା ପରେ ବିରୋଧୀଙ୍କୁ କାମଳ ରୋଗ ହୋଇଥିôବା କହିଛନ୍ତି । ଯାହା ହାସ୍ୟାସ୍ପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରଥଯାତ୍ରା ବିଭ୍ରାଟ ଘଟଣାକୁ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଦୃଢ଼ ନିନ୍ଦା କରିବା ସହ ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଗତକାଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।

    Rath Yatra ଆଦାନୀଙ୍କ ପୁରୀ ଗସ୍ତ ଗୈତମ ଆଦାନୀ ପ୍ରସାଦ ହରିଚନ୍ଦନ ରଥଯାତ୍ରା ବିବାଦ ରଥଯାତ୍ରା ବିଭ୍ରାଟ
    Share. Facebook Twitter LinkedIn Email WhatsApp Copy Link
    Previous Articleଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ପ୍ରତୀକ ପଦ୍ରଶ୍ମୀ ହଳଧର ନାଗ: ଧର୍ମେନ୍ଦ୍ର ପ୍ରଧାନ
    Next Article ବାଣପୁର: ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ଅଭିଯୋଗରେ ଟିପିସିଓଡିଏଲ ଲାଇନ ମ୍ୟାନ ଅଟକ

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.