Close Menu
    What's Hot

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025
    Facebook X (Twitter) Instagram
    • About Us
    • Contact Details
    • Grievance
    • Privacy Policy
    • Terms Of Use
    Facebook X (Twitter) LinkedIn
    The SamikhsyaThe Samikhsya
    • ହୋମ
    • ବିଶେଷ ଖବର
    • ରାଜ୍ୟ ଖବର
    • ଜାତୀୟ ଖବର
    • ଆଞ୍ଚଳିକ
    • ସଂସ୍କୃତି
    • ବ୍ୟବସାୟ
    • ଧର୍ମ
    • ଖେଳ
    • ଅନ୍ୟାନ୍ୟ
      • ମନୋରଂଜନ
      • ଅନ୍ତରାଷ୍ଟ୍ରୀୟ
      • ଜୀବନ ଶୈଳୀ
    The SamikhsyaThe Samikhsya
    Home»ଆଜିର ଖବର»ଖୋର୍ଦ୍ଧା ଜିଲ୍ଲା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ ଓ ସମୀକ୍ଷା
    ଆଜିର ଖବର

    ଖୋର୍ଦ୍ଧା ଜିଲ୍ଲା ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ ଓ ସମୀକ୍ଷା

    June 1, 2025No Comments3 Mins Read
    Facebook Twitter LinkedIn Email WhatsApp Copy Link

    ଖୋର୍ଦ୍ଧା: ଓଡ଼ିଶା ବିଧାନସଭା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସ୍ଥାୟୀ ସ୍ତାଣ୍ଡିଂ କମିଟି ୯ମ, ବିଧାୟକ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବିଧାୟକ ବାଙ୍କୀ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ପାଟକୁରା ଅରବିନ୍ଦ ମହାପାତ୍ର, ବିଧାୟକ ବଡ଼ଚଣା ଅମର କୁମାର ନାୟକ, ବିଧାୟକ କବିସୂର୍ଯ୍ୟ ନଗର ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ବିଧାୟକ ସୁରଡା ନୀଳମଣି ବିଶୋଇଙ୍କୁ ନେଇ କମିଟି ଟାଙ୍ଗୀ ବ୍ଲକ୍ ରାମେଶ୍ବର ଠାରେ ଜଳ ଜୀବନ ମିଶନ ଅନୁଦାନରେ ୧୨୧.୪୫ କୋଟି ବ୍ୟୟ ଅଟକଳରେ ଏନ୍ ସି ସି ଲିମିଟେଡ କମ୍ପାନୀ ଦ୍ଵାରା ନିର୍ମାଣଧୀନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୁଳି ଓ କମିଟି ସଦସ୍ୟ ମାନେ ପ୍ଲାଣ୍ଟ ର ସମସ୍ତ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନକରି ସମ୍ପୃକ୍ତ ମୁଖ୍ୟଯନ୍ତ୍ରୀ ଈଂ ସୁରେନ୍ଦ୍ର କୁମାର ବେହେରା, ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ଏନ୍ ସି ସି ଲିମିଟେଡ ପ୍ରକଳ୍ପ ପରିଚାଳକଙ୍କୁ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପଚାରି ବୁଝିଥିଲେ।

    ଏନ୍ ସି ସି ଲିମିଟେଡ କମ୍ପାନୀ ପାରିପାର୍ଶ୍ବିକ ଉନ୍ନତି ସାମାଜିକ ଦାୟିତ୍ବ ପୂର୍ଣ୍ଣ ମାତ୍ରାରେ ନିର୍ବାହ ନ କରୁଥିବା ହେତୁ ତାଗିଦ୍ କରିବାସହ ସ୍ଥାନୀୟ ରାସ୍ତା ଘାଟ ମରାମତି, ସ୍କୁଲ ମାନଙ୍କରେ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଥଣ୍ଡା ପାନୀୟ ଜଳ ଆକ୍ୱାଗାର୍ଡ ଲଗାଇବା, ବିଭିନ୍ନ ସ୍ୱାସ୍ଥ୍ୟ କ୍ୟାମ୍ପ କରି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା, ସ୍ଥାନୀୟ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରି ଶ୍ରମ ଆଇନ ଅନୁଯାୟୀ ଉପଯୁକ୍ତ ଅର୍ଥ ପ୍ରଦାନ କରି ପ୍ରକଳ୍ପର ବିସ୍ତୃତ ବିବରଣୀ ପ୍ରଦାନସହ ଯଥାଶୀଘ୍ର ସର୍ବୋତ୍ତମ ମାନର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

    ପ୍ରକାଶ ଥାଉକି ଟାଙ୍ଗି ବ୍ଲକର ଲେନ୍ଦୁ, ଡିଆ, ନିରାକାରପୁର, ରାମେଶ୍ବର, ମଙ୍ଗଲାଯୋଡ଼ି, କନ୍ତାଳବାଇ, ଉଜ୍ୱାଲା ଗୋପୀନାଥପୁର, କମାଗୁଡ଼ା, ଅଛୁତ ତ୍ପୁରପାଟନା, ସରପାରି, ଟଙ୍କୋଲ, ଓଲାସିଂହ, ଛାଙ୍ଗିରି, ବଡପୋଖରିଆ, ସାନ ରାଉତ ପଡ଼ା, ନୂଆଗଡ ଓ ସୁନ୍ଦରପୁର କୁ ନେଇ ୧୭ଗୋଟି ଗ୍ରାମ ପଞ୍ଚାୟତର ୧୧୦ଗୋଟି ଗ୍ରାମର ବାସିନ୍ଦା ବିଶୁଧ୍ୟ ପାନୀୟଜଳ ସେବା ପାଇବାକୁ ଉପକୃତ ହେବେ। ଉକ୍ତ ପ୍ଲାଣ୍ଟ ପ୍ରତିଦିନ ୧୩.୭ମେଗାଲିଟର ଜଳ ଉତ୍ପାଦ କରି ବଣ୍ଟନ କରିବ। କମିଟିର ଉକ୍ତ କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ସ୍ଥାନୀୟ ଜନପ୍ରତିନିଧି, ଟାଙ୍ଗୀ ବି ଡି ଓ ରୁମାନା ଜାଫ୍ରି,ଏସ ଡି ଓ ବିଷ୍ଣୁପ୍ରିୟା ସାହୁ, ସହକାରୀ ଯନ୍ତ୍ରୀ ମଧୁସ୍ମିତା ମହାନ୍ତି ଯୋଗଦେଇଥିଲେ।

    ପରେ ଅପରାହ୍ନରେ କମିଟି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ରୁପଶ୍ରୀରାଣୀ ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ମୁଖ୍ୟ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ, ଡି ପି ସି ଓର୍ମାସଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସମସ୍ତ ୯ ଗୋଟି ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା ସହ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ, ଅମୃତ ସରୋବର ଯୋଜନା, ଗ୍ରାମ୍ୟ ସଡ଼କ ଯୋଜନା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି କାର୍ଯ୍ୟ, ଖୋଳା ଯାଇଥିବା ରାସ୍ତା ଗୁିଡିକର ତୁରନ୍ତ ମରାମତି, ଗ୍ରାମାଞ୍ଚଳ ସେତୁ, ରାସ୍ତା, ଗୃହ ନିର୍ମାଣ, ଅନ୍ତୋଦୟ ଗୃହ ନିର୍ମାଣ ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ।

    ଅନ୍ତୋଦୟ ଗୃହ ଯୋଜନାରେ ୨୦୨୪-୨ ୫ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ୧୭୫୫ ଥିବାବେଳେ ୧୭୧୧ ପ୍ରକଳ୍ପକୁ ମୁଞ୍ଜୁରୀ ଦିଆଯାଇ ୧୬୩୫ ପ୍ରକଳ୍ପ/ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଥା ଜାଣି ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିଲେ। ସେହିପରି ଆଦର୍ଶ କଲ୍ୟାଣ ମଣ୍ଡପ ଯୋଜନାକୁ ତ୍ବରାନ୍ବିତ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇ ମନରେଗା ଯୋଜନାର ସଫଳତା ପାଇଁ ପ୍ରଶାସନକୁ ପ୍ରଶଂସା କରିଥିଲେ।

    ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସହ ଆସିଥିବା ଅଧିକାରୀ ଅଶୋକ ବିଶ୍ଵାଳ ଓ ସହ କର୍ମୀ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା ପ୍ରଶାସନ ପକ୍ଷରୁ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୁଳି ଏବଂ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

    କାର୍ଯ୍ୟର ସମୀକ୍ଷା ଖୋର୍ଦ୍ଧା ଜିଲ୍ଲା ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି ମେଗା ପାନୀୟ ଜଳ ପ୍ରକଳ୍ପ
    Share. Facebook Twitter LinkedIn Email WhatsApp Copy Link
    Previous Articleଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ନାମଲେଖା ପାଇଁ ଆବେଦନ
    Next Article ରିଲିଜ ହେଲା ଭାବ ବିହ୍ୱଳ ଜଗନ୍ନାଥ ଭଜନ “ଏତେ ଦୁଃଖ ଆଉ ଦେ ନା କାଳିଆ”

    Related Posts

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    Add A Comment

    Comments are closed.

    Latest News

    ମହିଳା ଏବଂ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

    July 2, 2025

    ଗ୍ରାମ ପଞ୍ଚାୟତ ଏବଂ ପୌରସଂସ୍ଥା ସ୍ତରରେ ୩ ମାସିଆ ଅଭିଯାନ ଆରମ୍ଭ କଲା ଆର୍ଥିକ ସେବା ବିଭାଗ

    July 2, 2025

    ନିଶାଦ୍ରବ୍ୟ କାରବାର ବନ୍ଦ କରିବା ଏବଂ ଯୁବକମାନଙ୍କୁ ସୁରକ୍ଷା ଦେବା ପାଇଁ ମୋଦୀ ସରକାର ସଂକଳ୍ପବଦ୍ଧ: ଅମିତ ଶାହ

    July 2, 2025

    ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦକ୍ଷିଣମୋଡ ହେଲେ ତିନି ରଥ

    July 2, 2025

    ରୋଗୀ ସେବାର ପ୍ରାଣ କେନ୍ଦ୍ର ହେଉଛନ୍ତି ନର୍ସ: ସୋଆ ଉପସଭାପତି

    July 2, 2025

    NIPCCD ର ନାମକୁ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ ପ୍ରତିଷ୍ଠାନ ଭାବେ ନାମିତ

    July 2, 2025

    ରଣପୁର: ୧୯୯୯ ବ୍ୟାଚ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା

    July 2, 2025
    Load More
    The Samikhsya
    Facebook X (Twitter) LinkedIn
    • About Us
    • Contact Details
    • Grievance
    • Privacy Policy
    • Terms Of Use

    Chief Editor: Sarat Paikray

    © 2018-2026 All rights resorved by S M Network | Designed by Ratna Technology.

    Type above and press Enter to search. Press Esc to cancel.